OR/Prabhupada 0176 - ଯଦି ତୁମେ କୃଷ୍ଣଙ୍କୁ ପ୍ରେମ କର କୃଷ୍ଣ ତୁମ ସହିତ ନିରନ୍ତର ଭାବରେ ରହିବେ



Lecture on SB 1.8.45 -- Los Angeles, May 7, 1973

ତେବେ ଆମେ ଏହି ରହସ୍ୟବାଦୀ ଶକ୍ତି ପାଇଛୁ, କିନ୍ତୁ ଆମେ ଜାଣି ନାହୁଁ । ଉଦାହରଣ ସେପରି ଦିଆଯାଏ । ହରୀଣ ଯାହାର ନାଭିରେ କସ୍ତୁରି ଅଛି ଏବଂ ଯାହାର ବାସ୍ନା ଭାରି ଭଲ, ତେବେ ସେ ଡ଼ିଆଁ ମାରେ ଏପଟେ ସେପଟେ, ଏପଟେ ସେପଟେ, ଏପଟେ ସେପଟେ । ବାସ୍ନା କେଉଁଠାରୁ ଆସୁଛି? ସେ ଜାଣି ନାହିଁ ଯେ ବାସ୍ନା ତାର ନାଭିରେ ଅଛି । ତୁମେ ଦେଖୁଛ । ବାସ୍ନା ତା ସହିତ ଅଛି, କିନ୍ତୁ ସେ ଖୋଜୁଛି, "ଏହା କେଉଁଠାରୁ ଆସୁଛି? "ଏହା କେଉଁଠାରୁ ଆସୁଛି? ସେହିପାରି ଆମ ଭିତରେ ଏତେ ସାରା ନିଷ୍କ୍ରିୟ ରହସ୍ୟବାଦୀ ଶକ୍ତି ଅଛି । ଆମେ ଜାଣି ନାହୁଁ । କିନ୍ତୁ ତୁମେ ଯଦି ରହସ୍ୟବାଦୀ ଯୋଗ ପ୍ରଣାଳୀ ଅଭ୍ୟାସ କରିବ, ସେମାନଙ୍କ ମଧ୍ୟରୁ କିଛି ଶକ୍ତିକୁ ତୁମେ ଭଲ ଭାବରେ ବିକସିତ କରିପାରିବ । ଯେପରି ପକ୍ଷୀମାନେ ଉଡ଼ୁଛନ୍ତି, କିନ୍ତୁ ଆମେମାନେ ଉଡ଼ିପାରିବା ନାହିଁ । ବେଳେ ବେଳେ ଆମେ ଇଛା କରୁ, "ମୋ ପାଖରେ କପୋତର ଡେଣା ଥିଲେ..."କବିତା ଅଛି: "ମୁଁ ତୂରନ୍ତ ଚାଲିଯାଆନ୍ତି ।" କିନ୍ତୁ ସେହି ରହସ୍ୟବାଦୀ ଶକ୍ତି ତୁମ ଭିତରେ ମଧ୍ୟ ଅଛି । ଯଦି ତୁମେ ଯୋଗ ଅଭ୍ୟାସ ଦ୍ଵାରା ବିକସିତ କରିବ, ତେବେ ତୁମେ ପବନରେ ମଧ୍ୟ ଉଡିପାରିବ । ତାହା ସମ୍ଭବ । ଏକ ଗ୍ରହ ଅଛି ଯାହାକୁ ସିଦ୍ଧଲୋକ କୁହାଯାଏ । ସିଦ୍ଧଲୋକରେ, ନିବାସୀ, ସେମାନଙ୍କୁ କୁହାଯାଏ...ସିଦ୍ଧଲୋକ ଅର୍ଥାତ୍ ସେମାନଙ୍କ ପାଖରେ ଅନେକ ରହସ୍ୟବାଦୀ ଶକ୍ତି ଅଛି । ଆମେ ଚନ୍ଦ୍ର ଗ୍ରହକୁ ଏତେ ସାରା ଯନ୍ତ୍ର ଦ୍ଵାରା ଯିବାକୁ ଚେଷ୍ଟା କରୁଛୁ । ସେମାନେ ଉଡିପାରିବେ । ଯଥା ଶୀଘ୍ର ସେମାନେ ଇଛା କରିବେ, ସେମାନେ ଯାଇ ପାରିବେ ।

