OR/Vanipedia's Manifesto

ପରିଚୟ

ଶ୍ରୀଲ ପ୍ରଭୁପାଦ ତାଙ୍କ ଶିକ୍ଷା ଉପରେ ବହୁତ ଅଧିକ ମହତ୍ୱ ଦେଇଛନ୍ତି, ତେଣୁ ବାଣୀପେଡିଆ ନିଜକୁ ବିଶେଷ କରି ସମର୍ପିତ କରିଛି, ତାଙ୍କର ସେହି ସବୁ କାର୍ଯ୍ୟ ପ୍ରତି ଯେଉଁଥିରେ ବହି, ରେକର୍ଡ କରା ହୋଇଥିବା ପ୍ରବଚନ ଆଉ ବାର୍ତ୍ତାଳାପ, ଚିଠି ଇତ୍ୟାଦି ଅନ୍ତର୍ଭୁକ୍ତ | ଯେବେ ସରିବ, ବାଣୀପେଡିଆ ଦୁନିଆର ପ୍ରଥମ ବାଣୀ-ମନ୍ଦିର ହେବ ଯିଏ ଏକ ପବିତ୍ର ସ୍ଥାନ ପ୍ରଦାନ କରିବ ଯେଉଁଠି ପ୍ରାମାଣିକ ଆଧ୍ୟାତ୍ମିକ ମାର୍ଗଦର୍ଶନ ପ୍ରାପ୍ତ କରିବା ପାଇଁ ଲକ୍ଷ ଲକ୍ଷ ଲୋକଙ୍କୁ ଶ୍ରୀଲ ପ୍ରଭୁପାଦଙ୍କ ସୁନ୍ଦର ଶିକ୍ଷାରୁ ଉତ୍ତର ଆଉ ପ୍ରେରଣା ମିଳିବ, ଯେତିକି ସମ୍ଭବ ସେତିକି ଭାଷାରେ ଏକ ବିଶ୍ଵକୋଷ ଭାବରେ ଉପସ୍ଥାପନା କରା ଯାଇଅଛି |

ବାଣୀପେଡିଆର ଲକ୍ଷ୍ୟ (ଭିଜନ ଷ୍ଟେଟମେଣ୍ଟ)

ମିଳିମିଶି କାମ କରି ଶ୍ରୀଲ ପ୍ରଭୁପାଦଙ୍କ ବହୁଭାଷୀ ବାଣୀ-ଉପସ୍ଥିତିକୁ ଆମନ୍ତ୍ରିତ ଆଉ ପୂର୍ଣ୍ଣ ରୂପରେ ପ୍ରକଟ କରାଇବା, ଏଇ ଭାବରେ, କୃଷ୍ଣ ଭାବନାମୃତ ବିଜ୍ଞାନ ଜୀବନ ଯାପନ କରିବାରେ ଆଉ ଭଗବାନ ଚୈତନ୍ୟ ମହାପ୍ରଭୁଙ୍କ ସଂକୀର୍ତନ ଆନ୍ଦୋଳନକୁ ମାନବ ସମାଜରେ ପୁଣି ଥରେ ସ୍ଥାପିତ କରିବାରେ ଏହା ଲକ୍ଷ ଲକ୍ଷ ଲୋକଙ୍କୁ ସହାୟତା କରିବ |

ସହଯୋଗ

ଏକ ବିଶ୍ୱକୋଷର ନିର୍ମାଣ ଯାହା ବାଣୀପେଡିଆ ରୂପରେ ଅନୁଭବ କରାଯାଇ ପାରୁଛି, କେବଳ ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସହଯୋଗାତ୍ମକ ପ୍ରୟାସ,ସାମୁହିକ ଭାବରେ ଶ୍ରୀଲ ପ୍ରଭୁପାଦଙ୍କ ଶିକ୍ଷାର ସଂକଳନ ଆଉ ପରିଶ୍ରମପୂର୍ବକ ଅନୁବାଦ କରିବା ଦ୍ୱାରା ସମ୍ଭବ ହୋଇଛି |

ଆମେ ଚାଁହୁ, ଶ୍ରୀଲ ପ୍ରଭୁପାଦଙ୍କ ସବୁ ବହି, ପ୍ରବଚନ, ବାର୍ତ୍ତାଳାପ ଆଉ ଚିଠି ସମୂହ ଅତି କମରେ ଷୋହଳଟି ଭାଷାରେ ଅନୁବାଦ ପୁରା ହେଉ ଆଉ ୧௦୮ ଟି ଭାଷାରେ କିଛି ମାତ୍ରାରେ ହେଉପଛେ, ନଭେମ୍ବର ୨௦୨୭ ସୁଦ୍ଧା ବାଣୀପେଡିଆରେ ସାମିଲ ହେଉ |

ଅକ୍ଟୋବର ୨௦୧୭ ସୁଦ୍ଧା ପୁରା ବାଇବେଲ ୬୭௦ ଭାଷାରେ ଅନୁବାଦ କରାଯାଇଅଛି , ନିଉ ଟେଷ୍ଟାମେଣ୍ଟ ର ୧,୫୨୧ ଭାଷାରେ ଅନୁବାଦ କରାଯାଇଅଛି, ଆଉ ବାଇବେଲରେ ଅଂଶ ଥିବା କାହାଣୀ ସବୁ ୧,୧୨୧ ଅନ୍ୟ ଭାଷାରେ ଅନୁବାଦ କରାଯାଇଅଛି | ଏହି ସବୁ ସଂଖ୍ୟାରୁ ଏହା ଜଣାପଡୁଛି କି ଆମର ପ୍ରୟାସ ଶ୍ରୀଲ ପ୍ରଭୁପାଦଙ୍କ ଶିକ୍ଷାକୁ କିଛି ମାତ୍ରାରେ ବୃଦ୍ଧି କରିପାରିଛି, କିନ୍ତୁ ଏହା ଈସାଈ ମାନଙ୍କ ଦ୍ୱାରା ତାଙ୍କ ଶିକ୍ଷାକୁ ବିଶ୍ୱସ୍ତରରେ ପ୍ରସାର କରିବା ପ୍ରୟାସ ତୁଳନାରେ ବିଲକୁଲ ଉଚ୍ଚାକାଂକ୍ଷୀ ନୁହଁ |

ଅକ୍ଟୋବର ୨௦୧୭ ସୁଦ୍ଧା ପୁରା ବାଇବେଲ ୬୭௦ ଭାଷାରେ ଅନୁବାଦ କରାଯାଇଅଛି, ନିଉ ଟେଷ୍ଟାମେଣ୍ଟ ର ୧,୫୨୧ ଭାଷାରେ ଅନୁବାଦ କରାଯାଇଅଛି, ଆଉ ବାଇବେଲରେ ଥିବା କାହାଣୀ ସବୁ ୧,୧୨୧ ଅନ୍ୟ ଭାଷାରେ ଅନୁବାଦ କରାଯାଇଅଛି | ଏହି ସବୁ ସଂଖ୍ୟାରୁ ଏହା ଜଣାପଡୁଛି କି ଆମର ପ୍ରୟାସ ଶ୍ରୀଲ ପ୍ରଭୁପାଦଙ୍କ ଶିକ୍ଷାକୁ କିଛି ମାତ୍ରାରେ ବୃଦ୍ଧି କରିପାରିଛି, କିନ୍ତୁ ଏହା ଈସାଈ ମାନଙ୍କ ଦ୍ୱାରା ତାଙ୍କ ଶିକ୍ଷାକୁ ବିଶ୍ୱସ୍ତରରେ ପ୍ରସାର କରିବା ପ୍ରୟାସ ତୁଳନାରେ ବିଲକୁଲ ଉଚ୍ଚାକାଂକ୍ଷୀ ନୁହଁ |

ଆମେ ସବୁ ଭକ୍ତଙ୍କୁ ଆମନ୍ତ୍ରିତ କରୁଛୁ, ଏହି ମହତ ପ୍ରଚେଷ୍ଟାରେ ଆମକୁ ଯୋଗଦାନ କରି ଶ୍ରୀଲ ପ୍ରଭୁପାଦଙ୍କ ବହୁ-ଭାଷୀ ବାଣୀ-ଉପସ୍ଥିତିକୁ ଆମନ୍ତ୍ରିତ ଆଉ ପୂର୍ଣ୍ଣ ରୂପରେ ୱେବରେ ପ୍ରକଟ କରାଇବା ଯାହା ସମସ୍ତ ମାନବତାର କଲ୍ୟାଣ କରିବ |

ଆହ୍ୱାନ

୧୯୬୫ ରେ ପ୍ରଭୁପାଦ ଆମେରିକାରେ ବିନା ନିମନ୍ତ୍ରଣରେ ପହଞ୍ଚିଲେ | ଯଦିଓ ୧୯୭୭ ତାଙ୍କ ଗୌରବମୟ ବପୁର ଉପସ୍ଥିତି ସମାପ୍ତ ହୋଇଗଲା, କିନ୍ତୁ ସେ ଏବେ ଭି ବାଣୀ ରୂପରେ ଉପସ୍ଥିତି ଅଛନ୍ତି ତାଙ୍କୁ ଆମେ ନିଶ୍ଚିତ ରୂପରେ ଆହ୍ୱାନ କରିବା | କେବଳ ଡାକ ଦେଇ ଆଉ ଭିକ୍ଷା କରି ଶ୍ରୀଲ ପ୍ରଭୁପାଦଙ୍କୁ ପ୍ରକଟ କରାଇ ପରିବା |

ସମ୍ପୂର୍ଣ ପ୍ରକଟ

ଆମେ ଶ୍ରୀଲ ପ୍ରଭୁପାଦଙ୍କ ଆଂଶିକ ଉପସ୍ଥିତି ଆମ ସାମନାରେ ଚାଁହୁ ନାହୁଁ | ଆମେ ତାଙ୍କର ପୂର୍ଣ୍ଣ ବାଣୀ-ଉପସ୍ଥିତି ଚାହୁଁ | ତାଙ୍କର ରେକର୍ଡ କରାଯାଇଥିବା ସମସ୍ତ ଶିକ୍ଷା ସମ୍ପୂର୍ଣରୂପେ ସଂକଳିତ ଏବଂ ବହୁ ଭାଷାରେ ଅନୁବାଦିତ କରାଯିବା ଉଚିତ | ଏହା ଆମର ଏଇ ଗ୍ରହର ପରବର୍ତ୍ତୀ ପିଢ଼ି ପାଇଁ ଉପହାର - ଶ୍ରୀଲ ପ୍ରଭୁପାଦଙ୍କ ଶିକ୍ଷାରେ ସମ୍ପୂର୍ଣ ଆଶ୍ରୟ |

ବାଣୀ-ଉପସ୍ଥିତି

ଶ୍ରୀଲ ପ୍ରଭୁପାଦଙ୍କ ପୂର୍ଣ୍ଣ ବାଣୀ-ଉପସ୍ଥିତି ଦୁଇଟି ପର୍ଯ୍ୟାୟରେ ପ୍ରକଟ ହେବ | ପ୍ରଥମ - ଆଉ ସହଜ ପର୍ଯ୍ୟାୟ - ଶ୍ରୀଲ ପ୍ରଭୁପାଦଙ୍କ ଶିକ୍ଷା ଗୁଡିକୁ ସବୁ ଭାଷାରେ ସଂକଳନ ଆଉ ଅନୁବାଦ କରିବା | ଦ୍ଵିତୀୟ - ଆଉ ବହୁତ କଠିନ ପର୍ଯ୍ୟାୟ - ଲକ୍ଷ ଲକ୍ଷ ଲୋକ ପୂର୍ଣ୍ଣରୂପରେ ତାଙ୍କ ଶିକ୍ଷା ଅନୁସାରେ ଜୀବନଯାପନ କରିବା |

ଅଧ୍ୟୟନର ବିଭିନ ମାର୍ଗ

  • ଆଜି ପର୍ଯ୍ୟନ୍ତ, ଆମ ଗବେଷଣାରେ, ଆମେ ଦେଖିବାକୁ ପାଇଛୁ ୬୦ ପ୍ରକାର ବିଭିନ୍ନ ମାର୍ଗରେ ତାଙ୍କ ବହି ପଡ଼ିବାକୁ ଶ୍ରୀଲ ପ୍ରଭୁପାଦ, ଭକ୍ତଙ୍କୁ ଶିକ୍ଷା ଦେଇଛନ୍ତି |
  • ଶ୍ରୀଲ ପ୍ରଭୁପାଦଙ୍କ ବହି ଏଇ ବିଭିନ୍ନ ଉପାୟରେ ଅଧ୍ୟୟନ କରିବାଦ୍ୱାରା, ଆମେ ସଠିକ ଭାବରେ ସେଗୁଡିକ ବୁଝିପାରିବା ଆଉ ଅଙ୍ଗିଭୂତ କରିପାରିବା | ଅଧ୍ୟୟନର ତାତ୍ୱିକ ପଦ୍ଧତି ଅନୁସରଣ କରିବା ଦ୍ୱାରା ଆଉ ତାପରେ ସେ ଗୁଡିକୁ ସଂକଳନ କରି,ଜଣେ ଅତି ସହଜରେ ପ୍ରତ୍ୟେକ ଶବ୍ଦ, ଵାକ୍ୟାଂଶ, ଧାରଣା ଅଥବା ବ୍ୟକ୍ତିତ୍ୱର ଗଭୀରତମ ଅର୍ଥ ଭିତରକୁ ପ୍ରବେଶ କରିପାରିବ ଯାହା ଶ୍ରୀଲ ପ୍ରଭୁପାଦ ଉପସ୍ଥାପନା କରୁଛନ୍ତି | ତାଙ୍କ ଶିକ୍ଷା ସମୂହ ନିଃସନ୍ଦେହ ଆମର ଜୀବନ ଓ ଆତ୍ମା, ଏବଂ ଯେବେ ଆମେ ସେଗୁଡିକୁ ଭଲ ଭାବରେ ଅଧ୍ୟୟନ କରୁ ତେବେ ଶ୍ରୀଲ ପ୍ରଭୁପାଦଙ୍କ ଉପସ୍ଥିତିକୁ ଆମେ ଅନେକ ଗଭୀର ଭାବରେ ଉପଲବ୍ଧି ଆଉ ଅନୁଭବ କରି ପରିବା |

ଦଶ ଲକ୍ଷ୍ୟ ଆଚାର୍ଯ୍ୟ

  • ଧରନ୍ତୁ ଏହି ସମୟରେ ଆପଣଙ୍କ ପାଖରେ ଦଶ ହଜାର ଅଛି | ଆମେ ଲକ୍ଷେକୁ ବଢାଇବା | ତାହା ଆବଶ୍ୟକ | ଲକ୍ଷେରୁ ଦଶ ଲକ୍ଷ, ଆଉ ଦଶ ଲକ୍ଷରୁ କୋଟିଏ | ତ ଆଚାର୍ଯ୍ୟଙ୍କ କୌଣସି ଅଭାବ ରହିବ ନାହିଁ, ଆଉ ଲୋକମାନେ କୃଷ୍ଣ ଚେତନାକୁ ବହୁତ ସହଜରେ ବୁଝିପାରିବେ | ତେଣୁ ସେହି ସଂସ୍ଥା କର | ମିଥ୍ୟା ଆତ୍ମସନ୍ତୁଷ୍ଟିରେ ରୁହ ନାହିଁ | ଆଚାର୍ଯ୍ୟଙ୍କ ନିର୍ଦେଶ ପାଳନ କର ଆଉ ନିଜକୁ ପରିପୁର୍ଣ୍ଣ, ପରିପକ୍ୱ କରିବାକୁ ଚେଷ୍ଟା କର | ତେବେ ମାୟା ସହ ଲଢେ଼ଇ କରିବା ଖୁବ ସହଜ ହୋଇଯିବ | ହଁ | ଆଚାର୍ଯ୍ୟ , ସେମାନେ ମାୟାର କାର୍ଯ୍ୟକ୍ରମ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତି | – ଶ୍ରୀଲ ପ୍ରଭୁପାଦଙ୍କ ଶ୍ରୀ ଚୈତନ୍ୟ-ଚରିତାମୃତ ପ୍ରବଚନ, ୬ ଏପ୍ରିଲ ୧୯୭୫

ମନ୍ତବ୍ୟ

ଶ୍ରୀଲ ପ୍ରଭୁପାଦଙ୍କ ଏଇ ଦୃଷ୍ଟିଭଙ୍ଗୀ ନିଜେ କହୁଛି - ଲୋକମାନେ କୃଷ୍ଣ ଚେତନାକୁ ସହଜରେ ବୁଝିପାରିବାର ନିଖୁଣ ପରିକଳ୍ପନା | ଶ୍ରୀଲ ପ୍ରଭୁପାଦଙ୍କ କ୍ଷମତାଶୀଳ ଏକ କୋଟି ଶିକ୍ଷା-ଶିଷ୍ୟ ବିନୀତଭାବରେ ଆମର ସଂସ୍ଥାପକ-ଆଚାର୍ଯ୍ୟଙ୍କ ଶିକ୍ଷାନୁସରେ ଜୀବନଯାପନ କରୁଛନ୍ତି ଆଉ ସବୁବେଳେ ପରିପୂର୍ଣ୍ଣତା ଓ ପରିପକ୍ୱତା ପ୍ରାପ୍ତ ପାଇଁ ଚେଷ୍ଟା କରୁଛନ୍ତି | ଶ୍ରୀଲ ପ୍ରଭୁପାଦ ସ୍ପଷ୍ଟ ଭାବରେ କହିଛନ୍ତି "ସେହି ସଂସ୍ଥା କର"| ବାଣୀପେଡିଆ ଉତ୍ସହ ସହକାରେ ସେହି କଳ୍ପନାକୁ ପୁରା କରିବାକୁ ସହାୟତା କରୁଛି |

