OR/Prabhupada 0256 - ଏହି କଳି ଯୁଗରେ କୃଷ୍ଣ ତାଙ୍କର ନାମ ରୂପରେ ଆସିଲେ, ହରେ କୃଷ୍ଣ



Lecture on BG 2.8 -- London, August 8, 1973

କୃଷ୍ଣ-ବର୍ଣ୍ଣମ ତ୍ଵିଶାକୃଷ୍ଣମ
ସାଂଗୋପାଂଗା ପାରଷଦମ
ଯଜ୍ଞୈଃ ସଂକୀର୍ତ୍ତନୈଃ ପ୍ରାୟୈର
ଯଜନ୍ତି ହି ସୁମେଦସଃ
(SB 11.5.32)

ତେଣୁ ଏଠାରେ, ଏହି କକ୍ଷରେ, ବିଶେଷକରି, କୃଷ୍ଣ-ବର୍ଣ୍ଣମ ତ୍ଵିଶାକୃଷ୍ଣମ, ଏଠାରେ ଚୈତନ୍ୟ ମହାପ୍ରଭୁ ଅଛନ୍ତି । ସେ ହେଉଛନ୍ତି ନିଜେ କୃଷ୍ଣ, କିନ୍ତୁ ତାଙ୍କର ବର୍ଣ୍ଣ ହେଉଛି ଅକୃଷ୍ଣ, କଳା ନୁହେଁ । କୃଷ୍ଣ-ବର୍ଣ୍ଣମ ତ୍ଵିଶା...ତ୍ଵିଶା ଅର୍ଥାତ୍ ବର୍ଣ୍ଣରେ । ଅକୃଷ୍ଣ । ହଳଦିଆ । ସାଂଗୋପାଂଗା ପାରଷଦମ । ଏବଂ ସେ ତାଙ୍କର ସହଯୋଗୀମାନଙ୍କ ସାଙ୍ଗରେ ଅଛନ୍ତି, ନିତ୍ୟାନନ୍ଦ ପ୍ରଭୁ, ଅଦ୍ଵୈତ ପ୍ରଭୁ, ଶ୍ରୀବାସାଦି ଗୌର ଭକ୍ତ ବ୍ରନ୍ଦ । ଏହା ଏହି ଯୁଗରେ ପୂଜନୀୟ ବିଗ୍ରହ ଅଟେ । କୃଷ୍ଣ-ବର୍ଣ୍ଣମ ତ୍ଵିଶାକୃଷ୍ଣମ । ତେବେ ପୂଜା କରିବାର ବିଧି କ'ଣ? ଯଜ୍ଞୈଃ ସଂକୀର୍ତ୍ତନୈଃ ପ୍ରାୟୈର ଯଜନ୍ତି ହି ସୁମେଦସଃ । ଏହି ସଂକୀର୍ତ୍ତନ ଯଜ୍ଞ ଯେପରି ଆମେ ଭଗବାନ ଚୈତନ୍ୟ, ନିତ୍ୟାନନ୍ଦ ଏବଂ ଅନ୍ୟମାନଙ୍କ ଆଗରେ ପ୍ରଦର୍ଶନ କରୁଛୁ, ଏହା ଏହି ଯୁଗରେ ଯଜ୍ଞର ଠିକ୍ ପ୍ରଦର୍ଶନ । ଅନ୍ୟଥା, ଅନ୍ୟ କୌଣସି...ସେଥିପାଇଁ ଏହା ସଫଳ ହୋଇ ଚାଲିଛି । ଏହା କେବଳ ଏକମାତ୍ର ନିର୍ଦ୍ଧାରିତ ଯଜ୍ଞ । ଅନ୍ୟ ଯଜ୍ଞ, ରାଜସୂୟ ଯଜ୍ଞ, ଏହି ଯଜ୍ଞ, ସେହି... ଏତେ ସାରା ଯଜ୍ଞ ଅଛି...