OR/Prabhupada 0830 - ଏହା ହେଉଛି ବୈଷ୍ଣବ ତତ୍ତ୍ଵଜ୍ଞାନ । ଆମେ ସେବକ ହେବା ପାଇଁ ଚେଷ୍ଟା କରୁଛୁ



Lecture on SB 1.2.30 -- Vrndavana, November 9, 1972

ତେବେ କୃଷ୍ଣ ହେଉଛନ୍ତି ବିଭୁ; ଆମେମାନେ ଅଣୁ । କଦାପି ବିଚାର କର ନାହିଁ ଯେ ଆମେ କୃଷ୍ଣଙ୍କ ସହିତ ସାମନ । ତାହା ଏକ ବଡ଼ ଅପରାଧ । ତାହାକୁ ମାୟା କୁହାଯାଏ । ତାହା ମାୟାର ଅନ୍ତିମ ଜାଲ । ବାସ୍ତବରେ ଆମେ ଏହି ଭୌତିକ ଦୁନିଆକୁ କୃଷ୍ଣଙ୍କ ସହିତ ଏକ ହେବା ପାଇଁ ଆସିଛୁ । ଆମେ ଭାବୁଛୁ ଯେ ଆମେ କୃଷ୍ଣଙ୍କ ପରି ହୋଇଯିବୁ ।

କୃଷ୍ଣ ଭୁଲିୟା ଜୀବ ଭୋଗ ବାଞ୍ଛା କରେ
ପାଶୋତେ ମାୟା ତାରେ ଜାପଟିୟା ଧରେ
(Prema-vivarta)

କାରଣ ଆମେ କୃଷ୍ଣଙ୍କ ସହିତ ଏକ ହେବା ପାଇଁ ଚାହୁଁଛୁ, କୃଷ୍ଣଙ୍କ ସହିତ ପ୍ରତିଯୋଗିତା କରିବା ପାଇଁ, ସେଥିପାଇଁ ଆମକୁ ଏହି ଭୌତିକ ଦୁନିଆରେ ପକାଯାଏ । ମାୟା ତାରେ ଜାପଟିୟା ଧରେ । ଏବଂ ଏଠାରେ, ଏହି ଭୌତିକ ଦୁନିଆରେ, ଏହା ଚାଲିଛି । ସମସ୍ତେ କୃଷ୍ଣ ହେବା ପାଇଁ ଚେଷ୍ଟା କରୁଛନ୍ତି । ତାହା ହେଉଛି ମାୟା । ସମସ୍ତେ । "ସର୍ବପ୍ରଥମେ, ମୋତେ ବଡ଼ ମଣିଷ ହେବାକୁ ଦିଅ; ତାପରେ ମୋତେ ମନ୍ତ୍ରୀ ହେବାକୁ ଦିଅ, ମୋତେ ରାଷ୍ଟ୍ରପତି ହେବାକୁ ଦିଅ ।" ଏହିପରି, ଭାବରେ ଯେତେବଳେ ସବୁକିଛି ବିଫଳ ହୋଇଯାଏ, "ମୋତେ ଭଗବାନଙ୍କର ଅସ୍ତିତ୍ଵରେ ଲୀନ ହେବାକୁ ଦିଅ ।" ଏହାର ଅର୍ଥ ହେଉଛୁ, "ମୋତେ ଭଗବାନ ହେବାକୁ ଦିଅ ।" ଏହା ଚାଲିଛି । ଏହା ହେଉଛି ଭୌତିକ ଅସ୍ତିତ୍ଵ ପାଇଁ ସଂଘର୍ଷ । ସମସ୍ତେ କୃଷ୍ଣ ହେବା ପାଇଁ ଚେଷ୍ଟା କରୁଛନ୍ତି ।

