OR/Prabhupada 0291 - ମୁଁ ଅଧିନସ୍ତ ହେବାକୁ ଚାହେଁ ନାହିଁ - ନଇଁବାକୁ ଚାହେଁ ନାହିଁ - ତାହା ହେଉଛି ତୁମର ରୋଗ



Lecture -- Seattle, September 30, 1968

ପ୍ରଭୁପାଦ: ହଁ?

ଯୁବକ: ଆପଣ ପୁଣିଥରେ ଅଧିନତାର ବ୍ୟାଖ୍ୟା କରିପାରିବେ କି?

ତମାଳ କୃଷ୍ଣ: ଆପଣ ପୁଣିଥରେ ଅଧିନତାର ବ୍ୟାଖ୍ୟା କରନ୍ତୁ ।

ପ୍ରଭୁପାଦ: ଅଧିନତା, ଏହା ଅତ୍ୟନ୍ତ ସରଳ । ତୁମେ ଅଧିନସ୍ଥ । ତୁମେ ଜାଣି ନାହଁ ଅଧିନତା କ'ଣ? ଏହା ଅତ୍ୟନ୍ତ କଠିନ କି? ତୁମେ କାହାର ଅଧିନରେ ନାହଁ କି?

ଯୁବକ: ଆଛା, ହଁ, ମୁଁ ଭାବୁଛି ଆପଣ କହିପାରନ୍ତି ଯେ ମୁଁ ଅଧିନସ୍ତ ।

ପ୍ରଭୁପାଦ: ହଁ । ତୁମେ ହେବା ଦରକାର । ସମସ୍ତେ ଅଧିନସ୍ତ ରହିବା ଦରକାର, ଅଧିନତା ।

ଯୁବକ: ତାହା ଅଛି, ଯଦିଓ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ, ମୁଁ ଅଧିନ ବୋଲି ଅନୁଭବ କରୁନାହିଁ..

ପ୍ରଭୁପାଦ: ସର୍ବପ୍ରଥମେ ତୁମେ ବୁଝିବାକୁ ଚେଷ୍ଟା କର ଆଧ୍ୟାତ୍ମିକ ଜୀବନ କ'ଣ, ତାପରେ... ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ମଧ୍ୟ ତୁମେ ଅଧିନସ୍ତ କାରଣ ତୁମର ପ୍ରକୃତି ହେଉଛି ଅଧିନତା । ଆଧ୍ୟାତ୍ମିକ, ଆଧ୍ୟାତ୍ମିକ ଏବଂ ଭୌତିକ ମାନେ ତୁମର ଅର୍ଥ କ'ଣ?

ଯୁବକ: ଯେପରି, ମୋର ଶରୀର ଏକ ନିର୍ଦ୍ଧିଷ୍ଟ ସ୍ଥାନ ଏବଂ ସମୟରେ ଏବଂ ଏହି ସମସ୍ତ (ଅସ୍ପଷ୍ଟ) ଯଦି ମୋର ଚାକିରି ଅଛି ତେବେ ମୁଁ ମୋର ମାଲିକଙ୍କର ଅଧିନସ୍ତ ଅଟେ, କିନ୍ତୁ ବାସ୍ତବରେ, ମୋର ପୁରା ଅସ୍ତିତ୍ଵ, ମୋର ପ୍ରକୃତ ଅସ୍ତିତ୍ଵ, ମୋର ଭିତରର ଅସ୍ତିତ୍ଵ ନୁହେଁ... ମୁଁ ଭାବେ ନାହିଁ ଯେ ମୁଁ ମୋର ମାଲିକଙ୍କର ଅଧିନସ୍ତ ଅଟେ । ମୁଁ ଭାବେ ଯେ ଆମେ ଟିକିଏ କିମ୍ଵା ବେଶୀ ସମାନ ଅଟୁ । ଏକ ଅସ୍ଥାୟୀ ଅର୍ଥରେ...

ପ୍ରଭୁପାଦ: ହଁ । ଏହି ଚେତନା ଭାରି ଭଲ, ଯେ ତୁମେ ଅସନ୍ତୁଷ୍ଟ ଅନୁଭବ କର ତୁମର ମାଲିକଙ୍କର ଅଧିନସ୍ତ ହୋଇ । ଏହା ନୁହେଁ କି?

