OR/Prabhupada 0499 - ବୈଷ୍ଣବ ବହୁତ ଦୟାଳୁ, କୃପାଳୁ, କାରଣ ସେ ଅନ୍ୟର ଅନୁଭବ କରେ



Lecture on BG 2.15 -- Hyderabad, November 21, 1972

ବ୍ରହ୍ମ-ଭୂତଃ ପ୍ରସନ୍ନାତ୍ମା ନ ସୋଚତି ନ କାଂକ୍ଷତି (ଭ.ଗୀ. ୧୮.୫୪)। ସେହି ସମୟରେ, ତୁମକୁ ଅନୁଭବ ହେବ, ପ୍ରତ୍ୟେକ ଜୀବ ତୁମ ପରି ହିଁ ଅଟନ୍ତି । କିଛି ଅନ୍ତର ପଡିବ ନାହିଁ କି ସେ ଜଣେ ଶିକ୍ଷିତ ବ୍ରାହ୍ମଣ, ଅଥବା ସେ ଗୋଟେ କୁକୁର, ସେ ଜଣେ ଚଣ୍ଡାଳ, ଅଥବା ସେ ଗୋଟେ ହାତୀ ।

ବିଦ୍ୟା-ବିନୟ-ସଂପନ୍ନେ
ବ୍ରାହ୍ମଣେ ଗଭି ହସ୍ତୀନି
ସୁନି ଚୈଵ ସ୍ଵପାକେ ଚ
ପଣ୍ଡିତାଃ ସମ-ଦର୍ଶୀନଃ
(ଭ.ଗୀ. ୫.୧୮)

ଏହା ଆବଶ୍ୟକ । ଏହା ଆଧ୍ୟାତ୍ମିକ ଦୃଷ୍ଟି । ପଣ୍ଡିତାଃ ସମ-ଦର୍ଶୀନଃ । ସେଥିପାଇଁ ଜଣେ ଭକ୍ତ ପ୍ରଥମ ଶ୍ରେଣୀର ଭକ୍ତ ଅଟେ । ଜଣେ ଭକ୍ତ । କାରଣ ସେ ସମ-ଦର୍ଶୀନଃ । ସମ-ଦର୍ଶୀନଃ ର ଅର୍ଥ, ସେ ଅନ୍ୟ ପାଇଁ ଅନୁଭବ କରେ । ଜଣେ ବୈଷ୍ଣବ... ପର-ଦୁଃଖ-ଦୁଃଖୀ , କୃପାଂବୁଦ୍ଧିର ୟଃ । ବୈଷ୍ଣବ ବହୁତ ଦୟାଳୁ, ଦୟାଳୁ କାରଣ ସେ ଅନ୍ୟର ଅନୁଭବ କରେ । ସେ ଅନ୍ୟର ଅନୁଭବ କରେ ଅର୍ଥ, ସେ ଜାଣେ ସେ କଣ । ସେ ପ୍ରତ୍ୟେକ ଜୀବ କୁ ଭଗବାନଙ୍କ ଏକ ଅଭିନ୍ନ ଅଙ୍ଗ ରୂପରେ ଦେଖେ । ବର୍ତ୍ତମାନ ଏଠି ଭଗବାନଙ୍କ ଏକ ଅଭିନ୍ନ ଅଙ୍ଗ । ସେ ଘରକୁ ଫେରି, ଭାଗବତ ଧାମ, ତାଙ୍କ ସହ ନୃତ୍ୟ କରି, ଆଉ ବହୁତ ସୁନ୍ଦର ଭାବରେ ରହିଥାନ୍ତା, ଶାଶ୍ୱତ, ଆନନ୍ଦମୟ ଜୀବନ । ବର୍ତ୍ତମାନ ଏକ ଘୁଷୁରୀ ହୋଇ ଏଠି ସଢୁଛି, ଅଥବା ଏକ ମଣିଷ ହୋଇ, ଅଥବା ରାଜା ହୋଇ । ଗୋଟିଏ ହିଁ କଥା । ଏହା କେବଳ କିଛି ବର୍ଷ ପାଇଁ । ତ ଜଣେ ଭକ୍ତ ସେଥିପାଇଁ ଏଇ ଭ୍ରମରୁ ତାକୁ ବାହାରକୁ ନେଇ ଯିବାକୁ ଚେଷ୍ଟା କରେ । ସେଇଥିପାଇଁ, ତାକୁ ପର-ଦୁଃଖ-ଦୁଃଖୀ କୁହା ଯାଏ । ସେ ପ୍ରକୃତରେ ଅନ୍ୟର ଦୁଃଖଦ ଅବସ୍ଥାକୁ ଅନୁଭବ କରି ପାରେ । ଏ ରାଜନୈତିକ କିମ୍ବା ସମାଜବାଦୀ... ସେମାନେ କଣ କରି ପାରିବେ? ସେମାନେ ସେମାନଙ୍କ ନିଜ ଭାଗ୍ୟ ତିଆରି କରୁଛନ୍ତି । ବାସ । ଅଥବା ସେ ଭାଗ୍ୟ କଣ? ତାହା ଭି ଦୁର୍ଭାଗ୍ୟ । ଯଦି ଜଣେ କେହି ଭାବୁଛି "ମୋ ପାଖରେ କିଛି ଟଙ୍କା ଅଛି । ମୁଁ ବହୁତ ଭାଗ୍ୟଶାଳୀ" । ଏହା, ପ୍ରକୃତରେ ଏହା ଭାଗ୍ୟ ନୁହଁ । ସେ ପ୍ରକୃତରେ ଭାଗ୍ୟବାନ ଯିଏ କୃଷ୍ଣ ଭାବାନାମୃତରେ ଆଗେଇଛି । ସେ ଭାଗ୍ୟବାନ । ଅନ୍ୟଥା ସମସ୍ତେ ଦୁର୍ଭାଗ୍ୟଶାଳୀ । ସମସ୍ତେ ଦୁର୍ଭାଗ୍ୟଶାଳୀ ।