କୃଷ୍ଣ ଭାବନାମୃତ ବିଜ୍ଞାନ

ଶ୍ରୀମଦ ଭଗବତ ଗୀତାର ନବମ ଅଧ୍ୟାୟରେ କୃଷ୍ଣ ଚେତନାର ଏହି ବିଜ୍ଞାନକୁ ସମସ୍ତ ଜ୍ଞାନର ରାଜା, ସମସ୍ତ ଗୋପନୀୟ ବସ୍ତୁର ରାଜା, ଏବଂ ପରଲୌକିକ ଉପଲବ୍ଧିର ସର୍ବୋଚ୍ଚ ବିଜ୍ଞାନ କୁହାଯାଇଅଛି | କୃଷ୍ଣ ଭାବନାମୃତ ଏକ ପରଲୌକିକ ବିଜ୍ଞାନ ଯାହା ଏକ ନିଷ୍ଠାବାନ ଭକ୍ତକୁ ପ୍ରକାଶ କରାଯାଇ ପାରିବ ଯିଏ ଭଗବାନଙ୍କ ସେବା କରିବାକୁ ପ୍ରସ୍ତୁତ ଅଛି | କୃଷ୍ଣ ଭାବନାମୃତ ଶୁଷ୍କ ଯୁକ୍ତି କିମ୍ବା ଶିକ୍ଷାଗତ ଯୋଗ୍ୟତା ଦ୍ୱାରା ପ୍ରାପ୍ତ କରାଯାଇ ପାରିବ ନାହିଁ | କୃଷ୍ଣ ଭାବନାମୃତ ଏକ ବିଶ୍ୱାସ ନୁହଁ, ଯେମିତି ହିନ୍ଦୁ, ଈସାଈ, ବୌଦ୍ଧ ଅଥବା ଇସ୍ଲାମ ଧର୍ମ ବିଶ୍ୱାସ, ବରଂ ଏହା ଏକ ବିଜ୍ଞାନ | ଯଦି କେହି ଶ୍ରୀଲ ପ୍ରଭୁପାଦଙ୍କ ପୁସ୍ତକ ପଢ଼ନ୍ତି, ସେମାନେ କୃଷ୍ଣ ଭାବନାମୃତ ସର୍ବୋଚ୍ଚ ବିଜ୍ଞାନର ଅନୁଭବ କରିବେ ଏବଂ ଲୋକସମୁହର ବାସ୍ତବିକ କଲ୍ୟାଣ ନିମିତ୍ତ ଅଧିକ ଅନୁପ୍ରାଣିତ ହୋଇ ଏହାକୁ ପ୍ରସାର କରିବେ |

ଭଗବାନ ଚୈତନ୍ୟଙ୍କ ସଂକୀର୍ତନ ଆନ୍ଦୋଳନ

ଭଗବାନ ଶ୍ରୀ ଚୈତନ୍ୟ ମହାପ୍ରଭୁ ସଂକୀର୍ତନ ଆନ୍ଦୋଳନର ଜନକ ଓ ଉଦ୍ବୋଧକ | ଯେଉଁ ବ୍ୟକ୍ତି ସଂକୀର୍ତନ ଆନ୍ଦୋଳନ ପାଇଁ ନିଜ ଜୀବନ, ଧନ, ବୁଦ୍ଧି ଏବଂ ଶବ୍ଦକୁ ତ୍ୟାଗ କରି ତାଙ୍କୁ ପୂଜା କରେ, ତାକୁ ମହାପ୍ରଭୁ ସ୍ୱୀକାର କରନ୍ତି ଓ ଅନେକ ଆଶୀର୍ବାଦ ପ୍ରାପ୍ତ ହୁଏ | ଅନ୍ୟମାନେ ହୁଏତ ଏହାକୁ ମୁର୍ଖତା କହିପାରନ୍ତି, ଏହି ସବୁ ତ୍ୟାଗ ଯେଉଁଥିରେ ଜଣେ ନିଜ ଶକ୍ତି ପ୍ରୟୋଗ କରି ପରେ, ସଂକୀର୍ତନ ଆନ୍ଦୋଳନ ନିମିତ୍ତ କରାଯାଉଥିବା ତ୍ୟାଗ ସବୁଠାରୁ ଗୌରବମୟ | ସମ୍ପୂର୍ଣ କୃଷ୍ଣ ଭାବନାମୃତ ଆନ୍ଦୋଳନ, ଶ୍ରୀ ଚୈତନ୍ୟ ମହାପ୍ରଭୁ ଦ୍ୱାରା ଉଦଘାଟନ କରାଯାଇଥିବା ସଂକୀର୍ତନ ଆନ୍ଦୋଳନର ସିଦ୍ଧାନ୍ତ ଉପରେ ଆଧାରିତ | ତେଣୁ ସଂକୀର୍ତନ ଆନ୍ଦୋଳନ ମାଧ୍ୟମରେ ଯିଏ ପୁରୁଷୋତ୍ତମ ଭଗବାନଙ୍କୁ ବୁଝିବାକୁ ଚେଷ୍ଟା କରୁଛି ସିଏ ସବୁ କିଛି ପୂର୍ଣ୍ଣମାତ୍ରାରେ ଜାଣେ | ସେ ସୁମେଧଶ, ଯଥେଷ୍ଟ ବୁଦ୍ଧି ସମ୍ପନ ବ୍ୟକ୍ତି |

ମାନବ ସମାଜକୁ ପୁଣିଥରେ ଆଧ୍ୟାତ୍ମିକତାକୁ ଆଣିବା

ମାନବ ସମାଜ, ବର୍ତ୍ତମାନ ସମୟରେ, ଅଜ୍ଞାନର ଅନ୍ଧକାରରେ ନାହିଁ | ଏହା ପୁରା ବିଶ୍ୱରେ ଭୌତିକ ସୁଖ, ଶିକ୍ଷା, ଏବଂ ଆର୍ଥିକ ବିକାଶ କ୍ଷେତ୍ରରେ ଦ୍ରୁତ ଅଗ୍ରଗତି କରିଛି | କିନ୍ତୁ ସମଗ୍ର ସମାଜରେ କୋଉଠି ଗୋଟାଏ ଛୋଟ ଛିଦ୍ର ରହିଯାଇଛି, ଯେଉଁଥିପାଇଁ କମ ଗୁରୁତ୍ୱପୂର୍ଣ ସମସ୍ୟାକୁ ନେଇ ମଧ୍ୟ ବଡ ଆକାରର ଝଗଡା ହେଉଛି | ଏଇ ସୂତ୍ରର ଆବଶ୍ୟକ ଅଛି ଯାହା କିପରି ମାନବତାର ଶାନ୍ତି, ମିତ୍ରତା, ଆଉ ସମୃଦ୍ଧିର କଲ୍ୟାଣ କାରଣ ହୋଇ ପାରିବ | ଶ୍ରୀମଦ ଭାଗବତ ଏଇ ପ୍ରୟୋଜନକୁ ପୂରଣ କରେ, କାରଣ ଏହା ସମଗ୍ର ମାନବ ସମାଜର ପୁନଃ ଆଧ୍ୟାତ୍ମିକ ସ୍ଥାପନା ପାଇଁ ଏକ ସାଂସ୍କୃତିକ ପ୍ରସ୍ତୁତି ଅଟେ | ସାଧାରଣ ଜନତା, ସାଧାରଣଭାବରେ ଆଧୁନିକ ରାଜନୀତିଜ୍ଞ ଏବଂ ଲୋକ ନେତାଙ୍କ ହାତରେ ଉପକରଣ ଭାବରେ ରହିଛନ୍ତି | ଯଦି ନେତାମାନଙ୍କର କେବଳ ହୃଦୟ ପରିବର୍ତ୍ତନ ହୋଇଗଲା, ନିଶ୍ଚିତ ଭାବରେ ଦୁନିଆର ବାତାବରଣରେ ଏକ ଆମୂଳଚୂଳ ପରିବର୍ତ୍ତନ ଆସିବ | ବାସ୍ତବିକ ଶିକ୍ଷାର ଉଦେଶ୍ୟ ଆତ୍ମ-ସାକ୍ଷାତକାର, ଆତ୍ମାର ଆଧ୍ୟାତ୍ମିକ ମୂଲ୍ୟବୋଧର ଉପଲଦ୍ଧି ହେବା ଉଚିତ | ପ୍ରତ୍ୟେକ ବ୍ୟକ୍ତି ବିଶ୍ୱର ସମସ୍ତ କାର୍ଯ୍ୟକଳାପକୁ ଆଧ୍ୟାତ୍ମିକ କରିବାରେ ସହାୟତା କରିବା ଉଚିତ | ଏହିପ୍ରକାର କାର୍ଯ୍ୟକଳାପ, କାର୍ଯ୍ୟକର୍ତ୍ତା ଓ କାର୍ଯ୍ୟ ଦୁହିଁଙ୍କୁ ଆଧ୍ୟାତ୍ମିକତାରେ ପ୍ରଭାବିତ ହୋଇ ଯାଏ ଆଉ ପ୍ରକୃତିର ତିନି ଗୁଣକୁ ପାର କରି ଯାଏ |

ବାଣୀପେଡିଆର ଉଦ୍ୟେଶ (ମିଶନ ଷ୍ଟେଟମେଣ୍ଟ)

  • ଏକ ବିଶ୍ଵବ୍ୟାପୀ ମଞ୍ଚ ଯାହା ସବୁସମୟରେ ଦୁନିଆର ସବୁ ଭାଷାରେ କୃଷ୍ଣ ଭାବନାମୃତ ବିଜ୍ଞାନର ପ୍ରଚାର, ଶିକ୍ଷା ଲୋକଙ୍କୁ ଦେଇ ପାରିବ ତାହା ଶ୍ରୀଲ ପ୍ରଭୁପାଦଙ୍କୁ ଅର୍ପଣ କରିବା |
  • ଶ୍ରୀଲ ପ୍ରଭୁପାଦଙ୍କ ଶିକ୍ଷା ଗୁଡିକର ବିଭିନ୍ନ ଦୃଷ୍ଟିକୋଣକୁ ଅନ୍ବେଷଣ, ଆବିଷ୍କାର ଓ ବ୍ୟାପକ ଭାବରେ ସଂକଳନ କରିବା
  • ଶ୍ରୀଲ ପ୍ରଭୁପାଦଙ୍କ ବାଣୀକୁ ସହଜରେ ପ୍ରାପ୍ତ ଓ ବୋଧଗମ୍ୟ ଭାବରେ ଉପସ୍ଥାପନା କରିବା
  • ଶ୍ରୀଲ ପ୍ରଭୁପାଦଙ୍କ ବାଣୀ ଆଧାରିତ ସାମୟିକ ପୁସ୍ତକ ରଚନାର ସୁବିଧା ନିମିତ୍ତ ବ୍ୟାପକ ବିଷୟଗତ ଗବେଷଣାର ଭଣ୍ଡାର ପ୍ରସ୍ତୁତ କରିବା
  • ଶ୍ରୀଲ ପ୍ରଭୁପାଦଙ୍କ ବାଣୀରେ ବିଭିନ୍ନ ଶିକ୍ଷାମୂଳକ ଉଦ୍ୟୋଗ ପାଇଁ ପାଠ୍ୟକ୍ରମର ଖସଡ଼ା ପ୍ରସ୍ତୁତ କରିବା |
  • ଶ୍ରୀଲ ପ୍ରଭୁପାଦଙ୍କ ଆନ୍ତରିକ ଅନୁଗାମୀଙ୍କ ମଧ୍ୟରେ ଆଗ୍ରହ ବଢାଇବା ତାଙ୍କ ବ୍ୟକ୍ତିଗତ ମାର୍ଗଦର୍ଶନ ପାଇଁ ଶ୍ରୀଲ ପ୍ରଭୁପାଦଙ୍କ ବାଣୀ ସହ ପରାମର୍ଶ କରିବାପାଇଁ ଅସଂଦିଗ୍ଧ ଉପଲବ୍ଧିର ଆବଶ୍ୟକତା, ଆଉ ସବୁ ସ୍ଥରରେ ତାଙ୍କର ପ୍ରତିନିଧିତ୍ୱ କରିବାପାଇଁ ଯଥେଷ୍ଠ ଶିକ୍ଷିତ ହେବା |
  • ଶ୍ରୀଲ ପ୍ରଭୁପାଦଙ୍କ ଅନୁଗାମୀ ମାନଙ୍କୁ ସବୁ ଦେଶରୁ ଆକର୍ଷିତ କରି ବିଶ୍ୱସ୍ତରରେ ସହଯୋଗ ଦ୍ୱାରା ଉପରଲିଖିତ ସବୁ ପ୍ରାପ୍ତ କରିବା |

ବାଣୀପେଡିଆ ତିଆରି କରିବାପାଇଁ ଆମକୁ କଣ ଅନୁପ୍ରାଣିତ କରୁଛି?

  • ଆମେ ସ୍ୱୀକାର କରୁଛୁ ଯେ
  • ଶ୍ରୀଲ ପ୍ରଭୁପାଦ ଏକ ଶୁଦ୍ଧ ଭକ୍ତ, ସିଧା ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା କ୍ଷମତାପ୍ରାପ୍ତ ହୋଇଥିଲେ ସବୁ ଜୀବଙ୍କୁ ଭଗବାନଙ୍କ ଭକ୍ତିମୟ ସେବାରେ ଲଗାଇ ରଖିବା ନିମିତ୍ତ | ଏହି କ୍ଷମତାପ୍ରାପ୍ତ ପ୍ରମାଣିତ ହୁଏ ତାଙ୍କ ଶିକ୍ଷାରେ ପରମ ସତ୍ୟ ଉପରେ ଦେଇଥିବା ଅନୁପମ ଜ୍ଞାନ ଦ୍ୱାରା |
  • ଆଧୁନିକ ସମୟରେ ବୈଷ୍ଣବ ଦର୍ଶନ ଉପରେ ଆଉ କେହି ବଡ ପ୍ରଵକ୍ତା ନାହାନ୍ତି, ଏବଂ କେହି ବଡ ସାମାଜିକ ଆଲୋଚକ ନାହାନ୍ତି ଯିଏ ଏହି ସମକାଳୀନ ଦୁନିଆକୁ ଯଥା ରୂପରେ ବର୍ଣ୍ଣନା କରିପାରିଛନ୍ତି, ଯେମିତି ଶ୍ରୀଲ ପ୍ରଭୁପାଦ କରିଛନ୍ତି |
  • ଶ୍ରୀଲ ପ୍ରଭୁପାଦଙ୍କ ଶିକ୍ଷାଗୁଡିକ ଆଗାମୀ ପିଢ଼ିର ତାଙ୍କର ସମସ୍ତ ଅନୁଗାମୀ ମାନଙ୍କର ପ୍ରାଥମିକ ଆଶ୍ରୟ ସ୍ଥଳ ହେବ |
  • ଶ୍ରୀଲ ପ୍ରଭୁପାଦ ଚାହିଁଥିଲେ ତାଙ୍କ ଶିକ୍ଷାଗୁଡିକୁ ପ୍ରଚୁର ପରିମାଣରେ ବିତରଣ କରାଯାଉ ଆଉ ଠିକ ରୂପେ ବୁଝା ଯାଉ |
  • ତାତ୍ୱିକ ପଦ୍ଧତି, ଶ୍ରୀଲ ପ୍ରଭୁପାଦଙ୍କ ଶିକ୍ଷାଗୁଡିକରେ ଥିବା ସତ୍ୟକୁ ବୁଝିବା ପ୍ରକ୍ରିୟାକୁ ଅଧିକ ବୃଦ୍ଧି କରିଥାଏ, ଆଉ ତାଙ୍କ ଶିକ୍ଷାର ପ୍ରତ୍ୟେକ ଦୃଷ୍ଟିକୋଣକୁ ଖୋଜିବା, ବାହାରକରିବା ଏବଂ ପୁଙ୍ଖାନୁପୁଙ୍ଖ ଭାବରେ ସଂକଳିତ କରିବାରେ ଅପରିସୀମ ମୂଲ୍ୟ ଅଛି |
  • ଶ୍ରୀଲ ପ୍ରଭୁପାଦଙ୍କ ସମସ୍ତ ଶିକ୍ଷାକୁ ଏକ ନିର୍ଦ୍ଧିଷ୍ଟ ଭାଷାରେ ଅନୁବାଦ କରିବା, ସେହି ଭାଷା ଯେଉଁଠି ବ୍ୟବହୃତ ହେଉଛି ସେଠାରେ ସ୍ଥାୟୀ ଭାବରେ ବସବାସ କରିବାକୁ ଶ୍ରୀଲ ପ୍ରଭୁପାଦଙ୍କୁ ନିମନ୍ତ୍ରଣ ଦେବା ସହ ସମାନ |
  • ତାଙ୍କର ଶାରୀରିକ ଅନୁପସ୍ଥିତିରେ, ଶ୍ରୀଲ ପ୍ରଭୁପାଦ ଏଇ ବିଶେଷ କାର୍ଯ୍ୟରେ ଅନେକ ବାଣୀସେବକଙ୍କର ସହାୟତା ଆବଶ୍ୟକତା କରନ୍ତି |

