OR/Prabhupada 0096 - ଆମକୁ ବ୍ୟକ୍ତି ଭାଗବତଙ୍କ ଠାରୁ ପଢ଼ିବା ଉଚିତ୍



Lecture on BG 13.4 -- Miami, February 27, 1975

ମୁଁ ଏହା ଭାବୁଛି, "ଆମେରିକୀୟ, ଭାରତୀୟ, ହିନ୍ଦୁ, ମୁସଲମାନ," ଏହି ସବୁ କଥା ମୋ ହୃଦୟର ମଇଳା ଅଟେ । ତୁମେ ତୁମ ହୃଦୟ ପରିଷ୍କାର କର । ହୃଦୟ ଅଂତଃ ସ୍ଥଃ ଅଭଦ୍ରାଣି । ଏହି ଖରାପ କଥା ମୋ ହୃଦୟରେ ଅଛି, ତେଣୁ ତୁମେ ଯଦି ଆମ ହୃଦୟ ପରିଷ୍କାର କରିବ, ତେବେ ଅମେ ଏହି ପଦବୀରୁ ମୁକ୍ତ ହୋଇଯିବୁ । ନଷ୍ଟ-ପ୍ରାୟେଷୁ ଅଭଦ୍ରେଷୁ ନିତ୍ୟଂ ଭାଗବତ-ସେବୟା (SB 1.2.18) । ନଷ୍ଟ-ପ୍ରାୟେଷୁ । ଏହି ଖରାପ କଥା ପରିଷ୍କାର ହୋଇଯିବ ଯଦି ତୁମେ ନିୟମିତ ରୂପରେ ଶ୍ରୀମଦ୍ ଭାଗବତମ୍ କିମ୍ଵା ଭଗବଦ୍ ଗୀତା ଶ୍ରବଣ କରିବ । ନିତ୍ୟଂ ଭାଗବତ...

ଏବଂ ଭାଗବତ ଅର୍ଥାତ୍ ପୁସ୍ତକ ଭାଗବତ ଏବଂ ବ୍ୟକ୍ତି ଭାଗବତ । ବ୍ୟକ୍ତି ଭାଗବତ ହେଉଛନ୍ତି ଆଧ୍ୟାତ୍ମିକ ଗୁରୁ । କିମ୍ଵା କୌଣସି ବଡ଼ ଭକ୍ତ । ସେ ଭାଗବତ ଅଟେ, ମହା ଭାଗବତ, ଭାଗବତ । ତେଣୁ ଭାଗବତ-ସେବୟା ଅର୍ଥାତ୍ କେବଳ ଭଗବଦ୍ ଗୀତା ଏବଂ ଭାଗବତମ୍ ପଢ଼ିବା ନୁହେଁ, କିନ୍ତୁ ଆମକୁ ବ୍ୟକ୍ତି ଭାଗବତଙ୍କ ଠାରୁ ପଢ଼ିବା ଉଚିତ୍ । ତାହା ଆବଶ୍ୟକ । ଚୈତନ୍ୟ ମହାପ୍ରଭୁ ପରାମର୍ଶ ଦେଇଛନ୍ତି, ଭାଗବତ ପରା ଗିୟା ଭଗବାତ ସ୍ଥାନେ : "ଯଦି ତୁମେ ଭାଗବତ ଶିଖିବାକୁ ଚାହୁଁଛ, ତେବେ ବ୍ୟକ୍ତି ଭାଗବତ ନିକଟକୁ ଯାଅ ଯିଏ ସ୍ଵରୂପସିଦ୍ଧ ଅଟେ ।"

