OR/Prabhupada 0765 - ପୂର୍ଣ୍ଣ ଚେତନାଶୀଳ ହୁଅ, ଯେ 'ସବୁକିଛି କୃଷ୍ଣଙ୍କର ଏବଂ ଆମର କିଛି ନାହିଁ'



Lecture on SB 1.13.11 -- Geneva, June 2, 1974

ଅକିଞ୍ଚନ, ଅକିଞ୍ଚନ ମାନେ କୌଣସି ଭୌତିକ ବସ୍ତୁ ବହନ କରନାହିଁ । ଅକିଞ୍ଚନ ଗୋଚର । ରାଣୀ କୁନ୍ତି, ଯେତେବେଳେ ସେ କୃଷ୍ଣଙ୍କୁ ସ୍ଵାଗତ କରୁଥିଲେ, ସେ କହିଥିଲେ, "ପ୍ରିୟ କୃଷ୍ଣ, ଆପଣ ହେଉଛନ୍ତି ଅକିଞ୍ଚନ-ଗୋଚର (SB 1.8.26) । ତୁମକୁ ସେହି ଜାଣିପାରିବ ଯା ପାଖରେ କିଛି ଭୌତିକ ବସ୍ତୁ ନାହିଁ । ଏବଂ ବର୍ତ୍ତମାନ ଆପଣ ଆମକୁ ଏତେ ଅଧିକ ଭୌତିକ ସମ୍ପତ୍ତି ଦେଇଛନ୍ତି । ତେବେ ଆମେ ଆପଣଙ୍କୁ କେମିତି ବୁଝିବୁ? ତାହା ହେଉଛି...କୁନ୍ତି ଏଥିପାଇଁ ଦୁଃଖ ପ୍ରକାଶ କରୁଥିଲେ ଯେ "ଯେତେବେଳେ ଆମେ ସଂକଟରେ ଥିଲୁ, ସେତେବେଳେ ଆପଣ ସର୍ବଦା ଆମ ପାଖରେ ଥିଲେ । ବର୍ତ୍ତମାନ ଆପଣ ଆମକୁ ସାମ୍ରଜ୍ୟ ଏବଂ ସବୁକିଛି ଦେଇଛନ୍ତି । ବର୍ତ୍ତମାନ ଆପଣ ଦ୍ଵାରକାକୁ ଚାଲିଯାଉଛନ୍ତି । ଏହା କ'ଣ କୃଷ୍ଣ? ଭଲ ହେବ ଆମକୁ ପୁଣିଥରେ ସେହି ଜନ୍ତ୍ରଣାରେ ରହିବାକୁ ଦିଅ ଯାହା ଦ୍ଵାରା ଆପଣ ସର୍ବଦା ଆମ ସାଥିରେ ରହିବେ ।" ଅକିଞ୍ଚନ-ଗୋଚର । କୃଷ୍ଣ ହେଉଛନ୍ତି ଅକିଞ୍ଚନ-ଗୋଚର । ଯିଏ କେହି ମଧ୍ୟ ଭୌତିକ ଜୀବନକୁ ଉପଭୋଗ କରିବାକୁ ଚହେଁ, ତେବେ ସମ୍ପୂର୍ଣ୍ଣ ରୂପରେ କୃଷ୍ଣ ଚେତନାରେ ଆସିବା ସମ୍ଭବ ନୁହେଁ । ଏହା ଅତ୍ୟନ୍ତ ଗୋପନୀୟ ।

