OR/Prabhupada 0469 - ପରାଜୟ ଅଥବା ବିଜୟ, କୃଷ୍ଣଙ୍କ ଉପରେ ନିର୍ଭର କରେ । କିନ୍ତୁ ଯୁଦ୍ଧ କରିବା ଜରୁରୀ



Lecture on SB 7.9.9 -- Mayapur, March 1, 1977

ତେଣୁ ଆମର ଏହି ଆନ୍ଦୋଳନ ବ୍ୟବହାରିକ କାର୍ଯ୍ୟକଳାପ ଉପରେ ଆଧାରିତ । ତୁମେ ଯାହା ପ୍ରତିଭା ପାଇଛ, ତୁମର ସାମାନ୍ୟ ଶକ୍ତି ଯାହା ଅଛି, ତୁମେ ପାଇଥିବା ଶିକ୍ଷା ... ତୁମକୁ କିଛି ଶିଖିବାକୁ ପଡିବ ନାହିଁ । ତୁମେ ଯାହା ପାଇଛ, ତୁମେ ଯେକୌଣସି ସ୍ଥିତିରେ, ତୁମେ କୃଷ୍ଣଙ୍କ ସେବା କରିପାରିବ । ଏହା ନୁହେଁ ଯେ ତୁମକୁ ପ୍ରଥମେ କିଛି ଶିଖିବାକୁ ପଡିବ ଏବଂ ତାପରେ ତୁମେ ସେବା କରିପାରିବେ । ନା। ସେବା ନିଜେ ଶିକ୍ଷା ଦିଏ । ତୁମେ ସେବା ପ୍ରଦାନ କରିବାକୁ ଯେତେ ଚେଷ୍ଟା କରିବ, ଅଭିଜ୍ଞ ସେବକ ହେବା ପାଇଁ ତୁମେ ଯେତେ ଉନ୍ନତ ହେବ । ଆମେ କୌଣସି ଅତିରିକ୍ତ ବୁଦ୍ଧି ଆବଶ୍ୟକ କରୁନାହୁଁ । ଅନ୍ୟଥା ... ଏହାର ଉଦାହରଣ ହେଉଛି ଗଜ-ୟୁଥ-ପାୟ । ହାତୀ, ହାତୀର ରାଜା, ସେ ସନ୍ତୁଷ୍ଟ । ସେ ଏକ ପଶୁ। ସେ ଜଣେ ବ୍ରାହ୍ମଣ ନୁହଁ । ସେ ଜଣେ ବେଦାନ୍ତବାଦୀ ନୁହଁ । ହୁଏତ ବହୁତ ବଡ, ମୋଟା ପଶୁ, (ଚକ୍) କିନ୍ତୁ ସର୍ବଶେଷରେ, ସେ ପଶୁ । ହନୁମାନ ପଶୁ ଥିଲେ। ଏପରି ଅନେକ ଅଛି । ଜଟାୟୁ ଏକ ପକ୍ଷୀ ଥିଲା । ତେବେ ସେମାନେ କିପରି ସନ୍ତୁଷ୍ଟ ହେଲେ? ଜଟାୟୁ ରାବଣ ସହିତ ଯୁଦ୍ଧ କଲା । ଗତକାଲି ତୁମେ ଦେଖିଲ । ରାବଣ ସୀତାଦେବୀଙ୍କୁ ଅପହରଣ କରୁଥିଲା, ଏବଂ ଜଟାୟୁ, ପକ୍ଷୀ, ସେ ଯାଉଥିଲା, ଉଡୁଥିଲା । ବିନା ଯନ୍ତ୍ରରେ କିପରି ଉଡ଼ିବାକୁ ରାବଣ ଜାଣିଥିଲା ​​। ସେ ବହୁତ, ବହୁତ ଭୌତିକ ଭାବରେ ଶକ୍ତିଶାଳୀ ଥିଲେ । ତେଣୁ ଜଟାୟୁ ତାଙ୍କୁ ଆକାଶରେ ଆକ୍ରମଣ କଲା: "ତୁମେ କିଏ? ତୁମେ ସୀତାଙ୍କୁ ନେଇ ଯାଉଛ । ମୁଁ ତୁମ ସହିତ ଯୁଦ୍ଧ କରିବି। " ତେଣୁ ରାବଣ ବହୁତ ଶକ୍ତିଶାଳୀ ଥିଲା । ସେ ପରାସ୍ତ ହୋଇଥିଲେ, ଜଟାୟୁ, କିନ୍ତୁ ସେ ଯୁଦ୍ଧ କଲେ । ତାହା ହେଉଛି ତାଙ୍କର ସେବା । ପରାଜିତ ହେଲେ, ଆଦୌ ମନ ଦିଅ ନାହିଁ । ସେହିଭଳି ଆମକୁ ଯୁଦ୍ଧ କରିବାକୁ ପଡ଼ିବ । ଯେଉଁମାନେ କୃଷ୍ଣ ଚେତନା ଆନ୍ଦୋଳନକୁ ବିରୋଧ କରୁଛନ୍ତି, ତାଙ୍କ ସହ, ଆମର ସର୍ବୋତ୍ତମ ସାମର୍ଥ୍ୟ ସହିତ ଲଢ଼ିବାକୁ ହେବ । ଯଦି ଆମେ ପରାଜିତ ହେଉ ତେବେ ଚିନ୍ତା କର ନାହିଁ । ତାହା ମଧ୍ୟ ସେବା ଅଟେ । କୃଷ୍ଣ ସେବା ଦେଖନ୍ତି । ପରାଜିତ କିମ୍ବା ବିଜୟୀ, କୃଷ୍ଣଙ୍କ ଉପରେ ନିର୍ଭର କରେ । କିନ୍ତୁ ଯୁଦ୍ଧ କରିବା ଜରୁରୀ । କର୍ମଣ୍ୟେବାଧିକାରସ୍ତେ ମା ଫଲେଷୁ କଦାଚନ (ଭ.ଗୀ. ୨.୪୭) । ତାହା ହେଉଛି ଅର୍ଥ । ତୁମକୁ କୃଷ୍ଣଙ୍କ ପାଇଁ ଆନ୍ତରିକତାର ସହିତ, ବୁଦ୍ଧିମାନ ଭାବରେ କାର୍ଯ୍ୟ କରିବାକୁ ପଡିବ, ଏବଂ ବିଜୟ କିମ୍ବା ପରାଜୟ, ଏଥିରେ କିଛି ଫରକ ପଡ଼େ ନାହିଁ । ଯେପରି ଜଟାୟୁ, ରାବଣ ସହିତ ଯୁଦ୍ଧରେ ପରାସ୍ତ ହୋଇଥିଲେ । ତାଙ୍କର ଡେଣା କଟି ଯାଇଥିଲା। ରାବଣ ବହୁତ ଶକ୍ତିଶାଳୀ ଥିଲା । ଏବଂ ଭଗବାନ ରାମଚନ୍ଦ୍ର, ସେ ତାଙ୍କର ଶେଷ ଅନ୍ତିମ ସଂସ୍କାର କରିଥିଲେ କାରଣ ସେ ଜଣେ ଭକ୍ତ ଥିଲେ । ଏହା ହେଉଛି ପ୍ରକ୍ରିୟା, ଆମକୁ ଅତିରିକ୍ତ କିଛି ଶିଖିବାକୁ ପଡିବ ନାହିଁ । ଆମେ ଯାହା କ୍ଷମତା ପାଇଛୁ, ଆସନ୍ତୁ ପ୍ରଭୁଙ୍କ ସେବା କରିବାକୁ ନିଷ୍ପତ୍ତି ନେବା । ଏହା ଆବଶ୍ୟକ କରେ ନାହିଁ ଯେ ତୁମେ ଅତି ଧନୀ କିମ୍ବା ଅତି ସୁନ୍ଦର, ଅତି ଶକ୍ତିଶାଳୀ । କୌଣସି ପ୍ରକାରର ନୁହେଁ । ସ ବୈ ପୁଂସାଂ ପରୋ ଧର୍ମୋ ୟତୋ ଭକ୍ତିର ଅଧୋକ୍ଷଯେ ଅହୈତୁକି ଅପ୍ରତିହତା (ଭା. ୧.