OR/Prabhupada 1033 - ଜୀଶୁ ଖ୍ରୀଷ୍ଟ ଭଗବାନଙ୍କର ପୁତ୍ର, ସବୁଠାରୁ ଭଲ ପୁତ୍ର, ତେଣୁ ତାଙ୍କ ପ୍ରତି ଆମର ସମସ୍ତ ସମ୍ମାନ ଅଛି: Difference between revisions
(Created page with "<!-- BEGIN CATEGORY LIST --> Category:1080 French Pages with Videos Category:Oriya Pages - 207 Live Videos Category:Prabhupada 1033 - in all Languages Category:O...") |
(No difference)
|
Revision as of 02:42, 21 January 2018
740628 - Lecture at St. Pascal's Franciscan Seminary - Melbourne
ଅତିଥି(୩): ଶ୍ରୀମାନ ଆପଣ ଜୀଶୁ ଖ୍ରୀଷ୍ଟଙ୍କୁ କିପରି ଦେଖନ୍ତି?
ପ୍ରଭୁପାଦ: ହମ?
ମଧୁଦ୍ଵିଷ: ପ୍ରଭୁ ଜୀଶୁ ଖ୍ରୀଷ୍ଟଙ୍କ ବିଷୟରେ ଆମର ଦୃଷ୍ଟି କୋଣ କ'ଣ?
ପ୍ରଭୁପାଦ: ଜୀଶୁ ଖ୍ରୀଷ୍ଟ, ପ୍ରଭୁ ଜୀଶୁ ଖ୍ରୀଷ୍ଟ, ହେଉଛନ୍ତି... ଜୀଶୁ ଖ୍ରୀଷ୍ଟ ହେଉଛନ୍ତି ଭଗବାନଙ୍କର ପୁତ୍ର, ଭଗବାନଙ୍କର ସବୁଠାରୁ ଭଲ ପୁତ୍ର, ତେଣୁ ତାଙ୍କ ପ୍ରତି ଆମର ସମସ୍ତ ସମ୍ମାନ ଅଛି । ହଁ । ଯେ କେହି ଲୋକମାନଙ୍କୁ ଭଗବାନଙ୍କ ଚେତନା ବିଷୟରେ ଶିକ୍ଷା ଦିଏ, ସେ ଆମ ପାଇଁ ସମ୍ମାନୀୟ ଅଟେ । କେଉଁ ଦେଶ ଏହା କିଛି ଫରକ ପକାଏ ନାହିଁ, କେଉଁ ବାତାବରଣରେ, ସେ ପ୍ରଚାର କରୁଛି । ଏହା ଫରକ ପକାଏ ନାହିଁ ।
ମଧୁଦ୍ଵିଷ: ହଁ, ମହାଶୟ?
ଅତିଥି(୪): ଅସୀସୀର ସେଣ୍ଟ ଫ୍ରାସିସ ଆମର ସ୍ଥାପନ କରିଲେ (ଅସ୍ପଷ୍ଟ) ସିଦ୍ଧାନ୍ତ (ଅସ୍ପଷ୍ଟ), ଭଗବାନଙ୍କ ପାଇଁ ପଦାର୍ଥ ଉପଯୋଗ କରିବା, ଏବଂ ସେଣ୍ଟ ଫ୍ରାସିସ କହୁଥିଲେ "କୁକୁର ଭାଇ" ଏବଂ "ବିଲେଇ ଭଉଣୀ" ଏବଂ "ପାଣି ଭଉଣୀ" ଏବଂ "ପବନ ଭାଈ।" ଶ୍ରୀମାନ ଆପଣ କ'ଣ ଭାବୁଛନ୍ତି ସେଂଟ ଫ୍ରାନ୍ସିସଙ୍କ ଦୃଷ୍ଟିକୋଣ ଏବଂ ସିଦ୍ଧାନ୍ତ ବିଷୟରେ?
ମଧୁଦ୍ଵିଷ: (ପ୍ରଶ୍ନ ଦୋହରାଇ) ସେଂଟ ଫ୍ରାନ୍ସିସ, ଏହି ପଥର ସଂସ୍ଥାପନ ଯେଉଁଠାରେ ଆପଣଙ୍କୁ ଡକାଯାଇଛି ପ୍ରବଚନ କରିବା ଲାଗି, ଭଗବାନଙ୍କୁ ପାଇଥିଲେ ଭୌତିକ ଜଗତରେ । ଏବଂ ସେ "ଭାଈ" ଏବଂ "ଭଉଣୀ" ବୋଲି ସମ୍ଵୋଧିତ କରୁଥିଲେ ଭୌତିକ ଜିନିଷ ଗୁଡିକୁ । "ଗଛ ଭାଈ," ଏବଂ "ପାଣି ଭଉଣୀ," ଏହି ପରି । ଆପଣଙ୍କର ଅଭିପ୍ରାୟ କ'ଣ? ପ୍ରଭୁପାଦ: ତାହା ହେଉଛି ପ୍ରକୃତ ଭଗବଦ୍ ଚେତନା । ତାହା ହେଉଛି ପ୍ରକୃତ ଭଗବଦ୍ ଚେତନା, ହଁ, ତାହା ନୁହେଁ "ମୁଁ ଭଗବଦ୍ ଚେତନାରେ ଅଛି, ଏବଂ ମୁଁ ପଶୁହତ୍ୟା କରିବି ।" ତାହା ଭଗବଦ୍ ଚେତନା ନୁହେଁ ଗଛ, ବୁଦା, ନିମ୍ନ ଶ୍ରେଣୀର ପ୍ରାଣୀ, ତୁଛ ପିମ୍ପୁଡିଗୁଡିକ ମଧ୍ୟ... ଭାଈଭଳିଆ ଗ୍ରହଣ କରିବା ଉଚିତ୍ ସମଃ ସର୍ବେଷୁ ଭୁତେଷୁ । ଏହା ଭଗବଦ୍ ଗୀତାରେ କୁହାଯାଇଛି । ବ୍ରହ୍ମ ଭୁତଃ ପ୍ରଶନ୍ନାତ୍ମା ନା ଶୋଚତି ନ କାଂକଷତି ସମଃ ସର୍ବେଷୁ ଭୁତେଷୁ (BG 18.54) । ସମଃ । ସମଃ ମାନେ ପ୍ରତ୍ୟେକ ଜୀବଙ୍କୁ ସମାନ, ଜିବାତ୍ମାକୁ ଦେଖିବା, ସମସ୍ତ... ଏହା କିଛି ଫରକ ପଡେନି କି ସେ ମନୁଷ୍ୟ କିମ୍ଵା ବିଲେଇ କିମ୍ଵା କୁକୁର କିମ୍ଵା ବୃକ୍ଷ କିମ୍ଵା ପିମ୍ପୁଡି କିମ୍ଵା କୀଟପତଙ୍ଗ କିମ୍ଵା ବଡଲୋକ । ସେମାନେ ସବୁ ଭଗବାନଙ୍କର ଅଂଶ ବିଶେଷ । ସେମାନେ କେବଳ ଭିନ୍ନ ପ୍ରକାରର ପୋଷାକ ପିନ୍ଧିଛନ୍ତି । ଜଣକୁ ଗଛର ପୋଷାକ ମିଳିଛି; ଜଣକୁ ରାଜାର ପୋଷାକ ମିଳିଛି;ଜଣକୁ କିଟର ପୋଷାକ ମିଳିଛି । ତାହା ମଧ୍ୟ ଭଗବଦ୍ ଗୀତାରେ କୁହାଯାଇଛି । ପଣ୍ଡିତଃ ସମ ଦର୍ଷିନଃ (BG 5.18) "ଜଣେ ଯିଏ ପଣ୍ଡିତ, ବିଦ୍ଵାନ ତାର ଦୃଷ୍ଟି ହେଉଛି ସମାନ । " ତ ଯଦି ସେଂଟ ଫ୍ରାନ୍ସିସ ଯଦି ସେମିତି ଭାବୁଥିଲେ, ତ, ଏହା ଆଧ୍ୟାତ୍ମିକ ବୁଝାମଣାର ଉତ୍ତମ ସ୍ତର ।"