ତେଣୁ ସମସ୍ତଙ୍କ ଭିତରେ ଏହି ରହସ୍ୟବାଦୀ ଶକ୍ତି ଅଛି । ଏହାକୁ ବିକସିତ କରିବାକୁ ହେବ । ପରାସ୍ୟ ଶକ୍ତିର ବିବିଧେବ ଶ୍ରୁୟତେ (CC Madhya 13.65 । ଆମେ ଏତେ ସାରା ନିଷ୍କ୍ରିୟ ଶକ୍ତି ପାଇଛୁ । ଏହାକୁ ଅନୁଶୀଲନ କରିବା ଉଚିତ୍ । ଯେପରି କୃଷ୍ଣ କହିଥିଲେ, ଚାରି କିମ୍ଵା ପାଞ୍ଚ ବର୍ଷ ପୂର୍ବେ, ତୁମେ ଜାଣି ନାହଁ କୃଷ୍ଣ କ'ଣ । ଅନୁଶୀଳନ ଦ୍ଵାରା ତୁମେ କୃଷ୍ଣଙ୍କୁ ଜାଣି ପାରିବ, ଭଗବାନ କ'ଣ, ତାଙ୍କ ସହିତ ଆମର ସମ୍ପର୍କ କ'ଣ । ତେଣୁ ମନୁଷ୍ୟ ଜନ୍ମ ଏହି ଅନୁଶୀଳନ ପାଇଁ ହୋଇଛି, ନାକି ଖାଦ୍ୟ କେଉଁଠାରେ ଅଛି ଖୋଜିବା ପାଇଁ, ଆଶ୍ରୟ କେଉଁଠାରେ ଅଛି, ମୈଥୁନ କେଉଁଠାରେ ଅଛି । ଏହିସବୁ ପୂର୍ବରୁ ଅଛି । ତସୈବ ହେତୋହ ପ୍ରୟତେତ କୋବିଦୋ ନ ଲଭୟତେ...(SB 1.5.18) । ଏସବୁ ଆମର ଅନୁସନ୍ଧାନର ବିଷୟବସ୍ତୁ ନୁହେଁ । ଏହା ପୂର୍ବରୁ ଅଛି । ଏହା ପକ୍ଷୀ ଏବଂ ପଶୁମାନଙ୍କ ପାଇଁ ମଧ୍ୟ ଯଥେଷ୍ଟ ଅଟେ । ତେବେ ମନୁଷ୍ୟ ବିଷୟରେ କ'ଣ କହିବା? କିନ୍ତୁ ସେମାନେ ଏତେ ଦୁର୍ଜନ ହୋଇଯାଇଛନ୍ତି । ସେମାନେ କେବଳ କେଉଁଠାରେ ଖାଦ୍ୟ ଅଛି, କେଉଁଠାରେ ଆଶ୍ରୟ ଅଛି, କେଉଁଠାରେ ମୈଥୁନ ଅଛି, କେଉଁଠାରେ ଆତ୍ମ ରକ୍ଷା ଅଛି ସେହି ଭାବନାରେ ଲୀନ । ଏହା ହେଉଛି ପଥଚ୍ୟୁତ ସଭ୍ୟତା, ପଥଚ୍ୟୁତ । ଏହି କଥାଗୁଡ଼ିକର କୌଣସି ପ୍ରଶ୍ନ ନାହିଁ...କୌଣସି ଅସୁବିଧା ନାହିଁ । ସେମାନେ ଦେଖୁ ନାହାଁନ୍ତି ଯେ ପଶୁର କୌଣସି ଅସୁବିଧା ନାହିଁ, ପକ୍ଷୀର କୌଣସି ଅସୁବିଧା ନାହିଁ । ମାନବ ସମାଜରେ ଏପରି ଅସୁବିଧା କାହିଁକି ହେବ? ତାହା କଦାପି ସମସ୍ୟା ନୁହେଁ । ପ୍ରକୃତ ସମସ୍ୟା ହେଉଛି କିପରି ଏହି ଜନ୍ମ, ମୃତ୍ୟୁ, ବୃଦ୍ଧାବସ୍ଥା ଏବଂ ବ୍ୟାଧିର ପୁନରାବୃତ୍ତିକୁ ରୋକିପାରିବା । ତାହା ହେଉଛି ପ୍ରକୃତ ସମସ୍ୟା । ସେହି ସମସ୍ୟା କୃଷ୍ଣ ଚେତନା ଆନ୍ଦୋଳନ ଦ୍ଵାରା ସମାଧାନ କରାଯାଉଛି । ଯଦି ତୁମେ କେବଳ କୃଷ୍ଣ କ'ଣ ବୁଝିପାରିବ, ତ୍ୟକ୍ତ୍ଵା ଦେହଂ ପୁନର୍ଜନ୍ମ ନୈତି (BG 4.9), ତେବେ ଆଉ କୌଣସି ଭୌତିକ ଜନ୍ମ ନେବାକୁ ପଡିବ ନାହିଁ । ତେଣୁ କୃଷ୍ଣ ଚେତନା ଆନ୍ଦୋଳନ ଏତେ ଭଲ, ଯଦି ତୁମେ କୃଷ୍ଣଙ୍କ ସହିତ ବନ୍ଧୁତା କରିବ, ତେବେ ତୁମେ କୃଷ୍ଣଙ୍କ ସହିତ କଥା ହୋଇପାରିବ । ଯେପରି ଯୁଦ୍ଧିଷ୍ଠିର ମାହାରାଜା ଅନୁରୋଧ କରିଥିଲେ: "କୃଷ୍ଣ, ଦୟାକରି ଆଉ କିଛି ଅଧିକ ଦିନ ରୁହନ୍ତୁ ।" ତେବେ କୃଷ୍ଣ, କିଛି ଅଧିକ ଦିନ ନୁହେଁ, ଯଦି ତୁମେ କୃଷ୍ଣଙ୍କୁ ପ୍ରେମ କର କୃଷ୍ଣ ତୁମ ସହିତ ନିରନ୍ତର ଭାବରେ ରହିବେ ।

ବହୁତ ବହୁତ ଧନ୍ୟବାଦ ।