ଯୁବକ: ନା, ତାହା ଠିକ ନୁହେଁ ।

ପ୍ରଭୁପାଦ: ତେବେ?

ଯୁବକ: ମଁ ବିଶେଷ ରୂପରେ ନୁହେଁ...

ପ୍ରଭୁପାଦ: କେହି ବି ।

ଯୁବକ: ମୁଁ ତାହା ଭାବୁ ନାହିଁ... ଏହି ବିଶେଷ ଘଟଣା ବିଷୟରେ କଥା ହୋଇ, ଏହା ସତ ନୁହେଁ ଯେ ମୁଁ ଏହି ବ୍ୟକ୍ତି ଠାରୁ ଈର୍ଷା ଅନୁଭବ କରୁଛି କାରଣ ସେ ମୋ ଉପରେ ଅଛି । କିନ୍ତୁ ମୁଁ ଅନୁଭବ କରେ ଆମେ ଜୀବ ହୋଇଥିବାରୁ ଅଧିକ କିମ୍ଵା କମ ସମାନ ଅଟୁ । ମୋର ଅର୍ଥ, ଆପଣ ଜାଣିଥିବେ, ଏହା ମୋର ଏକ ପ୍ରକାରର ତତ୍ତ୍ଵଜ୍ଞାନ । ମୋତେ ଲାଗେ ନାହିଁ ଯେ ମୋତେ କାହା ଆଗରେ ନଇଁବାର ଅଛି ଏବଂ ମୁଁ ଭାବେ ନାହିଁ କେହି ମୋ ଆଗରେ ନଇଁବେ ।

ପ୍ରଭୁପାଦ: କାହିଁକି? କାହିଁକି? କାହିଁକି ତୁମେ ନଇଁବ ନାହିଁ? କାହିଁକି?

ଯୁବକ: କାରଣ ମୁଁ ଭାବେ ନାହିଁ ମୁଁ ତାକୁ କିଛି ଋଣ ଦେଇଛି କିମ୍ଵା ସେ ମୋତେ କିଛି ଋଣ ଦେଇଛି ।

ପ୍ରଭୁପାଦ: ତେବେ ତାହା ହେଉଛି ରୋଗ । ଆମେମାନେ ନଇଁବାକୁ ବାଧ୍ୟ ଏବଂ ଆମେ ଭାବୁ ଯେ "ମୋତେ ନଇଁବାକୁ ଭଲ ଲାଗେ ନାହଁ ।" ଏହା ହେଉଛି ରୋଗ ।

ଯୁବକ: ସେ ମୋତେ ନଇଁବାକୁ ବାଧ୍ୟ କରେ ନାହିଁ ।

ପ୍ରଭୁପାଦ: ହଁ ।

ଯୁବକ: ସେ ମୋତେ କିଛି ବି କରିବା ପାଇଁ ବାଧ୍ୟ କରେ ନାହିଁ । ମୁଁ ସେଠାରେ ଅଛି ଏବଂ ସେ ସେଠାରେ ଅଛି ।

ପ୍ରଭୁପାଦ: ନା । ବୁଝିବାକୁ ଚେଷ୍ଟା କର । ଏହା ବହୁତ ଭଲ ପ୍ରଶ୍ନ । ତୁମେ କୁହ ଯେ "ମୁଁ ନଇଁବାକୁ ଚାହୁଁ ନାହିଁ ।" ଏହା ନୁହେଁ କି?

ଯୁବକ: ତାହା ମୂଳ ରୂପରେ ସତ, ହଁ ।

ପ୍ରଭୁପାଦ: ହଁ । କାହିଁକି?

ଯୁବକ: କାରଣ ମୁଁ ଭାବେ ନାହିଁ ଯେ ମୁଁ ତୁଚ୍ଛ ଅଟେ...

