OR/Prabhupada 0007 - କୃଷ୍ଣଙ୍କ ସରଙ୍ଖ୍ୟନ ଆସିବ

The printable version is no longer supported and may have rendering errors. Please update your browser bookmarks and please use the default browser print function instead.


Lecture on SB 1.5.22 -- Vrndavana, August 3, 1974

ବ୍ରହ୍ମାନନ୍ଦ : ବ୍ରାହ୍ମଣ କୌଣସି ନିଯୁକ୍ତି ଗ୍ରହଣ କରିବ ନାହିଁ ।

ପ୍ରଭୁପାଦ : ନାଁ । ସେ ଅନାହାର ରେ ମରିଯିବ । ସେ କୌଣସି ନିଯୁକ୍ତି ଗ୍ରହଣ କରିବ ନାହିଁ । ତାହା ହେଉଛି ବ୍ରାହ୍ମଣ । କ୍ଷତ୍ରିୟ ମଧ୍ୟ ତାହା ଏବଂ ବୈଶ୍ୟ ମଧ୍ୟ । କେବଳ ଶୂଦ୍ର । ଜଣେ ବୈଶ୍ୟ କିଛି ବ୍ୟବସାୟ ଖୋଜିବ । ସେ କିଛି ବ୍ୟବସାୟ ଖୋଜିବ । ତେଣୁ ଗୋଟେ ବାସ୍ତବିକ ଘଟଣା ଅଛି । ଜଣେ ଶ୍ରୀମାନ ନନ୍ଦୀ, ବହୁତ ବହୁତ ଆଗରୁ, କଲିକତା ରେ, ସିଏ ଜଣେସାଙ୍ଗ ପାଖକୁ ଗଲେ, “ତୁମେ ଯଦି ମତେ କିଛି ଧନ ଦେଇ ପାରନ୍ତ, ମୁଁ କିଛି ବ୍ୟବସାୟ ଆରମ୍ଭ କରି ପାରନ୍ତି । ତେଣୁ ସେ କହିଲା “ ତୁମେ ବୈଶ୍ୟ ? ବ୍ୟବସାୟୀ?” “ହଁ” । “ଆଛା, ତୁମେ ମୋ ପାଖରୁ ଟଙ୍କା ମାଗୁଛ ?” ଟଙ୍କା ରାସ୍ତା ଉପରେ ଅଛି। ତୁମେ ଖୋଜି ପାରିବ । ତେଣୁ ସେ କହିଲା, “ମତେ ମିଳୁ ନାହିଁ” । "ତୁମକୁ ମିଳୁ ନାହିଁ? ସେଟା କଣ? " “ସେଟା, ସେଟା ଗୋଟିଏ ମଲା ମୂଷା” । “ସେଇଟା ତୁମ ଧନ” । ଖାଲି ଦେଖ ।

ତେଣୁ ସେହି ସମୟ ରେ କଲିକତା ରେ ମହାମାରୀ ପ୍ଲେଗ୍ ଚାଲିଥିଲା । ତେଣୁ ନଗରପାଳ ଘୋଷୋଣା ଥିଲା ଯଦି କିଏ ମଲା ମୂଷା ନଗରପାଳ କେନ୍ଦ୍ରକୁ ନେଇ ଯାଏ, ତାକୁ ଦୁଇ ଆନ୍ନା ମିଳିବ । ତେଣୁ ସିଏ ସେଇ ମଲା ମୂଷା ର ଶରୀର କୁ ନଗରପାଳ କେନ୍ଦ୍ର ନେଇଗଲା । ତାକୁ ଦୁଇ ଆନ୍ନା ମିଳିଲା । ତେଣୁ ଦୁଇ ଆନ୍ନା ରେ ସେ କିଛି ପଚା ପାନ ଗୁଆ କିଣିଲା, ଏବଂ ତାକୁ ସଫା କଳା ଏବଂ ତାକୁ ୪ କିମ୍ବା ୫ ଆନ୍ନା ରେ ବିକ୍ରି କଳା । ଏହି ପରି, ଆଉଥରେ, ଆଉଥରେ, ଆଉଥରେ, ସେଇ ବ୍ୟକ୍ତି ଧନୀ ବ୍ୟକ୍ତି ହୋଇଗଲା । ତାଙ୍କ ପରିବାର ରୁ ଜଣେ ଆମର ଭଗବାନଭ୍ରାତା ଥିଲେ । ନନ୍ଦୀ ପରିବାର । । ସେଇ ନନ୍ଦୀ ପରିବାର ଏବେ ବି, ତାଙ୍କ ପାଖରେ ଚାରି ସହ, ପାଞ୍ଚ ସହ ବ୍ୟକ୍ତିଙ୍କ ପାଇଁ ପ୍ରତିଦିନ ଖାଇବାକୁ ଅଛି । ଏକ ବଡ ପ୍ରସିଦ୍ଧ ପରିବାର । ଏବଂ ତାଙ୍କ ପରିବାର ର ନିୟମ ଯେ ଯଥା ଶୀଘ୍ର ଗୋଟିଏ ପୁଅ କିମ୍ବା ଝିଅ ଜନ୍ମ ହୁଏ, ପାଞ୍ଚ ହଜାର ଟଙ୍କା ବ୍ୟାଙ୍କ ରେ ଜମା ହୁଏ, ଏବଂ ତାର ବିବାହ ବେଳେ, ସେଇ ପାଞ୍ଚ ହଜାର ଟଙ୍କା ସୁଧ ସହିତ , ସିଏ ନେଇ ପାରିବ । ନହେଲେ ସମ୍ପତ୍ତି ରେ ଆଉ ଅଧିକ ଭାଗ ନାହିଁ । ଏବଂ ସମସ୍ତେ ଯେଉଁମାନେ ସେ ପରିବାର ରେ ରହୁଛନ୍ତି, ତାକୁ ଖାଇବାକୁ ଏବଂ ଆଶ୍ରୟ ମିଳେ । ଏହା ତାଙ୍କର...କିନ୍ତୁ ମୂଳରୂପ, ମୁଁ କହିବାକୁ ଚାହୁଁଛି, ପରିବାର ର ପ୍ରତିଷ୍ଠାତା, ନନ୍ଦୀ, ସେ ତାର ବ୍ୟବସାୟ ଏକ ମଲା ମୂଷା ରୁ ଆରମ୍ଭ କଲା ।

