OR/Prabhupada 0533 - ରାଧାରାଣୀ ହେଉଛନ୍ତି ହରି-ପ୍ରିୟା, କୃଷ୍ଣଙ୍କର ଅତି ପ୍ରିୟ



Radhastami, Srimati Radharani's Appearance Day -- London, August 29, 1971

ରାଧାରାଣୀ ହେଉଛନ୍ତି ହରି-ପ୍ରିୟା, କୃଷ୍ଣଙ୍କର ଅତି ପ୍ରିୟ | ତେଣୁ ଯଦି ଆମେ ରାଧାରାଣୀଙ୍କ ମାଧ୍ୟମରେ, ରାଧାରାଣୀଙ୍କ ଦୟା ଦ୍ୱାରା କୃଷ୍ଣଙ୍କ ନିକଟକୁ ଯିବା, ତେବେ ଏହା ଅତି ସହଜ ହୋଇଯାଏ | ଯଦି ରାଧାରାଣୀ ସୁପାରିଶ କରନ୍ତି ଯେ "ଏହି ଭକ୍ତ ବହୁତ ଭଲ," ତେବେ କୃଷ୍ଣ ତୁରନ୍ତ ଗ୍ରହଣ କରନ୍ତି, ମୁଁ ଯେତେ ମୂର୍ଖ ହେଲେ ମଧ୍ୟ | କାରଣ ଏହା ରାଧାରାଣୀଙ୍କ ଦ୍ୱାରା ସୁପାରିଶ କରାଯାଏ, କୃଷ୍ଣ ଗ୍ରହଣ କରନ୍ତି | ତେଣୁ ବୃନ୍ଦାବନରେ ଆପଣ ସମସ୍ତ ଭକ୍ତଙ୍କୁ ପାଇବେ, ସେମାନେ କୃଷ୍ଣଙ୍କ ଅପେକ୍ଷା ରାଧାରାଣୀଙ୍କର ନାମ ଅଧିକ ଜପ କରୁଛନ୍ତି | ଆପଣ ଯେଉଁଆଡେ ଯିବେ, ଆପଣ ପାଇବେ ଭକ୍ତମାନେ "ଜୟା ରାଧେ" ସମ୍ବୋଧିତ କରୁଛନ୍ତି | ବର୍ତ୍ତମାନ ମଧ୍ୟ ତୁମେ ପାଇବ | ସେମାନେ ରାଧାରାଣୀଙ୍କର ଗୁଣଗାନ କରୁଛନ୍ତି | ସେମାନେ ଅଧିକ ଆଗ୍ରହୀ, ରାଧାରାଣୀଙ୍କର ପୂଜା କରିବାରେ | କାରଣ ମୁଁ ଯେତେ ପତିତ ହେଲେ ମଧ୍ୟ, ଯଦି କୌଣସି ଉପାୟରେ ମୁଁ ରାଧାରାଣୀଙ୍କୁ ସନ୍ତୁଷ୍ଟ କରିପାରିବି, ତେବେ କୃଷ୍ଣଙ୍କୁ ବୁଝିବା ମୋ ପାଇଁ ବହୁତ ସହଜ ହୋଇଯିବ | ଅନ୍ୟଥା,

ମନୁଷ୍ୟାଣାଂ ସହସ୍ରେଷୁ
କଶ୍ଚିଦ୍ ଯତତି ସିଦ୍ଧୟେ
ଯତତାମପି ସିଦ୍ଧାନାଂ
କଶ୍ଚିନ୍ନାଂ ବେତ୍ତି ତତ୍ତ୍ଵତଃ
(BG 7.3)

