OR/Prabhupada 0323 - ହସଂମାନଙ୍କର ଏକ ସମାଜ ନିର୍ମାଣ କରିବା, କାଉମାନଙ୍କର ନୁହଁ

The printable version is no longer supported and may have rendering errors. Please update your browser bookmarks and please use the default browser print function instead.


Lecture on SB 3.25.12 -- Bombay, November 12, 1974

ତେବେ ଏହି ଭୌତିକ ଜୀବନ ହେଉଛି, ପବର୍ଗ । ତେବେ ଯଦି ତୁମେ ଏହାକୁ ଶୂନ୍ୟ କରିବାକୁ ଚାହୁଁଛ, ତାହାକୁ ଅପବର୍ଗ କୁହାଯାଏ । ତେବେ ଏଠାରେ ଅପବର୍ଗ-ବର୍ଦ୍ଧନମ କୁହାଯାଇଛି, କିପରି ମୁକ୍ତିରେ ରୁଚି ବଢ଼େଇବ । ଲୋକମାନେ ଏତେ ମାନ୍ଦା ଯେ, ସେମାନେ ବୁଝିପାରନ୍ତି ନାହିଁ ମୁକ୍ତିର ଅର୍ଥ କ'ଣ । ସେମାନେ ବୁଝିପାରନ୍ତି ନାହିଁ । ଯେପରି ପଶୁମାନେ । ସେ...ଯଦି ଏକ ପଶୁକୁ ସୂଚିତ କରାଯାଏ ଯେ "ମୁକ୍ତି ଅଛି," ସେ କ'ଣ ବୁଝିବ? ସେ ବୁଝିପାରିବ ନାହିଁ । ଏହା ତାହା ପାଇଁ ସମ୍ଭବ ନୁହେଁ । ସେହିପରି, ବର୍ତ୍ତମାନ ମୂହୁର୍ତ୍ତରେ, ମାନବ ସମାଜ ପଶୁମାନଙ୍କ ପରି ହୋଇଯାଇଛି । ସେମାନେ ଜାଣି ନାହାଁନ୍ତି ଅପବର୍ଗର ଅର୍ଥ କ'ଣ କିମ୍ଵା ମୁକ୍ତିର । ସେମାନେ ଜାଣି ନାହାଁନ୍ତି । କିନ୍ତୁ ସମୟ ଥିଲା, ଯେତେବେଳେ ଲୋକମାନେ ବୁଝୁଥିଲେ ଯେ ଏହି ମନୁଷ୍ୟ ଜୀବନ ହେଉଛି ଅପବର୍ଗ ପାଇଁ । ଅପବର୍ଗ, ପ, ଫ, ବ, ଭ, ମ ର କାର୍ଯ୍ୟ ବନ୍ଦ କରିବା । ତାହାକୁ ଅପବର୍ଗ-ବର୍ଦ୍ଧନମ କୁହାଯାଏ । ତେବେ ଦେବହୁତୀଙ୍କ ଦ୍ଵାରା ପ୍ରଶ୍ନ କରାଯାଇଥିଲା ଏବଂ ଉତ୍ତରଦୁଡ଼ିକ, ଯାହା କପିଳ ଦେବଙ୍କ ଦ୍ଵାରା ଦିଆଯାଇଥିଲା, ତାହା ହେଉଛି ଅପବର୍ଗ-ବର୍ଦ୍ଧନମ । ତାହା ଆବଶ୍ୟକ । ଏହା ହେଉଛି ସମସ୍ତ ବେଦମାନଙ୍କର ନିର୍ଦ୍ଦେଶ । ତସ୍ୟୈବ ହେତୋ ପ୍ରୟତେୟ କୋବିଦଃ । ଅପବର୍ଗ ପାଇଁ ସମସ୍ତେ ଚେଷ୍ଟା