OR/Prabhupada 0327 - ଜୀବ, ଏହି ଶରୀର ମଧ୍ୟରେ ଅଛନ୍ତି, ସ୍ଥୂଳ ଶରୀର ଏବଂ ସୂକ୍ଷ୍ମ ଶରୀର



Room Conversation -- April 20, 1976, Melbourne

କାରୋଲ ଜାର୍ବିସ: ଆପଣ ଥରେ କହିଥିଲେ ଯେ ତୁମ ବହି ଗୁଡିକର ବିକ୍ରୟରୁ ହଜାର ହଜାର ଡଲାର ଉପାର୍ଜନ କରୁଛ ।

ପ୍ରଭୁପାଦ: ହଁ ।

କାରୋଲ ଜାର୍ବିସ: ଯଦି ତୁମେ ତୁମର ଚିନ୍ତାଧାରା ଅନ୍ୟମାନଙ୍କୁ ଦେବାକୁ ଚାହୁଁଛ, ତେବେ କାହିଁକି ବହି ଗୁଡିକୁ ବିକ୍ରୟ କରି ସେଥିରୁ ଟଙ୍କା କମାଉଛ?

ପ୍ରଭୁପାଦ: ଅନ୍ୟଥା ତୁମେ ପଢିବ ନାହିଁ । ଯଦି ମୁଁ ତୁମକୁ ବିନା ମୂଲ୍ୟରେ ଦେବି, ତେବେ ତୁମେ ଭାବିବ, "ଓଃ, ଏହା ନିରର୍ଥକ । ସେମାନେ ମାଗଣାରେ ଦେଉଛନ୍ତି ।"

କାରୋଲ ଜର୍ବିସ: ଏହା ନୁହେଁ ଯେ ମାଗଣାରେ ଦେବ, କିନ୍ତୁ ସମ୍ଭବତ ତାକୁ ମୁଦ୍ରଣର ଖର୍ଚ୍ଚ ମୁଲ୍ୟରେ ସେଗୁଡିକୁ ବିକ୍ରୟକର ।

ପ୍ରଭୁପାଦ: ତେଣୁ ଯେତେବେଳେ ସେ ଏଗୁଡିକୁ ଟଙ୍କା ଦେଇ କିଣିବେ... ଟଙ୍କା ଦେଇ କିଣିବେ, ସେମାନେ ଜାଣିବାକୁ ଚେଷ୍ଟା କରିବେ "ଏହି ବହିଗୁଡିକ କ'ଣ କହୁଛନ୍ତି? ମୁଁ ଦେଖେ ।" ଏବଂ ଯଦି ତୁମେ ଏହି ବହି ଗୁଡିକ ବିନା ମୂଲ୍ୟରେ ନେବ, ତେବେ ତୁମେ ତୁମ ଥାକରେ ଏଗୁଡିକୁ ଶହ ଶହ ବର୍ଷ ପାଇଁ ରଖିଦେବ । ତେଣୁ... ପରିଶେଷରେ, ଆମକୁ ଏହି ବହି ଗୁଡିକୁ ଛପାଇବାକୁ ପଡିବ, ତେବେ ତା ପାଇଁ ଖର୍ଚ୍ଚ କିଏ ବହନ କରିବ? ଆମ ପାଖରେ କିଛି ଟଙ୍କା ନାହିଁ ।

କାରୋଲ ଜାର୍ବିସ: ଆଛା, ତେବେ ତୁମର ଅବଶେଷ ଟଙ୍କା କୁଆଡେ ଗଲା, ଯଦି, ଜାହା ସଡକ ମାନଙ୍କରୁ ଗ୍ରହଣ କରାଯାଉଛି?