ଯଦି ଆପଣ କୃଷ୍ଣଙ୍କୁ ବୁଝିବା ପାଇଁ କଳ୍ପନାଜଳ୍ପନା ପ୍ରକ୍ରିୟାକୁ ଯାଆନ୍ତି, ତେବେ ଏହା ଅନେକ, ଅନେକ ଜନ୍ମ ନେଇଥାଏ | କିନ୍ତୁ ଯଦି ତୁମେ ଭକ୍ତି ସେବା ଗ୍ରହଣ କର, କେବଳ ରାଧାରାଣୀଙ୍କୁ ଖୁସି କରିବାକୁ ଚେଷ୍ଟା କର, ଏବଂ କୃଷ୍ଣଙ୍କୁ ଅତି ସହଜରେ ପାଇବ | କାରଣ ରାଧାରାଣୀ କୃଷ୍ଣଙ୍କୁ ବିତରଣ କରିପାରିବେ | ସେ ଏତେ ମହାନ ଭକ୍ତ, ମହା-ଭଗବତଙ୍କ ପ୍ରତୀକ | ଏପରିକି କୃଷ୍ଣ ମଧ୍ୟ ବୁଝି ପାରନ୍ତିନି ରାଧାରାଣୀଙ୍କର ଗୁଣ କ'ଣ | ଏପରିକି କୃଷ୍ଣ, ଅବଶ୍ୟ ସେ କୁହନ୍ତି ବେଦାହଂ ସମତୀତାନି (BG 7.26), "ମୁଁ ସବୁକିଛି ଜାଣେ," ତଥାପି ସେ ରାଧାରାଣୀଙ୍କୁ ବୁଝିବାରେ ବିଫଳ ହୁଅନ୍ତି | ରାଧାରାଣୀ ବହୁତ ମହାନ୍ | ସେ କୁହନ୍ତି ଯେ ... ବାସ୍ତବରେ, କୃଷ୍ଣ ସବୁକିଛି ଜାଣନ୍ତି | ରାଧାରାଣୀଙ୍କୁ ବୁଝିବା ପାଇଁ, କୃଷ୍ଣ ରାଧାରାଣୀଙ୍କର ପଦ ଗ୍ରହଣ କଲେ | କୃଷ୍ଣ ରାଧାରାଣୀଙ୍କର ଶକ୍ତି ବୁଝିବାକୁ ଚାହୁଁଥିଲେ | କୃଷ୍ଣ ଭାବିଲା ଯେ "ମୁଁ ପୂର୍ଣ୍ଣ ଅଟେ। ମୁଁ ସବୁ କ୍ଷେତ୍ରରେ ସମ୍ପୂର୍ଣ୍ଣ, କିନ୍ତୁ ତଥାପି, ମୁଁ ରାଧାରାଣୀଙ୍କୁ ବୁଝିବାକୁ ଚାହେଁ। କାହିଁକି?" ଏହି ପ୍ରବୃତ୍ତି କୃଷ୍ଣଙ୍କୁ ବାଧ୍ୟ କରିଲା ରାଧାରାଣୀଙ୍କର ପ୍ରବୃତ୍ତିକୁ ଗ୍ରହଣ କରିବାକୁ, କୃଷ୍ଣଙ୍କୁ, ନିଜକୁ ବୁଝିବା ପାଇଁ |

ଏଗୁଡିକ, ଅବଶ୍ୟ, ବହୁତ ଦିବ୍ୟ, ମହାନ ବିଜ୍ଞାନ | ଯିଏ କୃଷ୍ଣ ଚେତନାରେ ଉନ୍ନତ ଏବଂ ଶାସ୍ତ୍ର ସହିତ ଭଲ ଭାବରେ ପରିଚିତ, ସେମାନେ ବୁଝି ପାରିବେ | କିନ୍ତୁ ତଥାପି, ଆମେ ଶାସ୍ତ୍ରରୁ ଆଲୋଚନା କରିପାରିବା | ଯେତେବେଳେ କୃଷ୍ଣ ନିଜକୁ ବୁଝିବାକୁ ଚାହୁଁଥିଲେ, ସେ ଶ୍ରୀମତି ରାଧାରାଣୀଙ୍କର ପ୍ରବୃତ୍ତି ନେଇଥିଲେ | ଏଵଂ ସେ ହେଉଛନ୍ତି ଚୈତନ୍ୟ ମାହାପ୍ରଭୁ | ରାଧା-ଭାବ-ଦ୍ଵିତି-ସୁବଳିତମ | ଚୈତନ୍ୟ ମାହାପ୍ରଭୁ ହେଉଛନ୍ତି କୃଷ୍ଣ, କିନ୍ତୁ ସେ ରାଧାରାଣୀଙ୍କର ପ୍ରବୃତ୍ତିକୁ ଗ୍ରହଣ କରିଛନ୍ତି | ଯେପରି ରାଧାରାଣୀ ସର୍ବଦା କୃଷ୍ଣଙ୍କ ଠାରୁ ବିଛେଦର ଭାବନାରେ ଥାନ୍ତି, ସେହିପରି, ରାଧାରାଣୀଙ୍କ ସ୍ଥିତିରେ, ଭଗବାନ ଚୈତନ୍ୟ କୃଷ୍ଣଙ୍କ ଠାରୁ ପୃଥକତା ଅନୁଭବ କରୁଥିଲେ | ତାହା ହେଉଛି ଭଗବାନ ଚୈତନ୍ୟଙ୍କ ଶିକ୍ଷା, ଅଲଗା ହେବାର ଭାବନା, ସାକ୍ଷାତ ନୁହେଁ | ଚୈତନ୍ୟ ମାହାପ୍ରଭୁଙ୍କ ଦ୍ଵାରା ଶିକ୍ଷିତ ଭକ୍ତି ସେବାର ପ୍ରକ୍ରିୟା, ଏବଂ ତାଙ୍କର ଗୁରୁ ପରମ୍ପରା ହେଉଛି କୃଷ୍ଣଙ୍କ ଠାରୁ ବିଚ୍ଛିନ୍ନତାକୁ କିପରି ଅନୁଭବ କରିବେ | ତାହା ହେଉଛି ରାଧାରାଣୀଙ୍କର ସ୍ଥିତି, ସର୍ବଦା ପୃଥକତା ଅନୁଭବ କରନ୍ତି |

