OR/Prabhupada 1067 - ଆମକୁ ଭଗବଦ ଗୀତାକୁ ସ୍ୱୀକାର କରିବାକୁ ହେବ ବିନା କିଛି ନିଜର ବ୍ୟାଖ୍ୟା ଦେଇକି ବା କିଛି କଟା କଟି କରିକି

The printable version is no longer supported and may have rendering errors. Please update your browser bookmarks and please use the default browser print function instead.


660219-20 - Lecture BG Introduction - New York

ଜୀବ ମାନଙ୍କ ପାଇଁ ସମ୍ପୂର୍ଣ ଭାବେ ସୁବିଧା କରା ହେଇଛି, ସମ୍ପୂର୍ଣ ର ଅନୁଭୁତି କରିବା ପାଇଁ | ଏବଂ ସବୁ ପ୍ରକାର ଅପୁର୍ନତା ର ଅନୁଭବ ପୁର୍ଣଙ୍କ ବିଷୟ ରେ ଅପୂର୍ଣ ଜ୍ଞାନ ଯୋଗୁଁ ଅଛି | ତ ଭଗବଦ ଗୀତା ବୈଦିକ ବିଦ୍ୟା ର ପୁର୍ଣ ଜ୍ଞାନ ଅଟେ |

ସବୁ ବୈଦିକ ଜ୍ଞାନ ଅମୋଘ (ଅଚ୍ୟୁତ) ଅଟେ | ଭିନ୍ନ ଭିନ୍ନ ଉଧାରଣରେ ଆମେ ବୈଦିକ ଜ୍ଞାନକୁ ଅମୋଘ ମାନି ପାରିବା | ଉଧାରଣର୍ଥ, ଯେତେ ଯାଇଁ ହିନ୍ଦୁ ମାନଙ୍କ ପ୍ରଶ୍ନ ଅଛି, ଏବଂ ସେ କିପରି ଏହି ଜ୍ଞାନ କୁ ଅମୋଘ ମାନନ୍ତି, ଏଠି ଗୋଟେ ତୁଚ୍ଛ ଉଧାରଣ ଅଛି | ଯେପରି କି ଗୋବର | ଗାଈ ର ଗୋବର ପଶୁ ର ମଳ ଅଟେ | ସ୍ମୃତି ବା ବୈଦିକ ଆଦେଶ କେ ଅନୁସାର, ଯଦି କେହି ପଶୁମଳର ସ୍ପର୍ଶ କରେ, ତାକୁ ଶୁଦ୍ଧ ହେବା ପାଇଁ ସ୍ନାନ କରିବାକୁ ପଡେ | କିନ୍ତୁ ବୈଦିକ ଶାସ୍ତ୍ରରେ ଗୋବର କୁ ପବିତ୍ର ମନାଯାଏ | ବରଂ, ଅଶୁଦ୍ଧ ସ୍ଥାନ ବା ଅଶୁଦ୍ଧ ବସ୍ତୁ, ଗୋବର ଦ୍ୱାରା ଶୁଦ୍ଧ ହେଇ ଯାଏ | ଏବେ ଯଦି କେହି ପଚାରେ, କିପରି ଗୋଟେ ସ୍ଥାନରେ ପଶୁମଳକୁ ଅପବିତ୍ର କୁହାଯାଇଛି, ଅନ୍ୟ ସ୍ଥାନରେ ଗାଈର ଗୋବର ଯୋଉଠା କି ପଶୁମଳ, ତାକୁ ଶୁଦ୍ଧ କୁହାଯାଇଛି, ତା ସେ ବିରୋଧାଭାଷୀ ଅଟେ | ପରନ୍ତୁ ବାସ୍ତବରେ, ଏହା ବିରୋଧାଭାଷୀ ପ୍ରତୀତ ହୁଏ, କିନ୍ତୁ ଏହା ବୈଦିକ ଆଦେଶ ଅଟେ, ତେଣୁ ଆମକୁ ଏହା ମାନ୍ୟ ଅଟେ | ଏବଂ ଏହା ସ୍ୱୀକାର କରିକି ଆମେ କିଛି ଅପରାଧ କରୁନୁ | ଏବେ ଏହା ଆଧୁନିକ ବିଜ୍ଞାନ ଦ୍ୱାରା ସିଦ୍ଧ ହେଇ ସାରିଛି, ଜଣେ ଡ଼କ୍ଟର ଲାଲ ମୋହନ ଗୋସଳ, ତାଙ୍କେ ବହୁତ ବାରିକ ରେ ଗୋବର ର ବିସ୍ଲେସଣ କରିଛନ୍ତି, ଆଉ ପାଇଲେ କି ଗାଈ ଗୋବର ରେ ସମସ୍ତ ଜୀବାଣୁନାଶକ ଗୁଣ ଅଛି | ତ ଏହି ପରି, ଜିଜ୍ଞାସା କରିକି ଗଙ୍ଗାପାଣି ର ବିସ୍ଲେସଣ ମଧ୍ୟ କରିଛନ୍ତି | ତ ମୋର ଏହି ବିଚାର ଯେ ଏହି ବୈଦିକ ଜ୍ଞାନ ପୁର୍ଣ କାରଣ ଏହା ସମସ୍ତ ସଂଚୟ ଏବଂ ତ୍ରୁଟି ର ଉପରେ ଅଟେ | ତ, ଏହି ଭଗବାଦ ଗୀତା ସମସ୍ତ ବୈଦିକ ଜ୍ଞାନ ର ସାର ଅଟେ | ବୈଦିକ ଜ୍ଞାନ ତେଣୁ ଅମୋଘ ଅଟେ | ଏହା ପରମ୍ପରା ରୁ ଚାଲି ଆସିଛି |