ଏବଂ ବେଳେ ବେଳେ ଭାରତରେ, ସେମାନେ ତଥା କଥିତ ଯଜ୍ଞ ପ୍ରଦର୍ଶନ କରନ୍ତି । ସେମାନେ କିଛି ଟଙ୍କା ସଂଗ୍ରହ କରନ୍ତି । ବାସ୍ । ଏହା ସଫଳ ହୋଇପାରିବ ନାହିଁ କାରଣ କୌଣସି ଯଜ୍ଞିକ ବ୍ରାହ୍ମଣ ନାହାଁନ୍ତି । ଯଜ୍ଞିକ ବ୍ରାହ୍ମଣ ବର୍ତ୍ତମାନ ସମୟରେ ଅସ୍ତିତ୍ଵରେ ନାହାଁନ୍ତି । ଯଜ୍ଞିକ ବ୍ରାହ୍ମଣ ପରୀକ୍ଷା କରୁଥିଲେ ସେମାନେ ବୈଦିକ ମନ୍ତ୍ରର ଠିକ୍ ଉଚ୍ଚାରଣ କରୁଛନ୍ତି କି ନାହିଁ । ପରୀକ୍ଷା ଏହା ଥିଲା ଯେ ଏକ ପଶୁକୁ ଅଗ୍ନିରେ ପକାଯାଉଥିଲା ଏବଂ ସେ ପୁଣି ଥରେ ସତେଜ, ଯୁବକ ଶରୀର ସହିତ ବାହାରକୁ ଆସୁଥିଲା । ତାପରେ ପ୍ରମାଣିତ ହେଉଥିଲା ଯେ ଯଜ୍ଞ ଭଲ ଭାବରେ ପ୍ରଦର୍ଶନ କରାଯାଇଛି । ବ୍ରାହ୍ମଣମାନେ, ଯଜ୍ଞିକ ବ୍ରାହ୍ମଣ, ସେମାନେ ବୈଦିକ ମନ୍ତ୍ର ଠିକ୍ ଭାବରେ ଉଚ୍ଚାରଣ କରୁଥିଲେ । ଏହା ହେଉଛି ପରୀକ୍ଷା । କିନ୍ତୁ ଏହି ଯୁଗରେ ସେହି ବ୍ରାହ୍ମଣ କାହାଁନ୍ତି? ସେଥିପାଇଁ କୌଣସି ଯଜ୍ଞର ସୁପାରିଶ କରାଯାଇ ନାହିଁ । କଳୌ ପଞ୍ଚ ବିବର୍ଜିତ ଅଶ୍ଵମେଧମ ଅବଲମ୍ଭମ ସନ୍ୟାସମ ବାଳ-ପୈତୃକମ ଦେବରେନ ସୁତ-ପିତୃ କଳୌ ପଞ୍ଚ ବିବର୍ଜିତ (CC Adi 17.164) ତେଣୁ ଏହି ଯୁଗରେ କୌଣସି ଯଜ୍ଞ ନାହିଁ । କୌଣସି ଯଜ୍ଞିକ ବ୍ରାହ୍ମଣ ନାହାଁନ୍ତି । ଏହା ହେଉଛି ଏକମାତ୍ର ଯଜ୍ଞ: ହରେ କୃଷ୍ଣ ମନ୍ତ୍ର ଜପ କର ଏବଂ ପରମାନନ୍ଦରେ ନୃତ୍ୟ କର । ଏହା ହେଉଛି ଏକମାତ୍ର ଯଜ୍ଞ ।

ତେଣୁ ରାଜ୍ୟଂ ସୁରାଣାମପି ଚାଧିପତ୍ୟମ୍ (BG 2.8) । ପୂର୍ବେ ଅନେକ ଅସୁର ଥିଲେ ଯେଉଁମାନେ ଦେବତାମାନଙ୍କର ସାମ୍ରାଜ୍ୟ ଉପରେ ବିଜୟ ଲାଭ କରୁଥିଲେ । ରାଜ୍ୟଂ ସୁରାଣାମପି ଚାଧିପତ୍ୟମ୍ । ଯେପରି ହିରଣ୍ୟକଶ୍ୟପୁ । ଏପରିକି ସେ ତାର ଅଧିକାର ଇନ୍ଦ୍ରଙ୍କର ସାମ୍ରାଜ୍ୟରେ ମଧ୍ୟ ବିସ୍ତାର କରିଥିଲା । ଇନ୍ଦ୍ରାରୀ ବ୍ୟକୁଳମ୍ ଲୋକମ୍ ମୃଦଯନ୍ତି ଯୁଗେ ଯୁଗେ (SB 1.3.28) । ଇନ୍ଦ୍ରାରୀ । ଇନ୍ଦ୍ରାରୀ ଅର୍ଥାତ୍ ଇନ୍ଦ୍ରଙ୍କର ଶତୃ । ଇନ୍ଦ୍ର ହେଉଛନ୍ତି ସ୍ଵର୍ଗଲୋକର