ତେଣୁ, ଆମେ ଶ୍ରୀଲ ପ୍ରଭୁପାଦଙ୍କ ଶିକ୍ଷାବଳୀରେ ପ୍ରାପ୍ତ ସଠିକ ଜ୍ଞାନ ଓ ଉପଲବ୍ଧିର ବ୍ୟାପକ ବିତରଣ ଓ ଉଚିତ ଭାବରେ ବୁଝିପାରିବା ପରି ଏକ ବାସ୍ତବିକ ଗତିଶୀଳ ମଞ୍ଚ ତିଆରି କରିବା ପାଇଁ ଦୃଢ ପରିକର, ତ ସେମାନେ ଆନନ୍ଦରେ କାର୍ଯ୍ୟରତ ହେବେ | ଏହା ସେତେ ସରଳ | କେବଳ ଗୋଟିଏ ବସ୍ତୁ ଆମକୁ ବାଣୀପେଡିଆର ସମ୍ପୂର୍ଣ୍ଣତାରୁ ଅଲଗା କରୁଛି ତାହା ହେଲା ସମୟ ଆଉ ବାଣୀସେବାର ସେହି ଦିବ୍ୟ ସମୟ ଯାହା ପ୍ରତିବଦ୍ଧ ଭକ୍ତ ମାନେ ଏଇ ସେବାରେ ଆଗକୁ ଦେବେ |

ମୁଁ ତୁମକୁ ବହୁତ ଧନ୍ୟବାଦ କରୁଛି, ତୁମ ସମସ୍ତଙ୍କୁ, ମୋର ଏହି ବିନମ୍ର ସେବାକୁ ପ୍ରଶଂସା କରୁଥିବା ଯୋଗୁଁ ଯାହା ମୁଁ, ମୋ ଗୁରୁ ମହାରାଜଙ୍କ ଆଦେଶ ଅନୁସାରେ କର୍ତ୍ତବ୍ୟ ଦୃଷ୍ଟିରୁ ପାଳନ କରିବାକୁ ଚେଷ୍ଟା କରୁଛି | ମୁଁ, ମୋର ସମସ୍ତ ଶିଷ୍ୟ ମାନଙ୍କୁ ମିଳିମିଶି କାମ କରିବାକୁ ଅନୁରୋଧ କରୁଛି, ଏବଂ ମୁଁ ନିଶ୍ଚିତ ଆମର ଏଇ ଆନ୍ଦୋଳନ ନିଃସନ୍ଦେହ ଆଗେଇ ଯିବ | – ଶ୍ରୀଲ ପ୍ରଭୁପାଦ ଚିଠି ତମାଳ କୃଷ୍ଣ ଦାସ (ଜିବିସି)ଙ୍କୁ - ୧୪ ଅଗଷ୍ଟ ୧୯୭୧

ଶ୍ରୀଲ ପ୍ରଭୁପାଦଙ୍କ ତିନୋଟି ପ୍ରାକୃତିକ ପଦବୀ

ଶ୍ରୀଲ ପ୍ରଭୁପାଦଙ୍କ ଶିକ୍ଷାର ପଦ୍ମ ପାଦରେ ଆଶ୍ରୟସ୍ଥଳର ଏକ ସଂସ୍କୃତି କେବଳ ସେତେବେଳେ ହୃଦୟଙ୍ଗମ ହୋଇପାରିବ ଯେତେବେଳେ ଶ୍ରୀଲ ପ୍ରଭୁପାଦଙ୍କ ଏହି ତିନୋଟି ପଦବୀ ତାଙ୍କ ସମସ୍ତ ଅନୁଗାମୀମାନଙ୍କ ହୃଦୟରେ ଜାଗ୍ରତ ହୁଏ |

ଶ୍ରୀଲ ପ୍ରଭୁପାଦ ଆମର ପୂର୍ବ-ପ୍ରତିଷ୍ଠିତ ଶିକ୍ଷା-ଗୁରୁ

  • ଆମେ ସ୍ୱୀକାର କରୁଛୁ ଯେ ଶ୍ରୀଲ ପ୍ରଭୁପାଦଙ୍କ ସମସ୍ତ ଅନୁଗାମୀ ତାଙ୍କ ଶିକ୍ଷାରେ ତାଙ୍କ ଉପସ୍ଥିତି ଅନୁଭବ କରିବେ ଏବଂ ଆଶ୍ରୟ ଗ୍ରହଣ କରିବେ - ଉଭୟ ବ୍ୟକ୍ତିଗତ ଭାବରେ ଏବଂ ପରସ୍ପର ସହ ଆଲୋଚନା କରିବା ସମୟରେ ।
  • ଆମେ ନିଜକୁ ଶୁଦ୍ଧ କରୁ ଏବଂ ଏକ ଦୃଢ ସମ୍ପର୍କ ସ୍ଥାପନ କରୁ ଶ୍ରୀଲ ପ୍ରଭୁପାଦଙ୍କ ସହ, ତାଙ୍କୁ ଆମର ମାର୍ଗଦର୍ଶକ ବିବେକ ଭାବରେ ରଖି ଜୀବନ ନିର୍ବାହ କରୁ ।
  • ଆମେ ଭକ୍ତମାନଙ୍କୁ ଉତ୍ସହିତ କରୁ ଶ୍ରୀଲ ପ୍ରଭୁପାଦଙ୍କ ବିରହ ଅନୁଭବ କର, ତାଙ୍କ ବାଣୀ ମଧ୍ୟରେ ତାଙ୍କ ଉପସ୍ଥିତି ଏବଂ ସାନ୍ତ୍ୱନା ଖୋଜିବାକୁ ସମୟ ନିଅନ୍ତୁ।
  • ଆମେ ତାଙ୍କ ସମସ୍ତ ଅନୁଗାମୀମାନଙ୍କ ସହିତ ଶ୍ରୀଲ ପ୍ରଭୁପାଦଙ୍କ ଦୟା ବାଣ୍ଟୁଛୁ, ଯେଉଁମାନେ ତାଙ୍କ ମାର୍ଗରେ ଦୀକ୍ଷା ନେଇଛନ୍ତି ଏବଂ ଯେଉଁମାନେ ତାଙ୍କୁ ବିଭିନ୍ନ କ୍ଷମତାରେ ଅନୁସରଣ କରନ୍ତି ।
  • ଆମେ ଭକ୍ତମାନଙ୍କୁ ଶିକ୍ଷା ଦେଇଥାଉ ଶ୍ରୀଲ ପ୍ରଭୁପାଦଙ୍କ ସ୍ଥିତି ପ୍ରକୃତରେ ଆମର ପ୍ରାକ୍-ପ୍ରତିଷ୍ଠିତ ଶିକ୍ଷା-ଗୁରୁ ଭାବରେ ଏବଂ ତାଙ୍କ ସହିତ ଆମର ଶିଷ୍ୟ ସମ୍ପର୍କ ବିରହ ଭାବରେ ।
  • ଆମେ ଏକ ଶିକ୍ଷା-ଶକ୍ତିପ୍ରାପ୍ତ ଶିଷ୍ୟମାନଙ୍କର ଉତ୍ତରାଧିକାରୀ ପ୍ରତିଷ୍ଠା କରୁ କ୍ରମାଗତ ପିଢ଼ି ମଧ୍ୟରେ ଶ୍ରୀଲ ପ୍ରଭୁପାଦଙ୍କ ଉତ୍ତରାଧିକାରୀକୁ ବଜାୟ ରଖିବା ପାଇଁ।

ଶ୍ରୀଲ ପ୍ରଭୁପାଦ ଇସ୍କନର ପ୍ରତିଷ୍ଠାତା-ଆଚାର୍ଯ୍ୟ

  • ଆମେ ତାଙ୍କ ବାଣୀକୁ ପ୍ରାଥମିକ ପ୍ରେରକ ଶକ୍ତି ଭାବରେ ପ୍ରୋତ୍ସାହିତ କରୁ ଯାହା ଇସ୍କନର ସଦସ୍ୟମାନଙ୍କୁ ତାଙ୍କ ସହ ସଂଯୁକ୍ତ ଏବଂ ତାଙ୍କ ପ୍ରତି ବିଶ୍ୱସ୍ତ ରଖେ, ଏବଂ ଏହିପରି ଭାବରେ ପ୍ରେରଣା, ଉତ୍ସାହ ଏବଂ ସ୍ଥିର କରି ଗଢିବା ତାଙ୍କ ଆନ୍ଦୋଳନକୁ ସେ ଯାହା କରିବାକୁ ଇଚ୍ଛା କରିଥିଲେ - ବର୍ତ୍ତମାନ ଏବଂ ଭବିଷ୍ୟତରେ ।
  • ଆମେ ଉତ୍ସାହିତ କରୁଛୁ ବୈଷ୍ଣବ-ବ୍ରାହ୍ମଣୀୟ ମାନଦଣ୍ଡର ସ୍ଥାୟୀ ବିକାଶକୁ, ଶ୍ରୀଲ ପ୍ରଭୁପାଦଙ୍କ ଶିକ୍ଷା ଏବଂ ତାଙ୍କର ପ୍ରଚାର କୌଶଳ କୁ କେନ୍ଦ୍ର କରି - ଏକ "ବାଣୀ-ସଂସ୍କୃତି" ।
  • ଆମେ ଶିକ୍ଷା ଦେଉଛୁ ଭକ୍ତ ମାନଙ୍କୁ ଶ୍ରୀଲ ପ୍ରଭୁପାଦଙ୍କ ସ୍ଥିତିର ସତ୍ୟତା ଇସ୍କନର ପ୍ରତିଷ୍ଠାତା-ଆଚାର୍ଯ୍ୟ ଭାବରେ ଏବଂ ତାଙ୍କ ତଥା ତାଙ୍କ ଆନ୍ଦୋଳନ ପାଇଁ ଆମର ସେବା ବିଷୟରେ ।

ଶ୍ରୀଲ ପ୍ରଭୁପାଦ ଜଗତଗୁରୁ

  • ଆମେ ଶ୍ରୀଲ ପ୍ରଭୁପାଦଙ୍କ ଆଧ୍ୟାତ୍ମିକ ସ୍ଥିତି ଜଗତ-ଗୁରୁ ଭାବରେ ବିଶ୍ୱରେ ସଚେତନତା ବୃଦ୍ଧିକରି ତାଙ୍କ ମହତ୍ୱ ପ୍ରତ୍ୟେକ ଦେଶର ସମସ୍ତ ସର୍କଲରେ ତାଙ୍କ ଶିକ୍ଷାର ସମସାମୟିକ ପ୍ରାସଙ୍ଗିକତା ପ୍ରତିଷ୍ଠା କରିଛୁ।
  • ଆମେ ଶ୍ରୀଲ ପ୍ରଭୁପାଦଙ୍କ ଶିକ୍ଷା ପ୍ରତି ପ୍ରଶଂସା ଏବଂ ସମ୍ମାନର ଏକ ସଂସ୍କୃତିକୁ ପ୍ରେରଣା ଦେଇଥାଉ, ଯାହାଦ୍ୱାରା ବିଶ୍ୱର ଜନସଂଖ୍ୟା କୃଷ୍ଣ ଚେତନା ଅଭ୍ୟାସରେ ସକ୍ରିୟ ଅଂଶଗ୍ରହଣ କରନ୍ତି ।
  • ଆମେ ଅନୁଭବ କରୁଛୁ ଯେ ଶ୍ରୀଲ ପ୍ରଭୁପାଦଙ୍କ ଏକ ଘର ନିର୍ମାଣ କରିଛନ୍ତି ଯେଉଁଥିରେ ସମଗ୍ର ବିଶ୍ୱ ବଞ୍ଚିପାରିବ ତାଙ୍କ ବାଣୀକୁ ଆଧାର କରି, ଏକକାଳୀନ ଭିତ୍ତି ଏବଂ ଛାତ ଭାବରେ ସ୍ଥାପିତ ହୋଇ - 'ଆଶ୍ରୟସ୍ଥଳ, ଆଶ୍ରୟ- ଯାହା ଏହି ଘରକୁ ସୁରକ୍ଷା ଦେଇଥାଏ ।

ଶ୍ରୀଲ ପ୍ରଭୁପାଦଙ୍କ ପ୍ରାକୃତିକ ସ୍ଥିତି ପ୍ରତିଷ୍ଠା ଗୁରୁତ୍ୱପୂର୍ଣ୍ଣ

  • ଆମର ଇସ୍କନ ସମାଜ ଆବଶ୍ୟକ କରେ ଶିକ୍ଷାଗତ ପଦକ୍ଷେପ, ରାଜନୈତିକ ନିର୍ଦ୍ଦେଶନାମା ଏବଂ ସାମାଜିକ ସଂସ୍କୃତି, ତାଙ୍କ ଅନୁଗାମୀମାନଙ୍କ ସହିତ ତଥା ତାଙ୍କ ଆନ୍ଦୋଳନ ମଧ୍ୟରେ ଶ୍ରୀଲ ପ୍ରଭୁପାଦଙ୍କ ପ୍ରାକୃତିକ ସ୍ଥିତିକୁ ସୁଗମ ତଥା ପୋଷଣ କରିବା ପାଇଁ । ଏହା ସ୍ୱୟଂଚାଳିତ କିମ୍ବା ଇଚ୍ଛାକୃତ ଚିନ୍ତାଧାରା ଦ୍ୱାରା ଘଟିବ ନାହିଁ | କେବଳ ଶୁଦ୍ଧ ହୃଦୟ ଭକ୍ତଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ବୁଦ୍ଧିମାନ, ସମନ୍ୱିତ ଏବଂ ସହଯୋଗୀ ପ୍ରୟାସ ଦ୍ୱାରା ଏହା ହାସଲ ହୋଇପାରିବ ।
  • ପାଞ୍ଚଟି ମୁଖ୍ୟ ପ୍ରତିବନ୍ଧକ ଯାହା ଶ୍ରୀଲ ପ୍ରଭୁପାଦଙ୍କ ପ୍ରାକୃତିକ ସ୍ଥିତିକୁ ଲୁଚାଇ ଦେବ ତାଙ୍କ ଆନ୍ଦୋଳନ ମଧ୍ୟରେ :
* 1 ଶ୍ରୀଲ ପ୍ରଭୁପାଦଙ୍କ ଶିକ୍ଷା ବିଷୟରେ ଅଜ୍ଞତା - ସେ ନିର୍ଦ୍ଦେଶ ଦେଇଛନ୍ତି କିନ୍ତୁ ସେଗୁଡ଼ିକ ଅଛି ବୋଲି ଆମେ ଜାଣି ନାହୁଁ।
* 2 ଶ୍ରୀଲ ପ୍ରଭୁପାଦଙ୍କ ଶିକ୍ଷା ପ୍ରତି ଉଦାସୀନତା - ଆମେ ଜାଣୁ ନିର୍ଦ୍ଦେଶଗୁଡ଼ିକ ବିଦ୍ୟମାନ ଅଛି କିନ୍ତୁ ଆମେ ସେମାନଙ୍କ ବିଷୟରେ ଚିନ୍ତା କରୁନାହୁଁ। ଆମେ ସେମାନଙ୍କୁ ଅଣଦେଖା କରୁ ।
* 3 ଶ୍ରୀଲ ପ୍ରଭୁପାଦଙ୍କ ଶିକ୍ଷାକୁ ଭୁଲ ବୁଝାମଣା - ଆମେ ଏହାକୁ ଆନ୍ତରିକତାର ସହ ପ୍ରୟୋଗ କରୁ କିନ୍ତୁ ଆମର ଅତ୍ୟଧିକ ଆତ୍ମବିଶ୍ୱାସ କିମ୍ବା ପରିପକ୍ୱତା ଅଭାବରୁ ସେଗୁଡିକ ଭୁଲ୍ ପ୍ରୟୋଗ କରାଯାଏ ।
* 4 ଶ୍ରୀଲ ପ୍ରଭୁପାଦଙ୍କ ଶିକ୍ଷା ଉପରେ ଵିଶ୍ଵାସର ଅଭାବ - ଆମେ ଗଭୀର ଭାବରେ ଅଶ୍ୱସ୍ଥ ନୁହଁ ଏବଂ ସେଗୁଡିକୁ ୟୁଟୋପିଆନ୍, ଆଧୁନିକ ଦୁନିଆ ପାଇଁ ବାସ୍ତବବାଦୀ କିମ୍ବା ବ୍ୟବହାରିକ ନୁହେଁ ବୋଲି ଭାବୁ।
* 5 ଶ୍ରୀଲ ପ୍ରଭୁପାଦଙ୍କ ଶିକ୍ଷା ସହିତ ପ୍ରତିଯୋଗିତା - ସମ୍ପୂର୍ଣ୍ଣ ବିଶ୍ୱାସ ଏବଂ ଉତ୍ସାହ ସହିତ ଆମେ ଶ୍ରୀଲ ପ୍ରଭୁପାଦଙ୍କ ନିର୍ଦ୍ଦେଶଠାରୁ ସମ୍ପୂର୍ଣ୍ଣ ଭିନ୍ନ ଦିଗକୁ ଯାଉଛୁ ଏବଂ ଏହିପରି କରିବା ଦ୍ୱାରା ଅନ୍ୟମାନଙ୍କୁ ଆମ ସହିତ ଯିବାକୁ ପ୍ରଭାବିତ କରୁଛୁ ।

