OR/Prabhupada 0426 - ଜଣେ ଯିଏ ବିଦ୍ଵାନ, ସେ ଜୀବିତ କିମ୍ଵା ମୃତ ଶରୀର ପାଇଁ ବିଳାପ କରେ ନାହିଁ



Lecture on BG 2.11 -- Edinburgh, July 16, 1972

ପ୍ରଭୁପାଦ: ଅନୁବାଦ ।

ପ୍ରଦ୍ୟୁମ୍ନ: ଅନୁବାଦ:"ଭଗବାନ କହିଲେ: ଯେତେବେଳେ ବିଦ୍ଵାନର ଶଦ୍ଦରେ କହୁ, ତୁମେ ତାହା ପାଇଁ ବିଳାପ କରୁଛ ଯାହା ଦୁଃଖର କାରଣ ନୁହେଁ । ଯେଉଁମାନେ ବୁଦ୍ଧିମାନ ସେମାନେ ନା ଜୀବିତ ନା ମୃତ ବ୍ୟକ୍ତିମାନଙ୍କ ପାଇଁ ବିଳାପ କରନ୍ତି (BG 2.11) ।"

ପ୍ରଭୁପାଦ: "ଭଗବାନ କହିଲେ: ଯତେବେଳେ ବିଦ୍ଵାନର ଶଦ୍ଦରେ କଥା କହୁ, ତୁମେ ତାହା ପାଇଁ ବିଳାପ କରୁଛ ଯାହା ଦୁଃଖର କାରଣ ନୁହେଁ । ଯେଉଁମାନେ ବୁଦ୍ଧିମାନ ସେମାନେ ନା ଜୀବିତ ନା ମୃତ ବ୍ୟକ୍ତିମାନଙ୍କ ପାଇଁ ବିଳାପ କରନ୍ତି ।" ଏହି କୃଷ୍ଣ ତତ୍ତ୍ଵଜ୍ଞାନ, କୃଷ୍ଣ ଚେତନା ଆନ୍ଦୋଳନ, ହେଉଛି ଲୋକମାନଙ୍କୁ ଶିକ୍ଷା ଦେବା ପାଇଁ କି ଜୀବର ସଂବିଧାନିକ ସ୍ଥିତି କ'ଣ । ଏଠାରେ କୁହାଯାଇଛି ଯେ ଜଣେ ଯିଏ ବିଦ୍ଵାନ, ସେ ଜୀବିତ ବ୍ୟକ୍ତି କିମ୍ଵା ମୃତ ବ୍ୟକ୍ତି ପାଇଁ ବିଳାପ କରେ ନାହିଁ । (ଏକ ପାଶ୍ଵରେ): ସେମାନଙ୍କୁ ସମ୍ମୁଖରୁ ଉଠେଇ ଦେବା ଉଚିତ୍ । ସେମାନଙ୍କୁ ଉଠେଇ ଦେବା ଉଚିତ୍ । ସେମାନେ ପଛକୁ ଯିବା କଥା । ବର୍ତ୍ତମାନର ମାନବ ସଭ୍ୟତା ଜୀବନର ଶାରୀରିକ ଅବଧାରଣାରେ ଆଧାରିତ । "ମୁଁ ହେଉଛି ଏହି ଶରୀର ।" "ମୁଁ ହେଉଛି ଭାରତୀୟ," "ମୁଁ ହେଉଛି ଆମେରିକୀୟ," "ମୁଁ ହିନ୍ଦୁ," "ମୁଁ ମୁସଲମାନ," "ମୁଁ କଳା," "ମୁଁ ଗୋରା," ଏବଂ ଏହି ପରି । ସମଗ୍ର ସଭ୍ୟତା ଜୀବନର ଏହି ଶାରୀରିକ ଅଵଧାରଣରେ ଚାଲିଛି । ଅବଶ୍ୟ ଜ୍ଞାନରେ ଉନ୍ନତି ହୋଇଛି, ଅନେକ ବିଶ୍ଵବିଦ୍ୟାଳୟ ଏବଂ ଶିକ୍ଷା ସଂସ୍ଥା, କିନ୍ତୁ କେଉଁଠାରେ ଏହା ବିଷୟରେ ଆଲୋଚନା କରାଯାଏ ନାହିଁ କିମ୍ଵା ଶିକ୍ଷା ଦିଆଯାଏ ନାହିଁ, "ମୁଁ କ'ଣ ।" ତା ପରିବର୍ତ୍ତେ, ସେମାନଙ୍କୁ ଆହୁରି ଅଧିକ ପଥଭ୍ରଷ୍ଟ କରାଯାଉଛି ଏହି ଶିକ୍ଷା ଦେଇ ଯେ "ତୁମେ ଏହି ଭୂମିରେ ଜନ୍ମ ଗ୍ରହଣ କରିଛ । ତୁମେ ତୁମ ଦେଶ ପ୍ରତି ଅନୁଭବ କରିବା ଉଚିତ୍, ତୁମେ ତୁମ ଦେଶ ପାଇଁ କାମ କରିବା ଉଚିତ୍ ।" କିମ୍ଵା ତଥାକଥିତ ରାଷ୍ଟ୍ରିୟତାର ଶିକ୍ଷା ଦିଆଯାଉଛି । କିନ୍ତୁ କେହି ବାସ୍ତବରେ ସେ କ'ଣ ଶିକ୍ଷା ଦେଉ ନାହାଁନ୍ତି ।