ପ୍ରଭୁପାଦ: ତାହା ହେଉଛି ରୋଗ । ତୁମେ ତୁମ ରୋଗର ନିର୍ଣ୍ଣୟ ନିଜେ କରିଦେଇଛ । ତାହା ହେଉଛି ଭୌତିକବାଦର ରୋଗ । ସମସ୍ତେ ଭାବନ୍ତି ଯେ "ମୁଁ ମାଲିକ ହେବା ପାଇଁ ଚାହୁଁଛି । ମୁଁ ନିଜକୁ ନୁଆଁଇବାକୁ ଚାହୁଁ ନାହିଁ ।" ସମସ୍ତେ ଭାବୁଛନ୍ତି, କେବଳ ତୁମେ ନୁହଁ । ଚେଷ୍ଟା କର, ମୋତେ ଏହା ଶେଷ କରିବାକୁ ଦିଅ । ଏହା ହେଉଛି ରୋଗ, ଭୌତିକ ରୋଗ । ସର୍ବପ୍ରଥମେ ବୁଝିବାକୁ ଚେଷ୍ଟା କର । ଏହା ତୁମର ରୋଗ କିମ୍ଵା ମୋର ରୋଗ ନୁହେଁ । ଏହା ହେଉଛି ସମସ୍ତଙ୍କର ରୋଗ, ଯେ "ମୁଁ କାହିଁକି ନଇଁବି? ମୁଁ କାହିଁକି ଅଧିନସ୍ତ ହେବି?" କିନ୍ତୁ ପ୍ରକୃତି ମୋତେ ଅଧିନସ୍ତ ହେବା ପାଇଁ ବାଧ୍ୟ କରୁଛି । ବର୍ତ୍ତମାନ କିଏ ମୃତ୍ୟୁବରଣ କରିବାକୁ ଚାହେଁ? କାହିଁକି ଲୋକମାନେ ମରୁଛନ୍ତି? ତୁମେ ଏହାର ଉତ୍ତର ଦେଇ ପାରିବ କି?

ଯୁବକ: ଲୋକମାନେ କାହିଁକି ମରୁଛନ୍ତି?

ପ୍ରଭୁପାଦ: ହଁ । କେହି ମରିବାକୁ ଚାହାଁନ୍ତି ନାହିଁ ।

ଯୁବକ: ମୁଁ ଭାବୁଛି ଏହା ଜୈବିକ...

ପ୍ରଭୁପାଦ: ବୁଝିବାକୁ ଚେଷ୍ଟା କର । କିଏ ଏଠାରେ ଅଛି...ତାହର ମାନେ ଜୈବିକ ବଳ । ତୁମେ ଜୀବ ବିଜ୍ଞାନର ଅଧିନସ୍ତ ଅଟ । ତେବେ ତୁମେ କାହିଁକି କହୁଛ ଯେ ତୁମେ ହେଉଛ ସ୍ଵତନ୍ତ୍ର?

ଯୁବକ: ମୁଁ ଭାବୁଛି ଯେ ମୁଁ...

ପ୍ରଭୁପାଦ:ତୁମେ ଭୁଲ ଭାବରେ ଭାବୁଛ । ତାହା ହେଉଛି ମୋର ପ୍ରସଙ୍ଗ । ତାହା ହେଉଛି ତୁମର ରୋଗ ।

ଯୁବକ: ମୁଁ ଏକୁଟିଆ ଅନୁଭବ କରୁଛି?

ପ୍ରଭୁପାଦ: ହଁ, ଭୁଲ ଭାବରେ ।

ଯୁବକ: ଭୁଲ ଭାବରେ?

ପ୍ରଭୁପାଦ: ହଁ, ତୁମେ ହେଉଛ ଅଧିନସ୍ତ । ତୁମକୁ ନଇଁବାକୁ ହେବ । ଯେତେବେଳେ ମୃତ୍ୟୁ ଆସିବ, ତୁମେ କହିପାରିବ ନାହିଁ, "ଓ, ମୁଁ ତୁମର ଆଜ୍ଞା ପାଳନ କରିବି ନାହିଁ ।" ସେଥିପାଇଁ ତୁମେ ହେଉଛ ଅଧିନସ୍ତ ।

ଯୁବକ: ମୁଁ ଭଗବାନଙ୍କର ଅଧିନସ୍ତ, ହଁ ।

ପ୍ରଭୁପାଦ: ନା, ନା, ନା...ଭଗବାନଙ୍କୁ ଭୁଲିଯାଅ । ବର୍ତ୍ତମାନ ଆମେ ସାଧାରଣ ଜ୍ଞାନ ବିଷୟରେ କଥା ହେଉଛୁ ।

ଯୁବକ: କୃଷ୍ଣ...ମୁଁ ନାହିଁ..

