OR/Prabhupada 0342 - ଆମେ ସମସ୍ତେ ବ୍ୟକ୍ତିଗତ ବ୍ୟକ୍ତି ଅଟୁ, ଏବଂ କୃଷ୍ଣ ମଧ୍ୟ ବ୍ୟକ୍ତିଗତ ବ୍ୟକ୍ତି ଅଟନ୍ତି



Lecture on CC Adi-lila 7.7 -- Mayapur, March 9, 1974

ଆମେ ସମସ୍ତେ ପ୍ରତ୍ୟେକ ଜୀବମାନେ, ଆମେ ସମସ୍ତେ ବ୍ୟକ୍ତିଗତ ବ୍ୟକ୍ତି ଅଟୁ, ଏବଂ କୃଷ୍ଣ ମଧ୍ୟ ବ୍ୟକ୍ତିଗତ ବ୍ୟକ୍ତି ଅଟନ୍ତି । ଏହା ହେଉଛି ଜ୍ଞାନ । ନିତ୍ୟୋ ନିତ୍ୟାନମ୍ ଚେତନଶ ଚେତନାନାମ୍ ଏକୋ ଯୋ ବହୁନାମ୍ ବିଦଧାତି କାମାନ୍ (Katha Upanishad 2.2.13) । କୃଷ୍ଣ, କିମ୍ଵା ଭଗବାନ, ସେ ମଧ୍ୟ ନିତ୍ୟ, ଶାଶ୍ଵତ ଅଟନ୍ତି । ଆମେ ମଧ୍ୟ ନିତ୍ୟ, ଶାଶ୍ଵତ ଅଟୁ । ନ ହନ୍ୟତେ ହନ୍ୟମାନେ ଶରୀରେ (BG 2.20) । ଆମେ ମରୁ ନାହିଁ । ତାହା ହେଉଛି ଆଧ୍ୟାତ୍ମିକ ବୁଝାମଣାର ପ୍ରାରମ୍ଭିକ ଜ୍ଞାନ, ଯେ "ମୁଁ ଏହି ଶରୀର ନୁହେଁ, ମୁଁ ହେଉଛି ଜୀବାତ୍ମା, ଅହମ୍ ବ୍ରହ୍ମାସ୍ମୀ, କିନ୍ତୁ ମୁଁ ବ୍ୟକ୍ତିଗତ ଅଟେ ।" ନିତ୍ୟୋ ନିତ୍ୟାନମ୍ । କୃଷ୍ଣ ହେଉଛନ୍ତି ବ୍ୟକ୍ତିଗତ ବ୍ୟକ୍ତି; ମୁଁ ମଧ୍ୟ ବ୍ୟକ୍ତିଗତ ବ୍ୟକ୍ତି ଅଟେ । ଯେତେବେଳେ କୃଷ୍ଣ କୁହଁନ୍ତି ଯେ ସର୍ବ ଧର୍ମାନ୍ ପରିତ୍ୟଜ୍ୟ ମାମ ଏକମ ଶରଣଂ ବ୍ରଜ (BG 18.66), ଏହାର ମାନେ ନୁହେଁ ଯେ, ମୁଁ କୃଷ୍ଣଙ୍କ ସହିତ ଏକ ହୋଇଯାଏ, କିମ୍ଵା କୃଷ୍ଣଙ୍କର ଅସ୍ତିତ୍ଵରେ ଲୀନ ହୋଇଯାଏ । ମୁଁ ମୋର ବ୍ୟକ୍ତିଗତତା ବଜାୟ ରଖେ, କୃଷ୍ଣ ତାଙ୍କର ବ୍ୟକ୍ତିଗତତା ବଜାୟ ରଖନ୍ତି, କିନ୍ତୁ ମୁଁ ତାଙ୍କର ଆଦେଶ ପାଳନ କରିବା ପାଇଁ ସହମତ ହୁଏ । ସେଥିପାଇଁ ଭଗବଦ୍ ଗୀତାରେ କୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି ଯେ "ମୁଁ ତୁମକୁ ସବୁକିଛି କହିଦେଇଛି । ବର୍ତ୍ତମାନ ତୁମର ନିର୍ଣ୍ଣୟ କ'ଣ?" ବ୍ୟକ୍ତିଗତ । ଏହା ନୁହେଁ ଯେ କୃଷ୍ଣ ଅର୍ଜୁନଙ୍କୁ ବାଧ୍ୟ କରୁଛନ୍ତି । ଯଥେଛେସି ତଥା କୁରୁ: (BG 18.63) "ବର୍ତ୍ତମାନ ଯାହା ତୁମେ ଚାହଁ, ତୁମେ କରିପାରିବ ।" ତାହା ହେଉଛି ବ୍ୟକ୍ତିଗତତା ।

