OR/Prabhupada 0599 - କୃଷ୍ଣ ଚେତନା ସରଳ ନୁହେଁ । ତୁମେ ଏହା ପାଇପାରିବ ନାହିଁ ଯେପର୍ଯ୍ୟନ୍ତ ତୁମେ ନିଜକୁ ସମର୍ପଣ କରି ନାହଁ



Lecture on BG 2.23 -- Hyderabad, November 27, 1972

ତେବେ ବ୍ରହ୍ମ ସଂହିତାରେ ଅନ୍ୟ ଏକ ସ୍ଥାନରେ ଏହା କୁହାଯାଇଛି ଯେ: ବେଦେଶୁ ଦୁର୍ଲଭମ୍ ଅଦୁର୍ଲଭମ୍ ଅତ୍ମ ଭକ୍ତୌ (Bs 5.33) । ବେଦେଶୁ । ଯଦି ତୁମେ କେବଳ ବେଦ ପଢ଼ିବ, ଯଦିଓ ବେଦ ପଢ଼ିବାର ଅନ୍ତିମ ଲକ୍ଷ୍ୟ ହେଉଛି କୃଷ୍ଣଙ୍କୁ ଜାଣିବା, କିନ୍ତୁ ତୁମେ ଯଦି ବେଦ ପଢ଼ିବାକୁ ଚାହୁଁଛ ତୁମର ନିଜର କାଳ୍ପନିକ ପ୍ରକ୍ରିୟା ଦ୍ଵାରା, ତେବେ ସେ ସର୍ବଦା ଦୁର୍ଳଭ ରହିବେ । ବେଦେଶୁ ଦୁର୍ଲଭମ୍ ଅଦୁର୍ଲଭମ୍ ଅତ୍ମ ଭକ୍ତୌ (Bs 5.33) । କିନ୍ତୁ ତୁମେ ଯଦି ଭଗବାନଙ୍କର ଏକ ଭକ୍ତ ପାଖକୁ ଯିବ, ସେ ଉଦ୍ଧାର କରି ପାରିବେ । ସେ ଉଦ୍ଧାର କରି ପାରିବେ । ମହିୟସାମ ପାଦ-ରଜୋ-ଅଭିଷେକମ ନିଶ୍କିନ୍ଚନାନାମ ନ ବୃଣୀତ ୟାାବତ ନୈଷାମ ମତିସ ତାବିଦ ଉରୁକ୍ରମାଂଘ୍ରିମ (SB 5.7.32) ପ୍ରହଲ୍ଲାଦ ମାହାରାଜା କୁହଁନ୍ତି ଯେ "ତୁମେ କୃଷ୍ଣ ଚେତନା ପାଇପାରିବ ନାହିଁ..." ନୈଷାମ ମତିସ ତାବିଦ ଉରୁକ୍ରମାଂଘ୍ରିମ । କୃଷ୍ଣ ଚେତନା ଏତେ ସହଜ ନୁହେଁ । ଯେପର୍ଯ୍ୟନ୍ତ ତୁମେ ଆତ୍ମସମର୍ପଣ କରି ନାହଁ ତୁମେ ଏହା ପାଇ ପାରିବ ନାହିଁ । ନିଶ୍କିନ୍ଚନାନାମ, ମହିୟସାମ ପାଦ-ରଜୋ-ଅଭିଷେକମ ନିଶ୍କିନ୍ଚନାନାମ ନ ବୃଣୀତ ୟାାବତ । ଯେ ପର୍ଯ୍ୟନ୍ତ ତୁମେ ଭକ୍ତର ପାଦ ପଦ୍ମର ଧୂଳି ନେଇ ନାହଁ, ନିଶ୍କିନ୍ଚନାନାମ, ଯାହାର ଏହି ଭୌତିକ ଦୁନିଆ ସହିତ କିଛି ସମ୍ପର୍କ ନାହିଁ - ସେ କେବଳ ଭଗବାନଙ୍କର ସେବା ସହିତ ସମ୍ଵନ୍ଧିତ - ଯେ ପର୍ଯ୍ୟନ୍ତ ତୁମେ ଏପରି ବ୍ୟକ୍ତିର ସମ୍ପର୍କରେ ଆସି ନାହଁ, ଏହି କୃଷ୍ଣ ଚେତନାକୁ ପ୍ରାପ୍ତ କରିବା ସମ୍ଭବ ନୁହେଁ । ଏଗୁଡ଼ିକ ହେଉଛି ଶାସ୍ତ୍ରର ବକ୍ତବ୍ୟ ।