ମନ୍ତବ୍ୟ

ଆମର ବିଶ୍ୱାସ ଯେ ଶ୍ରୀଲ ପ୍ରଭୁପାଦଙ୍କ ଶିକ୍ଷା ସହିତ ଆମର ସମ୍ପର୍କକୁ ବଢାଇବା ଏବଂ ଆମର ଜ୍ଞାନ ବଢାଇବା ପାଇଁ ଅବିଚ୍ଛେଦ୍ୟ, ସଂରଚନା ଶିକ୍ଷାଗତ ତଥା ତାଲିମ ପ୍ରୋଗ୍ରାମର ପ୍ରବର୍ତ୍ତନ ସହିତ ଏହି ବାଧାବିଘ୍ନଗୁଡ଼ିକୁ ସହଜରେ ଦୂର କରାଯାଇପାରିବ । ଏହା କେବଳ ସଫଳ ହେବ ଯଦି ଶ୍ରୀଲ ପ୍ରଭୁପାଦଙ୍କ ବାଣୀରେ ଏକ ଗଭୀର ସଂସ୍କୃତି ସୃଷ୍ଟି କରିବାକୁ ଏକ ଗମ୍ଭୀର ନେତୃତ୍ୱ ପ୍ରତିବଦ୍ଧତା ଦ୍ୱାରା ଉତ୍ସାହିତ ହୁଏ । ଶ୍ରୀଲ ପ୍ରଭୁପାଦଙ୍କ ପ୍ରାକୃତିକ ସ୍ଥିତି ଏହିପରି ସ୍ୱୟଂଚାଳିତ ଭାବରେ ସମସ୍ତ ପିଢ଼ି ଭକ୍ତଙ୍କ ପାଇଁ ସ୍ପଷ୍ଟ ହୋଇ ରହିବ ।

ଭକ୍ତମାନେ ହେଉଛନ୍ତି ଶ୍ରୀଲ ପ୍ରଭୁପାଦଙ୍କ ଅଙ୍ଗ, ଇସ୍କନ ହେଉଛି ତାଙ୍କ ଶରୀର, ଏବଂ ବାଣୀ ହେଉଛି ତାଙ୍କର ପ୍ରାଣ

  • ତୁମେ ସର୍ବଦା ମନେରଖିବା ଉଚିତ୍ ଯେ ଆମେ ଯାହା କରୁଛୁ, ତାହା ଭଗବାନ କୃଷ୍ଣଙ୍କଠାରୁ ଆରମ୍ଭ କରି ଆମ ପର୍ଯ୍ୟନ୍ତ ପରମ୍ପରା ବ୍ୟବସ୍ଥାରେ ଅଛି । ତେଣୁ, ଆମର ସ୍ନେହପୂର୍ଣ୍ଣ ​​ଉପସ୍ଥାପନା ଶାରୀରିକ ଅପେକ୍ଷା ବାର୍ତ୍ତା ଉପରେ ଅଧିକ ରହିବା ଉଚିତ୍ । ଯେତେବେଳେ ଆମେ ବାର୍ତ୍ତାକୁ ଭଲପାଉ ଏବଂ ତାଙ୍କ ସେବା କରୁ, ସ୍ୱୟଂଚାଳିତ ଭାବରେ ପ୍ରେମଭକ୍ତି ବପୁ ପାଇଁ ହୋଇଥାଏ । – ଗୋବିନ୍ଦ ଦାସୀଙ୍କୁ ଶ୍ରୀଲ ପ୍ରଭୁପାଦଙ୍କ ଚିଠି, 7 ଏପ୍ରିଲ 1970

ମନ୍ତବ୍ୟ

ଆମେ ଶ୍ରୀଲ ପ୍ରଭୁପାଦଙ୍କ ଅଙ୍ଗ | ତାଙ୍କ ପୂର୍ଣ୍ଣ ସନ୍ତୁଷ୍ଟତା ପାଇଁ ତାଙ୍କ ସହିତ ସଫଳତାର ସହ ସହଯୋଗ କରିବାକୁ ହେଲେ ଆମେ ତାଙ୍କ ଚେତନାରେ ଏକ ହେବା ଆବଶ୍ୟକ | ଏହି ସ୍ନେହପୂର୍ଣ୍ଣ ଏକତା ଆମର ବିକଶିତ ହେବ, ଯେବେ ଆମେ ତାଙ୍କ ବାଣୀରେ ସମ୍ପୁର୍ଣ୍ଣ ଭାବରେ ନିମଗ୍ନ, ଅଶ୍ୱସ୍ଥ ଏବଂ ଅଭ୍ୟାସ କରିବା | ଆମର ସାମଗ୍ରିକ ସଫଳତା ପାଇଁ କାର୍ଯ୍ୟନୀତି ହେଉଛି, ସମସ୍ତେ ଶ୍ରୀଲ ପ୍ରଭୁପାଦଙ୍କ ଶିକ୍ଷାକୁ ଅନୁକରଣ କରିବା ଏବଂ ତାଙ୍କ କୃଷ୍ଣ ଚେତନା ଆନ୍ଦୋଳନ ପାଇଁ ଆମେ କରୁଥିବା ସମସ୍ତ କାର୍ଯ୍ୟରେ ସେହି ଶିକ୍ଷାକୁ ସାହସର ସହିତ ରଖିବା | ଏହିପରି ଭାବରେ, ଶ୍ରୀଲ ପ୍ରଭୁପାଦଙ୍କ ଭକ୍ତମାନେ ବ୍ୟକ୍ତିଗତ ଭାବରେ ବୃଦ୍ଧି ପାଇପାରିବେ ଏବଂ ଇସ୍କନକୁ ଏକ ବଳିଷ୍ଠ ଶରୀର କରିବା ପାଇଁ ନିଜ ସେବାରେ ଯୋଗ ଦେଇପାରିବେ ଯାହା ଶ୍ରୀଲ ପ୍ରଭୁପାଦଙ୍କ ଇଚ୍ଛାକୁ ପୂରଣ କରିପାରିବ। ଭକ୍ତମାନେ ଜିତିବେ, ଜିବିସି ଜିତିବେ, ଇସ୍କନ ଜିତିବ, ବିଶ୍ୱ ଜିତିବ, ଶ୍ରୀଲ ପ୍ରଭୁପାଦ ଜିତିବେ ଏବଂ ପ୍ରଭୁ ଚୈତନ୍ୟ ଜିତିବେ | କେହି ହାରିବେ ନାହିଁ |

ପରମ୍ପରାର ଶିକ୍ଷା ବଣ୍ଟନ

୧୪୮୬ ଚୈତନ୍ୟ ମହାପ୍ରଭୁଙ୍କ ଆବିର୍ଭାବ ବିଶ୍ୱକୁ କୃଷ୍ଣ ଚେତନା ଶିଖାଇବା ପାଇଁ

୧୪୮୮ ସନାତନ ଗୋସ୍ୱାମୀଙ୍କ ଆବିର୍ଭାବ କୃଷ୍ଣ ଚେତନା ଉପରେ ପୁସ୍ତକ ଲେଖିବା ପାଇଁ

୧୪୮୯ ରୂପା ଗୋସ୍ଵାମୀଙ୍କ ଆବିର୍ଭାବ କୃଷ୍ଣ ଚେତନା ଉପରେ ପୁସ୍ତକ ଲେଖିବା ପାଇଁ

୧୪୯୫ ରଘୁନାଥ ଗୋସ୍ୱାମୀଙ୍କ ଆବିର୍ଭାବ କୃଷ୍ଣ ଚେତନା ଉପରେ ପୁସ୍ତକ ଲେଖିବା ପାଇଁ

୧୫୦୦ ଯନ୍ତ୍ରଚାଳିତ ପ୍ରିଣ୍ଟିଂ ପ୍ରେସ୍ ସମଗ୍ର ୟୁରୋପରେ ପୁସ୍ତକ ବଣ୍ଟନରେ ପରିବର୍ତ୍ତନ ଆଣିବାକୁ ଆରମ୍ଭ କଲା

୧୫୧୩ ଜୀବ ଗୋସ୍ୱାମୀଙ୍କ ଆବିର୍ଭାବ କୃଷ୍ଣ ଚେତନା ଉପରେ ପୁସ୍ତକ ଲେଖିବା ପାଇଁ

୧୮୩୪ ଭକ୍ତିବିନୋଦ ଠାକୁରଙ୍କ ଆବିର୍ଭାବ କୃଷ୍ଣ ଚେତନା ଉପରେ ପୁସ୍ତକ ଲେଖିବା ପାଇଁ

୧୮୭୪ ଭକ୍ତିସିଦ୍ଧନ୍ତ ସରସ୍ୱତୀଙ୍କ ଆବିର୍ଭାବ କୃଷ୍ଣ ଚେତନା ଉପରେ ପୁସ୍ତକ ଲେଖିବା ପାଇଁ

୧୮୯୬ ଶ୍ରୀଲ ପ୍ରଭୁପାଦଙ୍କ ଆବିର୍ଭାବ କୃଷ୍ଣ ଚେତନା ଉପରେ ପୁସ୍ତକ ଲେଖିବା ପାଇଁ

୧୯୧୪ ଭକ୍ତିସିଦ୍ଧନ୍ତ ସରସ୍ୱତୀ "ବୃହତ-ମୃଦଙ୍ଗ" ଗଠନ କଲେ

୧୯୨୨ ଶ୍ରୀଲ ପ୍ରଭୁପାଦ ପ୍ରଥମ ଥର ପାଇଁ ଭକ୍ତିସିଦ୍ଧନ୍ତ ସରସ୍ୱତୀଙ୍କୁ ଭେଟିଥିଲେ ଏବଂ ତୁରନ୍ତ ଇଂରାଜୀ ଭାଷାରେ ପ୍ରଚାର କରିବାକୁ ଅନୁରୋଧ କରାଯାଇଥିଲା

୧୯୩୫ ଶ୍ରୀଲ ପ୍ରଭୁପାଦ ବହି ଛାପିବା ପାଇଁ ନିର୍ଦ୍ଦେଶ ଗ୍ରହଣ କରନ୍ତି

୧୯୪୪ ଶ୍ରୀଲ ପ୍ରଭୁପାଦ ବ୍ୟାକ-ଟୁ-ଗଡହେଡ ପତ୍ରିକା ଆରମ୍ଭ କଲେ

୧୯୫୬ ଶ୍ରୀଲ ପ୍ରଭୁପାଦ ବହି ଲେଖିବା ପାଇଁ ବୃନ୍ଦାବନ ଆସିଲେ

୧୯୬୨ ଶ୍ରୀଲ ପ୍ରଭୁପାଦ ଶ୍ରୀମଦ୍-ଭଗବତମ୍ ର ପ୍ରଥମ ଭାଗ ପ୍ରକାଶ କରିଥିଲେ

୧୯୬୫ ଶ୍ରୀଲ ପ୍ରଭୁପାଦ ତାଙ୍କ ପୁସ୍ତକ ବଣ୍ଟନ କରିବା ପାଇଁ ପାଶ୍ଚାତ୍ୟରେ ପହଞ୍ଚିଲେ

୧୯୬୮ ଶ୍ରୀଲ ପ୍ରଭୁପାଦ ତାଙ୍କର ସଂକ୍ଷିପ୍ତ ଭଗବଦ୍-ଗୀତା ମୌଳିକ ରୂପରେ ପ୍ରକାଶ କଲେ

୧୯୭୨ ଶ୍ରୀଲ ପ୍ରଭୁପାଦ ଭଗବଦ୍-ଗୀତା ମୌଳିକ ରୂପରେ ର ସମ୍ପୂର୍ଣ୍ଣ ସଂସ୍କରଣ ପ୍ରକାଶ କରିଥିଲେ

୧୯୭୨ ଶ୍ରୀଲ ପ୍ରଭୁପାଦ ତାଙ୍କ ପୁସ୍ତକ ପ୍ରକାଶନ ପାଇଁ ବିବିଟି ପ୍ରତିଷ୍ଠା କରିଥିଲେ

୧୯୭୪ ଶ୍ରୀଲ ପ୍ରଭୁପାଦଙ୍କ ଶିଷ୍ୟମାନେ ତାଙ୍କ ପୁସ୍ତକଗୁଡ଼ିକର ଗମ୍ଭୀର ବଣ୍ଟନ ଆରମ୍ଭ କରିଥିଲେ

୧୯୭୫ ଶ୍ରୀଲ ପ୍ରଭୁପାଦ ଶ୍ରୀଚୈତନ୍ୟ ଚରିତାମୃତ ସମାପ୍ତ କଲେ

୧୯୭୭ ଶ୍ରୀଲ ପ୍ରଭୁପାଦ କଥା କହିବା ବନ୍ଦ କରି ତାଙ୍କ ବାଣୀକୁ ଆମ ଯତ୍ନରେ ଛାଡିଛନ୍ତି

୧୯୭୮ ଭକ୍ତିବେଦାନ୍ତ ଅଭିଲେଖାଗାର ପ୍ରତିଷ୍ଠିତ

୧୯୮୬ ଦୁନିଆର ଡିଜିଟାଲ୍ ଗଚ୍ଛିତ ସାମଗ୍ରୀ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ୧ CD-ROM ଅଟେ

୧୯୯୧ ୱାର୍ଲ୍ଡ ୱାଇଡ୍ ୱେବ୍ (ବୃହତ-ବୃହତ-ବୃହତ ମୃଦଙ୍ଗ) ପ୍ରତିଷ୍ଠିତ

୧୯୯୨ ଭକ୍ତିବେଦାନ୍ତ ବେଦବେସ୍ ସଂସ୍କରଣ ୧.୦ ସୃଷ୍ଟି ହୋଇଛି

୨୦୦୨ ଡିଜିଟାଲ୍ ଯୁଗ ଆସେ - ବିଶ୍ଵବ୍ୟାପୀ ଡିଜିଟାଲ୍ ଷ୍ଟୋରେଜ୍ ଆନାଲଗକୁ ଅତିକ୍ରମ କରେ

୨୦୦୭ ବିଶ୍ୱର ଡିଜିଟାଲ୍ ଗଚ୍ଛିତ ସାମଗ୍ରୀର ପରିମାଣ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ୬୧ CD-ROMS ଅଟେ, ଯାହା ୪୨୭ ବିଲିୟନ CD-ROM ତିଆରି କରେ (ସମସ୍ତ ପୂର୍ଣ୍ଣ)

୨୦୦୭ ଶ୍ରୀଲ ପ୍ରଭୁପାଦଙ୍କ ବାଣୀ-ମନ୍ଦିର, ବାଣୀପିଡିଆ ୱେବରେ ନିର୍ମାଣ କାର୍ଯ୍ୟ ଆରମ୍ଭ କଲା

୨୦୧୦ ଶ୍ରୀଲ ପ୍ରଭୁପାଦଙ୍କ ଭାପୁ-ମନ୍ଦିର, ବୈଦିକ ପ୍ଲାନେଟୋରିୟମର ମନ୍ଦିର ଶ୍ରୀଧାମା ମାୟାପୁରରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା

୨୦୧୨ ବାଣୀପିଡିଆ ୧,୯୦୬,୭୫୩ କୋଟ୍, ୧୦୮,୯୭୧ ପୃଷ୍ଠା ଏବଂ ୧୩,୯୪୬ ବର୍ଗରେ ପହଞ୍ଚିଲା

୨୦୧୩ ଶ୍ରୀଲ ପ୍ରଭୁପାଦଙ୍କ ୫୦୦,୦୦୦,୦୦୦ ପୁସ୍ତକ ୪୮ ବର୍ଷ ମଧ୍ୟରେ ଇସ୍କନ ଭକ୍ତଙ୍କ ଦ୍ଵାରା ବଣ୍ଟନ କରାଯାଇଛି - ପ୍ରତିଦିନ ହାରାହାରି ୨୮,୫୩୮ ପୁସ୍ତକ