ତେଣୁ ବୈଦିକ ଜ୍ଞାନ କିଛି ଶୋଧ ର ବିଷୟ ନାହିଁ | ଆମର ଶୋଧକାର୍ଯ୍ୟ ଅପୂର୍ଣ୍ଣ ଅଟେ, କାରଣ ଆମେ ଅପୂର୍ଣ୍ଣ ଇନ୍ଦ୍ରିୟ ଦ୍ୱାରା ଶୋଧ କରୁଛୁ | ତେଣୁ ଆମର ଶୋଧକାର୍ଯ୍ୟ ର ପରିଣାମ ଭି ଅପୂର୍ଣ୍ଣ ଅଟେ | ଏହା ପୁର୍ଣ ହେଇ ପାରିବ ନାହିଁ | ଆମକୁ ପୁର୍ଣ ଜ୍ଞାନ କୁ ସ୍ୱୀକାର କରିବା ଦରକାର | ପୁର୍ଣ ଜ୍ଞାନ ପରମ୍ପରା ରେ ଚାଲି ଆସିଛି, ଯେପରି କି ଭଗବଦ ଗୀତା ରେ କୁହା ଯାଇଛି, ଯେପରି କି ଏବେ ଆରମ୍ଭ କରୁଛୁ, ଏବଂ ପରମ୍ପରା ପ୍ରାପ୍ତମ ଇମମ ରାଜସରଯୁ ବିଦୁ: (BG 4.2) | ଆମକୁ ଜ୍ଞାନକୁ ଉପୟକ୍ତ ସ୍ରୋତ ରେ,ଗୁରୁ ପରମ୍ପରା ରେ, ଗ୍ରହଣ କରିବାକୁ ହେବ, ସାକ୍ଷାଦ ଭଗବାନଙ୍କ ଠୁ ଆରମ୍ଭ କରିକି | ତ ଭଗବଦ-ଗୀତା ସ୍ୱୟଂ ଭଗବାନଙ୍କ ଦ୍ୱାରା କୁହା ଯାଇଛି | ଏବଂ ଅର୍ଜୁନ, ମୁଁ କହିବା ଅର୍ଥ ଶିଷ୍ୟ ଯିଏ ଭଗବଦ ଗୀତା ର ପାଠ ପଢିଲେ, ଟାଙ୍କେ ସମ୍ପୂର୍ଣ ଭଗବଦ ଗୀତା କୁ ମୌଳିକ ରୂପ ରେ ଗ୍ରହଣ କରିଲେ | ଏହା ଅନୁମତି ନାହିଁ କି ଭଗବଦ ଗୀତା ର କିଛି ଅଂଶ ସ୍ୱୀକାର କରିବା ଆଉ କିଛି କରିବାନି | ଏହା ଭି ସ୍ୱୀକାର ନାହିଁ | ଆମକୁ ବିନା କିଛି ଭି ପ୍ରକାର ଟୀକା ଟିପ୍ପଣୀ, ନ ବଦଳେଇକି ଭଗବଦ-ଗୀତା କୁ ସ୍ୱୀକାର