OR/Prabhupada 0319 - ଭଗବାନଙ୍କୁ ସ୍ଵୀକାର କର, ଭଗବାନଙ୍କର ସେବକ ରୂପରେ ତୁମର ସ୍ଥିତି ଏବଂ ଭଗବାନଙ୍କର ସେବା କର



Room Conversation with Sanskrit Professor, other Guests and Disciples -- February 12, 1975, Mexico

ଅତିଥି(୪): ତେବେ ଧର୍ମ ସେଠାରେ ଅର୍ଥ ହେଉଛି ଧାର୍ମିକ ଆସ୍ଥା କିମ୍ଵା କର୍ତ୍ତବ୍ୟ?

ପ୍ରଭୁପାଦ: ନା, ଧର୍ମ ହେଉଛି କର୍ତ୍ତବ୍ୟ, ବର୍ଣ୍ଣାଶ୍ରମ ଧର୍ମ । ତାହା ମଧ୍ୟ ତ୍ୟାଗ କରି ଦିଆଯାଏ । ତାହାର ଅର୍ଥ ଏକମାତ୍ର କର୍ତ୍ତବ୍ୟ ହେଉଛି କୃଷ୍ଣ ଚେତନା । ସେ କହିଲେ, ସର୍ବଧର୍ମାନ୍ ପରିତ୍ୟଜ୍ୟ । ପ୍ରାରମ୍ଭରେ ସେ କହିଛନ୍ତି ଯେ ଧର୍ମସଂସ୍ଥାପନାର୍ଥାୟ । ହଁ । ଯୁଗେ ଯୁଗେ ସମ୍ଭବାମି । ବର୍ତ୍ତମାନ, ସେ କୁହଁନ୍ତି ଯେ "ମୁଁ ଧର୍ମର ସିଦ୍ଧାନ୍ତ ପୁନଃସ୍ଥାପନ କରିବା ପାଇଁ ଅବତରିତ ହୁଏ ।" ତେବେ ଅନ୍ତିମରେ ସେ କହିଛନ୍ତି, ସର୍ବଧର୍ମାନ୍ ପରିତ୍ୟଜ୍ୟ । ତାହାର ଅର୍ଥ ତଥା କଥିତ ଧର୍ମଗୁଡ଼ିକ, କିମ୍ଵା ଧର୍ମ, ଯାହା ଦୁନିଆରେ ଚାଲିଛି, ସେଗୁଡ଼ିକ ବାସ୍ତବ ନୁହଁନ୍ତି । ଏବଂ ସେଥିପାଇଁ ଭାଗବତ କୁହଁନ୍ତି, ଧର୍ମଃ ପ୍ରୋଜ୍ଜିହିତ-କୈତବୋ ଅତ୍ର (SB 1.1.2), ଯେ "ସମସ୍ତ ପ୍ରକାରର ଛଳନାତ୍ମକ ଧର୍ମକୁ ଏଠାରେ ଅସ୍ଵୀକାର କରାଯାଇଛି ।" ଛଳନାତ୍ମକ ଧର୍ମ, ତାହା କ'ଣ? ଛଳନାତ୍ମକ...ଯେପରି ସୁନା । ସୁନା ହେଉଛି ସୁନା । ଯଦି ସୁନା କୌଣସି ହିନ୍ଦୁ ହାତରେ ଅଛି, ତେବେ ଏହାକୁ ହିନ୍ଦୁ ସୁନା କୁହାଯିବ କି? ସେହିପରି, ଧର୍ମ ଅର୍ଥାତ୍ ଭଗବାନଙ୍କର ଆଜ୍ଞା ପାଳନ କରିବା । ତେବେ ହିନ୍ଦୁ ଧର୍ମ କେଉଁଠାରେ ଅଛି? ଖ୍ରୀଷ୍ଟିୟାନ ଧର୍ମ କେଉଁଠାରେ ଅଛି? ମୁସଲମାନ ଧର୍ମ କେଉଁଠାରେ ଅଛି? ଭଗବାନ ସବୁଆଡ଼େ ଅଛନ୍ତି, ଏବଂ ଆମେମାନେ କେବଳ ଭଗବାନଙ୍କର ଆଜ୍ଞା ପାଳନ କରିବା ପାଇଁ ଅଛୁ । ତାହା ହେଉଛି ଏକ ଧର୍ମ, ଭଗବାନଙ୍କର ଆଜ୍ଞା ପାଳନ କରିବା । କାହିଁକି ସେମାନେ ନିର୍ମାଣ କରିଲେ ଏହି ହିନ୍ଦୁ ଧର୍ମ, ମୁସଲମାନ ଧର୍ମ, ଖ୍ରୀଷ୍ଟିୟାନ ଧର୍ମ, ଏହି ଧର୍ମ, ସେହି ଧର୍ମ...? ସେଥିପାଇଁ ସେଗୁଡ଼ିକ ସବୁ ହେଉଛି ଛଳନାତ୍ମକ ଧର୍ମ । ପ୍ରକୃତ ଧର୍ମ ହେଉଛି ଆଜ୍ଞାପାଳନ କରିବା... ଧର୍ମମ ତୁ ଶାକ୍ଷାଦ ଭାଗବତ-ପ୍ରଣିତମ (SB 6.3.19) । ଯେପରି ଆଇନ । ଆଇନ ରାଜ୍ୟ ଦ୍ଵାରା ତିଆରି କରାଯାଏ । ଆଇନ ହିନ୍ଦୁ ଆଇନ, ମୁସଲମାନ ଆଇନ, ଖ୍ରୀଷ୍ଟିୟାନ ଆଇନ, ଏହି ଆଇନ, ସେହି ଆଇନ । ଆଇନ ସମସ୍ତଙ୍କ ପାଇଁ ଅଛି । ରାଜ୍ୟ ପ୍ରତି ଆଜ୍ଞାକାରୀ । ତାହା ହେଉଛି ଆଇନ । ସେହିପରି, ଧର୍ମ ଅର୍ଥାତ୍ ଭଗବାନଙ୍କ ପ୍ରତି ଆଜ୍ଞାକାରୀ ହେବା । ତେବେ ଜଣେ ଯାହାର ଭଗବାନଙ୍କ ବିଷୟରେ ଧାରଣା ନାହିଁ, ଭଗବାନଙ୍କର କୌଣସି ଧାରଣା ନାହିଁ, ଧର୍ମ କେଉଁଠାରେ? ତାହା ହେଉଛି ଛଳନାତ୍ମକ ଧର୍ମ । ସେଥିପାଇଁ ଭାଗବତରେ ତୁମେ ପାଇବ ଯେ, ଧର୍ମଃ ପ୍ରୋଜ୍ଜିହିତ-କୈତବୋ ଅତ୍ର (SB 1.1.2) "ସମସ୍ତ ଛଳନାତ୍ମକ ପ୍ରକାରର ଧର୍ମ ଅସ୍ଵୀକାର କରାଯାଏ ।" ଏବଂ କୃଷ୍ଣ ମଧ୍ୟ ସେହି ସମାନ କଥା କହିଛନ୍ତି, ସର୍ବଧର୍ମାନ୍ ପରିତ୍ୟଜ୍ୟ (BG 18.66) "ତୁମେ ଏହି ସମସ୍ତ ଛଳନାତ୍ମକ ଧର୍ମ ତ୍ୟାଗ କର । ତୁମେ କେବଳ ମୋତେ ଆତ୍ମସମର୍ପଣ କର । ତାହା ହେଉଛି ଧର୍ମ ।" ଛଳନାତ୍ମକ ଧର୍ମ ଉପରେ କଳ୍ପନା କରିବାର ଲାଭ କ'ଣ । ତାହା ଆଦୌ ଧର୍ମ ନୁହେଁ । ଯେପରି ଛଳନାତ୍ମକ ଆଇନ । ଆଇନ ଛଳନାତ୍ମକ ହୋଇପାରିବ ନାହିଁ । ଆଇନ ହେଉଛି ଆଇନ, ରାଜ୍ୟ ଦ୍ଵାରା ଦିଆଯାଇଛି । ସେହିପରି, ଧର୍ମ ଅର୍ଥାତ୍ ଭଗବାନଙ୍କ ଦ୍ଵାରା ଦିଆଯାଇଥିବା ଆଜ୍ଞା । ତାହା ହେଉଛି ଧର୍ମ । ଯଦି ତୁମେ ଅନୁସରଣ କରିବ, ତେବେ ତୁମେ ଧାର୍ମିକ ଅଟ । ଯଦି ତୁମେ ଅନୁସରଣ କରିବ ନାହିଁ, ତେବେ ତୁମେ ହେଉଛ ଅସୁର । କଥାଗୁଡ଼ିକୁ ସରଳ କର । ତେବେ ଏହା ସମସ୍ତଙ୍କୁ ଆକର୍ଷଣ କରିବ । ତେବେ ଏହି କୃଷ୍ଣ ଚେତନା ଆନ୍ଦୋଳନ ଅଛି କଥାଗୁଡ଼ିକୁ ସରଳ କରିବା ପାଇଁ । ଭଗବାନଙ୍କୁ ସ୍ଵୀକାର କର, ଭଗବାନଙ୍କର ସେବକ ରୂପରେ ତୁମର ସ୍ଥିତିକୁ ସ୍ଵୀକାର କର ଏବଂ ଭଗବାନଙ୍କର ସେବା କର । ବାସ୍, ତିନୋଟି ଶଦ୍ଦ ।