୨୦୧୯ ୨୧ ମାର୍ଚ୍ଚ, ଗୌର ପୂର୍ଣ୍ଣିମା ଦିନ ୭.୧୫ ସେଣ୍ଟ୍ରାଲ୍ ୟୁରୋପୀୟ ସମୟ, ବାଣୀପିଡିଆ ୧୧ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରି ଭକ୍ତମାନଙ୍କୁ ଏକତ୍ର ସହଯୋଗ କରିବାକୁ ଶ୍ରୀଲ ପ୍ରଭୁପାଦଙ୍କ ବାଣୀ-ଉପସ୍ଥିତିକୁ ଆହ୍ୱାନ କରିଥିଲେ। ବାଣୀପିଡିଆ ବର୍ତ୍ତମାନ ୪୫,୫୮୮ ବର୍ଗ, ୨୮୨,୨୯୭ ପୃଷ୍ଠା, ୨,୧୦୦,୦୦୦ ପ୍ଲସ୍ କୋଟ୍ ୯୩ ଭାଷାରେ ଉପସ୍ଥାପିତ ହୋଇଛି | ୧,୨୨୦ ରୁ ଅଧିକ ଭକ୍ତଙ୍କ ଦ୍ୱାର ଏହା ହାସଲ କରାଯାଇଛି, ଯେଉଁମାନେ ୨୯୫,୦୦୦ ଘଣ୍ଟାରୁ ଅଧିକ ବାଣୀସେଭା ପ୍ରଦର୍ଶନ କରିଛନ୍ତି | ଶ୍ରୀଲ ପ୍ରଭୁପାଦଙ୍କ ବାଣୀ-ମନ୍ଦିରକୁ ସଂପୂର୍ଣ୍ଣ କରିବା ପାଇଁ ଆମକୁ ଆହୁରି ଅନେକ ବାଟ ଯିବା ବାକି ଅଛି ତେଣୁ ଆମେ ଏହି ଗୌରବମୟ କାର୍ଯ୍ୟରେ ଭାଗ ନେବାକୁ ଭକ୍ତମାନଙ୍କୁ ଆମନ୍ତ୍ରଣ ଜାରି ରଖିଛୁ।

ମନ୍ତବ୍ୟ

ଆଧୁନିକ ଦିନର କୃଷ୍ଣ ଚେତନା ଯାହା ଶ୍ରୀ ଚୈତନ୍ୟ ମହାପ୍ରଭୂଙ୍କ ମିଶନର ଉନ୍ମୋଚନ କରୁଛି, ସେହି ଆନ୍ଦୋଳନର ପତାକା ତଳେ ଭକ୍ତି ସେବା କରିବା ଅତ୍ୟନ୍ତ ରୋମାଞ୍ଚକର ସମୟ ଅଟେ।

କୃଷ୍ଣ ଚେତନାର ଅନ୍ତର୍ଜାତୀୟ ସୋସାଇଟିର ପ୍ରତିଷ୍ଠାତା-ଆଚାର୍ଯ୍ୟ ଶ୍ରୀଲ ପ୍ରଭୁପାଦ ତାଙ୍କ ଅନୁବାଦ, ଭକ୍ତି ବେଦାନ୍ତ ତାତ୍ପର୍ୟ, ପ୍ରବଚନ, ବାର୍ତ୍ତାଳାପ ଏବଂ ଚିଠି ଆକାରରେ ଏକ ଜୀବନ ପରିବର୍ତ୍ତନକାରୀ ଘଟଣା ଆଣିଛନ୍ତି। ସମଗ୍ର ମାନବ ସମାଜର ପୁନଃ-ଆଧ୍ୟାତ୍ମିକୀକରଣର ଚାବି ଏଠାରେ ଅଛି ।

ବାଣୀ , ପୃଥକତା ମଧ୍ୟରେ ବ୍ୟକ୍ତିଗତ ସଙ୍ଗଠନ ଏବଂ ସେବା - କୋଟ୍ସ

Invalid source, must be from amazon or causelessmery.com
  • ମୋର ଗୁରୁ ମହାରାଜା 1936 ରେ ଚାଲିଗଲେ, ଏବଂ ମୁଁ ତିରିଶ ବର୍ଷ ପରେ 1965 ରେ ଏହି ଆନ୍ଦୋଳନ ଆରମ୍ଭ କରିଥିଲି । ତା’ପରେ? ମୁଁ ଗୁରୁଙ୍କ ଦୟା ପାଇଛି । ଏହା ହେଉଛି ବାଣୀ । ଯଦିଓ ଗୁରୁ ଶାରୀରିକ ଭାବରେ ଉପସ୍ଥିତ ନୁହଁନ୍ତି, ଯଦି ଆପଣ ବାଣୀ ଙ୍କୁ ଅନୁସରଣ କରନ୍ତି, ତେବେ ଆପଣ ସାହାଯ୍ୟ ପ୍ରାପ୍ତ କରୁଛନ୍ତି। – ଶ୍ରୀଲ ପ୍ରଭୁପାଦଙ୍କ ପ୍ରଭାତ ପଦଯାତ୍ରା କଥନ, 21 ଜୁଲାଇ 1975


  • ଆଧ୍ୟାତ୍ମିକ ଗୁରୁଙ୍କ ଶାରୀରିକ ଅନୁପସ୍ଥିତିରେ ବାଣୀ ସେବା ଅଧିକ ଗୁରୁତ୍ୱପୂର୍ଣ୍ଣ । ମୋର ଆଧ୍ୟାତ୍ମିକ ଗୁରୁ, ସରସ୍ୱତୀ ଗୋସ୍ୱାମୀ ଠାକୁରା, ଶାରୀରିକ ଭାବରେ ଉପସ୍ଥିତ ନଥିବା ପରି ଦେଖାଯାଏ, କିନ୍ତୁ ତଥାପି ମୁଁ ତାଙ୍କ ନିର୍ଦ୍ଦେଶକୁ ସେବା କରିବାକୁ ଚେଷ୍ଟା କରେ କାରଣ ମୁଁ ତାଙ୍କଠାରୁ ଅଲଗା ଅନୁଭବ କରେ ନାହିଁ । ମୁଁ ଆଶା କରେ ତୁମେ ସମସ୍ତେ ଏହି ନିର୍ଦ୍ଦେଶାବଳୀ ପାଳନ କରିବା ଉଚିତ୍। – କର୍ଣଧାର ଦାସଙ୍କୁ (GBC) ଶ୍ରୀଲ ପ୍ରଭୁପାଦଙ୍କ ଚିଠି, 22 ଅଗଷ୍ଟ 1970


  • ଆରମ୍ଭରୁ ମୁଁ ମାୟାବାଦୀଙ୍କ ବିରୁଦ୍ଧରେ ଦୃଢ ଥିଲି ଏବଂ ମୋର ସମସ୍ତ ପୁସ୍ତକ ଏହି ଉପରେ ଜୋର ଦିଆଯାଇଛି । ତେଣୁ ମୋର ମୋୖଖିକ ନିର୍ଦ୍ଦେଶନା ଏବଂ ମୋର ପୁସ୍ତକଗୁଡ଼ିକ ତୁମ ସେବାରେ ଅଛି । ବର୍ତ୍ତମାନ ଆପଣ GBC ସେମାନଙ୍କ ସହିତ ପରାମର୍ଶ କରନ୍ତୁ ଏବଂ ସ୍ପଷ୍ଟ ଏବଂ ଦୃଢ ଧାରଣା ପାଆନ୍ତୁ, ତେବେ କୌଣସି ବିଶୃଙ୍ଖଳା ହେବ ନାହିଁ । ଅଜ୍ଞତା ହେତୁ ବିଶୃଙ୍ଖଳା ହୁଏ; ଯେଉଁଠାରେ ଅଜ୍ଞତା ନାହିଁ, ସେଠାରେ କୌଣସି ବିଶୃଙ୍ଖଳା ନାହିଁ। – ହୟଗ୍ରୀବ ଦାସଙ୍କୁ (GBC) ଶ୍ରୀଲ ପ୍ରଭୁପାଦଙ୍କ ଚିଠି, 22 ଅଗଷ୍ଟ 1970
  • ଏପର୍ଯ୍ୟନ୍ତ ଗୁରୁଙ୍କ ସହିତ ବ୍ୟକ୍ତିଗତ ସଙ୍ଗ ପାଇଁ ଚିନ୍ତିତ, ମୁଁ କେବଳ ମୋର ଗୁରୁ ମହାରାଜାଙ୍କ ସହିତ ଚାରି କିମ୍ବା ପାଞ୍ଚ ଥର ଥିଲି, କିନ୍ତୁ ମୁଁ ତାଙ୍କ ସଙ୍ଗ ଛାଡି ନାହିଁ, କିଛି କ୍ଷଣ ପାଇଁ ମଧ୍ୟ ନୁହେଁ । କାରଣ ମୁଁ ତାଙ୍କ ନିର୍ଦ୍ଦେଶକୁ ଅନୁସରଣ କରୁଛି, ମୁଁ କେବେ ବି କୌଣସି ବିଚ୍ଛିନ୍ନତା ଅନୁଭବ କରି ନାହିଁ। – ସତ୍ୟଧନ୍ୟ ଦାସଙ୍କୁ ଶ୍ରୀଲ ପ୍ରଭୁପାଦଙ୍କ ଚିଠି, 20 ଫେବୃଆରୀ 1972
Invalid source, must be from amazon or causelessmery.com
  • ଦୟାକରି ଅଲଗା ହୋଇ ଖୁସି ହୁଅନ୍ତୁ । 1936 ରୁ ମୁଁ ମୋର ଗୁରୁ ମହାରାଜା ଠାରୁ ଅଲଗା ଅଛି କିନ୍ତୁ ମୁଁ ସବୁବେଳେ ତାଙ୍କ ସହିତ ଅଛି ଯେପର୍ଯ୍ୟନ୍ତ ମୁଁ ତାଙ୍କ ନିର୍ଦ୍ଦେଶ ଅନୁଯାୟୀ କାମ କରେ । ତେଣୁ ଭଗବାନ କୃଷ୍ଣଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆମେ ସମସ୍ତେ ମିଳିତ ଭାବରେ କାର୍ଯ୍ୟ କରିବା ଉଚିତ ଏବଂ ସେହି ଉପାୟରେ ପୃଥକତାର ଭାବନା ଦିବ୍ୟ ସୁଖରେ ପରିଣତ ହେବ। – ଉଦ୍ଧବ ଦାସ (ISKCON Press)ଙ୍କୁ ଶ୍ରୀଲ ପ୍ରଭୁପାଦଙ୍କ ଚିଠି, 3 ମେ 1968

ମନ୍ତବ୍ୟ

ଏହି ଧାରାବାହିକ ବିବୃତ୍ତିରେ ଶ୍ରୀଲ ପ୍ରଭୁପାଦ ଅନେକ ପ୍ରକାଶିତ ସତ୍ୟ ପ୍ରଦାନ କରନ୍ତି ।

  • ଶ୍ରୀଲ ପ୍ରଭୁପାଦଙ୍କ ବ୍ୟକ୍ତିଗତ ମାର୍ଗଦର୍ଶନ ସର୍ବଦା ଏଠାରେ ଅଛି ।
  • ଶ୍ରୀଲ ପ୍ରଭୁପାଦଙ୍କଠାରୁ ଅଲଗା ହେବା ଅନୁଭବରେ ଆମେ ଖୁସି ହେବା ଉଚିତ୍ ।
  • ଶ୍ରୀଲ ପ୍ରଭୁପାଦଙ୍କ ଶାରୀରିକ ଅନୁପସ୍ଥିତିରେ ତାଙ୍କର ବାଣୀ ସେବା ଅଧିକ ଗୁରୁତ୍ୱପୂର୍ଣ୍ଣ ।
  • ଶ୍ରୀଲ ପ୍ରଭୁପାଦଙ୍କ ଗୁରୁ ମହାରାଜାଙ୍କ ସହ ଖୁବ୍ କମ୍ ବ୍ୟକ୍ତିଗତ ସମ୍ପର୍କ ଥିଲା ।
  • ଶ୍ରୀଲ ପ୍ରଭୁପାଦଙ୍କ ମୋୖଖିକ ନିର୍ଦ୍ଦେଶ, ତଥା ତାଙ୍କ ପୁସ୍ତକ ସବୁ ଆମ ସେବାରେ ଅଛି ।
  • ଶ୍ରୀଲ ପ୍ରଭୁପାଦଙ୍କଠାରୁ ଅଲଗା ହେବାର ଅନୁଭବ ଦିବ୍ୟ ସୁଖରେ ପରିଣତ ହୁଏ ।
  • ଯେତେବେଳେ ଶ୍ରୀଲ ପ୍ରଭୁପାଦ ଶାରୀରିକ ଭାବରେ ଉପସ୍ଥିତ ନୁହଁନ୍ତି, ଯଦି ଆମେ ତାଙ୍କ ବାଣୀ ଙ୍କୁ ଅନୁସରଣ କରୁ, ତେବେ ଆମେ ତାଙ୍କ ସାହାଯ୍ୟ ପାଇଥାଉ ।
  • ଶ୍ରୀଲ ପ୍ରଭୁପାଦ କେବେ ବି ଭକ୍ତସିଦ୍ଧାନ୍ତ ସରସ୍ୱତୀଙ୍କ ସଙ୍ଗ ଛାଡି ନାହାଁନ୍ତି, ଏପରିକି କିଛି କ୍ଷଣ ପାଇଁ ମଧ୍ୟ ।
  • ଶ୍ରୀଲ ପ୍ରଭୁପାଦଙ୍କ ମୋୖଖିକ ନିର୍ଦ୍ଦେଶ ଏବଂ ତାଙ୍କ ପୁସ୍ତକଗୁଡ଼ିକ ସହିତ ପରାମର୍ଶ କରି ଆମେ ସ୍ପଷ୍ଟ ଏବଂ ଦୃଢ ଧାରଣା ପାଇଥାଉ ।
  • ଶ୍ରୀଲ ପ୍ରଭୁପାଦଙ୍କ ନିର୍ଦ୍ଦେଶକୁ ଅନୁସରଣ କରି ଆମେ ତାଙ୍କଠାରୁ ଅଲଗା (ବିଚ୍ଛିନ୍ନ) ଅନୁଭବ କରିବୁ ନାହିଁ ।
  • ଶ୍ରୀଲ ପ୍ରଭୁପାଦ ଆଶା କରନ୍ତି ଯେ ତାଙ୍କ ସମସ୍ତ ଅନୁଗାମୀମାନେ ତାଙ୍କ ଅଧିକାର ପ୍ରାପ୍ତ ଶିକ୍ଷା-ଶିଷ୍ୟ ହେବା ପାଇଁ ଏହି ନିର୍ଦ୍ଦେଶଗୁଡିକ ପାଳନ କରିବେ ।

କୃଷ୍ଣଙ୍କ ବାର୍ତ୍ତା ବିସ୍ତାର କରିବାକୁ ଗଣମାଧ୍ୟମର ବ୍ୟବହାର

  • ତେଣୁ ପ୍ରେସ୍ ଏବଂ ଅନ୍ୟାନ୍ୟ ଆଧୁନିକ ଗଣମାଧ୍ୟମ ମାଧ୍ୟମରେ ମୋର ପୁସ୍ତକ ବଣ୍ଟନ ପାଇଁ ତୁମର ସଂଗଠନ ସହିତ ଆଗକୁ ବଢ ଏବଂ କୃଷ୍ଣ ନିଶ୍ଚିତ ଭାବରେ ତୁମ ଉପରେ ସନ୍ତୁଷ୍ଟ ହେବେ । କୃଷ୍ଣଙ୍କ ବିଷୟରେ କହିବା ପାଇଁ ଆମେ ସବୁକିଛି ବ୍ୟବହାର କରିପାରିବା - ଟେଲିଭିଜନ୍, ରେଡିଓ, ଚଳଚ୍ଚିତ୍ର କିମ୍ବା ଯାହା ବି ହୋଇପାରେ - କୃଷ୍ଣଙ୍କ ବିଷୟରେ କହିବାକୁ । – ଭଗବାନ ଦାସଙ୍କୁ (GBC) ଶ୍ରୀଲ ପ୍ରଭୁପାଦଙ୍କ ଚିଠି, 24 ନଭେମ୍ବର 1970



  • ତୁମର ଟିଭି ଏବଂ ରେଡିଓ ପ୍ରୋଗ୍ରାମର ଅତୁଳନୀୟ ସଫଳତାର ରିପୋର୍ଟ ମୋତେ ବହୁତ ଉତ୍ସାହିତ କଲା । ଉପଲବ୍ଧ ଥିବା ସମସ୍ତ ଗଣମାଧ୍ୟମ ବ୍ୟବହାର କରି ଯଥାସମ୍ଭବ ଆମର ପ୍ରଚାର କାର୍ଯ୍ୟକ୍ରମ ବୃଦ୍ଧି କରିବାକୁ ଚେଷ୍ଟା କର। ଆମେ ଆଧୁନିକ ଦିନର ବୈଷ୍ଣବ ଅଟୁ ଏବଂ ଉପଲବ୍ଧ ସମସ୍ତ ଉପାୟକୁ ବ୍ୟବହାର କରି ଆମକୁ ଜୋରଦାର ପ୍ରଚାର କରିବାକୁ ପଡିବ। – ରୂପନୁଗା ଦାସଙ୍କୁ (GBC) ଶ୍ରୀଲ ପ୍ରଭୁପାଦଙ୍କ ଚିଠି, 30 ଡିସେମ୍ବର 1971


