OR/Prabhupada 0223 - ଏହି ଅନୁଷ୍ଠାନ ସମଗ୍ର ମାନବ ସମାଜକୁ ଶିକ୍ଷିତ କରିବା ପାଇଁ ରହିବା ଉଚିତ୍



Room Conversation with Ratan Singh Rajda M.P. "Nationalism and Cheating" -- April 15, 1977, Bombay

ପ୍ରଭୁପାଦ: ଆପତ୍ତି କ'ଣ?

ଶ୍ରୀ ରାଜଦା: କୌଣସି ଆପତ୍ତି ହୋଇପାରିବ ନାହିଁ ।

ପ୍ରଭୁପାଦ: ଭଗବଦ୍ ଗୀତାକୁ ସ୍ଵୀକାର କରାଯାଇଛି, ଏବଂ ଯେ ପର୍ଯ୍ୟନ୍ତ ମୁଁ ଜାଣିଛି ଯେତେବେଳେ ମୋରାରଜୀ ଗିରଫ ହେବାକୁ ଯାଉଥିଲେ, ସେ କହିଲେ ଯେ "ମୋତେ ଭଗବଦ୍ ଗୀତା ପଢ଼ି ଶେଷ କରିବାକୁ ଦିଅ ।" ମୁଁ ଏହା ଖବରକାଗଜରେ ପଢ଼ି ଥିଲି ।

ଶ୍ରୀ ରାଜଦା: ହଁ ସେ କହୁଥିଲେ ।

ପ୍ରଭୁପାଦ: ତେଣୁ ସେ...ସେ ହେଉଛନ୍ତି ଭଗବଦ୍ ଗୀତାର ଭକ୍ତ, ଏବଂ ଅନେକ ଅନ୍ୟମାନେ ଅଛନ୍ତି । ତେବେ ଏହି ଶିକ୍ଷା ସମଗ୍ର ଦୁନିଆକୁ କାହିଁକି ନ ଦିଆଯିବ?

ଶ୍ରୀ ରାଜଦା: ବର୍ତ୍ତମାନ, ମୁଁ ଦେଖୁଛି, ସେ ଧିରେ ଧିରେ ପ୍ରାତଃ ୩.୩୦ ରେ ଉଠିଯାଉଛନ୍ତି, ପ୍ରଥମେ ତାଙ୍କର ଧାର୍ମିକ କାର୍ଯ୍ୟ କରୁଛନ୍ତି, ଭଗବଦ୍ ଗୀତା ପଢ଼ିବା ଏବଂ ଏହି ସବୁ । ଏବଂ ତାହା ଦୁଇ, ତିନି ଘଣ୍ଟା ପାଇଁ ଚାଲେ । ତାପରେ, ସାତଟାରେ, ସେ ସ୍ନାନ କରି ସାରିବା ପରେ ତାଙ୍କ କକ୍ଷ ବାହାରକୁ ଆସନ୍ତି । ତାପରେ ସେ ମିଶନ୍ତି (ଅସ୍ପଷ୍ଟ) ।

ପ୍ରଭୁପାଦ: ଏବଂ ଏହି ବିଦେଶୀ ବାଳକମାନେ, ସେମାନେ ତାଙ୍କର ଭଗବଦ୍ ଗୀତା ଅଭ୍ୟାସ ୩.୩୦ ରୁ ୯.୩୦ ପର୍ଯ୍ୟନ୍ତ କରନ୍ତି । ସେମାନଙ୍କର ଅନ୍ୟ କୌଣସି କାମ ନାହିଁ । ତୁମେ ଦେଖ । ଆପଣ ଆମ ଗିରିଜାର ଅଧ୍ୟୟନ କରିଥିବେ । ଦିନ ସାରା ସେ କରେ । ସେମାନେ ସମସ୍ତେ ଏହା କରନ୍ତି । ପ୍ରାତଃ ୩.୩୦ରୁ, ସେମାନେ କ୍ଳାନ୍ତ ହୋଇ ନାହାଁନ୍ତି, ୯.୩୦, କେବଳ ଭଗବଦ୍ ଗୀତା ।

ଶ୍ରୀ ରାଜଦା: ଅତି ଉତ୍ତମ ।

ପ୍ରଭୁପାଦ: ଏବଂ ଆମ ପାଖରେ ଏତେ ସାରା ସାମଗ୍ରି ଅଛି । ଯଦି ଆମେ ଏହି ଏକ ପଂକ୍ତି ଉପରେ ଆଲୋଚନା କରିବା, ତଥା ଦେହାନ୍ତର ପ୍ରାପ୍ତିଃ (BG 2.13), ଏହା ବୁଝିବାକୁ ଅନେକ ଦିନ ଲାଗେ ।