ତ ଏହି ପରି ଭାବରେ, ଜଣେ ଆଧ୍ୟାତ୍ମିକ ଉପଲବ୍ଧିକୁ ଆସିବା ଦରକାର, ଆଉ ଲକ୍ଷଣ ହେଲା, ସେ ଭୌତିକ ଉପର ତଳରେ ବିଚଳିତ ହୁଏ ନାହିଁ । ୟଂ ହିଁ ନ ବ୍ୟଥୟନ୍ତି ଏତେ ପୁରୁଷଂ ପୁରୁର୍ଷଷଭ, ସମ-ଦୁଃଖ-ସୁଖଂ (ଭ.ଗୀ. ୨.୧୫)। ଲକ୍ଷଣ ହେଉଛି ସମ-ଦୁଃଖ କାରଣ ସେ ଜାଣେ ଏହା ସ୍ୱପ୍ନ ଅଟେ । ଧରିନିଅ ତୁମେ ସ୍ଵପ୍ନ ଦେଖୁଛ । ତ ହୁଏତ ତୁମେ ବାଘର ଉପସ୍ତିତିରେ କଷ୍ଟ ପାଉଛ , କିମ୍ବା ତୁମେ ସ୍ଵପ୍ନରେ ରାଜା ହୋଇଗଲ, ମୂଲ୍ୟ କଣ? ଏଇ ଗୋଟିଏ ହିଁ କଥା । ଏଥିରେ କୌଣସି ଅନ୍ତର ନାହିଁ । ଅନ୍ତତଃ, ଏହା ସ୍ୱପ୍ନ ଅଟେ । ତେଣୁ ସମ-ସୁଖ-ଦୁଃଖଃ । ମୁଁ ଯଦି ବହୁତ ଖୁସି ହୋଇଗଲି କାରଣ ମୁଁ ରାଜା ହୋଇଯାଇଛି କିମ୍ବା ଜଣେ ବଡ ଲୋକ, ତଥାପି ତାହା ସ୍ୱପ୍ନ । ଆଉ ଯଦି ମୁଁ ଭାବେ ଯେ 'ମୁଁ ବହୁତ ଗରୀବ, ଓଃ, ମୁଁ କଷ୍ଟ ପାଉଛି, ମୁଁ ରୋଗ ଗ୍ରସ୍ଥ", ତାହା ମଧ୍ୟ ସେହି ଏକା କଥା । ସେଇଥିପାଇଁ କୃଷ୍ଣ ପୂର୍ବ ଶ୍ଳୋକରେ କହିଛନ୍ତି: ତାଂସ ତିତିକ୍ଷସ୍ଵ ଭାରତ (ଭ.ଗୀ. ୨.୧୪). "ମାତ୍ର ଟିକିଏ ସହନଶୀଳର ଅଭ୍ୟାସ । ତୁମର ନିଜ କାର୍ଯ୍ୟ କର, କୃଷ୍ଣ ଭାବାନାମୃତ" । ୟୁଦ୍ଧସ୍ଵ ମାଂ ଅନୁସ୍ମର (ଭ.ଗୀ. ୮.୭)। ଆମର ପ୍ରକୃତ କାର୍ଯ୍ୟ ହେଉଛି, ଯେମିତି କୃଷ୍ଣ କୁହନ୍ତି, ମନ-ମନା ଭବ ମଦ-ଭକ୍ତୋ ମଦ୍-ୟାଜି ମାଂ ନମସ୍କୁରୁ(ଭ.ଗୀ. ୧୮.୬୫). "ସର୍ବଦା ମୋତେ ଚିନ୍ତା କର" । ତେଣୁ ଏଇ ଅଭ୍ୟାସ ଚାଲୁ ରହିବା ଦରକାର । ମନରେ ଧର ନାହିଁ ମୁଁ କଥା କଥିତ ଦୁଃଖୀ ଅଥବା ସୁଖୀ । ଏଠି... ଚୈତନ୍ୟ-ଚରିତ୍ରାମୃତ ରେ ଏହା କୁହା ଯାଇଛି, 'ଦ୍ଵୈତେ' ଭଦ୍ରାଭଦ୍ର-ଜ୍ଞାନ ସବ 'ମନୋଧର୍ମ', 'ଏଇ ଭାଲ ଏଇ ମନ୍ଦ' ଏଇ ସବ 'ଭ୍ରମ' । ଦ୍ଵୈତ, ଇଏ ଦ୍ଵନ୍ଦରେ, ଦ୍ଵନ୍ଦ ମୟ ଦୁନିଆ, ଏଠି,ଏହି ଭୌତିକ ଦୁନିଆରେ, "ଏହି ଜିନିଷ ବହୁତ ଭଲ, ଏହି ଜିନିଷ ବହୁତ ଖରାପ", ଏହା କେବଳ ମାନସିକ କଳ୍ପନା । ଏଠାରେ ସବୁ କିଛି ଖରାପ । କିଛି ଭି ଭଲ ନୁହଁ । ତ ଏହା ସବୁ ଆମର ମାନସିକ ରଚନା କେବଳ । "ଏହା ଭଲ, ଏହା ଖରାପ" । ଆମେ ମାନେ ତାହା କରୁଛେ । ଯେମିତି ରାଜନୈତିକ କ୍ଷେତ୍ରରେ "ଏଇ ଦଳ ଭଲ, ଏଇ ଦଳ ଖରାପ" । କିନ୍ତୁ ଯେକୌଣସି ଦଳ ସାଶନ କରୁ, ତୁମର ଅବସ୍ଥା ସେହି ସମାନ । ବସ୍ତୁର ଦର ଦାମ ତ ବଢ଼ି ଚାଲିଛି । ଏହା କମୁ ନାହିଁ, ତୁମେ ଏହି ଦଳ ବା ଆର ଦଳକୁ ବଦଳି କର । ତ ଏହା ସବୁ ମନଗଢ଼ଣ ।