୨.୬) ଯେକୌଣସି ସର୍ତ୍ତରେ, ତୁମରର ଭକ୍ତି ସେବା ବନ୍ଦ ହେବା ଉଚିତ୍ ନୁହେଁ । ତାହା ନୀତି ହେବା ଉଚିତ, ଯେ ଆମେ ବନ୍ଦ କରିବୁ ନାହିଁ, ଯେକୌଣସି ପରିସ୍ଥିତିରେ । ଏବଂ କୃଷ୍ଣ ଟିକିଏ ଫୁଲ, ଅଳ୍ପ ପାଣି ଗ୍ରହଣ କରିବାକୁ ମଧ୍ୟ ପ୍ରସ୍ତୁତ । ପତ୍ରଂ ପୁଷ୍ପଂ ଫଲଂ ତୋୟଂ (ଭ.ଗୀ. ୯.୨୬) । ସେ କୁହନ୍ତି ନାହିଁ, "ମୋତେ ବହୁତ ବିଳାସପୂର୍ଣ୍ଣ ଏବଂ ଭୋଜନ ଯୋଗ୍ୟ ଖାଦ୍ୟ ଦିଅ। ତା’ପରେ ମୁଁ ...," ସେ ସନ୍ତୁଷ୍ଟ ହେବେ । ନା। ପ୍ରକୃତ ଆବଶ୍ୟକତା ହେଉଛି ଭକ୍ତ । ପତ୍ରଂ ପୁଷ୍ପଂ ଫଲଂ ତୋୟଂ ଯୋ ମେ ଭକ୍ତ୍ୟା ପ୍ରୟଚ୍ଛତି । ଏହା ହେଉଛି ପ୍ରକୃତ ଆବଶ୍ୟକତା - ଭକ୍ତ୍ୟା । ଭକ୍ତ୍ୟା ମାମଭିଜାନାତି ଯାବାନ୍ୟଶ୍ଚାସ୍ମି ତତ୍ତ୍ୱତଃ... (ଭ.ଗୀ. ୧୮.୫୫) ।

ତେଣୁ ଆମକୁ ଆମର ଭକ୍ତି, କୃଷ୍ଣ ପାଇଁ ପ୍ରେମ ବିକାଶ କରିବାକୁ ପଡିବ । ପ୍ରେମ ପୁମାରଥୋ ମହାନ୍, ଚୈତନ୍ୟ ମହାପ୍ରଭୂ ପରାମର୍ଶ ଦେଇଛନ୍ତି । ଲୋକମାନେ ଧର୍ମ ଅର୍ଥ-କାମ ମୋକ୍ଷ ପଛରେ, କିନ୍ତୁ ଚୈତନ୍ୟ ମହାପ୍ରଭୂ କହିଛନ୍ତି, ନା, ଯଦିଓ ତୁମେ ମୁକ୍ତ ହୁଅ, ମୋକ୍ଷ, ଏହା କୃଷ୍ଣଙ୍କ ଅନୁଗ୍ରହ ପାଇବା ପାଇଁ ଯୋଗ୍ୟତା ନୁହେଁ। " ପ୍ରେମ ପୁମାରଥୋ ମହାନ୍ । ପଞ୍ଚମ-ପୁରୁଷାର୍ଥ । ଲୋକମାନେ ବହୁତ ଧାର୍ମିକ ହେବାକୁ ଚେଷ୍ଟା କରୁଛନ୍ତି । ତାହା ଭଲ। ତା’ପରେ ଅର୍ଥନୈତିକ । ଧର୍ମ ଅର୍ଥ । ଅର୍ଥର ଅର୍ଥ ହେଉଛି ଅର୍ଥନୈତିକ ଦୃଷ୍ଟିରୁ ବହୁତ ଧନୀ, ଅତ୍ୟଧିକ । ତା’ପରେ କାମ, ଇନ୍ଦ୍ରିୟ ଉପଭୋଗରେ ବହୁତବଡ ବିଶେଷଜ୍ଞ । ଏବଂ ତା’ପରେ ମୁକ୍ତି । ଏହା ହେଉଛି ସାଧାରଣ ଚାହିଦା । କିନ୍ତୁ ଭାଗବତ କୁହେ, ନା, ଏହି ଜିନିଷଗୁଡ଼ିକ ଯୋଗ୍ୟତା ନୁହେଁ। ଧର୍ମ ପ୍ରୋଜହିତ-କୈତବୋ ଽତ୍ର (ଭା. ୧.୧.୨) ।