OR/Prabhupada 0351 -ତୁମେ କିଛି ଲେଖ । ଉଦ୍ଦେଶ୍ୟ କେବଳ ଭଗବାନଙ୍କର ଗୁଣଗାନ କରିବା ହେବା ଉଚିତ୍

The printable version is no longer supported and may have rendering errors. Please update your browser bookmarks and please use the default browser print function instead.


Lecture on SB 1.5.9-11 -- New Vrindaban, June 6, 1969

ତେବେ, ଯେପରି କାଉ ଏବଂ ହଂସ ମଧ୍ୟରେ ଏକ ପ୍ରାକୃତିକ ଭିନ୍ନତା ଅଛି, ସେହିପରି, କୃଷ୍ଣ ଚେତନାଶୀଳ ଲୋକ ଏବଂ ସାଧାରଣ ଲୋକ ମଧ୍ୟରେ ଅନ୍ତର ଅଛି । ସାଧାରନ ଲୋକମାନଙ୍କର ତୁଳନ କାଉ ସହିତ କରାଯାଏ, ଏବଂ ଏକ ପୂର୍ଣ୍ଣ କୃଷ୍ଣ ଚେତନାଶୀଳ ବ୍ୟକ୍ତି ଠିକ୍ ହଂସ ଏବଂ ବତକ ପରି । ତାପରେ ସେ କୁହଁନ୍ତି,

ତଦ୍-ବାଗ-ବିର୍ସୌଗ ଜନତାଘ ବିପ୍ଳୋବ
ଯସ୍ମୀନ ପ୍ରତି-ଶ୍ଳୋକମ ଅଭଧାଵତି ଅପି
ନାମାନି ଅନନ୍ତସ୍ୟ ଯଶୋ ଅଙ୍କିତାନି
ଯତ ଶ୍ରବନ୍ତି ଗାୟନ୍ତି ଗୃଣନ୍ତି ସାଧବଃ
(SB 1.5.11)

ଏହାର ବିପରୀତରେ, ଏହା ଏକ ପ୍ରକାରର ସାହିତ୍ୟ, ବହୁତ ଭଲଭାବରେ ଲେଖା ହୋଇଛି, ପ୍ରତିକାତ୍ମକ, ଏବଂ କବିତା, ସବୁକିଛି । କିନ୍ତୁ ଭଗବାନଙ୍କର ଗୌରବର କୌଣସି ପ୍ରଶ୍ନ ନାହିଁ । ତାହା ତୁଳନା କରାଯାଏ, ସେହି ଜାଗା ସହିତ, ଯେଉଁଠାରେ କାଉମାନେ ପ୍ରସନ୍ନ ହୁଅନ୍ତି । ଅନ୍ୟ ଏକ ପକ୍ଷରେ, ଅନ୍ୟ ଏକ ପ୍ରକାରର ସାହିତ୍ୟ, ତାହା କ'ଣ? ତଦ୍-ୱଗ-ବିସର୍ଗୌ ଜନତାଧ ବିପ୍ଳବୌ ଯସ୍ମିନ ପ୍ରତି-ଶ୍ଳୋକମ ଅବଧ୍ଵାବତି ଅପି (SB 1.5.11) । ଏକ ସାହିତ୍ୟ ଲୋକମାନଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଉଛି, ଲୋକମାନେ ପଢ଼ିବା ପାଇଁ, ଯାହା ବ୍ୟାକରଣ ଦୃଷ୍ଟି କୋଣରୁ ଠିକ୍ ନୁହେଁ, କିନ୍ତୁ କାରଣ ସେଥିରେ ଭଗବାନଙ୍କର ଗୁଣଗାନ କରାଯାଇଛି, ତାହା କ୍ରାନ୍ତି ସୃଷ୍ଟି କରିପାରିବ । ଏହା ସମ୍ପୂର୍ଣ୍ଣ ମାନବ ସମାଜକୁ ଶୁଦ୍ଧ କରିପାରିବ । ମୋର ଗୁରୁ ମାହାରାଜ, ଯେତେବେଳେ ସେ ଦ ହାରମୋନିଷ୍ଟରେ ପ୍ରକାସିତ କରିବା ପାଇଁ ଲେଖା ଚୟନ କରୁଥିଲେ, ଯଦି ସେ କେବଳ ଦେଖିଥାନ୍ତେ ଯେ, ଅନେକ ଥର ଲେଖକମାନେ ଲେଖିଛନ୍ତି "କୃଷ୍ଣ", "ଭଗବାନ ଚୈତନ୍ୟ", ସେହିପରି, ତେବେ ସେ ତୁରନ୍ତ ସହମତି ଦେଇ ଦେଉଥିଲେ: "ଠିକ୍ ଅଛି । ଏହା ଠିକ୍ ଅଛି । (ହସ) ଏହା ଠିକ୍ ଅଛି ।" ଯେ ସେ ଏତେ ଥର "କୃଷ୍ଣ" ଏବଂ "ଚୈତନ୍ୟ" ଙ୍କର ନାମ ନେଇଛି, ତେଣୁ ଏହା ଠିକ୍ ଅଛି ।

