OR/Prabhupada 1042 - ମୁଁ ତୁମକୁ ଏହି ମରିଷ୍ୟଷରେ ଦେଖିଛି, ତୁମ ପାଖରେ ପ୍ରଚୁର ଜମି ଅଛି ଖାଦ୍ୟ ଶସ୍ୟ ଉତ୍ପାଦନ କରିବା ପାଇଁ



751002 - Lecture SB 07.05.30 - Mauritius

ତେଣୁ ଏହି ସବୁ ଜିନିଷ ଗୁଡିକର ଟିପ୍ପଣୀ କରିବା ଉଚିତ୍, ସେମାନେ କିପରି ପାପ କର୍ମରେ ଲିପ୍ତ ଅଛନ୍ତି । ଏବଂ ଏହାର ସମାଧାନ ଭଗବଦ୍ ଗୀତାରେ ଦିଆଯାଇଛି, ଯେ "ଖାଦ୍ୟ ଶସ୍ୟ ଉତ୍ପାଦନ କର ।" ଅନ୍ନାଦ୍ ଭବନ୍ତି ଭୁତାନି(BG 3.14) । ମୁଁ ତୁମକୁ ଏହି ମରିଷ୍ୟଷରେ ଦେଖିଛି, ତୁମ ପାଖରେ ପ୍ରଚୁର ଜମି ଅଛି ଖାଦ୍ୟ ଶସ୍ୟ ଉତ୍ପାଦନ କରିବା ପାଇଁ । ତେବେ ତୁମେ ଖାଦ୍ୟ ଶସ୍ୟ ଉତ୍ପାଦନ କର । ମୁଁ ବୁଝିପାରୁଛି ଖାଦ୍ୟ ଶସ୍ୟ ଉତ୍ପାଦନ କରିବା ବଦଳରେ ତୁମେ ଆଖୁ ଚାଷ କରୁଛ ରପ୍ତାନି କରିବା ପାଇଁ । କାହିଁକି? ଏବଂ ତୁମେ ଖାଦ୍ୟ ଶସ୍ୟ ଉପରେ ନିର୍ଭର କରୁଛ, ଚାଉଳ, ଗହମ, ଡାଲି ଉପରେ... କାହିଁକି? କାହିଁକି ଏହି ପ୍ରୟାସ? ସର୍ବପ୍ରଥମେ ତୁମେ ତୁମର ଖାଦ୍ୟ ଉତ୍ପାଦନ କର । ଏବଂ ଯଦି ତୁମ ପାଖରେ ସମୟ ଅଛି ଏବଂ ତୁମ ଜନସାଧାରଣ ପାଇଁ ଯଥେଷ୍ଟ ଖାଦ୍ୟ ଶସ୍ୟ ଅଛି, ତେବେ ତୁମେ ଅନ୍ୟ ଫଳ ଏବଂ ପରିବା ଉତ୍ପାଦନ କର ରପ୍ତାନି କରିବା ପାଇଁ । ପ୍ରଥମ ଆବଶ୍ୟକତା ହେଉଛି ତୁମେ ଆତ୍ମନିର୍ଭରଶୀଳ ହୁଅ । ତାହା ହେଉଛି ଭଗବାନଙ୍କର ସରଞ୍ଜାମ । ସବୁଆଡେ ଯଥେଷ୍ଟ ଜମି ଅଛି ଖାଦ୍ୟ ଶସ୍ୟ ଉତ୍ପାଦନ କରିବା ପାଇଁ । କେବଳ ତୁମ ଦେଶରେ ନୁହେଁ: ମୁଁ ସମଗ୍ର ବିଶ୍ଵ ବୁଲିଛି - ଆଫ୍ରିକା, ଅଷ୍ଟ୍ରେଲିଆ ଏବଂ ଅନ୍ୟ, ଆମେରିକା ମଧ୍ୟ । ସେଠାରେ ବହୁତ ଜମି ଖାଲି ପଡିଛି, ଯଦି ଆମେ ଖାଦ୍ୟ ଶସ୍ୟ ଉତ୍ପାଦନ କରିବା, ତେବେ ଆମେ ବର୍ତ୍ତମାନ ଜନସଂଖ୍ୟାର ଦଶ ଗୁଣ ଲୋକଙ୍କୁ ଖାଇବାକୁ ଦେଇପାରିବା । ଅଭାବର କୌଣସି ପ୍ରଶ୍ନ ହିଁ ନାହିଁ । ଏହି ସମଗ୍ର ସୃଷ୍ଟି ଏହିପରି ଭାବରେ କୃଷ୍ଣଙ୍କ ଦ୍ଵାରା ତିଆରି ହୋଇଛି ଯେ ସବୁକିଛି ପୂର୍ଣ୍ଣ, ପୂର୍ଣ୍ଣ । ପୂର୍ଣ୍ଣମ ଇଦମ ପୂର୍ଣ୍ଣମ ଆଦଃ ପୂର୍ଣ୍ଣତ ପୂର୍ଣ୍ଣମ ଉଦଚ୍ୟତେ, ପୂର୍ଣ୍ଣସ୍ୟ ପୂର୍ଣ୍ଣମ ଅଦୟା ଅଦୟ ପୂର୍ଣ୍ଣମ ଇବବସିସ୍ୟତେ (Īśo Invocation) । ଯଦି ଆମେ ଖାଦ୍ୟ ପଦାର୍ଥ ପସ୍ତୁତ କରିବା ନାହିଁ - ଯାହା ତୁମକୁ ଦରକାର - ଏବଂ ଅଜଥାରେ ଲୋକମାନଙ୍କୁ ଅଭାବରେ ପକାଇବା, ତାହା ପାପ ଅଟେ। ତାହା ପାପ ଅଟେ ।