ପ୍ରଭୁପାଦ: ନା । କୃଷ୍ଣଙ୍କ ବିଷୟରେ କୁହ ନାହିଁ । ତାହା ଦୂରରେ ଅଛି । ତୁମେ କେବଳ ବୁଝିବାକୁ ଚେଷ୍ଟା କର ଯେ ତୁମେ ମରିବାକୁ ଚାହୁଁ ନାହଁ, କାହିଁକି ତୁମେ ମରିବାକୁ ବାଧ୍ୟ ହେଉଛ?

ଯୁବକ: କାହିଁକି ମୁଁ ମରିବାକୁ ବାଧ୍ୟ ହୁଏ?

ପ୍ରଭୁପାଦ: ହଁ । କାରଣ ତୁମେ ଅଧିନସ୍ତ ।

ଯୁବକ: ଓ, ହଁ ।

ପ୍ରଭୁପାଦ: ହଁ । ତେବେ ତୁମେ ତୁମର ସ୍ଥିତିକୁ ବୁଝ, ଯେ ତୁମେ ହେଉଛ ଅଧିନସ୍ତ । ତୁମେ ଘୋଷଣା କରି ପାରିବ ନାହିଁ ଯେ "ମୁଁ ହେଉଛି ମୁକ୍ତ । ମୁଁ ଅଧିନସ୍ତ ନୁହେଁ ।" ଯଦି ତୁମେ ଚାହଁ ଯେ "ମୁଁ ଅଧିନସ୍ତ ହେବାକୁ ଚାହେଁ ନାହିଁ, ନଇଁବାକୁ ଚାହେଁ ନାହିଁ," ତାହା ହେଉଛି ତୁମର ରୋଗ ।

ଯୁବକ: ଆପଣ କ'ଣ ଚାହୁଁଛନ୍ତି ମୋ ଠାରୁ...କ'ଣ...

ପ୍ରଭୁପାଦ: ନା, ସର୍ବପ୍ରଥମେ ତୁମର ରୋଗ ବୁଝିବାକୁ ଚେଷ୍ଟା କର । ତାପରେ ଆମେ ତୁମର ଔଷଧ ନିରୁପଣ କରିବୁ ।

ଯୁବକ: ମୁଁ ଭୁଲ ଭାବରେ ଭାବୁଛି, ଠିକ ଅଛି, କିନ୍ତୁ କାହାକୁ ମୁଁ କିମ୍ଵା କ'ଣ...ବାସ୍ତବରେ ମୁଁ କାହା ସମ୍ମୁଖରେ ନଇଁବି, ମୋର କହିବାର ଅର୍ଥ...

