OR/Prabhupada 0032 - ଯାହା ମୋତେ କହିବାର ଥିଲା, ତାହା ମୁଁ ମୋ ପୁସ୍ତକମାନଙ୍କରେ କହିଦେଇଛି



Arrival Speech -- May 17, 1977, Vrndavana

ପ୍ରଭୁପାଦ:ତେଣୁ ମୁଁ କହିପାରିବି ନାହିଁ । ମୁଁ ଭାରୀ ଦୁର୍ବଳତା ଅନୁଭବ କରୁଛି । ମୋର ଅନ୍ୟ ସ୍ଥାନମାନଙ୍କୁ ଯିବାର ଥିଲା ଯେପରିକି ଚଣ୍ତୀଗଡ଼ କାର୍ଯ୍ୟକ୍ରମ, କିନ୍ତୁ ମୁଁ ସେହି କାର୍ଯ୍ୟକ୍ରମ ଋଦ୍ଦ କରିଦେଲି କାରଣ ମୋର ସ୍ଵାସ୍ଥ୍ୟ ଅବସ୍ଥା ଭାରୀ ଖରାପ ହୋଇଚାଲିଛି । ତେଣୁ ମୁଁ ବୃନ୍ଦାବନ ଆସିବାକୁ ପସନ୍ଦ କରିଲି । ଯଦି ମୃତ୍ୟୁ ଆସିବାର ଅଛି, ତାହା ଏଠାରେ ଆସୁ । ତେଣୁ ନୂଆ କହିବାକୁ ଅାଉ କିଛି ନାହିଁ । ଯାହା ମୋତେ କହିବାର ଥିଲା, ତାହା ମୁଁ ମୋ ପୁସ୍ତକମାନଙ୍କରେ କହିଦେଇଛି । ବର୍ତ୍ତମାନ ତୁମେ ଏହାକୁ ବୁଝିବାକୁ ଚେଷ୍ଟା କର ଏବଂ ତୁମର ପ୍ରୟାସ ଜାରି ରଖ । ମୁଁ ଉପସ୍ଥିତ ଥାଏ କିମ୍ଵା ନଥାଏ, ଏହା କିଛି ଫରକ ପକାଏ ନାହିଁ । ଯେପରି କୃଷ୍ଣ ସନାତନ ଅଟନ୍ତି, ସେହିପରି, ଜୀବମାନେ ମଧ୍ୟ ସନାତନ ଅଟନ୍ତି । କିନ୍ତୁ କିର୍ତିର୍ ୟସ୍ୟ ସ ଜୀବତି: "ଯେ କେହି ଭଗବାନଙ୍କର ସେବା କରେ ସେ ଚିରଦିନ ପାଇଁ ଜୀବିତ ରହେ ।" ତେଣୁ ତୁମ ମାନଙ୍କୁ କୃଷ୍ଣଙ୍କର ସେବା କରିବା ଶିକ୍ଷା ଯାଇଛି, ଏବଂ କୃଷ୍ଣଙ୍କ ସହିତ ଆମେମାନେ ସନାତନ ଭାବରେ ରହିବା । ଆମର ଜୀବନ ସନାତନ ଅଟେ । ନ ହନ୍ୟତେ ହନ୍ୟମାନେ ଶରୀରେ (BG 2.20) । ଏହି ଶରୀରର ଅଳ୍ପକାଳୀନ ଅନ୍ତର୍ଧାନ ହେବା, କିଛି କଥା ନୁହେଁ । ଶରୀର ଅନ୍ତର୍ଧାନ ହେବା ପାଇଁ ହିଁ ହୋଇଛି । ତଥା ଦେହାନ୍ତର-ପ୍ରାପ୍ତିଃ (BG 2.13) । ତେଣୁ କୃଷ୍ଣଙ୍କର ସେବା କରି ଚିରଦିନ ପାଇଁ ବଞ୍ଚିବା । ବହୁତ ଧନ୍ୟବାଦ ।

ଭକ୍ତ:ଜୟ !