କରିବାକୁ ହେବ , ଏବଂ ବିଷୟ ବସ୍ତୁ କୁ ମନକଳ୍ପନା ନ କରିକି, କାରଣ ଏହାକୁ ବୈଦିକ ଜ୍ଞାନର ସର୍ବାଧିକ ପୁର୍ଣ ପ୍ରସ୍ତୁତି ଜାଣିବା ଦରକାର | ବୈଦିକ ଜ୍ଞାନ ଦିବ୍ୟ ସ୍ରୋତ ରୁ ପ୍ରାପ୍ତ ହେଇଛି, କାରଣ ଭଗବାନ ହିଁ ସ୍ୱୟଂ ପ୍ରଥମ ପ୍ରବଚନ କରିଛନ୍ତି | ଭଗବାନ ଦ୍ୱାରା କୁହା ଯାଇଥିବା ଶବ୍ଦ କି ଅପୂସ୍ୱର୍ଯ୍ୟ କୁହା ଯାଏ, ବା ଯୁକ୍ତ ସଂସାରୀ ବ୍ୟକ୍ତି ଦ୍ୱାରା ନୁହେଁ, ଯିଏ କି ଚାରିଟି ଦୋଷ ରେ ଦୋଷୀତ | ସାମନସାରିକ ପୁରୁଷ ରେ ଚାରିଟି ଦୋଷ ଅଛି, ଏବଂ ସେ ଗୁଡା - 1. ସେ ନିଶ୍ଚିତ ଭୁଲ କରିବ, 2. ସେ ଅନିବାର୍ଯ୍ୟ ରୂପ ରେ ବ୍ରହ୍ମିତ ହୁଏ, ଏବଂ 3. ସେ ପର କୁ ଧୋକା ଦେବା ପାଇଁ ଚେଷ୍ଟା କରେ , ଏବଂ 4. ସେ ଅପୂର୍ଣ୍ଣ ଇନ୍ଦ୍ରିୟ ଯାଗୁଁ ସୀମିତ | ଏହି ଚାରିଟି ଦୋଷ କାରଣ ରୁ, ମନୁଷ୍ୟ ସର୍ବବ୍ୟାପି ଜ୍ଞାନ ବିଷୟକ ପୁର୍ଣ ସୂଚନା ଦେଇ ପାରିବ ନାହିଁ | ବେଦ ଏହି ପରି ନୁହେଁ | ବୈଦିକ ଜ୍ଞାନ ବ୍ରହ୍ମା, ପ୍ରଥମ ସୃଷ୍ଟ ଯିବଙ୍କ ହୃଦୟରେ ପ୍ରଦାନ କରାଯାଇଥିଲା | ଏବଂ ବ୍ରହ୍ମା ଏହି ଜ୍ଞାନ କୁ ନିଜ ପୁତ୍ର ତଥା ଶିଷ୍ୟଙ୍କୁ ସେହି ରୂପରେ ପ୍ରଦାନ କରିଥିଲେ ଯୋଉ ରୂପରେ ସେ ଭଗବାନଙ୍କ ଠୁ ପାଇଥିଲେ |