  • ଯଦି ତୁମେ ସବୁକିଛି ବ୍ୟବସ୍ଥା କରିବାରେ ସକ୍ଷମ, ଯାହାଫଳରେ ମୁଁ କେବଳ ମୋ ରୁମରେ ବସି ବିଶ୍ୱକୁ ଦେଖାଯିବି ଏବଂ ବିଶ୍ୱ ସହିତ କଥା ହୋଇ ପାରିବି, ତେବେ ମୁଁ ଲସ୍ ଆଞ୍ଜେଲସ୍ ଛାଡିବି ନାହିଁ | ତାହା ତୁମର L.A ମନ୍ଦିରର ସିଦ୍ଧତା ହେବ | ଆମର କୃଷ୍ଣ ଚେତନା କାର୍ଯ୍ୟକ୍ରମ ତୁମ ଦେଶର ଗଣମଧ୍ୟମରେ ବନ୍ୟା କରିବାକୁ ତୁମର ପ୍ରସ୍ତାବ ରେ ମୁଁ ଅତ୍ୟଧିକ ଉତ୍ସାହିତ, ଏବଂ ଦେଖୁଛି ଯେ ଏହା ତୁମ ହାତରେ ରୂପ ନେଉଛି, ତେଣୁ ମୁଁ ଅଧିକ ଖୁସି ଅଟେ। - ସିଦ୍ଧେଶ୍ୱର ଦାସ ଏବଂ କୃଷ୍ଣକାନ୍ତି ଦାସଙ୍କୁ ଶ୍ରୀଲ ପ୍ରଭୁପାଦଙ୍କ ଚିଠି, 16 ଫେବୃଆରୀ 1972



  • ଶ୍ରୀଲ ପ୍ରଭୁପାଦଙ୍କ ସମସ୍ତ ଶିକ୍ଷା ଏବଂ ନିର୍ଦ୍ଦେଶଗୁଡ଼ିକର ବିଷୟବସ୍ତୁକୁ ନିୟମିତ ଭାବରେ ସଂଗ୍ରହ କରି ବିଶ୍ଵକୋଷ ସଂକଳନ କରିବା ତୁମ ପ୍ରସ୍ତାବ ଶୁଣି କୃଷ୍ଣ କୃପମୂର୍ତ୍ତି ଅତ୍ୟନ୍ତ ଆନନ୍ଦିତ ।

– ସୁଭାନନ୍ଦ ଦାସଙ୍କୁ ଶ୍ରୀଲ ପ୍ରଭୁପାଦଙ୍କ ସଚିବଙ୍କ ଚିଠି, 7 June 1977


ମନ୍ତବ୍ୟ

ଶ୍ରୀଲ ପ୍ରଭୁପାଦ ତାଙ୍କ ଗୁରୁ ମହାରାଜଙ୍କ ପଦାଙ୍କ ଅନୁସରଣ କରି କୃଷ୍ଣଙ୍କ ସେବା ପାଇଁ ସବୁକିଛି ଜଡିତ କରିବାର କଳା ଜାଣିଥିଲେ।

  • ଶ୍ରୀଲ ପ୍ରଭୁପାଦ ବିଶ୍ୱକୁ ଦେଖିବା ଏବଂ ବିଶ୍ୱ ସହିତ କଥା ହେବାକୁ ଚାହାଁନ୍ତି ।
  • ଆମର କୃଷ୍ଣ ଚେତନା କାର୍ଯ୍ୟକ୍ରମରେ ଗଣମାଧ୍ୟମକୁ ବନ୍ୟା କରିବାକୁ ଶ୍ରୀଲ ପ୍ରଭୁପାଦ ଇଚ୍ଛା କରନ୍ତି ।
  • ଶ୍ରୀଲ ପ୍ରଭୁପାଦ ଚାହୁଁଛନ୍ତି ଯେ ତାଙ୍କ ପୁସ୍ତକ ପ୍ରେସ ଏବଂ ଅନ୍ୟାନ୍ୟ ଆଧୁନିକ ଗଣମାଧ୍ୟମ ମାଧ୍ୟମରେ ବଣ୍ଟନ କରାଯାଉ।
  • ଶ୍ରୀଲ ପ୍ରଭୁପାଦ ତାଙ୍କ ଶିକ୍ଷାର ପ୍ରତେକ ବିଷୟର ବିଶ୍ଵକୋଷ ପାଇଁ ଯୋଜନା ବିଷୟରେ ଶୁଣି ଖୁସି ହେଲେ ।
  • ଶ୍ରୀଲ ପ୍ରଭୁପାଦ କହିଛନ୍ତି ଯେ ଉପଲବ୍ଧ ସମସ୍ତ ଗଣମାଧ୍ୟମ ବ୍ୟବହାର କରି ଆମର ପ୍ରଚାର କାର୍ଯ୍ୟକ୍ରମ ବୃଦ୍ଧି କରିବା ଉଚିତ୍।
  • ଶ୍ରୀଲ ପ୍ରଭୁପାଦ କହିଛନ୍ତି ଯେ ଆମେ ଆଧୁନିକ ବୈଷ୍ଣବ ଅଟୁ ଏବଂ ଉପଲବ୍ଧ ସମସ୍ତ ଉପାୟ ବ୍ୟବହାର କରି ଆମକୁ ଜୋରଦାର ପ୍ରଚାର କରିବାକୁ ପଡିବ।
  • ଶ୍ରୀଲ ପ୍ରଭୁପାଦ କହିଛନ୍ତି ଯେ ଆମେ ସବୁକିଛି ବ୍ୟବହାର କରିପାରିବା - ଟେଲିଭିଜନ୍, ରେଡିଓ, ଚଳଚ୍ଚିତ୍ର କିମ୍ବା ଯାହା ବି ହୋଇପାରେ - କୃଷ୍ଣଙ୍କ ବିଷୟରେ କହିବାକୁ ।
  • ଶ୍ରୀଲ ପ୍ରଭୁପାଦ କହିଛନ୍ତି ଯେ ଆମର କୃଷ୍ଣ ଚେତନା ଆନ୍ଦୋଳନ ବିସ୍ତାର କରିବାରେ ଗଣମାଧ୍ୟମ ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ହୋଇପାରେ।


ଆଧୁନିକ-ଗଣମାଧ୍ୟମ, ଆଧୁନିକ ସୁଯୋଗ

1970 ଦଶକରେ ଶ୍ରୀଲ ପ୍ରଭୁପାଦଙ୍କ ପାଇଁ ଆଧୁନିକ ଗଣମାଧ୍ୟମ ଶବ୍ଦର ଅର୍ଥ ପ୍ରିଣ୍ଟିଂ ପ୍ରେସ, ରେଡିଓ, ଟିଭି ଏବଂ ଚଳଚ୍ଚିତ୍ରର । ତାଙ୍କ ବିୟୋଗ ପରଠାରୁ, ଗଣମାଧ୍ୟମର ଦୃଶ୍ୟ ନାଟକୀୟ ଭାବରେ ରୂପାନ୍ତରିତ ହୋଇଛି, ଆଣ୍ଡ୍ରଏଡ୍ ଫୋନ୍, କ୍ଲାଉଡ୍ କମ୍ପ୍ୟୁଟିଂ ଏବଂ ଷ୍ଟୋରେଜ୍, ଇ-ବୁକ୍ ପାଠକ, ଇ-ବାଣିଜ୍ୟ, ଇଣ୍ଟରାକ୍ଟିଭ୍ ଟିଭି ଏବଂ ଖେଳ, ଅନଲାଇନ୍ ପ୍ରକାଶନ, ପୋଡକାଷ୍ଟ ଏବଂ RSS ଫିଡ୍, ସୋସିଆଲ୍ ନେଟୱାର୍କିଂ ସାଇଟ୍, ଷ୍ଟ୍ରିମିଂ ମିଡିଆ ସେବା, ଟଚ୍-ସ୍କ୍ରିନ୍ ଟେକ୍ନୋଲୋଜି, ୱେବ୍ ଆଧାରିତ ଯୋଗାଯୋଗ ଏବଂ ବିତରଣ ସେବା ଏବଂ ବେତାର ପ୍ରଯୁକ୍ତିବିଦ୍ୟା ଅନ୍ତର୍ଭୁକ୍ତ ।

ଶ୍ରୀଲ ପ୍ରଭୁପାଦଙ୍କ ଉଦାହରଣ ଅନୁଯାୟୀ ଆମେ 2007 ମସିହାରୁ ଶ୍ରୀଲ ପ୍ରଭୁପାଦଙ୍କ ବାଣୀ ସଂକଳନ, ସୂଚକାଙ୍କ, ବର୍ଗୀକରଣ ଏବଂ ବିତରଣ ପାଇଁ ଆଧୁନିକ ଗଣମାଧ୍ୟମ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରୁଛୁ।

  • ବାଣୀପେଡିଆର ଉଦ୍ଦେଶ୍ୟ ହେଉଛି ଶ୍ରୀଲ ପ୍ରଭୁପାଦଙ୍କ ଶିକ୍ଷାର ଦୃଶ୍ୟମାନତା ଏବଂ ଉପଲବ୍ଧତା ୱେବରେ ଏକ ମାଗଣା, ପ୍ରାମାଣିକ, ଏକ-ଷ୍ଟପ୍ ଉତ୍ସ ପ୍ରଦାନ କରି ବୃଦ୍ଧି କରିବା ।
• ଇସ୍କନ ପ୍ରଚାରକ ।
• ଇସ୍କନ ନେତା ଏବଂ ପରିଚାଳକ ।
• ଭକ୍ତି ପାଠ୍ୟକ୍ରମ ଅଧ୍ୟୟନ କରୁଥିବା ଭକ୍ତମାନେ ।
• ଭକ୍ତମାନେ ସେମାନଙ୍କର ଜ୍ଞାନକୁ ଗଭୀର କରିବାକୁ ଚାହୁଁଛନ୍ତି ।
• ଆନ୍ତର - ବିଶ୍ୱାସ ସଂଳାପରେ ଜଡିତ ଭକ୍ତମାନେ ।
• ପାଠ୍ୟକ୍ରମ ବିକାଶକାରୀ ।
• ଭକ୍ତମାନେ ଶ୍ରୀଲ ପ୍ରଭୁପାଦଙ୍କଠାରୁ ଅଲଗା ହେବା ଅନୁଭବ କରୁଛନ୍ତି ।
• କାର୍ଯ୍ୟନିର୍ବାହୀ ନେତାମାନେ ।
• ପଣ୍ଡିତ ଗଣ ।
• ଧାର୍ମିକ ଶିକ୍ଷାର ଶିକ୍ଷକ ଏବଂ ଛାତ୍ରମାନେ ।
• ଲେଖକମାନେ ।
• ଆଧ୍ୟାତ୍ମିକତାର ସନ୍ଧାନକାରୀ ।
• ସାମ୍ପ୍ରତିକ ସାମାଜିକ ସମସ୍ୟା ବିଷୟରେ ଚିନ୍ତିତ ବ୍ୟକ୍ତି ।
• ଐତିହାସିକମାନେ ।

ମନ୍ତବ୍ୟ

ଆଜି ମଧ୍ୟ ବିଶ୍ୱରେ ଶ୍ରୀଲ ପ୍ରଭୁପାଦଙ୍କ ଶିକ୍ଷାକୁ ସୁଗମ ତଥା ପ୍ରତିଷ୍ଠିତ କରିବା ପାଇଁ ଆହୁରି ଅନେକ କିଛି କରିବାକୁ ବାକି ଅଛି। ସହଯୋଗୀ ୱେବ୍ ଟେକ୍ନୋଲୋଜି ଆମକୁ ଆମର ପୂର୍ବ ସଫଳତା ଅତିକ୍ରମ କରିବାକୁ ଆମକୁ ସୁଯୋଗ ପ୍ରଦାନ କରେ ।

ବାଣୀସେବା - ଶ୍ରୀଲ ପ୍ରଭୁପାଦଙ୍କ ବାଣୀ ସେବା କରିବାର ପବିତ୍ର କାର୍ଯ୍ୟ

ଶ୍ରୀଲ ପ୍ରଭୁପାଦ ୧୪ ନଭେମ୍ବର, ୧୯୭୭ ରେ କହିବା ବନ୍ଦ କରିଦେଲେ, କିନ୍ତୁ ସେ ଆମକୁ ଦେଇଥିବା ବାଣୀ ସର୍ବଦା ସତେଜ ଅଛି । ତଥାପି, ଏହି ଶିକ୍ଷାଗୁଡ଼ିକ ଏପର୍ଯ୍ୟନ୍ତ ସେମାନଙ୍କର ସ୍ଥିର ଅବସ୍ଥାରେ ନାହିଁ କିମ୍ବା ସେ ସବୁ ତାଙ୍କ ଭକ୍ତଙ୍କ ନିକଟରେ ସହଜରେ ଉପଲବ୍ଧ ନୁହଁନ୍ତି । ଶ୍ରୀଲ ପ୍ରଭୁପାଦଙ୍କ ଅନୁଗାମୀମାନେ ତାଙ୍କର ବାଣୀ ସଂରକ୍ଷଣ ଏବଂ ସମସ୍ତଙ୍କୁ ବାଣ୍ଟିବା ଏକ ପବିତ୍ର କର୍ତ୍ତବ୍ୟ । ତେଣୁ ଆମେ ଆପଣଙ୍କୁ ଏହି ବାଣୀସେବା କରିବାକୁ ନିମନ୍ତ୍ରଣ କରୁଛୁ ।

ସର୍ବଦା ମନେରଖ ଯେ ତୁମେ ମୋର ଅଳ୍ପ ସଂଖ୍ୟକ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଯାହାକୁ ମୁଁ ସାରା ବିଶ୍ୱରେ ମୋର କାର୍ଯ୍ୟ ଜାରି ରଖିବାକୁ ନିଯୁକ୍ତ କରିଛି ଏବଂ ତୁମ ପୂର୍ବରୁ ତୁମର ମିଶନ ବହୁତ ବଡ । ତେଣୁ, ମୁଁ ଯାହା କରୁଛି ତାହା କରି ଏହି ମିଶନ ପୂରଣ କରିବା ପାଇଁ ତୁମକୁ ଶକ୍ତି ଦେବା ପାଇଁ ସର୍ବଦା କୃଷ୍ଣଙ୍କୁ ପ୍ରାର୍ଥନା କର । ମୋର ପ୍ରଥମ କାର୍ଯ୍ୟ ହେଉଛି ଭକ୍ତମାନଙ୍କୁ ଉପଯୁକ୍ତ ଜ୍ଞାନ ଦେବା ଏବଂ ସେମାନଙ୍କୁ ଭକ୍ତି ସେବାରେ ନିୟୋଜିତ କରିବା, ଯାହାଦ୍ୱାରା ତୁମ ମାନଙ୍କ ପାଇଁ ଅତ୍ୟନ୍ତ କଷ୍ଟସାଧ୍ୟ ହେବନାହିଁ, ମୁଁ ଆପଣଙ୍କୁ ସବୁକିଛି ଦେଇଛି, ତେଣୁ ପୁସ୍ତକଗୁଡ଼ିକରୁ ପଢ଼ନ୍ତୁ ଏବଂ କୁହନ୍ତୁ ଏବଂ ଅନେକ ନୂତନ ଆଲୋକ ବାହାରକୁ ଆସିବ । ଆମ ପାଖରେ ଏତେଗୁଡ଼ିଏ ପୁସ୍ତକ ଅଛି, ତେଣୁ ଯଦି ଆମେ ଆଗାମୀ 1000 ବର୍ଷ ପର୍ଯ୍ୟନ୍ତ ସେମାନଙ୍କଠାରୁ ପ୍ରଚାର କରିବାକୁ ଯାଉଛୁ, ସେଠାରେ ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍ ଅଛି। – ସତସରୁପା ଦାସ (ଜିବିସି)ଙ୍କୁ ଶ୍ରୀଲ ପ୍ରଭୁପାଦ ଚିଠି, ୧୬ ଜୁନ୍ ୧୯୭୨

୧୯୭୨ ମସିହା ଜୁନ୍ ମାସରେ ଶ୍ରୀଲ ପ୍ରଭୁପାଦ କହିଥିଲେ ଯେ "ଆମ ପାଖରେ ଏତେଗୁଡ଼ିଏ ପୁସ୍ତକ ଅଛି" ଯେ "ଆଗାମୀ 1000 ବର୍ଷ" ପର୍ଯ୍ୟନ୍ତ ପ୍ରଚାର କରିବାକୁ ଆମର "ଯଥେଷ୍ଟ ଷ୍ଟକ୍" ଅଛି । ସେତେବେଳେ କେବଳ 10 ଟି ଶୀର୍ଷକ ଛପା ଯାଇଥିଲା, ତେଣୁ ଜୁଲାଇ ୧୯୭୨ ରୁ ନଭେମ୍ବର ୧୯୭୭ ପର୍ଯ୍ୟନ୍ତ ଶ୍ରୀଲ ପ୍ରଭୁପାଦଙ୍କ ପ୍ରକାଶିତ ସମସ୍ତ ଅତିରିକ୍ତ ପୁସ୍ତକ ସହିତ ବର୍ଷର ଷ୍ଟକ୍ ସଂଖ୍ୟା ସହଜରେ 5000 କୁ ବୃଦ୍ଧି ହୋଇପାରିବ। ଯଦି ଆମେ ଏଥିରେ ତାଙ୍କର ମୋୖଖିକ ନିର୍ଦ୍ଦେଶ ଏବଂ ଅକ୍ଷର ଯୋଡିବା, ତେବେ ଷ୍ଟକ୍ 10,000 ବର୍ଷ ପର୍ଯ୍ୟନ୍ତ ବିସ୍ତାର ହୁଏ । ଆମକୁ ଏହି ସମସ୍ତ ଶିକ୍ଷାକୁ ଉପଲବ୍ଧ ଏବଂ ସଠିକ୍ ଭାବରେ ବୁଝିବା ପାଇଁ ବିଶେଷ ଭାବରେ ପ୍ରସ୍ତୁତ କରିବାକୁ ପଡିବ ଯାହା ଦ୍ଵାରା ସେଗୁଡିକ ଏହି ସମଗ୍ର ସମୟ ପାଇଁ "ପ୍ରଚାର" ହୋଇପାରିବ ।