ତେବେ କୃଷ୍ଣ ହେଉଛନ୍ତି ପରମ ପୂର୍ଣ୍ଣ ସତ୍ୟ, ଏବଂ ସେ ହେଉଛନ୍ତି ବ୍ୟକ୍ତି ପୂର୍ଣ୍ଣ କିନ୍ତୁ ଆମେ ତାଙ୍କୁ ବୁଝି ପାରିବା ନାହିଁ ଯେ ପର୍ଯ୍ୟନ୍ତ ଏକ କୃଷ୍ଣ ଭକ୍ତ ମାଧ୍ୟମରେ ଯାଇନାହୁଁ । ସେଥିପାଇଁ କୃଷ୍ଣଙ୍କୁ ବୁଝିବା, କୃଷ୍ଣ ଭକ୍ତ ରୂପରେ ଅବତରିତ ହୋଇଥିଲେ, ଭଗବାନ ଚୈତନ୍ୟ ମହାପ୍ରଭୁ । ଶ୍ରୀ କୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ ଶ୍ରୀ ଅଦ୍ଵୈତ ଗଦାଧର ଶ୍ରୀବାସାଦି ଗୌର ଭକ୍ତ ବୃନ୍ଦ । ତେବେ ଅମକୁ ଚୈତନ୍ୟ ମହାପ୍ରଭୁଙ୍କର ମାଧ୍ୟମରେ କୃଷ୍ଣଙ୍କୁ ବୁଝିବାକୁ ହେବ । କାରଣ କୃଷ୍ଣ ନିଜେ ଆସିଥିଲେ...କୃଷ୍ଣାୟ କୃଷ୍ଣ ଚୈତନ୍ୟ ନାମ୍ନେ । ରୂପ ଗୋସ୍ଵାମୀ, ଯେତେବେଳେ ସେ ପ୍ରଥମେ ଚୈତନ୍ୟ ମହାପ୍ରଭୁଙ୍କ ସହିତ ମିଶିଥିଲେ...ପ୍ରଥମେ ନୁହେଁ, ଦ୍ଵିତୀୟ ଥର ପାଇଁ । ପ୍ରଥମ ଥର ସେ ମିଶିଥିଲେ ଯେତେବେଳେ, ଯେତେବେଳେ ସେ ନବାବ ହୁସେନ ଶାହାଙ୍କର ସରକାରରେ ମନ୍ତ୍ରୀ ଥିଲେ । ଏବଂ ତାପରେ, ମିଶିଲା ପରେ, ଚୈତନ୍ୟ ମହାପ୍ରଭୁ ଚାହୁଁଥିଲେ କି ସେମାନେ ତାଙ୍କର ଲକ୍ଷ୍ୟ ପୁରା କରନ୍ତୁ । ତେଣୁ ସେମାନେ ସରକାରୀ ସେବାରୁ ଇସ୍ତଫା ଦେବା ପାଇଁ ସ୍ଥିର କରିଲେ ଏବଂ ଚୈତନ୍ୟ ମହାପ୍ରଭୁଙ୍କ ସହିତ ଯୋଗ ଦେଲେ ଏହି କୃଷ୍ଣ ଚେତନା ଅନ୍ଦୋଳନକୁ ପ୍ରସାରିତ କରିବା ପାଇଁ । ସେଥିପାଇଁ ରୂପ ଗୋସ୍ଵାମୀ ଯେତେବେଳେ ଆଲ୍ଲାବାଦ, ପ୍ରୟାଗ ଠାରେ, ଚୈତନ୍ୟ ମହାପ୍ରଭୁଙ୍କ ସହିତ ମିଶିଲେ, ପ୍ରଥମ ଶ୍ଳୋକ ଏହି ସମ୍ଵନ୍ଧରେ ସେ ରଚନା କରିଲେ, ସେ କହିଲେ, ନମୋ ମାହା ବଦାନ୍ୟାୟ କୃଷ୍ଣ ପ୍ରେମ ପ୍ରଦାୟତେ: (CC Madhya 19.53) "ମୋର ଭଗବାନ, ଆପଣ ସବୁଠାରୁ ଦାନୀ ଅବତାର ଅଟନ୍ତି ।" କାହିଁକି? "କାରଣ ଆପଣ କୃଷ୍ଣ ପ୍ରେମ ବିତରଣ କରୁଛନ୍ତି । ଲୋକମାନେ ବୁଝିପାରୁ ନାହାଁନ୍ତି କୃଷ୍ଣ କ'ଣ, କୃଷ୍ଣ ପ୍ରେମ କଥା କ'ଣ କହିବା । କିନ୍ତୁ ସେହି କୃଷ୍ଣ ପ୍ରେମ, ଅପଣ ବିତରଣ କରୁଛନ୍ତି ।" ନମୋ ମହା ବଦନ୍ୟାୟ..."ତେଣୁ ଆପଣ ହେଉଛନ୍ତି ସବୁଠାରୁ ଦାନୀ, ଉଦାର ବ୍ୟକ୍ତି ।" ନମୋ ମହା ବଦାନ୍ୟାୟ । ବଦାନ୍ୟାୟ ଅର୍ଥାତ୍ ଜଣେ ଯିଏ ଭାରୀ ଦାନଶୀଳ, ତୁମେ ଯେତେ ଚାହଁ ସାତେ ଦାନ ଦିଏ ।