ଶ୍ରୀ ରାଜଦା: ଅବଶ୍ୟ ।

ପ୍ରଭୁପାଦ: ବର୍ତ୍ତମାନ, ଯଦି ଏହା ତଥ୍ୟ, ତଥା ଦେହାନ୍ତର ପ୍ରପ୍ତି ଏବଂ ନ ହନ୍ୟତେ ହନ୍ୟମାନେ ଶରୀରେ (BG 2.20), ଆମେ ସେଥିପାଇଁ କ'ଣ କରୁଛୁ? ଏହା ହେଉଛି ଭଗବଦ୍ ଗୀତା । ନା ଜାୟତେ ମ୍ରିୟତେ ବା କଦାଚିନ୍ ନ ହନ୍ୟତେ ହନ୍ୟମାନେ ଶରୀରେ (BG 2.20) । ତେଣୁ ଯେତେବେଳେ ମୋର ଶରୀର ନଷ୍ଟ ହୋଇଯିବ, ମୁଁ ଯାଉଛି... ...ବ୍ୟକ୍ତିଗତ ଭାବରେ ଦ୍ଵାରରୁ ଦ୍ଵାରକୁ ଯାଉଛନ୍ତି, ପୁସ୍ତକ ବିକ୍ରି କରୁଛନ୍ତି ଏବଂ ଟଙ୍କା ପଠଉଛନ୍ତି । ଆମେ ଏହି ପରି ଭାବରେ ଆମର ଆନ୍ଦୋଳନ ଆଗକୁ ନେଉଛୁ । ମୁଁ ନା ସରକାର ନା ଜନାତାଠାରୁ କୌଣସି ସହାୟତା ମିଳୁଛି । ଏବଂ ବ୍ୟାଙ୍କ ଅଫ୍ ଆମେରିକାରେ ବିବରଣ ଅଛି, ମୁଁ କେତେ ବିଦେଶୀ ମୁଦ୍ରା ଆଣୁଛି । ଏପରିକି ଏହି ଦୁର୍ବଳ ଅବସ୍ଥାରେ ମଧ୍ୟ, ରାତିରେ ଅତିକମରେ ଚାରି ଘଣ୍ଟା କାମ କରୁଛି । ଏବଂ ସେମାନେ ମଧ୍ୟ ମୋତେ ସାହାର୍ଯ୍ୟ କରୁଛନ୍ତି । ତେଣୁ ଏହା ହେଉଛି ଆମର ବ୍ୟକ୍ତିଗତ ପ୍ରୟାସ । ଏଠାକୁ କାହିଁକି ଆସୁ ନାହଁ । ଯଦି ତୁମେ ବାସ୍ତବରେ ଭଗବଦ୍ ଗୀତାର ଅତି ଗମ୍ଭୀର ଛାତ୍ର, ତୁମେ କାହିଁକି ଆସୁ ନାହଁ, ସହଯୋଗ କରୁ ନାହଁ? ଏବଂ ହରାବ ଅଣକ୍ତସ୍ୟ କୁତୋ ମହଦ ଗୁଣା ମନୋରଥେନାସତି ଧାବତୋ...(SB 5.18.12) ତୁମେ କେବଳ ବିଧାନ ଦ୍ଵାରା ଜନତାକୁ ବିଶ୍ଵସ୍ଥ କରି ପାରିବ ନାହିଁ । ତାହା ସମ୍ଭବ ନୁହେଁ । ଭୁଲିଯାଅ । ତାହା ସମ୍ଭବ ନୁହେଁ । ହରାବ ଅଣକ୍ତସ୍ୟ କୁତୋ...ଯସ୍ତାସ୍ତି ଭକ୍ତିର ଭଗବତି ଆକିଂଚନ ସର୍ବୈଃ... ଯଦି ତୁମେ, ଯଦି ଜଣେ ଭଗବାନଙ୍କର ଭକ୍ତ ହେବ, ତେବେ ତା ପାଖରେ ସମସ୍ତ ଭଲ ଗୁଣ ଥିବ । ଏବଂ ହରାବ ଅଣକ୍ତସ୍ୟ କୁତୋ ମହଦ...ଯଦି ସେ ଭକ୍ତ ନୁହେଁ... ବର୍ତ୍ତମାନ ବହୁତ ସାରା କଥା, ନିନ୍ଦା, ବଡ଼, ବଡ଼ ନେତାମାନଙ୍କର ଚାଲିଛି । ଆଜିର ଖବରକାଗଜ ମୁଁ ଦେଖିଲି । "ଏହି ବ୍ୟକ୍ତି, ସେହି ବ୍ୟକ୍ତିଙ୍କୁ ବହିଷ୍କୃତ କରାଯାଇଛି ।" କାହିଁକି? ହରାବ ଅଣକ୍ତସ୍ୟ କୁତୋ । ଏକ ବଡ଼ ନେତା ହୋଇ ଲାଭ କ'ଣ ଯଦି ସେ ଏକ ଭକ୍ତ ନୁହେଁ? (ହିନ୍ଦୀ) ତୁମେ ଭାରୀ ବୁଦ୍ଧିମାନ, ଯୁବକ, ଏବଂ ସେଥିପାଇଁ ମୁଁ ତୁମକୁ କିଛି ପ୍ରସ୍ତାବ ଦେବାକୁ ଚେଷ୍ଟା କରୁଛି, ଏବଂ ତୁମେ ଯଦି ପ୍ରସ୍ତାବକୁ କିଛି ଆକାର ଦେଇ ପାରିବ...ଏହା ପୂର୍ବରୁ ଅଛି । ଏହା ରହସ୍ୟ ନୁହେଁ । କେବଳ ଆମକୁ ଗମ୍ବୀର ହେବାକୁ ପଡ଼ିବ, ଯେ ଏହି ଅନୁଷ୍ଠାନ ସମଗ୍ର ମାନବ ସମାଜକୁ ଶିକ୍ଷିତ କରିବା ପାଇଁ ରହିବା ଉଚିତ୍ । କିଛି କଥା ନାହିଁ, ଅତି ଛୋଟ ସଂଖ୍ୟା । ଏହା କିଛି ଫରକ ପକାଏ ନାହିଁ । କିନ୍ତୁ ଆଦର୍ଶ ରହିବା ଉଚିତ୍ ।