OR/Prabhupada 1035 - ହରେକୃଷ୍ଣ ଜପ ଦ୍ଵାରା ନିଜ ଅସ୍ଥିତ୍ଵର ବାସ୍ତବତାକୁ ବୁଝ



720403 - Lecture SB 01.02.05 - Melbourne

ମୁଁ କାହିଁକି ଦୁର୍ଦ୍ଦଶାରେ ଅଛି ? ମୋତେ କାହିଁକି ଜନ୍ମ ଗ୍ରହଣ କରିବାକୁ ପଡ଼ୁଛି? କାହିଁକି ମୋତେ ମୃତ୍ୟକୁ ସ୍ଵୀକାର କରିବାକୁ ପଡ଼ୁଛି? କାହିଁକି ମୋତେ ରୋଗକୁ ସ୍ଵୀକାର କରିବାକୁ ପଡ଼ୁଛି? କାହିଁକି ମୋତେ ବୃଦ୍ଧାବସ୍ଥା ସ୍ଵୀକାର କରିବାକୁ ପଡ଼ୁଛି?" ଏଗୁଡ଼ିକ ହେଉଛି ଅସୁବିଧା । ଏଗୁଡ଼ିକ ହେଉଛି ଅସୁବିଧା, ଏବଂ ଏହି ଅସୁବିଧା ଗୁଡ଼ିକୁ କେବଳ ମନୁଷ୍ୟ ଜୀବନରେ ହିଁ ସମାଧାନ କରି ହେବ, ନା କି କୁକୁର ଏବଂ ବିଲେଇ ଜନ୍ମରେ । ସେମାନେ କରି ପାରିବେ ନାହିଁ । ତେଣୁ ଆମର ଅନୁରୋଧ ହେଉଛି ଯେ ତୁମେ ତୁମର ଜୀବନ ସଫଳ କର । ତୁମର ଅସ୍ତିତ୍ଵର ବାସ୍ତବତାକୁ ବୁଝିବା ଅବସ୍ଥାକୁ ଆସ । ଏବଂ ଏହା କେବଳ ଜପ ଦ୍ଵାରା ସମ୍ଭବ । ହରେ କୃଷ୍ଣ, ହରେ କୃଷ୍ଣ, କୃଷ୍ଣ କୃଷ୍ଣ, ହରେ ହରେ / ହରେ ରାମ, ହରେ ରାମ, ରାମ ରାମ, ହରେ ହରେ...

ବହୁତ ବହୁତ ଧନ୍ୟବାଦ । ହରେ କୃଷ୍ଣ ।