ରାଜା, ଏବଂ ଶତୃ ଅର୍ଥାତ୍ ଅସୁରମାନେ । ଦେବତାମାନେ ଏବଂ ତାଙ୍କର ଶତୃ, ଅସୁରମାନେ । ଯେପରି ଆମର ଅନେକ ଶତୃ ଅଛନ୍ତି । କାରଣ ଆମେ ହରେ କୃଷ୍ଣ ମନ୍ତ୍ର ଜପ କରୁଛୁ, ଏତେ ସାରା ସମାଲୋଚକ ଏବଂ ଏତେ ସାରା ଶତୃ ମଧ୍ୟ ଅଛନ୍ତି । ସେମାନେ ପସନ୍ଦ କରନ୍ତି ନାହିଁ । ତେଣୁ ଏହା ସର୍ବଦା ହୁଏ । ବର୍ତ୍ତମାନ ସଂଖ୍ୟା ବଢ଼ି ଯାଇଛି । ପୂର୍ବେ, କିଛି ଥିଲେ । ବର୍ତ୍ତମାନ ଅନେକ ଅଛନ୍ତି । ତେଣୁ ସେଥିପାଇଁ ଇନ୍ଦ୍ରାରୀ ବ୍ୟାକୁଳମ ଲୋକମ । ଯେତେବେଳେ ଏହି ଅସୁରମାନେ, ଜନସାଧାରଣ, ଆସୁରିକ ଜନସଂଖ୍ୟା ବଢ଼ି ଯାଏ, ତେବେ ବ୍ୟାକୁଲମ ଲୋକମ । ଲୋକମାନେ ଦ୍ଵନ୍ଦରେ ପଡ଼ୁଛନ୍ତି । ଇନ୍ଦ୍ରାରୀ ବ୍ୟାକୁଳମ ଲୋକମ ମୃଦଯନ୍ତି ଯୁଗେ ଯୁଗେ । ତେଣୁ ଯେତେବେଳେ, ସେହି ସମୟରେ, କୃଷ୍ଣ ଆସିଥିଲେ । ଏତେ ଚାମଶା-କଳାଃ ପୁମସଃ କ୍ରଷ୍ଣସ ତୁ ଭଗବାନ ସ୍ଵୟଂ (SB 1.3.28) । କୃଷ୍ଣ ଏବଂ ଭଗବାନଙ୍କର ଅବତାର ର ନାମଗୁଡ଼ିକର ସୂଚୀ ମଧ୍ୟ ଅଛି । କିନ୍ତୁ ସମସ୍ତ ନାମ ଉଲ୍ଲେଖ କରି ସାରିଲା ପରେ, ଭାଗବତ କୁହଁନ୍ତି ଯେ: "ଏଠାରେ ସୂଚୀତ ସମସ୍ତ ନାମ, ସେମାନେ କୃଷ୍ଣଙ୍କର ଆଶିଂକ ପ୍ରତିନିଧିତ୍ଵ ଅଟନ୍ତି । କିନ୍ତୁ ଏହି ନାମ, କୃଷ୍ଣ ଅଟେ । ସେ ହେଉଛନ୍ତି ପ୍ରକୃତ, ମୂଳ ବ୍ୟକ୍ତିତ୍ଵ... କୃଷ୍ଣସ ତୁ ଭଗବାନ ସ୍ଵୟଂ । ଏବଂ ସେ ଆସନ୍ତି...ଇନ୍ଦ୍ରାରୀ ବ୍ୟାକୁଳମ ଲୋକେ । ଯେତେବେଳେ ଲୋକମାନେ ଅସୁରମାନଙ୍କର ଆକ୍ରମଣରେ ଲାଞ୍ଚିତ ହୁଅଁନ୍ତି, ସେ ଆସନ୍ତି । ଏବଂ ସେ ନିଶ୍ଚିତ କରନ୍ତି । ଏହା ହେଉଛି ଶାସ୍ତ୍ର । ଏକ ଶାସ୍ତ୍ର କୁହେ ସେ ଏପରି ଅବସ୍ଥାରେ ଆସନ୍ତି । ଏବଂ କୃଷ୍ଣ କୁହଁନ୍ତି: "ହଁ, ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁତ୍ ଥାନମଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହମ୍ (BG 4.7) ସେହି ସମୟରେ, ମୁଁ ଆସେ ।"

