OR/Prabhupada 0526 - ଆମେ ଯଦି କୃଷ୍ଣଙ୍କୁ ଦୃଢ଼ତାର ସହିତ ଧରିବା, ମାୟା କିଛି କରି ପାରିବ ନାହିଁ



Lecture on BG 7.1 -- Los Angeles, December 2, 1968

ତମାଳ କୃଷ୍ଣ: ଯଦି ମାୟା ଜଣଙ୍କୁ ମାଡି ବସିଛି, ତେବେ କୃଷ୍ଣଙ୍କ ନିକଟକୁ ଫେରିବାର ଦୃତଗାମୀ ପନ୍ଥା କ'ଣ?

ପ୍ରଭୁପାଦ: ଓ, ସେ କୃଷ୍ଣ, ସେହି କୃଷ୍ଣ କେବଳ... ଯେତେବେଳେ ମାୟାର ଆକର୍ଷଣ ହେବ, କେବଳ କୃଷ୍ଣଙ୍କୁ ପ୍ରର୍ଥନା କର, "ଦୟାକରି ମୋତେ ରକ୍ଷା କରନ୍ତୁ । ଦୟାକରି ମୋତେ ରକ୍ଷା କରନ୍ତୁ ।" ଏହା ହେଉଛି ଏକମାତ୍ର ପନ୍ଥା । ଏବଂ ସେ ତୁମକୁ ରକ୍ଷା କରିବେ । ଆମେମାନେ ମାୟାର ସାମ୍ରାଜ୍ୟରେ ଅଛୁ, ତେବେ ମାୟା ଏଠାରେ ଅତି ଶକ୍ତିଶାଳୀ, କିନ୍ତୁ ଆମେ ଯଦି କୃଷ୍ଣଙ୍କୁ ଦୃଢ଼ତାର ସହିତ ଧରିବା, ମାୟା କିଛି କରି ପାରିବ ନାହିଁ । ଆମେ ଦୃଢ଼ତାର ସହିତ କୃଷ୍ଣଙ୍କୁ ଅତି ଜୋରରେ ଧରିବା ଉଚିତ୍ । ତେବେ କୌଣସି ପତନ ହେବ ନାହିଁ । ହଁ ।

ମଧୁଦ୍ଵିଶ: ପ୍ରଭୁପାଦ, ଆମେ ଯେତେବେଳେ ସଂକୀର୍ତ୍ତନ କରିବାକୁ ଯାଉ, ଲୋକମାନଙ୍କୁ ଆମ ସହିତ ଜପ କରିବା ପାଇଁ ସଂଲଗ୍ନ କରିବାର ସବୁଠାରୁ ଭଲ ଉପାୟ କ'ଣ? ଭଲ ଉପାୟ କ'ଣ ହେବ...

ପ୍ରଭୁପାଦ: ଭଲ ଉପାୟ ହେଉଛି ତୁମେ ଜପ କରି ଚାଲ । ତୁମର କାମ ନୁହେଁ, ମୋର କହିବାର ଅର୍ଥ ହେଲା, ଲୋକମାନଙ୍କୁ ସନ୍ତୁଷ୍ଟ କରିବା । ତୁମର କାମ ହେଉଛି କୃଷ୍ଣଙ୍କୁ ସନ୍ତୁଷ୍ଟ କରିବା, ଏବଂ ତାପରେ ଲୋକମାନେ ସ୍ଵୟଂଚାଳିତ ଭାବରେ ସନ୍ତୁଷ୍ଟ ହୋଇଯିବେ । ଆମେ ଲୋକମାନଙ୍କୁ ସନ୍ତୁଷ୍ଟ କରିବାକୁ ଯାଉ ନାହୁଁ । ଆମେ ସେମାନଙ୍କୁ କିଛି ଦେବାକୁ ଯାଉଛୁ, କୃଷ୍ଣ । ତେବେ ତୁମକୁ ଅତ୍ୟଧିକ ସାବଧାନତା ଅବଲମ୍ଵନ କରିବାକୁ ହେବ ଯେ ତୁମେ କୃଷ୍ଣଙ୍କୁ ଯଥୋଚିତ ଭାବରେ ଦେଉଛ । ତାପରେ ସେମାନେ ସନ୍ତୁଷ୍ଟ ହେବେ । ତୁମର କାମ କେବଳ କୃଷ୍ଣଙ୍କୁ ସନ୍ତୁଷ୍ଟ କରିବା ହେବା ଉଚିତ୍ । ତେବେ ସବୁକିଛି ସନ୍ତୁଷ୍ଟ ହେବ । ତସ୍ମିନ ତୁଶ୍ଟେ ଜଗତ ତୁଶ୍ଟ । ଯଦି କୃଷ୍ଣ ସନ୍ତୁଷ୍ଟ ହେବେ ତେବେ ସମଗ୍ର ବିଶ୍ଵ ସନ୍ତୁଷ୍ଟ ହେବ । ଯଦି ତୁମେ ଚେରରେ ପାଣି ଦିଅ, ତେବେ ତାହା ଆପେ ଆପେ ଗଛର ସବୁ ଅଂଶକୁ ବ୍ୟାପିଯିବ । ତେଣୁ କୃଷ୍ଣ ହେଉଛନ୍ତି ଏକ ବଡ଼ ବୃକ୍ଷ, ଏକ ବଡ଼ ବୃକ୍ଷର ଚେର, ଏବଂ ତୁମେ କୃଷ୍ଣଙ୍କୁ ପାଣି ଦେଉଛ । ହରେ କୃଷ୍ଣ ଜପ କର ଏବଂ ନିୟମ କାୟଦା ପାଳନ କର, ସବୁକିଛି ଠିକ୍ ହେବ ।