OR/Prabhupada 0064 - ସିଦ୍ଧି ଅର୍ଥାତ୍ ଜୀବନର ପୂର୍ଣ୍ଣତା

The printable version is no longer supported and may have rendering errors. Please update your browser bookmarks and please use the default browser print function instead.


Lecture on SB 6.1.15 -- Denver, June 28, 1975

କେଚିତ ଅର୍ଥାତ୍ "କେହିଜଣେ ।" "ବହୁତ ଦୁର୍ଲଭ ।" "କେହିଜଣେ" ଅର୍ଥାତ୍ "ବହୁତ ଦୁର୍ଲଭ ।" ବାସୁଦେବ-ପରାୟନାଃ ହେବା ଏତେ ସହଜ ନୁହେଁ । ଗତକାଲି ମୁଁ ବର୍ଣ୍ଣନା କରୁଥିଲି ଯେ ଭଗବାନ, କୃଷ୍ଣ, କୁହନ୍ତି ଯେ ଯତତାମପି ସିଦ୍ଧାନାଂ କଶ୍ଚିନ୍ଣାଂ ବେତ୍ତି ତତ୍ତ୍ଵତଃ, ମନୁଷ୍ୟାଣାଂ ସହସ୍ରେଷୁ କଶ୍ଚିଦ୍ ଯତତି ସିଦ୍ଧୟେ (BG 7.3) । ସିଦ୍ଧି ଅର୍ଥାତ୍ ଜୀବନର ପୂର୍ଣ୍ଣତା । ସାଧାରଣତଃ ସେମାନେ ଏହାକୁ ଯୋଗ ଅଭ୍ୟାସର ଅଷ୍ଟ-ସିଦ୍ଧି ଭାବନ୍ତି - ଅନିମା, ଲଘିମା, ମହିମା, ପ୍ରାପ୍ତି, ସିଦ୍ଧି, ଈଶୀତ୍ଵ, ବଶୀତ୍ଵ, ପ୍ରକାମୟ । ତେଣୁ ଏଗୁଡିକୁ ସିଦ୍ଧି କୁହାଯାଏ, ଯୋଗ ସିଦ୍ଧି । ଯୋଗ ସିଦ୍ଧି ଅର୍ଥାତ୍ ତୁମେ କ୍ଷୁଦ୍ରରୁୁ କ୍ଷୁଦ୍ରତମ ହେଇପାରିବ । ଆମର ବାସ୍ତବରେ ପରୀସିମା ଅତି, ଅତି ଛୋଟ । ତେଣୁ ଯୋଗ ସଦ୍ଧି ଦ୍ଵାରା, ଯଦିଓ ଆମେ ଏହି ଭୌତିକ ଶରୀର ଧାରଣ କରିଛୁ, ଜଣେ ଯୋଗୀ କ୍ଷୁଦ୍ରତମ ଆକାର ଧାରଣ କରିପାରିବ । ଏବଂ କୌଣସି ପ୍ରକାରରେ ତାଙ୍କୁ ବନ୍ଧିତ କର, ସେ ବାହାରକୁ ଆସିଯିବେ । ତାହାକୁ ଅନିମା ସିଦ୍ଧି କୁହାଯାଏ । ସେହିପରି ମହିମା ସିଦ୍ଧି, ଲଘିମା ସିଦ୍ଧି ମଧ୍ୟ ଅଛି । ସେ ତୁଳା ପଟି ଠାରୁ ମଧ୍ୟ ହାଲୁକା ହେଇପାରିବ । ଯୋଗୀ ମାନେ, ସେମାନେ ବହୁତ ହାଲୁକା ହେଇପାରିବେ, ଏବେ ମଧ୍ୟ ଭାରତରେ ଯୋଗୀ ମାନେ ଅଛନ୍ତି । ଅବଶ୍ୟ ହିଁ, ଆମ ପିଲାଦିନେ ଆମେ ଜଣେ ଯୋଗୀଙ୍କୁ ଦେଖିଥିଲୁ, ସେ ମୋ ବାପାଙ୍କୁ ଦେଖା କରିବାକୁ ଆସନ୍ତି । ସେ କହୁଥିଲେ ଯେ ସେ ଅଳ୍ପ ମୁହୂର୍ତ୍ତରେ ଯେକୌଣସି ସ୍ଥାନକୁ ଯାଇପାରନ୍ତି । ଏବଂ ବେଳେବେଳେ ସେ ପ୍ରାତଃ କାଳରେ ଜଗନ୍ନାଥ ପୁରୀ, ରାମେଶ୍ଵର, ହରିଦ୍ଵାରକୁ ଯାଉଥିଲେ, ଏବଂ ସ୍ନାନ କରୁଥିଲେ ଗଙ୍ଗା ଏବଂ ଅନ୍ୟ ବିଭିନ୍ନ ନଦୀ ମାନଙ୍କରେ । ତାହାକୁ ଲଘିମା ସିଦ୍ଧି କୁହାଯାଏ । ସେ କହୁଥିଲେ ଯେ "ଆମେ ଆମ ଗୁରୁଙ୍କ ସହିତ ବସିଛୁ ଏବଂ ଖାଲି ଛୁଉଁଛୁ । ଆମେ ଏଠାରେ ବସିଛୁ, ଏବଂ କିଛି କ୍ଷଣ ପରେ ଆମେ ଏକ ଭିନ୍ନ ସ୍ଥାନରେ ବସିଥିବୁ ।" ଏହାକୁ ଲଘିମା ସିଦ୍ଧି କୁହାଯାଏ ।

