OR/Prabhupada 0818 - ସତ୍ଵଗୁଣ ମଞ୍ଚରେ, ତୁମେ ସବୁ ଭଲ ବୁଝିପାରିବ

The printable version is no longer supported and may have rendering errors. Please update your browser bookmarks and please use the default browser print function instead.


Lecture on SB 7.9.8 -- Seattle, October 21, 1968

ତମାଳକୃଷ୍ଣ: କିପରି ଆମେ ସତ୍ଵ ଗୁଣରେ ପ୍ରବେଶ କରିବା?

ପ୍ରଭୁପାଦ: କେବଳ ଚାରୋଟି ନିୟମ ପାଳନ କରିବା ପାଇଁ ଚେଷ୍ଟା କର ଯେପରି କୁହାଯାଇଛି: ନିଶା ଗ୍ରହଣ, ଅବୈଧ ଯୌନ ସମ୍ପର୍କ, ମାଂସ ଅହାର, ଜୁଆ ଖେଳ ଆଦି କର ନାହିଁ । ବାସ ସେତିକି । ଏହା ହେଉଛି ସତ୍ଵଗୁଣ । ଏହା ସତ୍ଵ ଗୁଣ । ଏହି ନିଷେଧସବୁ ଅଛି । କାହିଁକି? କେବଳ ତୁମକୁ ସତ୍ଵଗୁଣରେ ରଖିବା ପାଇଁ । ସବୁ ଧର୍ମରେ... ବର୍ତ୍ତମାନ, ଏହି ଦଶ ନିୟମାବଳୀରେ ମଧ୍ୟ, ମୁଁ ଦେଖିଛି ଯେ "ଜୀବ ହତ୍ୟା କର ନାହିଁ ।" ସେହି ଏକା ଜିନିଷ ସେଥିରେ ଅଛି, କିନ୍ତୁ ଲୋକମାନେ ତାହା ପାଳନ କରୁନାହାଁନ୍ତି । ତାହା ଅନ୍ୟ କଥା । କୌଣସି ଧାର୍ମିକ ବ୍ୟକ୍ତି... କୌଣସି ବ୍ୟକ୍ତି ଧାର୍ମିକ ହୋଇପାରିବ ନାହିଁ ଯେବେ ପର୍ଯ୍ୟନ୍ତ ସେ ସତ୍ଵଗୁଣରେ ରହିବ ନାହିଁ । ଏକ ରାଜସିକ ବ୍ୟକ୍ତି ବା ଏକ ତାମସିକ ବ୍ୟକ୍ତି, ସେମାନେ କେବେ ମଧ୍ୟ ଧାର୍ମିକ ସ୍ତରକୁ ଆସିପାରିବେ ନାହିଁ । ଧାର୍ମିକ ସ୍ତର ମାନେ ସତ୍ଵଗୁଣରେ । ତେବେ ତୁମେ ବୁଝିପାରିବ । ସତ୍ଵଗୁଣ ମଞ୍ଚରେ, ତୁମେ ସବୁ ଭଲ ବୁଝିପାରିବ । ଯଦି ତୁମେ ତାମସିକ ସ୍ତରରେ ଅଛ, ଯଦି ତୁମେ ରାଜସିକ ସ୍ତରରେ ଅଛ, ତେବେ ତୁମେ କିପରି ଭଲ ଜିନିଷ ବୁଝିପାରିବ? ତାହା ସମ୍ଭବ ନୁହେଁ । ତେଣୁ ଜଣେ ନିଜକୁ ସତ୍ଵଗୁଣରେ ରଖିବା ଉଚିତ, ଏବଂ ସେହି ସତ୍ଵଗୁଣ ମାନେ ଜଣକୁ ସବୁ ପ୍ରତିବନ୍ଧନ ସବୁ ପାଳନ କରିବା ଉଚିତ । ତୁମେ ଦଶଟି ନିୟମାବଳିକୁ ଅନୁସରଣ କର କିମ୍ଵା ଏହି ଚାରୋଟି ନିୟମାବଳି ପାଳନ କର, ଏକା କଥା । ତାହା ମାନେ ତୁମେ ନିଜକୁ ସତ୍ଵଗୁଣରେ ରଖିବା ଉଚିତ । ସନ୍ତୁଳନ ସତ୍ଵଗୁଣରେ ଅଛି । ଭଗବଦ୍ ଗୀତାରେ କୁହାଯାଇଛି, ପରଂ ବ୍ରହ୍ମ ପରଂ ଧାମ ପବିତ୍ରଂ ପରମଂ ଭବାନ୍ (BG 10.12) । ଅର୍ଜୁନ କୃଷ୍ଣଙ୍କୁ ସର୍ବୋତ୍ତମ ପବିତ୍ର ରୂପେ ସ୍ଵୀକାର କରିଥିଲେ । ତୁମେ କିପରି ନିଜେ ପବିତ୍ର ନ ହୋଇ ସର୍ବୋତ୍ତମ ପବିତ୍ରଙ୍କ ପାଖକୁ ପହଞ୍ଚିପାରିବ? ତେଣୁ ଏହା ହେଉଛି ପ୍ରାରମ୍ଭିକ ପ୍ରୟାସ ପବିତ୍ର ହେବା ପାଇଁ, କାରଣ ଆମେ ପ୍ରଦୁଷିତ । ତେଣୁ ଶୁଦ୍ଧ ହେବା ପାଇଁ...ଏକାଦଶୀ, କାହିଁକି ଆମେ ପାଳନ କରୁ? ଶୁଦ୍ଧ ହେବା ପାଇଁ । ବ୍ରହ୍ମଚର୍ଯ୍ୟ ତପସ୍ୟା, ପ୍ରାୟଶ୍ଚିତ, କଠୋର ନିୟମ, ସର୍ବଦା ମନକୁ କୃଷ୍ଣ ଚେତନାରେ ରଖି, ଶରୀରକୁ ସର୍ବଦା ସଫା ରଖି- ଏହି ଜିନିଷ ଗୁଡିକ ଆମକୁ ସତ୍ଵଗୁଣରେ ରଖିବାକୁ ସାହାଯ୍ୟ କରେ । ବିନା ସତ୍ଵଗୁଣରେ, ଏହା‍ ସମ୍ଭବ ନୁହେଁ । କିନ୍ତୁ କୃଷ୍ଣ ଚେତନା ଏତେ ଭଲ ଯେ ଜଣେ ତାମସିକ ହେଉ ବା ରାଜସିକ ହେଉ, ଏକାଥରେ ସେ ସତ୍ଵଗୁଣର ସ୍ତରକୁ ଉତ୍ତୀର୍ଣ୍ଣ ହୋଇଯିବ, ଯଦି ସେ ନିୟମ ଏବଂ କାୟଦାକୁ ଅନୁସରଣ କରିବ ଏବଂ ହରେ କୃଷ୍ଣ ଜପ କରିବ । ଏହି ହରେ କୃଷ୍ଣ ଜପ କରିଲେ ଏବଂ ନିୟମ କାୟଦା ପାଳନା କରିଲେ ତୁମେ ଅକ୍ଷତ ରୂପରେ ସତ୍ଵଗୁଣରେ ରହିବ । ନିଶ୍ଚିତରେ ରୁହ । ବିନା ଅସଫଳତାରେ । ଏହା କ'ଣ ଏତେ କଷ୍ଟକର? ହୁଁ, ଠିକ ଅଛି ।