ଏଥିରେ କୌଣସି ସନ୍ଦେହ ନାହିଁ ଯେ ଶ୍ରୀଲ ପ୍ରଭୁପାଦଙ୍କର ଚୈତନ୍ୟ ମହାପ୍ରଭୂଙ୍କ ବାର୍ତ୍ତା ପ୍ରଚାର କରିବାକୁ ନିରନ୍ତର ଉତ୍ସାହ ଏବଂ ସଂକଳ୍ପ ରହିଛି। ତାଙ୍କର ବପୁ ଆମକୁ ଛାଡି ଚାଲିଯାଇଛି ଏଥିରେ କିଛି ଫରକ ପଡ଼ିବ ନାହିଁ । ସେ ତାଙ୍କ ଶିକ୍ଷାରେ ରହିଛନ୍ତି ଏବଂ ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ସେ ବର୍ତ୍ତମାନ ଶାରୀରିକ ଭାବରେ ଉପସ୍ଥିତ ଥିବା ଅପେକ୍ଷା ଅଧିକ ବ୍ୟାପକ ଭାବରେ ପ୍ରଚାର କରିପାରିବେ। ଭଗବାନ ଚୈତନ୍ୟଙ୍କ ଦୟା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳତା ସହିତ, ଆସନ୍ତୁ ଶ୍ରୀଲ ପ୍ରଭୁପାଦଙ୍କ ବାଣୀ ମିଶନକୁ ଗ୍ରହଣ କରିବା ଏବଂ ପୂର୍ବ ଅପେକ୍ଷା ଅଧିକ ସଂକଳ୍ପବଦ୍ଧ ଭାବରେ 10,000 ବର୍ଷ ପ୍ରଚାର ପାଇଁ ବିଶେଷ ଭାବରେ ତାଙ୍କ ବାଣୀ ପ୍ରସ୍ତୁତ କରିବା।


ଗତ ଦଶ ବର୍ଷ ମଧ୍ୟରେ ମୁଁ ଢାଞ୍ଚା ଦେଇଛି ଏବଂ ବର୍ତ୍ତମାନ ଆମେ ବ୍ରିଟିଶ ସାମ୍ରାଜ୍ୟଠାରୁ ଅଧିକ ହୋଇଛୁ । ବ୍ରିଟିଶ ସାମ୍ରାଜ୍ୟ ମଧ୍ୟ ଆମ ପରି ସେତେ ବିସ୍ତାର ନଥିଲା। ସେମାନଙ୍କର କେବଳ ଦୁନିଆର ଏକ ଅଂଶ ଥିଲା, ଏବଂ ଆମେ ବିସ୍ତାର କରିବା ସରି ନାହିଁ । ଆମକୁ ଅଧିକରୁ ଅଧିକ ଅସୀମିତ ଭାବରେ ବିସ୍ତାର କରିବାକୁ ପଡିବ । କିନ୍ତୁ ମୁଁ ବର୍ତ୍ତମାନ ଆପଣଙ୍କୁ ମନେ ପକାଇଦେବି ଯେ ମୋତେ ଶ୍ରୀମଦ୍-ଭଗବତମ୍ ର ଅନୁବାଦ ସଂପୂର୍ଣ୍ଣ କରିବାକୁ ପଡିବ । ଏହା ହେଉଛି ସବୁଠାରୁ ବଡ ଅବଦାନ; ଆମର ପୁସ୍ତକ ଆମକୁ ଏକ ସମ୍ମାନଜନକ ସ୍ଥାନ ଦେଇଛି । ଏହି ଚର୍ଚ୍ଚ କିମ୍ବା ମନ୍ଦିର ପୂଜା ଉପରେ ଲୋକମାନଙ୍କର ବିଶ୍ୱାସ ନାହିଁ । ସେହି ଦିନ ଗଲାଣି । ଅବଶ୍ୟ, ଆମ ଆତ୍ମାକୁ ଉଚ୍ଚ ରଖିବା ଆବଶ୍ୟକ ଥିବାରୁ ଆମକୁ ମନ୍ଦିରଗୁଡ଼ିକର ରକ୍ଷଣାବେକ୍ଷଣ କରିବାକୁ ପଡିବ । କେବଳ ବୌଦ୍ଧିକତା କାମ କରିବ ନାହିଁ, ସେଠାରେ ବ୍ୟବହାରିକ ଶୁଦ୍ଧତା ରହିବା ଆବଶ୍ୟକ । "

ତେଣୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ମୋତେ ଅଧିକରୁ ଅଧିକ ପରିଚାଳନା ଦାୟିତ୍ଵରୁ ମୁକ୍ତ କରନ୍ତୁ ଯାହା ଦ୍ଵାରା ମୁଁ ଶ୍ରୀମଦ୍-ଭଗବତ ଅନୁବାଦ ସଂପୂର୍ଣ୍ଣ କରିପାରିବି। ଯଦି ମୋତେ ସବୁବେଳେ ପରିଚାଳନା କରିବାକୁ ପଡିବ, ତେବେ ମୁଁ ବହିଗୁଡ଼ିକ ଉପରେ ମୋର କାମ କରିପାରିବି ନାହିଁ । ଏହା ଏକ ଦଲିଲ, ମୋତେ ପ୍ରତ୍ୟେକ ଶବ୍ଦକୁ ଅତି ଚତୁରତାର ସହ ବାଛିବାକୁ ପଡିବ ଏବଂ ଯଦି ମୋତେ ପରିଚାଳନା ବିଷୟରେ ଚିନ୍ତା କରିବାକୁ ପଡିବ ତେବେ ମୁଁ ଏହା କରିପାରିବି ନାହିଁ । ମୁଁ ଏହି ଦୁଷ୍ଟମାନଙ୍କ ପରି ହୋଇପାରିବି ନାହିଁ, ଯେଉଁମାନେ ଜନସାଧାରଣଙ୍କୁ ପ୍ରତାରଣା କରିବା ପାଇଁ କିଛି ମାନସିକ ସ୍ତରରେ ଉପସ୍ଥାପନ କରନ୍ତି । ତେଣୁ ମୋର ନିଯୁକ୍ତ ସହାୟକ, ଜିବିସି, ମନ୍ଦିର ସଭାପତି, ଏବଂ ସନ୍ନ୍ୟାସୀଙ୍କ ସହଯୋଗ ବିନା ଏହି କାର୍ଯ୍ୟ ସମାପ୍ତ ହେବ ନାହିଁ । ମୁଁ ମୋର ଶ୍ରେଷ୍ଠ ବ୍ୟକ୍ତିମାନଙ୍କୁ ଜିବିସି ହେବାକୁ ମନୋନୀତ କରିଛି ଏବଂ ମୁଁ ଚାହେଁ ନାହିଁ ଯେ ଜିବିସି ମନ୍ଦିର ସଭାପତିଙ୍କ ପ୍ରତି ଅସମ୍ମାନ ହେବା ଉଚିତ୍। ଆପଣ ସ୍ଵଭାବିକ ଭାବରେ ମୋ ସହିତ ପରାମର୍ଶ କରିପାରିବେ, କିନ୍ତୁ ଯଦି ମୋୖଳିକ ନୀତି ଦୁର୍ବଳ, ତେବେ ଜିନିଷଗୁଡିକ କିପରି ଚାଲିବ? ତେଣୁ ଦୟାକରି ମୋତେ ପରିଚାଳନାରେ ସାହାଯ୍ୟ କରନ୍ତୁ ଯାହା ଦ୍ଵାରା ମୁଁ ଶ୍ରୀମଦ୍-ଭଗବତମ୍ ସମାପ୍ତ କରିବାକୁ ମୁକ୍ତ ହୋଇପାରିବି ଯାହା ବିଶ୍ୱ ପାଇଁ ଆମର ଚିରସ୍ଥାୟୀ ଅବଦାନ ହେବ। '– ସମସ୍ତ ପ୍ରଶାସକ କମିଶନରଙ୍କୁ ଶ୍ରୀଲ ପ୍ରଭୁପାଦ ଚିଠି, ୧୯ ମଇ ୧୯୭୬'

ଏଠାରେ ଶ୍ରୀଲ ପ୍ରଭୁପାଦ କହିଛନ୍ତି ଯେ "ମୋର ନିଯୁକ୍ତ ସହାୟକଙ୍କ ସହଯୋଗ ବିନା ଏହି କାର୍ଯ୍ୟ ସମାପ୍ତ ହେବ ନାହିଁ" ଯାହା ତାଙ୍କୁ "ବିଶ୍ୱରେ ଆମର ଚିରସ୍ଥାୟୀ ଅବଦାନ" ରେ ସାହାଯ୍ୟ କରିବ। ଏହା ଶ୍ରୀଲ ପ୍ରଭୁପାଦଙ୍କ ପୁସ୍ତକ ଯାହା "ଆମକୁ ଏକ ସମ୍ମାନଜନକ ପଦ ପ୍ରଦାନ କରିଛି" ଏବଂ ସେଗୁଡିକ "ଦୁନିଆ ପାଇଁ ସବୁଠାରୁ ବଡ ଅବଦାନ" ।

ବର୍ଷ ବର୍ଷ ଧରି, ବିବିଟି ଭକ୍ତ, ପୁସ୍ତକ ବିତରକ, ପ୍ରଚାରକ ଯେଉଁମାନେ ଶ୍ରୀଲ ପ୍ରଭୁପାଦଙ୍କ କଥାକୁ ଦୃଢ ଭାବରେ ଧରି ରଖିଛନ୍ତି ଏବଂ ଅନ୍ୟ ଭକ୍ତମାନେ ତାଙ୍କର ବାଣୀ ବଣ୍ଟନ ଏବଂ ସଂରକ୍ଷଣ ପାଇଁ ଉତ୍ସର୍ଗୀକୃତ ହୋଇସାରିଛନ୍ତି। କିନ୍ତୁ ଆହୁରି ଅନେକ କିଛି କରିବାର ଅଛି । ବୃହତ-ବୃହତ-ବୃହତ ମୃଦଙ୍ଗ (ୱାର୍ଲ୍ଡ ୱାଇଡ୍ ୱେବ୍) ର ଟେକ୍ନୋଲୋଜି ମାଧ୍ୟମରେ ମିଳିତ ଭାବରେ କାର୍ଯ୍ୟ କରି ଆମକୁ ବର୍ତ୍ତମାନ ଖୁବ୍ କମ୍ ସମୟ ମଧ୍ୟରେ ଶ୍ରୀଲ ପ୍ରଭୁପାଦଙ୍କ ବାଣୀର ଏକ ଅନନ୍ୟ ପ୍ରଦର୍ଶନ ସୃଷ୍ଟି କରିବାର ଏକ ସୁଯୋଗ ଅଛି । ଆମର ପ୍ରସ୍ତାବ ହେଉଛି ବାଣୀସେବାରେ ଏକାଠି ହେବା ଏବଂ ନଭେମ୍ବର 4, 2027 ସୁଦ୍ଧା ଏକ ବାଣୀ-ମନ୍ଦିର ନିର୍ମାଣ କରିବା, ସେହି ସମୟରେ ଆମେ ସମସ୍ତେ 50ତମ ତିରୋଭାବ ବାର୍ଷିକୀ ପାଳନ କରିବୁ | ପୃଥକ ଭାବରେ ଶ୍ରୀଲ ପ୍ରଭୁପାଦଙ୍କ ସେବା କରିବାର 50 ବର୍ଷ | ଏହା ଶ୍ରୀଲ ପ୍ରଭୁପାଦଙ୍କ ପାଇଁ ପ୍ରେମର ଏକ ଅତ୍ୟନ୍ତ ଉପଯୁକ୍ତ ଏବଂ ସୁନ୍ଦର ଉପହାର ଏବଂ ତାଙ୍କ ଭକ୍ତଙ୍କ ଭବିଷ୍ୟତ ପିଢ଼ି ପାଇଁ ଏକ ଗୌରବମୟ ଉପହାର ହେବ ।


ମୁଁ ଖୁସି ଯେ ତୁମେ ତୁମର ପ୍ରିଣ୍ଟିଂ ପ୍ରେସର ନାମ ରାଧା ପ୍ରେସ୍ ରଖିଛ । ଏହା ଅତ୍ୟନ୍ତ ସନ୍ତୋଷଜନକ ଅଟେ । ଜର୍ମାନ ଭାଷାରେ ଆମର ସମସ୍ତ ପୁସ୍ତକ ଏବଂ ସାହିତ୍ୟ ପ୍ରକାଶନରେ ତୁମର ରାଧା ପ୍ରେସ୍ ସମୃଦ୍ଧ ହେଉ । ଏହା ବହୁତ ସୁନ୍ଦର ନାମ । ରାଧାରାଣୀ କୃଷ୍ଣଙ୍କର ସର୍ବୋତ୍ତମ, ସର୍ବୋଚ୍ଚ ସେବାକର୍ତ୍ତା ଏବଂ କୃଷ୍ଣଙ୍କ ସେବା ପାଇଁ ବର୍ତ୍ତମାନର ମୁଦ୍ରଣ ମେସିନ୍ ହେଉଛି ସବୁଠାରୁ ବଡ଼ ମାଧ୍ୟମ । ତେଣୁ ଏହା ପ୍ରକୃତରେ ଶ୍ରୀମତି ରାଧରାନୀଙ୍କ ପ୍ରତିନିଧୀ । ମୁଁ ଏହି ଧାରଣାକୁ ବହୁତ ପସନ୍ଦ କରେ। – ଜୟ ଗୋବିନ୍ଦ ଦାସଙ୍କୁ (ପୁସ୍ତକ ଉତ୍ପାଦନ ପରିଚାଳକ) ଶ୍ରୀଲ ପ୍ରଭୁପାଦଙ୍କ ଚିଠି, 4 ଜୁଲାଇ 1969

ବିଂଶ ଶତାବ୍ଦୀର ଉନ୍ନତ ଭାଗ ପାଇଁ, ପ୍ରିଣ୍ଟିଂ ପ୍ରେସ୍ ଏତେ ସଂଖ୍ୟକ ଲୋକଙ୍କ ସଫଳ ପ୍ରଚାର ପାଇଁ ଉପକରଣ ଯୋଗାଇଲା । ଶ୍ରୀଲ ପ୍ରଭୁପାଦ ପ୍ରକାଶ କରିଛନ୍ତି ଯେ କମ୍ୟୁନିଷ୍ଟମାନେ କିପରି ସୁଚାରୁ ରୂପେ ଭାରତରେ ସେମାନଙ୍କର ପ୍ରଭାବ ପୁସ୍ତିକା ଏବଂ ପୁସ୍ତକ ବଣ୍ଟନ ମାଧ୍ୟମରେ ବିସ୍ତାର କରିଥିଲେ । ଶ୍ରୀଲ ପ୍ରଭୁପାଦ ଏହି ଉଦାହରଣକୁ ବ୍ୟବହାର କରି କୃଷ୍ଣ ଚେତନା ପାଇଁ ଏକ ବୃହତ ପ୍ରଚାର କାର୍ଯ୍ୟକ୍ରମ କରିବାକୁ ଚାହୁଁଥିବା ପ୍ରକାଶ କରିଥିଲେ।

ବର୍ତ୍ତମାନ, ଏକବିଂଶ ଶତାବ୍ଦୀରେ, ଶ୍ରୀଲ ପ୍ରଭୁପାଦଙ୍କ ବକ୍ତବ୍ୟ "କୃଷ୍ଣଙ୍କ ସେବା ପାଇଁ ବର୍ତ୍ତମାନର ସବୁଠାରୁ ବଡ ମାଧ୍ୟମ" ଇଣ୍ଟରନେଟ୍ ପ୍ରକାଶନ ଏବଂ ବିତରଣର ସୂକ୍ଷ୍ମ ତଥା ଅପୂର୍ବ ଶକ୍ତି ଉପରେ ପ୍ରୟୋଗ ହୋଇପାରିବ। ବାଣୀପିଡିଆରେ, ଆମେ ଏହି ଆଧୁନିକ ଜନ ବିତରଣ ପ୍ଲାଟଫର୍ମରେ ଉପଯୁକ୍ତ ପ୍ରତିନିଧିତ୍ୱ ପାଇଁ ଶ୍ରୀଲ ପ୍ରଭୁପାଦଙ୍କ ଶିକ୍ଷା ପ୍ରସ୍ତୁତ କରୁଛୁ । ଶ୍ରୀଲ ପ୍ରଭୁପାଦ କହିଛନ୍ତି ଯେ ଜର୍ମାନରେ ତାଙ୍କ ଭକ୍ତଙ୍କ ରାଧା ପ୍ରେସ୍ "ପ୍ରକୃତରେ ଶ୍ରୀମତି ରାଧରାନୀଙ୍କ ପ୍ରତିନିଧୀ"। ତେଣୁ ଆମେ ନିଶ୍ଚିତ ଯେ ସେ ବାଣୀପିଡିଆକୁ ଶ୍ରୀମତି ରାଧାରାଣୀଙ୍କ ପ୍ରତିନିଧୀ ଭାବରେ ବିବେଚନା କରିବେ।

