OR/Prabhupada 0139 - ଏହା ହେଉଛି ଆଧ୍ୟାତ୍ମିକ ସମ୍ପର୍କ



Lecture on SB 3.25.38 -- Bombay, December 7, 1974

ତୁମେ ଯଦି କୃଷ୍ଣଙ୍କୁ ଭଲ ପାଅ, ତେବେ ଭୌତିକ ଜିନିଷ ପରି କୌଣସି ବିନାଶ ହେବ ନାହିଁ । ତୁମେ ତାଙ୍କୁ ମାଲିକ ରୂପରେ ଭଲ ପାଇ ପାର.... ଏଠାରେ(ଭୌତିକ ଜଗତରେ) ମାଲିକ, ଯେ ପର୍ଯ୍ୟନ୍ତ ତୁମେ ସେବା କରୁଛ, ମାଲିକ ପ୍ରସନ୍ନ ହୁଅନ୍ତି । ଏବଂ ସେବକ ପ୍ରସନ୍ନ ହୁଏ ଯେ ପର୍ଯ୍ୟନ୍ତ ତୁମେ ବେତନ ଦେଉଛ । କିନ୍ତୁ ଆଧ୍ୟାତ୍ମିକ ଦୁନିଆରେ ଏପରି କୌଣସି ଜିନିଷ ନାହିଁ । ଯଦି ମୁଁ ନିର୍ଦ୍ଧିଷ୍ଟ ସର୍ତ୍ତ ଅନୁସାରେ ସେବା ନ କରି ପାରେ, ତେବେ ମାଲିକ ପ୍ରସନ୍ନ ହୁଅନ୍ତି । ଏବଂ ସେବକ ମଧ୍ୟ - ମାଲିକ ବେତନ ଦିଅନ୍ତି ନାହିଁ - ସେ ମଧ୍ୟ ପ୍ରସନ୍ନ । ତାହାକୁ ଏକତା କୁହାଯାଏ, ସଂପୂର୍ଣ୍ଣ । ତାହା... ଏଠାରେ ଏହି ଉଦାହରଣ ଅଛି । ଏହି ଅନୁଷ୍ଠାନରେ ଏତେ ସାରା ଛାତ୍ର ଅଛନ୍ତି । ଆମେ କିଛି ବେତନ ଦେଉ ନାହୁଁ, କିନ୍ତୁ ସେମାନେ ମୋ ପାଇଁ ସବୁକିଛି କରନ୍ତି । ଏହା ହେଉଛି ଆଧ୍ୟାତ୍ମିକ ସମ୍ପର୍କ । ସେହି ପଣ୍ଡିତ ଜବାହାରଲାଲ ନେହେରୁ, ସେ ଯେତେବେଳେ ଲଣ୍ଡନରେ ଥିଲେ, ତାଙ୍କର ପିତା, ମୋତିଲାଲ ନେହେରୁ, ସେବକ ରଖିବା ପାଇଁ ତାଙ୍କୁ ତିନିଶହ ଟଙ୍କା ଦେଇଥିଲେ । ତାପରେ ଥରେ ସେ ଲଣ୍ଡନ ଯାଇଥିଲେ, ତେବେ ସେ ଦେଖିଲେ ଯେ ସେବକ ସେଠାରେ ନାହିଁ । ପଣ୍ଡିତ ପଚାରିଲେ, "ତୁମର ସେବକ କାହିଁ?" ସେ କହିଲେ, "ସେବକର ଅବଶ୍ୟକତା କ'ଣ? ମୋତେ ନାହିଁ, କିଛି ନାହିଁ କରିବାକୁ । ମୁଁ ବ୍ୟକ୍ତିଗତ ଭାବରେ ଏହା କରୁଛି । "ନା,ନା । ମୁଁ ଚାହୁଁଥିଲି ଯେ ଏକ ଇଂରେଜ ତୁମର ସେବକ ହେବା ଉଚିତ୍ ।" ତେଣୁ ସେ ଏଥିପାଇଁ ବେତନ ଦେଉଥିଲେ । ଏହା ଏକ ଉଦାହରଣ । ମୋ ପାଖରେ ଶହେ ଏବଂ ହଜାରେ ସେବକ ଅଛନ୍ତି ଯେଉଁମାନଙ୍କୁ ମୁଁ କୌଣସି ବେତନ ଦିଏ ନାହିଁ । ଏହା ହେଉଛି ଆଧ୍ୟାତ୍ମିକ ସମ୍ପର୍କ । ଏହା ହେଉଛି ଆଧ୍ୟାତ୍ମିକ ସମ୍ପର୍କ । ସେମାନେ ବେତନ ପାଇବା ପାଇଁ ସେବା କରୁ ନାହାଁନ୍ତି । ମୋ ପାଖରେ କ'ଣ ଅଛି? ମୁଁ ଏକ ଗରୀବ ଭାରତୀୟ । ମୁଁ କ'ଣ ବେତନ ଦେବି? କିନ୍ତୁ ସେବକ ଆଧ୍ୟାତ୍ମିକ ପ୍ରେମ, ପ୍ରେମ ଯୋଗୁଁ । ଏବଂ ମୁଁ ମଧ୍ୟ ସେମାନଙ୍କୁ କୌଣସି ବେତନ ବିନା ଶିକ୍ଷା ଦେଉଛି । ଏହା ହେଉଛି ଆଧ୍ୟାତ୍ମିକ । ପୂର୍ଣ୍ଣସ୍ୟ ପୂର୍ଣ୍ଣମ୍ ଆଦାୟ (Īśo Invocation) । ସବୁକିଛି ପୂର୍ଣ୍ଣ । ତେଣୁ ତୁମେ ଯଦି କୃଷ୍ଣଙ୍କୁ ତୁମର ପୁତ୍ର ରୂପରେ, ତୁମର ସାଙ୍ଗ ରୂପରେ, ତୁମର ପ୍ରେମିକ ରୂପରେ, ସ୍ଵୀକାର କରିବ ତୁମକୁ କେବେ କେହି ଠକି ପାରିବେ ନାହିଁ । ତେଣୁ କୃଷ୍ଣଙ୍କୁ ସ୍ଵୀକାର କରିବାକୁ ଚେଷ୍ଟା କର । କିମ୍ଵା ଏହି ମିଥ୍ୟା ଅବାସ୍ତବିକ ସେବକ କିମ୍ଵା ପୁତ୍ର କିମ୍ଵା ପିତା କିମ୍ଵା ପ୍ରେମିକକୁ ତ୍ୟାଗ କର । ତୁମେ ଠକାମିର ଶୀକାର ହେବ ।