କରୁଥିଲେ । ସମସ୍ତେ ଭଲ ଭାବରେ ଚେଷ୍ଟା କରିବା ଉଚିତ୍ । "ଏବଂ ମୋର ଭରଣ ପୋଷଣର କ'ଣ?" ଭରଣ ପୋଷଣ ପାଇଁ, ଶାସ୍ତ୍ର କଦାପି କୌଣସି ଜୋର ଦିଏ ନାହିଁ, ଯେ "ତୁମେ ଭରଣ ପୋଷଣ ପାଇଁ ଚେଷ୍ଟା କର ।" ଶାସ୍ତ୍ର କୁହେ, "ଏହା ଆସିବ । ଏହା ପୂର୍ବରୁ ଅଛି । ଏହା ଆସିବ ।" କିନ୍ତୁ ଆମର ସେପରି କୌଣସି ବିଶ୍ଵାସ ନାହିଁ ଯେ, "ଭଗବାନ ଦେଇଛନ୍ତି..., ପଶୁମାନଙ୍କୁ, ପକ୍ଷୀମାନଙ୍କୁ, ହିଂସ୍ରଜନ୍ତୁମାନଙ୍କୁ ଭୋଜନ ଦେଇଛନ୍ତି, ବୃକ୍ଷମାନଙ୍କୁ, ସମସ୍ତଙ୍କୁ, ଏବଂ କାହିଁକି ମୋତେ ଦେବେ ନାହିଁ? ମୋତେ ମୋର ସମୟ ଅପବର୍ଗରେ ସଂଲଗ୍ନ କରିବାକୁ ଦିଅ ।" ସେମାନଙ୍କର କୌଣସି ବିଶ୍ଵାସ ନାହିଁ । ସେମାନଙ୍କର ଏପରି କୌଣସି ଶିକ୍ଷା ନାହିଁ । ସେଥିପାଇଁ ଭଲ ସଙ୍ଗ ଆବଶ୍ୟକ, ନା କି କାଉମାନଙ୍କର ସଙ୍ଗ, କିନ୍ତୁ ହଂସମାନଙ୍କର ସଙ୍ଗ । ତେବେ ଏହି ଚେତନା ଆସିବ ।

ତେଣୁ କୃଷ୍ଣ ଚେତନା ଆନ୍ଦୋଳନ ଅର୍ଥାତ୍ ସେମାନେ ହସଂମାନଙ୍କର ଏକ ସମାଜ ନିର୍ମାଣ କରୁଛନ୍ତି, କାଉମାନଙ୍କର ନୁହଁ । କାଉମାନଙ୍କର ନୁହଁ । କାଉମାନେ ରୁଚି ରଖନ୍ତି ନାହିଁ । ସେମାନେ ରୁଚି ରଖନ୍ତି ଫିଙ୍ଗା ହୋଇଥିବା, ମୋର କହିବାର ଅର୍ଥ ହେଲା, ଆବର୍ଜନାରେ । ସେମାନେ ରୁଚି ରଖନ୍ତି । ପୁନଃ ପୁନସ୍ ଚର୍ବିତ-ଚର୍ବନାନମ (SB 7.5.30) । ପୁନଃ ପୁନସ୍ ଚର୍ବିତ-ଚର୍ବନାନମ (SB 7.5.30) । ଯେପରି ଆମେ ଫିଙ୍ଗି ଦେଉ... ଖାଇ ସାରିବା ପରେ, ଆମେ ପତ୍ର ଫିଙ୍ଗି ଦେଉ । ସେଥିରେ ଖାଦ୍ୟ ପଦାର୍ଥର କିଛି ଅବଶେଷ ଅଛି, ଏବଂ କାଉମାନେ ଆସନ୍ତି, କୁକୁରମାନେ ଆସନ୍ତି । ସେମାନେ ରୁଚି ରଖନ୍ତି । ସେମାନେ କୁହଁନ୍ତି ନାହିଁ...