ତେବେ ଏହା ହେଉଛି ପରମ ଜ୍ଞାନ, ଯେ, ଏହି ମାୟାବାଦ ତତ୍ତ୍ଵଜ୍ଞାନ, ଏକ ହୋଇଯିବା, ଅସ୍ତିତ୍ଵରେ ଲୀନ ହୋଇଯିବା, ଅସ୍ତିତ୍ଵରେ ଲୀନ ହୋଇଯିବା ଅର୍ଥାତ୍ ଆମେ କୃଷ୍ଣଙ୍କର ଆଦେଶରେ ଲୀନ ହୋଇଯିବା । ବର୍ତ୍ତମାନ ସମୟରେ ଆମର ବ୍ୟକ୍ତିଗତତା ହେଉଛି ମାୟା, କାରଣ ଆମେ ବହୁସାରା ଜିନିଷ ଯୋଜନା କରୁ । ସେଥିପାଇଁ ତୁମର ବ୍ୟକ୍ତିଗତତା ଏବଂ ମୋର ବ୍ୟକ୍ତିଗତତା ସଂଘର୍ଷ କରନ୍ତି । କିନ୍ତୁ ଯେତେବେଳେ କୌଣସି ସଂଘର୍ଷ ହୁଏ ନାହିଁ - ଆମେ ସହମତ ହେଉ, "କୃଷ୍ଣ ହେଉଛନ୍ତି କେନ୍ଦ୍ର ବିନ୍ଦୁ" - ତାହା ହେଉଛି ଏକତା, ଏହା ନୁହେଁ ଯେ ଆମେ ଆମର ବ୍ୟକ୍ତିଗତତା ହରାଇ ବସୁ । ତେବେ ଯେପରି ସମସ୍ତ ବୈଦିକ ସାହିତ୍ୟରେ କୃଷ୍ଣଙ୍କ ଦ୍ଵାରା କୁହାଯାଇଛି, ଆମେ ସମସ୍ତେ ହେଉଛି ବ୍ୟକ୍ତିଗତ ବ୍ୟକ୍ତି । ସମସ୍ତେ ବ୍ୟକ୍ତିଗତ ବ୍ୟକ୍ତି । ସ୍ଵୟଂ ଭଗବାନ ଏକଲେ ଈଶ୍ଵର । ଅନ୍ତର ହେଉଛି ଯେ ସେ ହେଉଛନ୍ତି ପରମ ଶାସକ, ଈଶ୍ଵର । ଈଶ୍ଵର ଅର୍ଥାତ୍ ଶାସକ । ବାସ୍ତବରେ ସେ ଶାସକ, ଏବଂ ଆମେମାନେ ମଧ୍ୟ ଶାସକ, କିନ୍ତୁ ଆମେ ହେଉଛୁ ଅଧିନସ୍ଥ ଶାସକ । ସେଥିପାଇଁ ସେ ଏକଲେ ଈଶ୍ଵର, ଜଣେ ଶାସକ । ଈଶ୍ଵରଃ ପରମଃ କୃଷ୍ଣ, ବ୍ରହ୍ମ-ସଂହିତାରେ । ଏକଲେ ଈଶ୍ଵର । ଅନେକ ଈଶ୍ଵର ହୋଇପାରିବେ ନାହିଁ । ଈଶ୍ଵର ଏପରି ନୁହଁନ୍ତି । ମାୟାବାଦ ତତ୍ତ୍ଵଜ୍ଞାନ ହେଉଛି ଯେ ସମସ୍ତେ ହେଉଛନ୍ତି ଭଗବାନ୍, ତାହା ସଠିକ୍ ଉପସଂହାର ନୁହେଁ । ତାହା ହେଉଛି ମୂର୍ଖାମି । କୃଷ୍ଣ କହୁଛନ୍ତି, ମୂଢ଼ । ନା ମାଂ ପ୍ରପଦ୍ୟନ୍ତେ ମୂଢଃ (BG 7.15)। ଜଣେ ଯିଏ ପରମ ଈଶ୍ଵରଙ୍କୁ ସମର୍ପଣ ନ କରେ, ସର୍ବୋଚ୍ଚ ଈଶ୍ଵରଙ୍କୁ, ତୁମେ ଭଲ ଭାବରେ ଏହା ଜାଣିଥିବା ଉଚିତ୍ ଯେ "ଏଠାରେ ଏକ ମୂଢ଼ ଅଛି, ଦୁର୍ଜନ," କାରଣ ଏହା ନୁହେଁ ଯେ ସମସ୍ତେ, ଆମେମାନେ ଈଶ୍ଵର ହୋଇଯିବା । ତାହା ସମ୍ଭବ ନୁହେଁ । ତେବେ ଈଶ୍ଵରର କୌଣସି ଅର୍ଥ ରହିବ ନାହିଁ । ଈଶ୍ଵର ଅର୍ଥାତ୍ ଶାସକ । ମନେକର ଆମେମାନେ ଏକ ଗୋଷ୍ଠୀରେ ଅଛୁ, ଏହା, ଆମର ଅନ୍ତରାଷ୍ଟ୍ରୀୟ ସଂଘ । ଯଦି ସମସ୍ତେ ଶାସକ କିମ୍ଵା