OR/Prabhupada 0044 - ସେବା ଅର୍ଥାତ୍ ତୁମେ ଗୁରୁଙ୍କର ଆଦେଶ ଅନୁସରଣ କର: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0044 - in all Languages Category:OR-Quotes - 1968 Category:OR-Quotes - Lec...")
(No difference)

Revision as of 17:05, 14 October 2017



Lecture on BG 4.1 -- Montreal, August 24, 1968

ତେଣୁ ଏହାର ମାନେ ହେଉଛି ସେ କୃଷ୍ଣଙ୍କର ଆଦେଶ ଅନୁସରଣ କରିଛି । ବାସ୍ । ସେ ଧ୍ୟାନ ଦିଏ ନାହିଁ କି ଯେ "ମୁଁ କୃଷ୍ଣଙ୍କର ଶତ୍ରୁ ହେବାକୁ ଯାଉଛି ।" ସିଦ୍ଧାନ୍ତ ଏହିକି ଯେ ସେ ଅନୁସରଣ କରୁଛି । ଯଦି କୃଷ୍ଣ କୁହନ୍ତି ଯେ "ତୁମେ ମୋର ଶତ୍ରୁ ହୋଇଯାଅ," ତେବେ ମୁଁ ତାଙ୍କର ଶତ୍ରୁ ହୋଇଯିବି । ତାହା ହେଉଛି ଭକ୍ତି ଯୋଗା । ହଁ, ମୁଁ କୃଷ୍ଣଙ୍କୁ ସନ୍ତୁଷ୍ଟ କରିବାକୁ ଚାହୁଁଛି । ଯେପରି ଏକ ମାଲିକ ତାର ଚାକରକୁ କୁହେ ଯେ "ତୁମେ ମୋତେ ଏଠାରେ ମାର ।" ତେଣୁ ସେ ସେପରି ମାରେ । ତେଣୁ ତାହା ହେଉଛି ସେବା । ଅନ୍ୟମାନେ ଏହା ଦେଖିପାରନ୍ତି ଯେ, "ଓ ସେ ମାରୁଛି ଏବଂ ସେ ଭାବୁଛି ଯେ, "ମୁଁ ସେବା କରୁଛି?" ଏହା କ'ଣ? ସେ ମାରୁଛି ।" କିନ୍ତୁ ମାଲିକ ଚାହୁଁଛି ଯେ "ତୁମେ ମୋତେ ମାର ।" ତାହା ହେଉଛି ସେବା । ସେବା ଅର୍ଥାତ୍ ତୁମେ ଗୁରୁଙ୍କର ଆଦେଶ ଅନୁସରଣ କର । ଏହି ସେବା କ'ଣ ତାହା ଫରକ ପଡ଼େ ନାହିଁ । ଭଗବାନ୍ ଚୈତନ୍ୟଙ୍କର ଜୀବନରେ ଏକ ଭଲ ଉଦାହରଣ ଅଛି, ଯେ ତାଙ୍କର ବ୍ୟକ୍ତିଗତ ସେବକ ଥିଲା ଗୋବିନ୍ଦ । ତେଣୁ ଭଗବାନ୍ ଚୈତନ୍ୟ ପ୍ରସାଦ ଗ୍ରହଣ କରିସାରିଲା ପରେ, ଗୋବିନ୍ଦ ପ୍ରସାଦ ଗ୍ରହଣ କରୁଥିଲା । ଏକଦା, ଭଗବାନ୍ ଚୈତନ୍ୟ ପ୍ରସାଦ ଗ୍ରହଣ କରିସାରିଲା ପରେ, ଏରୁଣ୍ତି ଉପରେ ଶୋଇଥିଲେ । ଏହାକୁ କ'ଣ କୁହାଯାଏ? ଏରୁଣ୍ତି? ଦୁଆର? ଦୁଆରମାର୍ଗ । ତେଣୁ ଗୋବିନ୍ଦା ତାଙ୍କୁ ପାର ହୋଇକି ଗଲା । ଗୋବିନ୍ଦା ତାଙ୍କର ଗୋଡ଼ ମାଲିସ୍ କରିବାରେ ଅଭ୍ୟସ୍ତ, ଯେତେବେଳେ ସେ ବିଶ୍ରାମ ନିଅନ୍ତି । ତେଣୁ ଗୋବିନ୍ଦା ଚୈତନ୍ୟ ମାହାପ୍ରଭୁଙ୍କୁ ପାର ହୋଇକି ଗଲେ, ଏବଂ ତାଙ୍କର ଗୋଡ଼ ମାଲିସ୍ କରିଲେ । ତାପରେ ଭଗବାନ ଚୈତନ୍ୟ ଶୋଇପଡ଼ିଲେ, ଏବଂ ଅଧଘଣ୍ଟା ପରେ, ଯେତେବେଳେ ସେ ଉଠିଲେ ସେ ଦେଖିଲେ, "ଗୋବିନ୍ଦ ତୁମେ ଏପର୍ଯ୍ୟନ୍ତ ତୁମର ପ୍ରସାଦ ଗ୍ରହଣ କରିନାହଁ?" "ନା, ମହାଶୟ ।" "କାହିଁକି?" "ମୁଁ ଆପଣଙ୍କୁ ପାର କରିପାରିବି ନାହିଁ । ଆପଣ ଏଠାରେ ଶୋଇଥିଲେ ।" "ତେବେ ତୁମେ ଭିତରକୁ କିପରି ଆସିଲ?" "ମୁଁ ଆପଣକୁ ପାର ହୋଇ ଆସିଥିଲି ।" "ପ୍ରଥମେ ତୁମେ ମୋତେ କିପରି ପାର କରିଲ, ପୁଣିଥରେ କାହିଁକି କରିପାରିବ ନାହିଁ?" "ମୁଁ ଆପଣଙ୍କର ସେବା କରିବା ପାଇଁ ଅସିଥିଲି । ଏବଂ ବର୍ତ୍ତମାନ ମୁଁ ମୋର ପ୍ରସାଦ ଗ୍ରହଣ କରିବା ପାଇଁ ଆପଣଙ୍କୁ ପାର କରିପାରିବି ନାହିଁ । ତାହା ମୋର କର୍ତ୍ତବ୍ୟ ନୁହେଁ । ତାହା ମୋ ନିଜ ପାଇଁ । ଏବଂ ଏହା ଆପଣଙ୍କ ପାଇଁ ।" ତେଣୁ କୃଷ୍ଣଙ୍କର ପ୍ରସନ୍ନତା ପାଇଁ ତୁମେ ତାଙ୍କର ଶତ୍ରୁ ହୋଇପାର, ତାଙ୍କର ସାଙ୍ଗ ହୋଇପାର, ତୁମେ କିଛି ଭି ହୋଇପାର । ତାହା ହେଉଛି ଭକ୍ତି-ଯୋଗ । କାରଣ ତୁମର ଉଦ୍ଦେଶ୍ୟ ହେଉଛି କିପରି କୃଷ୍ଣଙ୍କୁ ସନ୍ତୁଷ୍ଟ କରିବ । ଏବଂ ଯେତେବେଳେ ତୁମେ ତୁମର ଇନ୍ଦ୍ରିୟମାନଙ୍କୁ ସନ୍ତୁଷ୍ଟ କରିବାକୁ ଚାହଁ, ସେତେବେଳେ ତୁରନ୍ତ ତୁମେ ଭୌତିକ ଜଗତକୁ ଆସିଯାଅ ।

କୃଷ୍ଣ ବାହିରମୂଖ ହୟା ଭୋଗ ବାଂଚ୍ଛା କରେ
ନିକଟ ସ୍ଥ ମାୟା ତାରେ ଜାପଟିଆ ଧରେ
(Prema-vivarta)

ଯେତେବେଳେ ଆମେ କୃଷ୍ଣଙ୍କୁ ଭୁଲିଯାଉ ଏବଂ ଆମର ଇନ୍ଦ୍ରିୟମାନଙ୍କର ସନ୍ତୁଷ୍ଟି ପାଇଁ କାମ କରିବାକୁ ଚାହୁଁ, ତାହା ହେଉଛି ମାୟା । ଏବଂ ଯେତେବେଳେ ଆମେ ଇନ୍ଦ୍ରିୟ ସନ୍ତୁଷ୍ଟିର ଏହି ପ୍ରକ୍ରିୟା ତ୍ୟାଗ କରୁ ଏବଂ ସବୁକିଛି କୃଷ୍ଣଙ୍କ ପାଇଁ କରୁ, ତାହା ମୁକ୍ତି ଅଟେ ।