OR/Prabhupada 0366 - ତୁମେ ସମସ୍ତେ, ଗୁରୁ ହୁଅ କିନ୍ତୁ ନିରର୍ଥକ କଥା କୁହ ନାହିଁ



Lecture on SB 6.1.21 -- Honolulu, May 21, 1976

ତେବେ ଚୈତନ୍ୟ ମାହାପ୍ରଭୁଙ୍କ ଦ୍ଵାରା ନୂଆ ସ୍ଵୀକୃତି ହେଉଛି: କୃଷ୍ଣସ ତୁ ଭଗବାନ ସ୍ଵୟମ (SB 1.3.28) । ଯାରେ ଦେଖେ ତାରେ କହ କୃଷ୍ଣ ଉପଦେଶ (CC Madhya 7.128) । ଚୈତନ୍ୟ ମହାପ୍ରଭୁଙ୍କର, ଏହି କୃଷ୍ଣ ଚେତନା ଆନ୍ଦୋଳନ ପ୍ରଚାର, ଏହି ପ୍ରଚାର କରିବା କ'ଣ? ସେ କୁହଁନ୍ତି, "ତୁମେ ସମସ୍ତେ ଗୁରୁ ହୋଇଯାଅ ।" ସେ ଦୁଷ୍ଟ ନକଲି ଗୁରୁ ଚାହୁଁ ନ ଥିଲେ, କିନ୍ତୁ ପ୍ରକୃତ ଗୁରୁ । ତାହା ସେ ଚାହୁଁ ଥିଲେ । କାରଣ ଲୋକମାନେ ଅନ୍ଧକାରରେ ଅଛନ୍ତି, ସେମାନଙ୍କୁ ବୁଝେଇବା ପାଇଁ ଆମକୁ ଅନେକ ଲକ୍ଷ ଗୁରୁ ଆବଶ୍ୟକ । ସେଥିପାଇଁ ଚୈତନ୍ୟ ମାହାପ୍ରଭୁଙ୍କ ଲକ୍ଷ୍ୟ ହେଉଛି, ସେ କହିଲେ, ଯେ "ତୁମେ ସମସ୍ତେ ଗୁରୁ ହୋଇଯାଅ ।" ଆମାର ଅଜ୍ଞାନ ଗୁରୁ ହୟ ତାର ଏଇ ଦେଶ । ତୁମକୁ ବିଦେଶ ଯିବା ଜରୁରି ନାହିଁ । ତୁମେ ଯେଉଁଠାରେ ଅଛ, ତୁମେ ଶିଖାଅ; ଗୁରୁ ହୋଇଯାଅ । କିଛି ଫରକ ପଡେ ନାହିଁ । ସେ କୁହଁନ୍ତି, ଏଇ ଦେଶ । ଯଦି ତୁମ ପାଖରେ ଶକ୍ତି ଅଛି, ତୁମେ ଅନ୍ୟ ଦେଶକୁ ଯାଇ ପାରିବ, କିନ୍ତୁ ଏହାର ଆବଶ୍ୟକତା ନାହିଁ । ଯେ କୌଣସି ଗ୍ରାମରେ, ଯେ କୌଣସି ଦେଶରେ କିମ୍ଵା ସହରରେ ତୁମେ ଅଛ, ତୁମେ ଗୁରୁ ହୋଇଯାଅ । ଏହା ହେଉଛି ଚୈତନ୍ୟ ମାହାପ୍ରଭୁଙ୍କର ଲକ୍ଷ୍ୟ । ଆମାର ଅଜ୍ଞାନ ଗୁରୁ ହୟ ତାର ଏଇ ଦେଶ । "ଏହି ଦେଶ, ଏହି ସ୍ଥାନ ।" ତେବେ, "କିନ୍ତୁ ମୋର କୌଣସି ଯୋଗ୍ୟତା ନାହିଁ । କିପରି ମୁଁ ଗୁରୁ ହେବି? ଯୋଗ୍ୟତାର କୌଣସି ଆବଶ୍ୟକତା ନାହିଁ । "ତଥାପି ମୁଁ ଗୁରୁ ହୋଇପାରିବି?" ହଁ । "କିପରି?" ଯାରେ ଦେଖେ ତାରେ କହ କୃଷ୍ଣ ଉପଦେଶ (CC Madhya 7.128) "ଯାହ ସହିତ ତୁମେ ମିଶ, ତୁମେ କେବଳ କୃଷ୍ଣ ଯାହା କହିଛନ୍ତି ତାହା ନିର୍ଦ୍ଦେଶ ଦିଅ ।" ବାସ୍ । ତୁମେ ଗୁରୁ ହୋଇଯିବ ।" ସମସ୍ତେ ଗୁରୁ ହେବା ପାଇଁ ବହୁତ ଉତ୍ସୁକ, କିନ୍ତୁ ଦୁଷ୍ଟକୁ ଜଣା ନାହିଁ କି କିପରି ଗୁରୁ ହୋଇପାରିବ, ଏକ ସାଧାରଣ କଥା । ଭାରତରୁ ଏତେ ସାରା ଗୁରୁ ଏହି ଦେଶକୁ ଆସନ୍ତି, ସମସ୍ତେ ବଦମାସ, କିନ୍ତୁ ସେମାନେ କୃଷ୍ଣ ଦେଇଥିବା ନିର୍ଦ୍ଦେଶ କଥା ହେବେ ନାହିଁ । ହୋଇପାରେ ପ୍ରଥମ ଥର କୃଷ୍ଣ ଚେତନାରେ ଏହା ଆରମ୍ଭ ହୋଇଛି । ଅନ୍ୟଥା ସମସ୍ତ ଦୁଷ୍ଟମାନେ, ସେମାନେ ଆଉ କିଛି ନିର୍ଦ୍ଦେଶ ଦିଅନ୍ତି । କିଛି ଧ୍ୟାନ, ଏହା, ତାହା, ସବୁକିଛି ଛଳ ।