ଆଚାର୍ଯ୍ୟ ହୋଇଯିବେ, ତେବେ ଏହା କିପରି ପ୍ରବନ୍ଧିତ ହୋଇପାରିବ? ନା । କେହି ଜଣେ ଅଧ୍ୟକ୍ଷ ରହିବା ଉଚିତ୍ । ତାହା ହେଉଛି ଆମ ବ୍ୟବହାରିକ ଜୀବନର ସିଦ୍ଧାନ୍ତ । ଆମେ ଆମର ରଜନୈତିକ ନେତାମାନଙ୍କୁ ଅନୁସରଣ କରୁ । ଆମେ କହି ପାରିବାନି ଯେ "ମୁଁ ଏହି ଦଳର ସଦସ୍ୟ" ଯେ ପର୍ଯ୍ୟନ୍ତ ମୁଁ ଏକ ନେତାକୁ ଅନୁସରଣ ନ କରିଛି । ତାହା ସ୍ଵାଭାବିକ ।

ସେଥିପାଇଁ ବୈଦିକ କଥନ ଅଛି, ନିତ୍ୟୋ ନିତ୍ୟାନାମ୍ ଚେତନଶ ଚେତନାମ୍ (Katha Upanishad 2.2.13)। କେହି ଜଣେ ନେତା ରହିବା ଉଚିତ୍, ସମାନ ଗୁଣେ ନେତା, ନିତ୍ୟ । ମୁଁ ହେଉଛି ନିତ୍ୟ, କୃଷ୍ଣ ହେଉଛନ୍ତି ନିତ୍ୟ । କୃଷ୍ଣ ମଧ୍ୟ ଜୀବ ଅଟନ୍ତି; ମୁଁ ମଧ୍ୟ ଜୀବ ଅଟେ । ନିତ୍ୟୋ ନିତ୍ୟାନାମ୍ ଚେତନଶ ଚେତନାମ୍ । ତେବେ କୃଷ୍ଣ ଏବଂ ମୋ ଭିତରେ ଅନ୍ତର କ'ଣ? ଅନ୍ତର ହେଉଛି ଯେ ଦୁଇ ଜଣ ହେଉଛନ୍ତି ନିତ୍ୟ କିମ୍ଵା ଦୁଇ ଜଣ ଚେତନଶ । ଜଣକୁ ଏକବଚନ ରୂପେ ବର୍ଣ୍ଣନା କରାଯାଇଛି, ଏବଂ ଅନ୍ୟ ଜଣକୁ ବହୁବଚନ ରୂପରେ ବର୍ଣ୍ଣନା କରାଯାଇଛି । ନିତ୍ୟୋ ନିତ୍ୟାନାମ୍ । ଏହି ନିତ୍ୟାନାମ୍ ହେଉଛି ବହୁବଚନ, ଏବଂ ନିତ୍ୟା ହେଉଛି ଏକବଚନ । ତେଣୁ ଭଗବାନ ହେଉଛନ୍ତି ନିତ୍ୟ, ଏକ, ଏକବଚନ, ଏବଂ ଆମେ, ଆମେମାନେ ଶାସିତ ହେଉଛୁ । ଆମେମାନେ ହେଉଛୁ ବହୁବଚନ । ଏହା ହେଉଛି ଅନ୍ତର । ଏବଂ କିପରି ସେ ବହୁବଚନକୁ ଶାସନ କରୁଛନ୍ତି? କାରଣ ଏକୋ ଯୋ ବହୁନାମ୍ ବିଦ୍ୟାଧାନ୍ତି କାମନ୍ । ସେ ଏହି ସମସ୍ତ ବହୁବଚନଙ୍କୁ ଜୀବନର ସମସ୍ତ ଆବଶ୍ୟକତା ଯୋଗେଇ ଦେଉଛନ୍ତି; ସେଥିପାଇଁ ସେ ହେଉଛନ୍ତି ଈଶ୍ଵର, ସେ ହେଉଛନ୍ତି କୃଷ୍ଣ, ସେ ହେଉଛନ୍ତି ଭଗବାନ । ଜଣେ ଯିଏ ଜୀବନର ସମସ୍ତ ଆବଶ୍ୟକତାଗୁଡିକୁ ଯୋଗେଇ ଦିଏ, ସେ ହେଉଛନ୍ତି ଈଶ୍ଵର, ସେ ହେଉଛନ୍ତି କୃଷ୍ଣ, ସେ ହେଉଛନ୍ତି ଭଗବାନ । ତେବେ ଆମେ ବହୁତ ଭଲ ଭାବରେ ବୁଝିପାରିବା ଯେ ଆମର ପାଳନ ପୋଷଣ କୃଷ୍ଣଙ୍କ ଦ୍ଵାରା ହେଉଛି, ଏବଂ କାହିଁକି ଆମେ ତାଙ୍କ ଦ୍ଵାରା ଶାସିତ ହୋଇ ପାରିବା ନାହିଁ? ତାହା ହେଉଛି ତଥ୍ୟ ।