କିନ୍ତୁ ଆମର ତତ୍ତ୍ଵଜ୍ଞାନ ହେଉଛି ଭିନ୍ନ । ଆମେ କୃଷ୍ଣ ହେବା ପାଇଁ ଚାହୁଁ ନାହୁଁ । ଆମେ କୃଷ୍ଣଙ୍କର ସେବକ ହେବା ପାଇଁ ଚେଷ୍ଟା କରୁଛୁ । ତାହା ହେଉଛି ମାୟାବାଦ ତତ୍ତ୍ଵଜ୍ଞାନ ଏବଂ ବୈଷ୍ଣବ ତତ୍ତ୍ଵଜ୍ଞାନ ମଧ୍ୟରେ ଅନ୍ତର । ଚୈତନ୍ୟ ମହାପ୍ରଭୁ ଆମକୁ ଶିକ୍ଷା ଦେଇଛନ୍ତି କିପରି ହୋଇପାରିବା କୃଷ୍ଣଙ୍କର ସେବକର ସେବକର ସେବକର ସେବକ । ଗୋପୀ ଭର୍ତୁଃ ପଦ କୋମଳୟୋର ଦାସ ଦାସ ଦାସାନୁଦାସ (CC Madhya 13.80) । ଜଣେ, ଏକ ବ୍ୟକ୍ତି ଯିଏ କୃଷ୍ଣଙ୍କର ନିମ୍ନତମ ସେବକ, ସେ ହେଉଛି ପ୍ରଥମ ଶ୍ରେଣୀର ସେବକ । ସେ ହେଉଛି ପ୍ରଥମ ଶ୍ରେଣୀର ସେବକ । ଶ୍ରୀ ଚୈତନ୍ୟ ମହାପ୍ରଭୁ ସେଥିପାଇଁ ଶିକ୍ଷା ଦିଅନ୍ତି:

ତୃଣାଦ ଅପି ସୁନିଚେନ
ତରୋର ଅପି ସହିଷ୍ଣୁଣା
ଅମାନିନା ମାନଦେନ
କୀର୍ତ୍ତନୀୟଃ ସଦା ହରିଃ
(CC Adi 17.31)

ଏହା ହେଉଛି ବୈଷ୍ଣବ ତତ୍ତ୍ଵଜ୍ଞାନ । ଆମେ ସେବକ ହେବା ପାଇଁ ଚେଷ୍ଟା କରୁଛୁ । ଆମେ ଭୌତିକ ସହିତ କୌଣସି ପରିଚୟ ରଖୁ ନାହୁଁ । ଯଥା ଶିଘ୍ର ଆମେ ଭୌତିକ ସହିତ କୌଣସି ପରିଚୟ ପାଉ, ଆମେ ମାୟାର ଜାଲ ଅଧିନକୁ ଅସିଯାଉ । କୃଷ୍ଣ ଭୂଲିୟା । କାରଣ, ଯଥା ଶିଘ୍ର ମୁଁ କୃଷ୍ଣଙ୍କ ସହିତ ମୋର ସମ୍ପର୍କ ଭୁଳିଯାଏ... ମୁଁ କୃଷ୍ଣଙ୍କର ଶାଶ୍ଵତ ସେବକ । ଚୈତନ୍ୟ ମହାପ୍ରଭୁ କୁହଁନ୍ତି, ଜୀବେର ସ୍ଵରୂପ ହୟ ନିତ୍ୟ କୃଷ୍ଣ ଦାସ (CC Madhya 20.108-109) ତାହା ହେଉଛି ଜୀବର ଶାଶ୍ଵତ ପରିଚୟ, କୃଷ୍ଣଙ୍କର ସେବକ ହୋଇ ରହିବା । ଯଥା ଶିଘ୍ର ଆମେ ଭୁଲିଯାଉ, ତାହା ହେଉଛି ମାୟା । ଯଥା ଶିଘ୍ର ମୁଁ ଭାବିବି ଯେ "ମୁଁ ହେଉଛି କୃଷ୍ଣ," ତାହା ହେଉଛି ମାୟା । ସେହି ମାୟା ଅର୍ଥାତ୍ ଏହି ମାୟା, ଭ୍ରମ, ଜ୍ଞାନର ଉନ୍ନତି ଦ୍ଵାରା ଅସ୍ଵୀକାର କରାଯାଇ ପାରିବ । ସେ ହେଉଛି ଜ୍ଞାନୀ । ଜ୍ଞାନୀ ଅର୍ଥାତ୍ ଏହା ହେଉଛି ବାସ୍ତବ ଜ୍ଞାନ, ନିଜର ପ୍ରକୃତ ସ୍ଥିତିକୁ ବୁଝିବା । ଏହା ଜ୍ଞାନ ନୁହେଁ, ଯେ "ମୁଁ ଭଗବାନଙ୍କ ସହିତ ସମାନ । ମୁଁ ଭଗବାନ ।" ଏହା ଜ୍ଞାନ ନୁହେଁ । ମୁଁ ଭଗବାନ, କିନ୍ତୁ ଭଗବାନଙ୍କର ପ୍ରତିତୂପ । କିନ୍ତୁ ପରମ ଭଗବାନ ହେଉଛନ୍ତି କୃଷ୍ଣ । ଈଶ୍ଵରଃ ପରମଃ କୃଷ୍ଣଃ (Bs. 5.1) ।