ଇସ୍କନ ଭକ୍ତଙ୍କ ଦ୍ଵାରା ଅନେକ ସୁନ୍ଦର ବପୁ-ମନ୍ଦିର ନିର୍ମାଣ ହୋଇସାରିଛି - ଆସନ୍ତୁ ବର୍ତ୍ତମାନ ଅତି କମରେ ଗୋଟିଏ ଗୌରବମୟ ବାଣୀ-ମନ୍ଦିର ନିର୍ମାଣ କରିବା । ବପୁ-ମନ୍ଦିରଗୁଡ଼ିକ ଭଗବାନଙ୍କ ରୂପର ପବିତ୍ର ଦର୍ଶନ ପ୍ରଦାନ କରନ୍ତି ଏବଂ ଏକ ବାଣୀ-ମନ୍ଦିର ଶ୍ରୀଲ ପ୍ରଭୁପାଦଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା, ଭଗବାନ ଏବଂ ତାଙ୍କର ଶୁଦ୍ଧ ଭକ୍ତଙ୍କ ଶିକ୍ଷାକୁ ପବିତ୍ର ଦର୍ଶନ ପ୍ରଦାନ କରିବ। ଇସ୍କନ ଭକ୍ତଙ୍କ କାର୍ଯ୍ୟ ସ୍ୱାଭାବିକ ଭାବରେ ଅଧିକ ସଫଳ ହେବ ଯେତେବେଳେ ଶ୍ରୀଲ ପ୍ରଭୁପାଦଙ୍କ ଶିକ୍ଷା ସେମାନଙ୍କର ଉପଯୁକ୍ତ, ଉପାସନା ସ୍ଥିତିରେ ଥାଏ । ବର୍ତ୍ତମାନ ତାଙ୍କର ସମସ୍ତ "ନିଯୁକ୍ତ ସହାୟକ" ମାନଙ୍କ ପାଇଁ ତାଙ୍କ ବାଣୀ-ମନ୍ଦିର ନିର୍ମାଣର ବାଣୀ-ମିଶନକୁ ଗ୍ରହଣ କରିବା ଏବଂ ଏଥିରେ ଅଂଶଗ୍ରହଣ କରିବାକୁ ସମଗ୍ର ଆନ୍ଦୋଳନକୁ ପ୍ରେରଣା ଦେବା ପାଇଁ ଏକ ଅଦ୍ଭୁତ ସୁଯୋଗ ଅଛି ।

ଯେପରି ଶ୍ରୀଧାମ ମାୟାପୁରର ଗଙ୍ଗା କୂଳରୁ ଉଠୁଥିବା ବିଶାଳ ତଥା ସୁନ୍ଦର ବପୁ-ମନ୍ଦିର ଭଗବାନ ଚୈତନ୍ୟଙ୍କ ଦୟାକୁ ସମଗ୍ର ବିଶ୍ୱରେ ବିସ୍ତାର କରିବାରେ ସାହାଯ୍ୟ କରିବ, ସେହିପରି ଶ୍ରୀଲ ପ୍ରଭୁପାଦଙ୍କ ଶିକ୍ଷାର ଏକ ବାଣୀ-ମନ୍ଦିର ମଧ୍ୟ ତାଙ୍କର ଇସ୍କନ ମିଶନକୁ ଦୃଢ କରିପାରିବ, ସମଗ୍ର ବିଶ୍ୱରେ ବ୍ୟାପିବା ପାଇଁ ଏବଂ ଆଗାମୀ ହଜାର ହଜାର ବର୍ଷ ପାଇଁ ଶ୍ରୀଲ ପ୍ରଭୁପାଦଙ୍କ ପ୍ରାକୃତିକ ସ୍ଥିତି ପ୍ରତିଷ୍ଠା କରିବ ।

ବାଣୀସେବା - ସେବା କରିବାକୁ ବ୍ୟବହାରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ

  • ବାଣୀପିଡିଆ ସଂପୂର୍ଣ୍ଣ କରିବା ଅର୍ଥ ଶ୍ରୀଲ ପ୍ରଭୁପାଦଙ୍କ ଶିକ୍ଷା ଏପରି ଭାବରେ ଉପସ୍ଥାପିତ ହେବ ଯାହା କୌଣସି ଆଧ୍ୟାତ୍ମିକ ଶିକ୍ଷକଙ୍କ କାର୍ଯ୍ୟ ପାଇଁ କେହି କରିନାହାଁନ୍ତି। ଏହି ପବିତ୍ର ମିଶନରେ ଭାଗ ନେବାକୁ ଆମେ ସମସ୍ତଙ୍କୁ ନିମନ୍ତ୍ରଣ କରୁଛୁ । ମିଳିତ ଭାବରେ ଆମେ ଶ୍ରୀଲ ପ୍ରଭୁପାଦଙ୍କୁ କେବଳ ୱେବ୍ ମାଧ୍ୟମରେ ସମ୍ଭବ ପରିମାଣରେ ବିଶ୍ୱକୁ ଏକ ଅନନ୍ୟ ପ୍ରଦର୍ଶନ ଦେବୁ ।
  • ଆମର ଇଚ୍ଛା ହେଉଛି ବାଣୀପେଡିଆକୁ ଏକାଧିକ ଭାଷାରେ ଶ୍ରୀଲ ପ୍ରଭୁପାଦଙ୍କ ଶିକ୍ଷାର ନଂ 1 ସନ୍ଧର୍ଭ ବିଶ୍ଵକୋଷ କରିବା । ଏହା କେବଳ ଅନେକ ଭକ୍ତଙ୍କ ଆନ୍ତରିକ ପ୍ରତିବଦ୍ଧତା, ବଳିଦାନ ଏବଂ ସମର୍ଥନ ସହିତ ଘଟିବ । ଆଜି ପର୍ଯ୍ୟନ୍ତ, 1,220 ରୁ ଅଧିକ ଭକ୍ତ ବାଣୀସୋର୍ସ ଏବଂ ବାଣୀ-କୋଟସ୍ ଏବଂ 93 ଭାଷାରେ ଅନୁବାଦ ନିର୍ମାଣରେ ଅଂଶଗ୍ରହଣ କରିଛନ୍ତି । ବର୍ତ୍ତମାନ ବାଣୀ-କୋଟସ୍ ସଂପୂର୍ଣ୍ଣ କରିବା ଏବଂ ବାଣୀ-ପିଡିଆ ପ୍ରବନ୍ଧ, ବାଣୀ-ବହି, ବାଣୀ-ମିଡିଆ, ଏବଂ ବାଣୀ-ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମ ନିର୍ମାଣ କରିବା ପାଇଁ ଆମକୁ ନିମ୍ନଲିଖିତ କୌଶଳ ସହିତ ଭକ୍ତଙ୍କଠାରୁ ଅଧିକ ସମର୍ଥନ ଆବଶ୍ୟକ:
• ପ୍ରଶାସନ
• ସଂକଳନ
• ପାଠ୍ୟକ୍ରମ ବିକାଶ
• ଡିଜାଇନ୍ ଏବଂ ଲେଆଉଟ୍
• ଅର୍ଥ
• ପରିଚାଳନା
• ପଦୋନ୍ନତି
• ଅନୁସନ୍ଧାନ
• ସର୍ଭର ରକ୍ଷଣାବେକ୍ଷଣ
• ସାଇଟ୍ ବିକାଶ
• ସଫ୍ଟୱେର୍ ପ୍ରୋଗ୍ରାମିଂ
• ଶିକ୍ଷାଦାନ
• ଯାନ୍ତ୍ରିକ ସମ୍ପାଦନା
• ତାଲିମ
• ଅନୁବାଦ
• ଲେଖିବା
  • ବାଣୀ-ସେବକ ମାନେ ସେମାନଙ୍କ ଘର, ମନ୍ଦିର, ଏବଂ କାର୍ଯ୍ୟାଳୟରୁ ସେମାନଙ୍କର ସେବା ପ୍ରଦାନ କରନ୍ତି, କିମ୍ବା ସେମାନେ ଶ୍ରୀଧାମ ମାୟାପୁର କିମ୍ବା ରାଧା ଦେଶରେ ନିର୍ଦ୍ଦିଷ୍ଟ ସମୟ ପାଇଁ ଆମ ସହିତ ପୂର୍ଣ୍ଣକାଳୀନ ଯୋଗଦାନ କରିପାରିବେ ।

ଦାନ

  • ବିଗତ 12 ବର୍ଷ ହେଲା ବାଣୀ-ପେଡିଆ ମୁଖ୍ୟତ ଭକ୍ତିଦେବନ୍ତ ଲାଇବ୍ରେରୀ ସେବା ପୁସ୍ତକ ବଣ୍ଟନ ଦ୍ୱାରା ଆର୍ଥିକ ଅନୁଦାନ ପ୍ରାପ୍ତ କରି ଆସୁଛି । ଏହାର ନିର୍ମାଣ ଜାରି ରଖିବାକୁ, ବାଣୀ-ପେଡିଆ BLS ର ସାମ୍ପ୍ରତିକ କ୍ଷମତାଠାରୁ ଅଧିକ ଅର୍ଥ ଆବଶ୍ୟକ କରେ । ଥରେ ସମାପ୍ତ ହେବା ପରେ, ବାଣୀ-ପେଡିଆ ଅନେକ ସନ୍ତୁଷ୍ଟ ପରିଦର୍ଶକଙ୍କ ଶତକଡ଼ା ଛୋଟ ଦାନ ଦ୍ୱାରା ସହାୟକ ହେବ ବୋଲି ଆଶା କରୁଛି । କିନ୍ତୁ ବର୍ତ୍ତମାନ ପାଇଁ, ଏହି ମାଗଣା ବିଶ୍ଵକୋଷ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟ ସମାପ୍ତ କରିବାକୁ, ଆର୍ଥିକ ସହାୟତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
  • ବାଣୀ-ପେଡିଆର ସମର୍ଥକମାନେ ନିମ୍ନଲିଖିତ ବିକଳ୍ପଗୁଡ଼ିକ ମଧ୍ୟରୁ ଗୋଟିଏ ବାଛିପାରିବେ ।
ପ୍ରଯୋଜକ ଜଣେ ବ୍ୟକ୍ତି ଦାନ କରନ୍ତି ଯେକୌଣସି ପରିମାଣରେ ସେମାନେ ଇଚ୍ଛା କରନ୍ତି
ପୃଷ୍ଠପୋଷକଙ୍କୁ ସମର୍ଥନ ଅନ୍ତତ ପକ୍ଷେ 81 ୟୁରୋ ଦାନ କରୁଥିବା ଜଣେ ବ୍ୟକ୍ତି କିମ୍ବା ଆଇନଗତ ସଂସ୍ଥା ।
ସ୍ଥାୟୀ ପୃଷ୍ଠପୋଷକ ଜଣେ ବ୍ୟକ୍ତି କିମ୍ବା ଆଇନଗତ ସଂସ୍ଥା ଅତି କମରେ 810 ୟୁରୋ ଦାନ କରନ୍ତି ଯାହା ମାସରେ 90 ୟୁରୋ, 9 ମାସିକ ଦେୟ ଦେବାର ସମ୍ଭାବନା ସହିତ ।
ଅଭିବୃଦ୍ଧି ପୃଷ୍ଠପୋଷକ ଜଣେ ବ୍ୟକ୍ତି କିମ୍ବା ଆଇନଗତ ସଂସ୍ଥା ଦାନ କରୁଥିବା 8,100 ୟୁରୋ ବାର୍ଷିକ 900 ୟୁରୋ ର 9 ବାର୍ଷିକ ଦେୟ ଦେବାର ସମ୍ଭାବନା ସହିତ ।
ମୂଳ ପୃଷ୍ଠପୋଷକ ଜଣେ ବ୍ୟକ୍ତି କିମ୍ବା ଆଇନଗତ ସଂସ୍ଥା ଦାନ କରୁଥିବା 81,000 ୟୁରୋ ବାର୍ଷିକ 9,000 ୟୁରୋ ର 9 ବାର୍ଷିକ ଦେୟ ଦେବାର ସମ୍ଭାବନା ସହିତ ।
  • ଦାନ ହୋଇପାରେ [https://vanipedia.org/wiki/Special:IframePage ଅନ-ଲାଇନରେ ଗ୍ରହଣ କରାଯାଉଛି' 'କିମ୍ବା ଆମର ପେ-ପାଲ ଆକାଉଣ୍ଟ ମାଧ୍ୟମରେ [email protected] । ଯଦି ଆପଣ ଅନ୍ୟ ପଦ୍ଧତିକୁ ପସନ୍ଦ କରନ୍ତି କିମ୍ବା ଦାନ କରିବା ପୂର୍ବରୁ ଅଧିକ ପ୍ରଶ୍ନ ଅଛି, ତେବେ ଆମକୁ [email protected] ରେ ଇମେଲ୍ କରନ୍ତୁ ।

ଆମେ କୃତଜ୍ଞ - ପ୍ରାର୍ଥନା

ଆମେ କୃତଜ୍ଞ

ଧନ୍ୟବାଦ ଶ୍ରୀଲ ପ୍ରଭୁପାଦ
ତୁମକୁ ସେବା କରିବାକୁ ଆମକୁ ଏହି ସୁଯୋଗ ଦେଇଥିବା ଯୋଗୁଁ ।
ତୁମ ମିଶନରେ ତୁମକୁ ଖୁସି କରିବା ପାଇଁ ଆମେ ଯଥାସମ୍ଭବ ଚେଷ୍ଟା କରିବୁ ।
ଆପଣଙ୍କର ଶିକ୍ଷା ଲକ୍ଷ ଲକ୍ଷ ଭାଗ୍ୟବାନ ଆତ୍ମାକୁ ଆଶ୍ରୟ ଦେଉ ।


ପ୍ରିୟ ଶ୍ରୀଲ ପ୍ରଭୁପାଦ,
ଦୟାକରି ଆମକୁ କ୍ଷମତା ପ୍ରଦାନ କରନ୍ତୁ ।
ସମସ୍ତ ଭଲ ଗୁଣ ଏବଂ ଦକ୍ଷତା ସହିତ ।
ଏବଂ ଆମକୁ ଦୀର୍ଘକାଳୀନ ପଠାଇବା ଜାରି ରଖ ।
ଗମ୍ଭୀର ଭାବରେ ଭକ୍ତ ଏବଂ ଉତ୍ସଗୁଡିକ ।
ସଫଳତାର ସହିତ ତୁମର ଗୌରବମୟ ବାଣୀ-ମନ୍ଦିର ନିର୍ମାଣ କରିବାକୁ ।
ସମସ୍ତଙ୍କ ସୁବିଧା ପାଇଁ ।
ପ୍ରିୟ ଶ୍ରୀ ଶ୍ରୀ ପଞ୍ଚ ତତ୍ତ୍ୱ,
ଦୟାକରି ଆମକୁ ଶ୍ରୀ ଶ୍ରୀ ରାଧା ମାଧବଙ୍କର ପ୍ରିୟ ଭକ୍ତ ହେବାକୁ ସାହାଯ୍ୟ କରନ୍ତୁ ।
ଏବଂ ଶ୍ରୀଲ ପ୍ରଭୁପାଦ ଏବଂ ଆମର ଗୁରୁ ମହାରାଜାଙ୍କର ପ୍ରିୟ ଶିଷ୍ୟ ।
କଠିନ ଏବଂ ଚତୁର କାର୍ଯ୍ୟ କରିବାକୁ ଆମକୁ ସୁବିଧା ଜାରି ରଖନ୍ତୁ ।
ଶ୍ରୀଲ ପ୍ରଭୁପାଦଙ୍କ ମିଶନରେ ।
ତାଙ୍କର ଭକ୍ତମାନଙ୍କ ଆନନ୍ଦ ପାଇଁ ।

ଏହି ପ୍ରାର୍ଥନାକୁ ବିଚାର କରିଥିବାରୁ ଧନ୍ୟବାଦ ।

ମନ୍ତବ୍ୟ

କେବଳ ଶ୍ରୀଲ ପ୍ରଭୁପାଦ, ଶ୍ରୀ ଶ୍ରୀ ପଞ୍ଚତତ୍ତ୍ୱ , ଏବଂ ଶ୍ରୀ ଶ୍ରୀ ରାଧା ମାଧବଙ୍କ କ୍ଷମତାଦାନ ଅନୁଗ୍ରହ ଦ୍ୱାରା ଆମେ ଏହି ଦୁଃସାଧ୍ୟ କାର୍ଯ୍ୟ ହାସଲ କରିବାକୁ ଆଶା କରିପାରିବା । ଏହିପରି ଭାବରେ ଆମେ ସେମାନଙ୍କ ଦୟା ପାଇଁ ନିରନ୍ତର ପ୍ରାର୍ଥନା କରୁ ।