ପେଶାଦାର ନିକଟକୁ ନୁହେଁ । ତାହା ତୁମକୁ ସାହାର୍ଯ୍ୟ କରିବ ନାହିଁ । ପେଶାଦାର - ମୁଁ ଏକ ମନ୍ଦିର ଯାଏ, ଏକ ଚର୍ଚ୍ଚ ଯାଏ, ଏବଂ ଫେରେ ନରକୀୟ ଜୀବନକୁ ଯାଏ..., ନା । ତୁମେ କେବଳ ବ୍ୟକ୍ତି ଭାଗବତ ସହିତ ଏକତ୍ର ହୁଅ ଯିଏ ସ୍ଵରୂପସିଦ୍ଧ ଅଟେ ଏବଂ ତାଙ୍କଠାରୁ ଏହି ସମାନ ପୁସ୍ତକ ଶ୍ରବଣ କର, ସେହି ଜ୍ଞାନ । କୃଷ୍ଣଙ୍କର ପ୍ରତିନିଧି । ଯେପରି କୃଷ୍ଣ କୁହଁନ୍ତି, ତତ ସମାସେନ ମେ ଶ୍ରୁଣୁ । ମେ ଶ୍ରୁଣୁ: "ମୋ ଠାରୁ ଶୁଣ କିମ୍ଵା ମୋ ପ୍ରତିନିଧି ଠାରୁ । ତେବେ ତୁମର ଲାଭ ହେବ ।"

ତେଣୁ ଏହି କେନ୍ଦ୍ରଗୁଡିକ ଖୋଲାଯାଉଛି କେବଳ ପୀଡ଼ିତ ଲୋକମାନଙ୍କୁ ସୁଯୋଗ ଦେବା ପାଇଁ କେବଳ ଏହି ଜନ୍ମରେ ନୁହେଁ, ସବୁ ଜନ୍ମରେ ।

ଏଇ ରୂପେ ବ୍ରହ୍ମାଣ୍ତ ଭ୍ରମିତେ କୋନ ଭାଗ୍ୟବାନ ଜୀବ
ଗୁରୁ କୃଷ୍ଣ କୃପାୟ ପାୟ ଭକ୍ତି-ଲତା-ବୀଜ
(CC Madhya 19.151)

ତେଣୁ ଏହା ଆମର କର୍ତ୍ତବ୍ୟ ଅଟେ, ଆମେ ଏହି କର୍ତ୍ତବ୍ୟ କୃଷ୍ଣଙ୍କ ତରଫରୁ ନେଇଛୁ । କୃଷ୍ଣ ସ୍ଵୟଂ ଶିଖେଇବା ପାଇଁ ଆସନ୍ତି । ଯେପରି ସେ ତାଙ୍କର ଶ୍ରୀମଦ୍ ଭାଗବତମ୍ ଛାଡ଼ିଗଲେ । ତାପରେ ସେ ତାଙ୍କ ଭକ୍ତମାନଙ୍କୁ ସାଧାରଣ ଲୋକମାନଙ୍କୁ ବୁଝେଇବା ପାଇଁ ଭାରାର୍ପଣ କରନ୍ତି । ଆମେ ତାହା କରିବାକୁ ପ୍ରୟାସ କରୁଛୁ । ଅାମେ କିଛି ଆମ ମନରୁ ନିର୍ମାଣ କରୁନାହୁଁ । ସମ୍ପତି ପୂର୍ବରୁ ଅଛି । ଆମେ କେବଳ ଚପରାସି ହୋଇ ବିତରଣ କରୁଛୁ । ବାସ୍ ।

ଏବଂ ଆମର କୌଣସି ଅସୁବିଧା ନାହିଁ । ଯଦି ଆମେ କେବଳ ଭଗବଦ୍ ଗୀତା ଉପସ୍ଥାପନ କରିବା, କୃଷ୍ଣଙ୍କର ଉପଦେଶ, ମୌଳିକ ରୂପରେ, ତେବେ ଆମର କର୍ତ୍ତବ୍ୟ ପୁରା ହୋଇଯିବ । ଆମକୁ କିଛି ନିର୍ମାଣ କରିବାର ଆବଶ୍ୟକତା ନାହିଁ; ନା କି କିଛି ନିର୍ମାଣ କରିବା ପାଇଁ ଆମର କ୍ଷମତା ଅଛି । ଯେପରିକି ଏତେ ସାରା ଲୋକ ଅଛନ୍ତି । ସେମାନେ ନୂଆ ବିଚାର ନିର୍ମାଣ କରନ୍ତି, ନୂଆ ଦର୍ଶନ..., ସବୁ ନିରର୍ଥକ ଅଟେ । ତାହା ସାହାର୍ଯ୍ୟ କରି ପାରିବ ନାହିଁ । ବାସ୍ତବ ପ୍ରାପ୍ତ କର ।