ସେହି ସମାନ ସ୍ଥିତି ଅର୍ଜୁନଙ୍କର ଥିଲା, ଅର୍ଜୁନ କୁରୁକ୍ଷେତୃ ଯୁଦ୍ଧକ୍ଷେତ୍ରରେ । ଏକ ଯୁଦ୍ଧ ହୋଇଥିଲା । ତାହା ମହାନ ଭାରତର ଇତିହାସ, ମାହାଭାରତ । ଏହାକୁ ମାହାଭାରତ କୁହାଯାଏ । ଏହି ଭଗବଦ୍ ଗୀତା ମାହାଭାରତର ଏକ ଅଂଶ ଅଟେ । ମାହାଭାରତ ଅର୍ଥାତ୍ ମହାନ ଭାରତ କିମ୍ଵା ମହାନ ଗ୍ରହ । ତେଣୁ ମହାନ ଭାରତର ଇତିହାସରେ, ଦୁଇ ଭାଇଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା, ପାଣ୍ଡବ ଏବଂ କୌରବ । ପାଣ୍ଡବ ଏବଂ କୌରବ, ସେମାନେ ଏକ ପରିବାରର ଥିଲେ, ଯାହା କୁରୁ ବଂଶ ନାମରେ ପରିଚିତ, ଏବଂ ସେହି ସମୟରେ, ୫୦୦୦ ବର୍ଷ ପୂର୍ବେ, କୁରୁ ବଂଶ ସମଗ୍ର ଦୁନିଆ ଉପରେ ଶାସନ କରୁଥିଲା । ବର୍ତ୍ତମାନ, ଆମେ ଯାହା ଭାରତ ବର୍ଷ ଭାବରେ ଜାଣିଛୁ ତାହା ଏକ ଅଂଶ ଅଟେ । ପୂର୍ବେ, ଏହି ଗ୍ରହ ଭାରତ ବର୍ଷ ଭାବରେ ପରିଚିତ ଥିଲା । ତାହା ପୂର୍ବରୁ, ହଜାର ବର୍ଷ ପୂର୍ବରୁ, ଏହି ଗ୍ରହ ଲୀଳାବୃତ୍ତ-ଗ୍ରହ ନାମରେ ଜଣା ଯାଉଥିଲା । କିନ୍ତୁ ଏକ ମାହାନ ସମ୍ରାଟ ଥିଲେ ଯହାର ନାମ ଭରତ ଥିଲା । ତାଙ୍କ ନାମ ଅନୁସାରେ, ଏହି ଗ୍ରହ ଭାରତ-ବର୍ଷ ରୂପେ ପରିଚିତ । କିନ୍ତୁ ଧିରେ ଧିରେ, ସମୟ ପ୍ରଭାବରେ, ଏକ ଦଳରୁ ଲୋକମାନଙ୍କର ବିଘଟନ ହୋଇଗଲା । ଠିକ୍ ଯେପରି ଅମକୁ ଭାରତରେ ଅନୁଭବ ମିଳିଥିଲା, ୨୦ ବର୍ଷ, କିମ୍ଵା ୨୫ ବର୍ଷ ପୂର୍ବରୁ, ପାକିସ୍ଥାନ ନ ଥିଲା । କିନ୍ତୁ ଯେକୌଣସି ଭାବରେ, ପାକିସ୍ଥାନର ଏକ ବିଭାଜନ ଅଛି । ତେଣୁ ବାସ୍ତବରେ, ଅନେକ, ଅନେକ ବର୍ଷ ପୂର୍ବରୁ, ଏହି