ତାହା ପ୍ରକୃତ ରେ ସତ୍ୟ, ପ୍ରକୃତ ସତ୍ୟ, ଯଦି ଜଣେ ସ୍ଵାଧୀନ ରହିବାକୁ ଚାହୁଁଛି କଲିକତା ରେ ମୁଁ ଦେଖିଛି । ଗରିବ ଶ୍ରେଣୀର ବୈଶ୍ୟ ମନେ ମଧ୍ୟ , ଏବଂ ସକାଳେ ସେମାନେ କିଛି ଡାଲି ନେବେ, ଗୋଟେ ଡାଲି ବସ୍ତା ଏବଂ ଘର କୁ ଘର ଯିବେ । ଡାଲି ସବୁଆଡେ ଦରକାର । ତେଣୁ ସକାଳେ ସେ ଡାଲି ବ୍ୟବସାୟ କରେ । ଏବଂ ସଞ୍ଜ ବେଳେ ସେ ଗୋଟିଏ ଡବା ରେ କେରୋସିନ୍ ତେଲ ନିଏ । ତେଣୁ ସନ୍ଧ୍ୟା ବେଳେ ସମସ୍ତଙ୍କୁ ଦରକାର ହେବ । ଏବେ ବି, ତୁମେ ଭାରତ ରେ ପାଇବ, ସେମାନେ... କେହି ବି ନିଯୁକ୍ତି ଖୋଜୁ ନାହାନ୍ତି । କିଛି ଅଳ୍ପ । ଯାହା କିଛି ତା ପାଖରେ ଅଛି, ବାଦାମ ବା ଚିନାବାଦାମ ବିକୁଥିବ । ସିଏ କିଛି କରୁଥିବ । ଯାହା ବି ହେଉ, କୃଷ୍ଣ ସମସ୍ତଙ୍କୁ ଭରଣପୋଷଣ ପ୍ରଦାନ କରୁଛନ୍ତି । ଏହା ଭାବିବା ଏକ ଭୁଲ ଯେ “ ମଣିଷ ମତେ ଭରଣପୋଷଣ ପ୍ରଦାନ କରୁଛି” ନାଁ । ଶାସ୍ତ୍ର କହୁଛି ଏକୋ ୟୋ ବାହୁନାମ ବିଦଧାତି କାମାନ । ଏହା କୃଷ୍ଣଙ୍କ ପ୍ରତି ଦୃଢ ବିଶ୍ବାସ, ଯେ “କୃଷ୍ଣ ମତେ ଜୀବନ ଦେଇଛନ୍ତି, କୃଷ୍ଣ ମତେ ଏଇଠି ପଠେଇଛନ୍ତି । ତେଣୁ, ସେ ମୋର ଭରଣପୋଷଣ ପ୍ରଦାନ କରିବେ । ତେଣୁ ମୋର ସାମର୍ଥ୍ୟ ଅନୁସାରେ, ମତେ କିଛି କରିବାକୁ ଦିଅ, ଏବଂ ସେଇ କାର୍ଯ୍ୟ ଦ୍ଵାରା, କୃଷ୍ଣଙ୍କ ଭରଣପୋଷଣ ଆସିବ”