ତେବେ ଏହି କଳି ଯୁଗରେ ଲୋକମାନେ ଭାରୀ ଅଶାନ୍ତ ଅଛନ୍ତି । ସେଥିପାଇଁ, କୃଷ୍ଣ ଆସିଲେ ତାଙ୍କ ନାମ ରୂପରେ, ହରେ କୃଷ୍ଣ । କୃଷ୍ଣ ବ୍ୟକ୍ତିଗତ ରୂପରେ ଆସି ନାହାଁନ୍ତି, କିନ୍ତୁ ତାଙ୍କର ନାମ ରୂପରେ । କିନ୍ତୁ କାରଣ କୃଷ୍ଣ ହେଉଛନ୍ତି ପୂର୍ଣ୍ଣ, ତାଙ୍କର ନାମରେ ଏବଂ ତାଙ୍କ ମଧ୍ୟରେ କୌଣସି ଅନ୍ତର ନାହିଁ । ଅଭିନ୍ନତ୍ଵାନ ନାମ ନାମିନୋଃ (CC Madhya 17.133) । ନାମ ଚିନ୍ତାମଣି କୃଷ୍ଣ-ଚୈତନ୍ୟ-ରସ-ବିଗ୍ରହ ପୂର୍ଣ୍ଣଃ ଶୁଦ୍ଧୋ ନିତ୍ୟ-ମୁକ୍ତଃ । ନାମ ହେଉଛି ପୂର୍ଣ୍ଣ । ଯେପରି କୃଷ୍ଣ ହେଉଛନ୍ତି ପୂର୍ଣ୍ଣ, ପୁରା, ସେହିପରି, କୃଷ୍ଣଙ୍କର ନାମ ମଧ୍ୟ ପୂର୍ଣ୍ଣ ଅଟେ, ପୁରା । ଶୁଦ୍ଧ । ଏହା ଭୌତିକ କଥା ନୁହେଁ । ପୂର୍ଣ୍ଣଃ ଶୁଦ୍ଧଃ ନିତ୍ୟଃ । ଶାଶ୍ଵତ । ଯେପରି କୃଷ୍ଣ ହେଉଛନ୍ତି ଶାଶ୍ଵତ, ତାଙ୍କର ନାମ ମଧ୍ୟ ଶାଶ୍ଵତ ଅଟେ । ପୂର୍ଣ୍ଣଃ ଶୁଦ୍ଧଃ ନିତ୍ୟ ମୁକ୍ତଃ । ହରେ କୃଷ୍ଣ ମନ୍ତ୍ର ଜପ କରିବାରେ କୌଣସି ଭୌତିକ ସଂକଳ୍ପନା ନାହିଁ । ଅଭିନ୍ନତ୍ଵା ନାମ ନାମିନୋଃ । ନାମ, ପବିତ୍ର ନାମ ଏବଂ ଭଗବାନ ସେମାନେ ଅଭିନ୍ନ, ସମାନ । ତେଣୁ ଆମେ ଖୁସି ହୋଇପାରିବା ନାହିଁ...ରାଜ୍ୟଂ ସୁରାଣାମପି ଚାଧିପତ୍ୟମ୍ (BG 2.8) । ଏପରିକି ଆମେ ଦେବତାମାନଙ୍କର ସାମ୍ରାଜ୍ୟ ପାଇଲେ ମଧ୍ୟ, ଅସପତ୍ୟ, କୌଣସି ପ୍ରତିଦ୍ଵନ୍ଦିତା ବିନା, ତଥାପି ଆମେ ଖୁସି ହୋଇ ପାରିବା ନାହିଁ ଯେ ପର୍ଯ୍ୟନ୍ତ ଆମେ ଭୌତିକ ସଂକଳ୍ପନାରେ ଅଛୁ । ଏହା ସମ୍ଭବ ନୁହେଁ । ତାହା ଏହି ଶ୍ଳୋକରେ କୁହାଯାଇଛି ।

ବହୁତ ବହୁତ ଧନ୍ୟବାଦ । ବାସ୍ ।