ପ୍ରଭୁପାଦ: ତୁମେ ସମସ୍ତଙ୍କର ଅାଗରେ ନଉଁଛ । ତୁମେ ମୃତ୍ୟୁ ଆଗରେ ନଉଁଛ, ତୁମେ ରୋଗ ଆଗରେ ନଉଁଛ, ତୁମେ ବୃଦ୍ଧାବସ୍ତା ଆଗରେ ନଉଁଛ ତୁମେ ଏତେ ସାରା ଜିନିଷ ଆଗରେ ନଉଁଛ । ତୁମେ ବାଧ୍ୟ ନଇଁବା ପାଇଁ । ଏବଂ ତଥାପି ତୁମେ ଭାବୁଛ ଯେ "ମୁଁ ନଇଁ ପାରିବି ନାହିଁ । ମୁଁ ପସନ୍ଦ କରେ ନାହିଁ ।" କାରଣ ତୁମେ କୁହୁଛ "ମୁଁ ପସନ୍ଦ କରେ ନାହିଁ, "ସେଥିପାଇଁ ତୁମକୁ ବାଧ୍ୟ କରାଯାଉଛି । ତୁମକୁ ନଇଁବାକୁ ହେବ । କାହିଁକି ତୁମେ ତୁମର ସ୍ଥିତି ଭୁଲି ଯାଉଛ? ତାହା ହେଉଛି ଆମର ରୋଗ । ସେଥିପାଇଁ ପରବର୍ତ୍ତୀ ପ୍ରକ୍ରିୟା ହେଉଛି ଯେ "ମୋତେ ନଇଁବା ପାଇଁ ବାଧ୍ୟ କରାଯାଉଛି ।" ବର୍ତ୍ତମାନ ଆମକୁ ଖୋଜିବାକୁ ହେବ "କେଉଁଠାରେ ମୁଁ ନଇଁଲେ ମଧ୍ୟ ଖୁସୀ ହୋଇପାରିବି?" ସେ ହେଉଛନ୍ତି କୃଷ୍ଣ । ତୁମର ନଇଁବା ବନ୍ଦ ହେବ ନାହିଁ, କାରଣ ତୁମେ ସେଥିପାଇଁ ହୋଇଛ । କିନ୍ତୁ ଯଦି ତୁମେ କୃଷ୍ଣଙ୍କର ସମ୍ମୁଖରେ ନଇଁବ ଏବଂ କୃଷ୍ଣଙ୍କର ପ୍ରତିନିଧିଙ୍କ ସମ୍ମୁଖରେ, ତୁମେ ଖୁସୀ ହେବ । ଏହାର ପରୀକ୍ଷା କର । ତୁମକୁ ନଇଁବାକୁ ହେବ । ଯଦି ତୁମେ କୃଷ୍ଣ ଏବଂ ତାଙ୍କ ପ୍ରତିନିଧି ସମ୍ମୁଖରେ ନଇଁବ ନାହିଁ, ତେବେ ଅନ୍ୟ କାହା ସମ୍ମୁଖରେ ନଇଁବକୁ ବାଧ୍ୟ ହେବ, ମାୟା । ତାହା ହେଉଛି ତୁମର ସ୍ଥିତି । ତୁମେ କୌଣସି ମୂହୁର୍ତ୍ତରେ ମୁକ୍ତ ହୋଇପାରିବ ନାହିଁ । କିନ୍ତୁ ତୁମେ ଅନୁଭବ କରିବ... ଯେପରି ଏକ ଶିଶୁ ଚବିଶ ଘଣ୍ଟା ତାର ମାତା ପିତାଙ୍କ ସମ୍ମୁଖରେ ନଉଁଚି । ସେ ଖୁସୀ । ସେ ଖୁସୀ । ମାତା କୁହଁନ୍ତି, "ମୋର ପ୍ରିୟ ସନ୍ତାନ, ଦୟାକରି ତଳକୁ ଆସ, ଏଠାରେ ବସ ।" "ହଁ ।" ସେ ଖୁସୀ । ଏହା ହେଉଛି ପ୍ରକୃତି । କେବଳ ତୁମକୁ ଖୋଜିବାକୁ ହେବ କେଉଁଠାରେ ତୁମକୁ ନଇଁବାର ଅଛି, ବାସ୍ । ସେ ହେଉଛନ୍ତି କୃଷ୍ଣ । ତୁମେ ତୁମର ନଇଁବା ବନ୍ଦ କରିପାରିବ ନାହିଁ, କିନ୍ତୁ ତୁମକୁ ଦେଖିବାକୁ ହେବ କେଉଁଠାରେ ନଇଁବାକୁ ହେବ । ବାସ୍ । ଯଦି ତୁମେ କୃତିମ ରୂପରେ ଭାବିବ ଯେ "ମୁଁ କାହା ସମ୍ମୁଖରେ ନଇଁବି ନାହିଁ । ମୁଁ ହେଉଛି ସ୍ଵତନ୍ତ୍ର," ତେବେ ତୁମେ ପୀଡ଼ିତ ହେବ । କେବଳ ତୁମକୁ ଉଚିତ୍ ସ୍ଥାନ ଖୋଜିବାକୁ ହେବ କେଉଁଠାରେ ତୁମକୁ ନଇଁବାକୁ ହେବ । ବାସ୍ । ଠିକ୍ ଅଛି । ଜପ କର ।