ପ୍ରକୃତ ଗୁରୁ ହେଉଛି ସେ ଯିଏ କୃଷ୍ଣ ଯାହା କହିଛନ୍ତି ତାହା ନିର୍ଦ୍ଦେଶ ଦିଏ । ଏହା ନୁହେଁ ଯେ ତୁମେ ତୁମର ଶିକ୍ଷା ନିର୍ମାଣ କର । ନାଁ । ସେ ହେଉଛନ୍ତି ଚୈତନ୍ୟ ମାହାପ୍ରଭୁ । ନିର୍ମାଣର କୌଣସି ଆବଶ୍ୟକତା ନାହିଁ । ନିର୍ଦ୍ଦେଶ ପୂର୍ବରୁ ଅଛି । ତୁମକୁ କେବଳ କହିବାକୁ ହେବ, "ଏହା ହେଉଛି ଏହା ।" ବାସ୍ । ଏହା ଅତି କଷ୍ଟକର କାମ କି? ପିତା କୁହଁନ୍ତି, "ଏହା ହେଉଛି ମାଇକ୍ରୋଫୋନ୍ ।" ଏକ ପିଲା କହିପାରିବ ଯେ "ପିତା କହିଲେ ଏହା ହେଉଛି ମାଇକ୍ରୋଫୋନ ।" ସେ ଗୁରୁ ହୋଇଯାଏ । ଅସୁବିଧା କେଉଁଠି ଅଛି? ପ୍ରାଧିକାରୀ, ପିତା, କହିଛନ୍ତି, "ଏହା ହେଉଛି ମାଇକ୍ରୋଫୋନ ।" ଏକ ପିଲା କେବଳ କହିପାରେ, "ଏହା ହେଉଛି ମାଇକ୍ରୋଫୋନ ।" ତେବେ ସେହିପରି, କୃଷ୍ଣ କୁହଁନ୍ତି ଯେ "ମୁଁ ହେଉଛି ସର୍ବୋଚ୍ଚ ।" ତେଣୁ ଯଦି ମୁଁ କୁହେ, "କୃଷ୍ଣ ହେଉଛନ୍ତି ସର୍ବୋଚ୍ଚ," ମୋର ଅସୁବିଧା କେଉଁଠି ଅଛି, ଯେପର୍ଯ୍ୟନ୍ତ ମୁଁ କୃଷ୍ଣ କିମ୍ଵା ସର୍ବୋଚ୍ଚ ହେବା ପାଇଁ ଅନ୍ୟକୁ ଠକି ନାହିଁ? ତାହା ହେଉଛି ଛଳ । କିନ୍ତୁ ଯଦି ମୁଁ ସରଳ ସତ୍ୟ କୁହେ, ଯେ କୃଷ୍ଣ ହେଉଛନ୍ତି ପରମ ପୁରୁଷ ଭଗବାନ । ସେ ସବୁକିଛିର ମାଲିକ । ସେ ପୂଜନୀୟ ଅଟନ୍ତି," ତେବେ ମୋର ଅସୁବିଧା କେଉଁଠି ରହିଲା?

ତେଣୁ ତାହା ହେଉଛି ଆମର ଲକ୍ଷ୍ୟ । ତୁମେ ସମସ୍ତେ ଯେଉଁମାନେ କୃଷ୍ଣ ଚେତନା ଆନ୍ଦୋଳନକୁ ଆସିଛ, ତାହା ହେଉଛି ଆମର ଅନୁରୋଧ, ଯେ ତୁମେ, ତୁମେ ସମସ୍ତେ, ଗୁରୁ ହୁଅ କିନ୍ତୁ ନିରର୍ଥକ କଥା କୁହ ନାହିଁ । ତାହା ହେଉଛି ଅନୁରୋଧ । କେବଳ କୃଷ୍ଣ ଯାହା କହିଛନ୍ତି ତାହା କୁହ । ତାପରେ ତୁମେ ବ୍ରାହ୍ମଣ ହୋଇଯାଅ । ତୁମେ ଗୁରୁ ହୋଇଯିବ, ଏବଂ ସବୁକିଛି । ବହୁତ ବହୁତ ଧନ୍ୟବାଦ ।