ଏକ ପ୍ରକୃତିସ୍ଥ ବ୍ୟକ୍ତି ସେଠାକୁ ଯାଏ ନାହିଁ । କିନ୍ତୁ ଏହି କାଉ ଏବଂ କୁକୁରମାନେ ସେଠାକୁ ଯାଆଁନ୍ତି । ତେବେ ଏହି ଶଦ୍ଦ ହେଉଛି ସେହିପରି । ପୁନଃ ପୁନସ୍ ଚର୍ବିତ-ଚର୍ବନାନମ (SB 7.5.30) । ଚୋବା ହୋଇଥିବାକୁ ପୁଣି ଚୋବେଇବା । ଯେପରି ତୁମେ ଏକ ଆଖୁ ଚୋବାଅ ଏବଂ ଏହାକୁ ସଡ଼କରେ ଫିଙ୍ଗି ଦିଅ । କିନ୍ତୁ ଯଦି କେହି ପୁଣି ଏହାକୁ ଚୋବେଇବାକୁ ଆସେ, ତେବେ ସେ ହେଉଛି ମୂର୍ଖ । ସେ ଜାଣିବା ଉଚିତ୍ "ଆଖୁରୁ ରସ ବାହାର କରି ନିଆଯାଇଛି । ମୁଁ ଚୋବେଇଲେ କ'ଣ ପାଇବି?" କିନ୍ତୁ ସେପରି ପଶୁ ଅଛନ୍ତି । ସେମାନେ ପୁଣି ଚୋବେଇବାକୁ ଚାହୁଁଛନ୍ତି । ତେଣୁ ଆମର ଏହି ଭୌତିକ ସମାଜ ଅର୍ଥାତ୍ ଚୋବା ହୋଇଥିବାକୁ ଚୋବେଇବା । ଏକ ପିତା ତାର ପୁତ୍ରକୁ ଜୀବିକା ନିର୍ବାହ ପାଇଁ ରୋଜଗାର କରିବାର ଶିକ୍ଷା ଦିଅନ୍ତି, ତାର ବିବାହ କରାନ୍ତି, ତାକୁ ସଂସ୍ଥାପିତ କରାନ୍ତି, କିନ୍ତୁ ସେ ଜାଣିଛନ୍ତ ଯେ "ଏହି ପ୍ରକାରର କାମ, ଟଙ୍କା ରୋଜଗାର କରିବା ଏବଂ ବିବାହ କରିବା, ପିଲା ଜନ୍ମ କରିବା, ମୁଁ କରିଛି, କିନ୍ତୁ ମୁଁ ସନ୍ତୁଷ୍ଟ ନୁହେଁ । ତେବେ କାହିଁକି ମୁଁ ମୋର ପୁତ୍ରକୁ ଏହି କାମରେ ନିଯୁକ୍ତ କରିବି?" ଏହାକୁ ଚୋବା ହୋଇଥିବାକୁ ଚୋବେଇବା କୁହାଯାଏ। ସମାନ ଜିନିଷକୁ ଚୋବେଇବା । "ମୁଁ ଏହି କାମରେ ସନ୍ତୁଷ୍ଟ ହୋଇ ନାହିଁ, କିନ୍ତୁ କାହିଁକି ମୁଁ ମୋର ପୁଅକୁ ମଧ୍ୟ ନିଯୁକ୍ତ କରୁଛି?" ପ୍ରକୃତ ପିତା ହେଉଛି ସେ ଯିଏ ଚୋବା ହୋଇଥିବାକୁ ଚୋବେଇବା ପାଇଁ ଅନୁମତି ଦିଏ ନାହିଁ । ସେ ହେଉଛି ପ୍ରକୃତ ପିତା । ପିତା ନ ସ ସ୍ୟାଜ ଜନନୀ ନ ସ ସ୍ୟାତ, ନ ମୋଚୟେଦ ସମୁପେତ-ମୃତ୍ୟୁମ । ଏହା ପ୍ରକୃତ ଗର୍ଭ ନିରୋଧକ ଅଟେ । ଏକ ପିତା, ଏକ ବ୍ୟକ୍ତି ପିତା ହେବା ପାଇଁ ଇଛା କରିବା କଥା ନୁହେଁ, ଏକ ମହିଳା ମାତା ହେବା ପାଇଁ ଇଛା କରିବା କଥା ନୁହେଁ, ଯେପର୍ଯ୍ୟନ୍ତ ସେମାନେ ମୃତ୍ୟୁର ଆସନ୍ନ ପଞ୍ଜାରୁ ପିଲାକୁ ରକ୍ଷା କରିବା ପାଇଁ ସମର୍ଥ ହୋଇ ନାହାଁନ୍ତି । ଏହା ହେଉଛି ପିତା ଏବଂ ମାତାଙ୍କର କର୍ତ୍ତବ୍ୟ ।