ତେବେ ସେହିପରି, ଯଦି ଆମେ ଆମର ବେକ୍ ଟୁ ଗଡହେଡ୍ ଏବଂ ଅନ୍ୟ ସାହିତ୍ୟ ଭଗ୍ନ ଭାଷାରେ ଉପସ୍ଥାପନ କରୁ, କିଛି କଥା ନାହିଁ କାରଣ ସେଥିରେ ଭଗବାନଙ୍କର ଗୁଣଗାନ କରାଯାଇଛି । ତାହା ନାରଦଙ୍କ ଦ୍ଵାରା ସୁପାରିସ୍ କରାଯାଇଛି । ତଦ୍-ୱଗ-ବିସର୍ଗୌ ଜନତାଧ ବିପ୍ଳବୌ । ଜନତା ଅଘ । ଅଘ ଅର୍ଥାତ୍ ପାପ ପୂର୍ଣ୍ଣ କାର୍ଯ୍ୟକଳାପ । ଯଦି ଜଣେ ଏହି ସାହିତ୍ୟର ଏକ ପଂକ୍ତି ପଢ଼େ, ଯଦିଓ ଏହା ଭଗ୍ନ ଭାଷାରେ ଉପସ୍ଥାପନ କରାଯାଇଛି, କିନ୍ତୁ ଯଦି ସେ କେବଳ ଶୁଣେ କୃଷ୍ଣ, ତେବେ ତାର ପାପକର୍ମ ତୁରନ୍ତ ସମାପ୍ତ ହୋଇଯାଏ । ଜନତାଘ ବିପ୍ଳବଃ । ତଦ୍-ୱଗ-ବିସର୍ଗୌ ଜନତାଧ ବିପ୍ଳବୌ ଯସ୍ମିନ ପ୍ରତି-ଶ୍ଳୋକମ ଅବଧ୍ଵାବତି ଅପି ନାମାନି ଅନନ୍ତସ୍ୟ (SB 1.5.11) । ଅନନ୍ତ ଅର୍ଥାତ୍ ଅସୀମିତ । ତାଙ୍କର ନାମ, ତାଙ୍କର ପ୍ରସିଦ୍ଧି, ତାଙ୍କର ଯଶ, ତାଙ୍କର ଗୁଣ ବର୍ଣ୍ଣନା କରାଯାଏ । ନାମାନି ଅନନ୍ତସ୍ୟ ଯଶୋ ଅଙ୍କିତାନି । ଯଦି ଯଶ ଅଛି, ଏପରିକି ତାହା ଭଗ୍ନ ଭାଷାରେ ଉପସ୍ଥାପନ କରାଯାଉଛି, ତେବେ ଶ୍ରବନ୍ତି ଗାୟନ୍ତି ଗୃଣନ୍ତି ସାଧବଃ । ଠିକ୍ ଯେପରି ମୋ ଗୁରୁ ମାହାରାଜ, ସାଧୁ, ଏକ ସାଧୁ ବ୍ୟକ୍ତି, ତୁରନ୍ତ ସହମତି: "ହଁ । ଏହା ଠିକ୍ ଅଛି ।" ଏହା ଠିକ୍ ଅଛି ।" କରଣ ସେଥିରେ ଭଗବାନଙ୍କର ଗୁଣଗାନ କରାଯାଇଛି । ଅବଶ୍ୟ, ସାଧାରଣ ଲୋକ ବୁଝିପାରିବେ ନାହିଁ । କିନ୍ତୁ ଏହା ହେଉଛି ମାନଦଣ୍ଡ, ମାନକ ବୃତାନ୍ତ, ନାରଦଙ୍କ ଦ୍ଵାରା କୁହାଯାଇ ଥିବା । ତୁମେ କିଛି ଲେଖ; ଉଦ୍ଦେଶ୍ୟ କେବଳ ଭଗବାନଙ୍କର ଗୁଣଗାନ କରିବା ହେବା ଉଚିତ୍ । ତେବେ ତୁମର ସାହିତ୍ୟ ଶୁଦ୍ଧ ହେବ, ପବିତ୍ର । ଏବଂ ଯେତେ ଭଲ ଭାବରେ, ସାହିତ୍ୟିକ କିମ୍ଵା ଆଳଙ୍କାରିକ କିମ୍ଵା କବିତା ରୂପେ, ତୁମେ କିଛି ସାହିତ୍ୟ ଲେଖ ଯାହାର ଭଗବାନ କିମ୍ଵା କୃଷ୍ଣଙ୍କ ସହିତ କୌଣସି ସମ୍ପର୍କ ନାହିଁ, ତାହା ହେଉଛି ବ୍ୟାସମ ତୀର୍ଥମ୍ । ତାହା ହେଉଛି କାଉମାନଙ୍କର ବିଳାସର ସ୍ଥାନ ।

ଏହା ହେଉଛି ନାରଦଙ୍କର ବୃତାନ୍ତ । ଆମେ ଏହି କଥା ଉପରେ ଧ୍ୟାନ ଦେବା ଉଚିତ୍ । ବୈଷ୍ଣବମାନଙ୍କ ପାଇଁ ଗୋଟିଏ ଯୋଗ୍ୟତା ଅଛି: କାବ୍ୟାତ୍ମକ । ତୁମେ ହେବା ଉଚିତ୍...ସମସ୍ତେ କବି ହେବା ଉଚିତ୍ । ତେବେ... କିନ୍ତୁ ସେହି କବିତା, କବିତାର ଭାଷା, କେବଳ ଭଗବାନଙ୍କର ଗୁଣଗାନ କରିବା ପାଇଁ ହେବା ଉଚିତ୍ ।