OR/Prabhupada 0458 - ହରେ କୃଷ୍ଣ ଜପ କରିବା - କୃଷ୍ଣଙ୍କୁ ତୁମ ଜିଭରେ ସ୍ପର୍ଶ କରିବା



Lecture on SB 7.9.6 -- Mayapur, February 26, 1977

ପ୍ରଭୁପାଦ: ତେବେ ଯେତେବେଳେ ନୃସିଂହ ଦେବ ପ୍ରହଲ୍ଲାଦ ମାହାରାଜାଙ୍କର ମୁଣ୍ଡ ଛୁଇଁଥିଲେ, ତତ୍କାଳ ତୁମେ ମଧ୍ୟ ସେହି ସୁଯୋଗ ପାଇପାରିବ । "ସେହି ସୁବିଧା କ'ଣ? ନୃସିଂହ ଦେବ ଏଠାରେ ନାହାଁନ୍ତି । କୃଷ୍ଣ ଏଠାରେ ନାହାଁନ୍ତି ।" ନା । ସେ ଏଠାରେ ଅଛନ୍ତି । "ତାହା କ'ଣ?" ନାମ ରୂପ କଳି କାଳେ କୃଷ୍ଣ ଅବତାର (CC Adi 17.22) । କୃଷ୍ଣ ତାଙ୍କ ନାମ ଦ୍ଵାରା ଉପସ୍ଥିତ, କୃଷ୍ଣ । ଭାବ ନାହିଁ ଯେ ଏହି କୃଷ୍ଣ, ହରେ କୃଷ୍ଣ, ଏହି ନାମ, କୃଷ୍ଣଙ୍କ ଠାରୁ ଭିନ୍ନ । ପୂର୍ଣ୍ଣ । କୃଷ୍ଣ, କୃଷ୍ଣଙ୍କର ବିଗ୍ରହ, କୃଷ୍ଣଙ୍କର ନାମ, ବ୍ୟକ୍ତି କୃଷ୍ଣ - ସବୁକିଛି, ସେହି ପରମ ସତ୍ୟ । କୌଣସି ଅନ୍ତର ନାହିଁ । ତେଣୁ ଏହି ଯୁଗରେ କେବଳ ଜପ କରିବା ଦ୍ଵାରା: କୀର୍ତ୍ତନାଦ ଏବ କୃଷ୍ଣସ୍ୟ ମୁକ୍ତ ସଙ୍ଗ ପରମ ବ୍ରଜେତ (SB 12.3.51) । କେବଳ କୃଷ୍ଣଙ୍କର ପବିତ୍ର ନାମ ଜପ କରିବା ଦ୍ଵାରା... ନାମ ଚିନ୍ତାମଣି କୃଷଃ ଚୈତନ୍ୟ ରସ ବିଗ୍ରହ ପୂର୍ଣ୍ଣଃ ଶୁଦ୍ଧୋ ନିତ୍ୟ ମୁକ୍ତଃ (CC Madhya 17.133) ଭାବ ନାହିଁ ଯେ କୃଷ୍ଣଙ୍କର ପବିତ୍ର ନାମ କୃଷ୍ଣଙ୍କ ଠାରୁ ଭିନ୍ନ । ଏହା ହେଉଛି ପୂର୍ଣ୍ଣତା । ପୂର୍ଣ୍ଣଃ ପୂର୍ଣ୍ଣମ ଅଦଃ ପୂର୍ଣ୍ଣମ ଇଦମ (Īśopaniṣad, Invocation) । ସବୁକିଛି ପୂର୍ଣ୍ଣ । ପୂର୍ଣ୍ଣ ଅର୍ଥାତ୍ "ପୁରା ।" ଆମେ ଆମର ଈଷୋପନିଷଦରେ ଏହି ପୂର୍ଣ୍ଣତାକୁ ବର୍ଣ୍ଣନା କରିବା ପାଇଁ ଚେଷ୍ଟା କରିଛୁ । ତୁମେ ପଢ଼ିଥିବ । ତେଣୁ କୃଷ୍ଣଙ୍କର ପବିତ୍ର ନାମ ସହିତ ଲାଗି ରୁହ । ତୁମେ ସେହି ଲାଭ ପାଇବ ଯାହା ପ୍ରହଲ୍ଲାଦ ମାହାରାଜା ପାଇଥିଲେ ନୃସିଂହ ଦେବଙ୍କର କମଳ ହାତର ପ୍ରତ୍ୟକ୍ଷ ସ୍ପର୍ଶ ଦ୍ଵାରା । କୌଣସି ଭିନ୍ନତା ନାହିଁ । ସର୍ବଦା ସେପରି ଭାବ, ଯେ ଯଥା ଶିଘ୍ର ତୁମେ ହରେ କୃଷ୍ଣ ମନ୍ତ୍ର ଜପ କରିବ, ତୁମେ ଜାଣିବା ଉଚିତ୍ ଯେ ତୁମେ କୃଷ୍ଣଙ୍କୁ ତୁମର ଜିଭ ଦ୍ଵାରା ସ୍ପର୍ଶ କରୁଛ । ତେବେ ତୁମେ ପ୍ରହଲ୍ଲାଦ ମାହାରାଜାଙ୍କ ପରି ସମାନ ଲାଭ ପାଇବ । ବହୁତ ବହୁତ ଧନ୍ୟବାଦ ।

ଭକ୍ତ: ଜୟ!