ଗ୍ରହର କୌଣସି ବିଭାଜନ ନଥିଲା । ଗ୍ରହ ହେଉଛି ଏକ, ଏବଂ ରାଜା ହେଉଛନ୍ତି ଜଣେ, ଏବଂ ସଂସ୍କୃତି ହେଉଛି ଗୋଟିଏ । ସଂସ୍କୃତି ବୈଦିକ ସଂସ୍କୃତି ଥିଲା, ଏବଂ ରାଜା ଜଣେ ଥିଲେ । ଯେପରି ମୁଁ କହିଥିଲି କୁରୁ ବଂଶର ରାଜା, ସେମାନେ ଦୁନିଆ ଉପରେ ଶାସନ କରୁଥିଲେ । ଏହା ରାଜତନ୍ତ୍ର ଦେଶ ଥିଲା । ତେବେ ଏକ ପରିବାରର ଦୁଇ ଭାଇଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା, ଏବଂ ତାହା ଏହି ଭଗବଦ୍ ଗୀତାର ବିଷୟ । ଭଗବଦ୍ ଗୀତା ଯୁଦ୍ଧ କ୍ଷେତ୍ରରେ କୁହାଯାଇ ଥିଲା । ଯୁଦ୍ଧ କ୍ଷେତ୍ରରେ, ଆମକୁ ବହୁତ କମ ସମୟ ମିଳିଛି । ଏହି ଭଗବଦ୍ ଗୀତା କୁହାଯାଇଥିଲା ଯେତେବେଳେ ଦୁଇ ପକ୍ଷ ଯୁଦ୍ଧ କ୍ଷେତ୍ରରେ ମିଶିଥିଲେ । ଏବଂ ଅର୍ଜୁନ, ଅନ୍ୟ ପକ୍ଷକୁ ଦେଖି, ସେହି ଅନ୍ୟ ପକ୍ଷକୁ, ସେମାନେ ସମସ୍ତେ ତାଙ୍କ ପରିବାରର ଥିଲେ, ପରିବାରର ସମସ୍ତ ସଦସ୍ୟ, କାରଣ ଏହା ଭାଇମାନଙ୍କ ମଧ୍ୟରେ ଯୁଦ୍ଧ ଥିଲା, ତେଣୁ ସେ ଦୟାଳୁ ହୋଇଗଲେ । ସହାନୁଭୂତି ପୂର୍ବକ, ସେ କୃଷ୍ଣଙ୍କୁ କହିଲେ, "ମୋର ପ୍ରିୟ କୃଷ୍ଣ, ମୁଁ ଯୁଦ୍ଧ କରିବା ପାଇଁ ଚାହୁଁ ନାହିଁ । ମୋର ଭାଇମାନଙ୍କୁ ରାଜ୍ୟ ଉପଭୋଗ କରିବାକୁ ଦିଅ । ମୁଁ ସେମାନଙ୍କୁ ଏହି ଯୁଦ୍ଧରେ ମାରି ପାରିବି ନାହିଁ ।" ଏହା ହେଉଛି ଭଗବଦ୍ ଗୀତାର ବିଷୟବସ୍ତୁ । କିନ୍ତୁ କୃଷ୍ଣ ତାଙ୍କୁ ପ୍ରେରିତ କରିଲେ ଯେ "ତୁମେ ହେଉଛ କ୍ଷେତ୍ରିୟ । ଯୁଦ୍ଧ କରିବା ତୁମର କର୍ତ୍ତବ୍ୟ । କାହିଁକି ତୁମେ ତୁମର କର୍ତ୍ତବ୍ୟରୁ ବିପଥଗାମୀ ହେଉଛ?"