ସେଥିପାଇଁ ଚୈତନ୍ୟ ମହାପ୍ରଭୁ କହିଛନ୍ତି, ନିଷ୍କିଞ୍ଚନସ୍ୟ ଭଗବଦ୍-ଭଜନୋନ-ମୁଖସ୍ୟ (CC Madhya 11.8) । ଭଗବଦ-ଭଜନ, ଭକ୍ତ ହେବା ପାଇଁ, କୃଷ୍ଣ ଚେତନା, ହେଉଛି ନିଷ୍କିଞ୍ଚସ୍ୟ ବ୍ୟକ୍ତି ପାଇଁ, ଯାହାର କିଛି ସମ୍ପତ୍ତି ନଥିବ ଏହି ଭୌତିକ ଜଗତରେ । ତାହାମାନେ ନୁହେଁ ଯେ ସେ ଦାରିଦ୍ର୍ୟରେ ଥିବ । ନାଁ । ସେ ପୂର୍ଣ୍ଣ ଭାବରେ ଜାଣିଥିବା ଦରକାର ଯେ "ମୋର କିଛି ମଧ୍ୟ ନାହିଁ; ସବୁକିଛି କୃଷ୍ଣଙ୍କର । ମୁଁ କେବଳ ତାଙ୍କ ସେବକ, ବାସ ସେତିକି ।" ଏହା ହେଉଛି ଆକିଞ୍ଚନା । ଯଦି ମୁଁ ଭାବିବି ଯେ "କୃଷ୍ଣଙ୍କୁ ଆଗରେ ରଖିକି, ମୁଁ କିଛି ଭୌତିକ ସମ୍ପତ୍ତି ଅର୍ଜନ କରିବି," ତାହା ଅନ୍ୟ ପ୍ରକାର ଠକାମି । ତୁମେ ପୂର୍ଣ ଚେତନାରେ ରହିବା ଦରକାର ଯେ, "ସବୁକିଛି କୃଷ୍ଣଙ୍କର, ଆମର କିଛି ମଧ୍ୟ ନାହିଁ ।" ତେବେ କୃଷ୍ଣ ତୁମର ସୁହୃଦ ହେବେ । ସେ ଦାୟିତ୍ଵ ନିଅନ୍ତି, ତୁମର କିପରି ଲାଭ ହେବ, ସର୍ବଶ୍ରେଷ୍ଠ । ତେଷାଂ ସତତ ଯୁକ୍ତାନାମ୍ ଭଜତାନାମ୍ ପ୍ରୀତି ପୂର୍ବକମ୍ ଦଦାମି (BG 10.10) । ପ୍ରିତି-ପୂର୍ବକମ୍ । ଏହା ଅତି ଉନ୍ନତ ସଂକଳ୍ପ, "କୃଷ୍ଣ, ମୋତେ କେବଳ ତୁମେ ଦରକାର, କିଛି ନୁହେଁ, ଅନ୍ୟ କିଛି ନୁହେଁ, କିଛିନୁହେଁ ।" ନ ଧନମ୍ ନ ଜନମ୍ ନ ସୁନ୍ଦରୀମ୍ କବିତାମ୍ ବା ଜଗଦୀଶ (CC Antya 20.29, Siksastaka 4) । ଏହା ଚୈତନ୍ୟ ମହାପ୍ରଭୁଙ୍କର ଶିକ୍ଷା । ଚୈତନ୍ୟ ମହାପ୍ରଭୁ ଏହି ଶିକ୍ଷା ବାରମ୍ଵାର ଦେଇଥିଲେ । ନିଷ୍କିଞ୍ଚସ୍ୟ ଭଗବଦ୍-ଭଜନ । ଭଗବଦ୍-ଭଜନର ଅର୍ଥ ଦର୍ଶାଇବା ପାଇଁ ସେ ନିଜେ ନିଷ୍କିଞ୍ଚସ୍ୟ ହୋଇଥିଲେ । ସେ ସ୍ଵୟଂ କୃଷ୍ଣ, ସବୁ ଐଶ୍ଵରଙ୍କର ସ୍ଵାମୀ । ତ୍ୟକ୍ତ୍ଵା ସୁରେପ୍ସିତଃ ସୁଦୁସ୍ତଯଜ ସୁରେପ୍ସିତ୍ୟଜ ରାଜ୍ୟ ଲକ୍ଷ୍ମି (SB 11.5.34) । ଚୈତନ୍ୟ ମହାପ୍ରଭୁଙ୍କର ସବୁଠାରୁ ସୁନ୍ଦର ପତ୍ନି ଥିଲେ, ସମସ୍ତ ଐଶ୍ଵରଙ୍କର ଦେବୀ, ବିଷ୍ଣୁ-ପ୍ରିୟା, ଲକ୍ଷ୍ମି-ପ୍ରିୟା । କିନ୍ତୁ ସମଗ୍ର ଜଗତର ହିତପାଇଁ, ଯଦିଓ ସେ କୃଷ୍ଣ, ସେ ଆମକୁ ଉଦାହରଣ ଦର୍ଶାଇଥିଲେ । ସେ ଚବିଶ ବର୍ଷ ବୟସରେ, ସେ ସନ୍ୟାସ ନେଇଥିଲେ ।