OR/Prabhupada 0290 - ଯେତେବେଳେ ତୁମର କାମ ବାସନା ପୂର୍ଣ୍ଣ ହୁଏ ନାହିଁ, ତୁମେ କ୍ରୋଧିତ ହୁଅ

Revision as of 22:40, 1 October 2020 by Elad (talk | contribs) (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
(diff) ← Older revision | Latest revision (diff) | Newer revision → (diff)


Lecture -- Seattle, September 30, 1968

ଉପେନ୍ଦ୍ର: ପ୍ରଭୁପାଦ, କ୍ରୋଧର ପ୍ରକୃତି କ'ଣ? କ୍ରୋଧକୁ କିପରି...

ପ୍ରଭୁପାଦ: କ୍ରୋଧ ମାନେ କାମାତୁର । ଯେତେବେଳେ ତୁମେ କାମୁକ ଏବଂ ତୁମର କାମ ବାସନା ପୂର୍ଣ୍ଣ ହୁଏ ନାହିଁ, ତୁମେ କ୍ରୋଧିତ ହୁଅ । ବାସ । ଏହା କାମୁକତାର ଅନ୍ୟ ଏକ ଲକ୍ଷଣ । କାମ ଏଶ କ୍ରୋଧ ଏଶ ରଜୋ ଗୁଣ ସମୁଧ୍ଵବଃ । ତୁମେ ଯେତେବେଳେ ରଜୋଗୁଣର ପ୍ରଭାବରେ ପ୍ରଭାବିତ ହୁଅ, ତୁମେ କାମୁକ ହୋଇଯାଅ । ଏବଂ ଯେତେବେଳେ ତୁମର କାମ ବାସନା ପୂର୍ଣ୍ଣ ହୁଏ ନାହିଁ, ତୁମେ କ୍ରୋଧିତ ହୁଅ, ପରବର୍ତ୍ତୀ ସ୍ତର । ଏବଂ ପରବର୍ତ୍ତୀ ସ୍ତର ହେଉଛି ବିଚଳିତ ହେବା । ଏବଂ ପରବର୍ତ୍ତୀ ସ୍ତର ହେଉଛି ପ୍ରଣଶ୍ୟତି, ତା ପରେ ତୁମେ ହଜି ଯାଅ । ସେଥିପାଇଁ ଜଣକୁ ଏହି କାମୁକତା ଏବଂ କ୍ରୋଧକୁ ନିୟନ୍ତ୍ରଣ କରିବା ଉଚିତ୍ । ଏହି ନିୟନ୍ତ୍ରଣ କରିବା ମାନେ ନିଜକୁ ସତ୍ଵ ଗୁଣକୁ ସ୍ଥାନାନ୍ତରିତ କରିବା, ରଜୋ ଗୁଣରେ ନୁହେଁ । ଭୌତିକ ପ୍ରକୃତିର ତିନୋଟି ଗୁଣ: ତମୋ ଗୁଣ, ରଜୋ ଗୁଣ ଏବଂ ସତ୍ଵ ଗୁଣ । ସେଥିପାଇଁ ଯଦି ଜଣେ ଭଗବାନଙ୍କ ସମ୍ଵନ୍ଧରେ ଜାଣିବାକୁ ଇଛୁକ, ତେବେ ସେ ନିଜକୁ ସତ୍ଵ ଗୁଣରେ ରଖିବାକୁ ହେବ । ଅନ୍ୟଥା ସେ ଜାଣିପାରିବ ନାହିଁ । ସେଥିପାଇଁ ଆମେ ଆମ ଛାତ୍ର ମାନଙ୍କୁ ଶିକ୍ଷା ଦେଉ ଯେ "ତୁମେ ଏହା କର ନାହିଁ, ତୁମେ ଏହା କର ନାହିଁ, ତୁମେ ଏହା କର ନାହିଁ, ତୁମେ ଏହା କର ନାହିଁ," କାରଣ ସେ ନିଜକୁ ସତ୍ଵ ଗୁଣରେ ରଖିବା ଉଚିତ୍ । ଅନ୍ୟଥା ସେ ବୁଝିପାରିବ ନାହିଁ । ରଜୋ ଗୁଣ ଏବଂ ତମୋ ଗୁଣ ସ୍ତରରେ ରହି କୃଷ୍ଣ ଚେତନାକୁ ବୁଝି ହେବ ନାହିଁ । ସମଗ୍ର ବିଶ୍ଵ ରଜୋ ଗୁଣ ଏବଂ ତମୋ ଗୁଣର ପ୍ରଭାବରେ ଅଛି । କିନ୍ତୁ ଏହି ଉପାୟ ଏତେ ସରଳ ଯେ ତୁମେ କେବଳ ପ୍ରତିବନ୍ଧର ଚାରୋଟି ନିୟମ ପାଳନ କର ଏବଂ ହରେ କୃଷ୍ଣ ମନ୍ତ୍ର ଜପ କର, ତୁମେ ଭୌତିକ ପ୍ରକୃତିର ସମସ୍ତ ପ୍ରଭାବରୁ ମୁକ୍ତ ହୋଇଯିବ । ତେଣୁ ଏହି କ୍ରୋଧ ରଜୋ ଗୁଣର ସ୍ତରରେ ଅବସ୍ଥିତ ।