ତେଣୁ ଅନେକ ଯୋଗ ସିଦ୍ଧି ଅଛି । ଲୋକମାନେ ଏହି ଯୋଗ ସିଦ୍ଧି ଦେଖି ବହୁତ ଦ୍ଵନ୍ଦରେ ପଡ଼ିଯାଆନ୍ତି । କିନ୍ତୁ କୃଷ୍ଣ କୁହନ୍ତି, ଯତତାମପି ସିଦ୍ଧାନାଂ: (BG 7.3) "ଏହିପରି ଅନେକ ସିଦ୍ଧମାନଙ୍କ ମଧ୍ୟରୁ, ଯିଏ ଯୋଗ-ସିଦ୍ଧି ପ୍ରାପ୍ତ କରିଛନ୍ତି," ଯତତାମପି ସିଦ୍ଧାନାଂ କଶ୍ଚିନ୍ଣାଂ ବେତ୍ତି ତତ୍ତ୍ଵତଃ (BG 7.3), "କେହିଜଣେ ମୋତେ ବୁଝିପାରେ ।" ତେଣୁ ଜଣେ କିଛି ଯୋଗ ସିଦ୍ଧି ପ୍ରାପ୍ତ କରିପାରେ; ତଥାପି କୃଷ୍ଣଙ୍କୁ ବୁଝିବା ସମ୍ଭବ ନୁହେଁ । ତାହା ସମ୍ଭବ ନୁହେଁ । କୃଷ୍ଣଙ୍କୁ କେବଳ ସେହି ବ୍ୟକ୍ତି ବୁଝିପାରିବ ଯିଏ ତାର ସର୍ବସ୍ଵ କୃଷ୍ଣଙ୍କୁ ସମର୍ପିତ କରିଦେଇଛି । ସେଥିପାଇଁ କୃଷ୍ଣ ତାହା ଚାହାନ୍ତି, ଦାବି କରନ୍ତି ଯେ, ସର୍ବଦର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ (BG 18.66) । କୃଷ୍ଣଙ୍କୁ କେବଳ ତାଙ୍କ ସୁଧ ଭକ୍ତ ଦ୍ଵାରା ବୁଝାଯାଇପାରିବ, ଅନ୍ୟ କାହାଠାରୁ ନୁହେଁ ।