ପ୍ରଭୁପାଦ: ଆମେ ଆମର ଆନ୍ଦୋଳନକୁ ବିସ୍ତାର କରୁଛୁ । ଆମେ ଅନେକ କେନ୍ଦ୍ର ଖୋଲୁଛୁ । ଆମେ ବହୁ ଅଧିକ ପୁସ୍ତକ ମୁଦ୍ରଣ କରୁଛୁ । ଏହି ପୁସ୍ତକଗୁଡିକ ସବୁ ମୋର । ମୁଁ ଭକ୍ତି ବେଦାନ୍ତ ପୁସ୍ତକ ସଂଘ ସ୍ଥାପନ କରିଛି । ତାହା ହେଉଛି ମୋର ଇଛା ପତ୍ର, ଏବଂ ମୁଁ ମୋ ଇଛା ପତ୍ରରେ ଦର୍ଶାଇଛି ଯେ ସଂଗ୍ରହର ପଚାଶ ପ୍ରତିଶତ ବହିଗୁଡିକର ପୁନଃ ମୁଦ୍ରଣ ପାଇଁ ବିନିଯୋଗ କରାଯିବ ଏବଂ ଅନ୍ୟ ପଚାଶ ପ୍ରତିଶତ ଏହି ଆନ୍ଦୋଳନର ବିସ୍ତାରରେ କରାଯିବ । ତେଣୁ ଭୌତିକ ଲାଭର କୌଣସି ପ୍ରଶ୍ନ ନାହିଁ ।

କାରୋଲ ଜର୍ବିସ: ତେବେ ଶେଷରେ ମୁଁ ଆପଣଙ୍କୁ ପଚାରି ପାରିବିକି, ଯଦି ଆପଣଙ୍କର କିଛି ସନ୍ଦେଶ ଅଛି?

ପ୍ରଭୁପାଦ: ହଁ, ଏହା ଏକ ସନ୍ଦେଶ, ଯେ ଲୋକମାନେ ଭାବୁଛନ୍ତି ସେମାନେ ଏହି ଶରୀର, କିନ୍ତୁ ତାହା ତଥ୍ୟ ନୁହେଁ । ଆତ୍ମା, କିମ୍ଵା ପୁରୁଷ, ସେ ଶରୀର ଭିତରେ ଅଛି । ଯେପରି ତୁମେ ଏହି ସାର୍ଟ ଏବଂ କୋଟ୍ ନୁହଁ । ତୁମେ ସାର୍ଟ ଏବଂ କୋଟ୍ ଭିତରେ ଅଛ । ସେହିପରି, ଜୀବ, ପ୍ରାଣୀ, ଏହି ଶରୀର ମଧ୍ୟରେ ଅଛନ୍ତି, ସ୍ଥୂଳ ଶରୀର ଏବଂ ସୂକ୍ଷ୍ମ ଶରୀର । ସୂକ୍ଷ୍ମ ଶରୀର ମନ, ବୁଦ୍ଧି ଏବଂ ଅହଂକାରକୁ ନେଇ ଗଠିତ, ଏବଂ ସ୍ଥୂଳ ଶରୀର ଏହି ଭୌତିକ ଜିନିଷଗୁଡ଼ିକର ଏକ ସଂରଚନା, ପୃଥିବୀ, ଜଳ, ବାୟୁ, ଅଗ୍ନି, ସେହିପରି, ପାଞ୍ଚୋଟି ତତ୍ତ୍ଵ । ସବୁ ମିଶେଇ, ଆଠଟି ତତ୍ତ୍ଵ । ଏହା ହେଉଛି ନ୍ୟୁନ ଶକ୍ତି । ଏବଂ ଉଚ୍ଚତମ ଶକ୍ତି ଏହି ଆଠଟି ତତ୍ତ୍ଵରେ ଅଛି, ପାଞ୍ଚୋଟି ସ୍ଥୂଳ ଏବଂ ତିନୋଟି ସୂକ୍ଷ୍ମ । ତେବେ ଆମକୁ ସେହି ଜିନିଷ ବିଷୟରେ ଅଧ୍ୟୟନ କରିବାକୁ ପଡ଼ିବ । ଯେପରି ମୁଁ ସେହି ବାଳକକୁ ପଚାରିଲି ଯେ, "ତୁମେ ଏକ ବଡ଼ ଯନ୍ତ୍ର ନିର୍ମାଣ କରିପାରିବ, ଆକାଶରେ ଉଡି ପାରୁଥିବ, ୭୪୭, କିନ୍ତୁ ତୁମେ ବିମାନ ଚାଳକ ନିର୍ମାଣ କାହିଁକି କରୁ ନାହଁ?"