ଗୋସ୍ବାମୀମାନେ, ସେମାନେ ମଧ୍ୟ ଯେତେବେଳେ ବୃନ୍ଦାବନରେ ଥିଲେ, ସେମାନେ କଦାପି କହି ନଥିଲେ ଯେ "ମୁଁ କୃଷ୍ଣଙ୍କୁ ଦେଖିଛି |" ଯଦିଓ ସେମାନେ ସବୁଠାରୁ ସିଦ୍ଧ ଥିଲେ, ସେମାନେ କଦାପି କହି ନାହାଁନ୍ତି ଯେ "ମୁଁ କୃଷ୍ଣଙ୍କୁ ଦେଖିଛି |" ସେମାନଙ୍କର ପ୍ରାର୍ଥନା ଏହିପରି ଥିଲା: ହେ ରାଧେ ବ୍ରଜ-ଦେବିକେ ଚ ଲଳିତେ ହେ ନନ୍ଦ-ସୁନୋ କୁତଃ। ହେ ରାଧେ, ରାଧାରାଣୀ, ହେ ରାଧେ ବ୍ରଜ-ଦେବିକେ ଚ... ରାଧାରାଣୀ ଏକୁଟିଆ ରହନ୍ତି ନାହିଁ | ସେ ସର୍ବଦା ତାଙ୍କର ବନ୍ଧୁମାନଙ୍କ ସହିତ ରହନ୍ତି, ବ୍ରଜ-ଦେବି, ଲଳିତା ଏବଂ ବିଶାଖା ଏବଂ ବୃନ୍ଦାବନର ଅନ୍ୟ ଗୋପୀମାନେ | ତେଣୁ ଗୋସ୍ୱାମୀମାନେ ପ୍ରାର୍ଥନା କରୁଛନ୍ତି, ସେମାନଙ୍କର ପରିପକ୍ୱ ଅବସ୍ଥାରେ, ଯେତେବେଳେ ସେମାନେ ବୃନ୍ଦାବନରେ ରହୁଥିଲେ, ସେମାନେ ଏହିପରି ଭାବରେ ପ୍ରାର୍ଥନା କରୁଥିଲେ, ହେ ରାଧେ ବ୍ରଜ-ଦେବିକେ ଚ ଲଳିତେ ହେ ନନ୍ଦ-ସୁନୋ କୁତଃ। "ରାଧାରାଣୀ, ଆପଣ କେଉଁଠାରେ ଅଛନ୍ତି? ଆପଣଙ୍କର ସହଯୋଗୀମାନେ କେଉଁଠାରେ ଅଛନ୍ତି? ଆପଣ କେଉଁଠାରେ ଅଛନ୍ତି, ନନ୍ଦ-ସୁନୋ, ନନ୍ଦ ମହୋରାଜାଙ୍କ ପୁତ୍ର, କୃଷ୍ଣ? ଆପଣ ସମସ୍ତେ କେଉଁଠାରେ ଅଛନ୍ତି ?" ସେମାନେ ଖୋଜୁଥିଲେ। ସେମାନେ କଦାପି କହି ନାହାଁନ୍ତି, "ମୁଁ କୃଷ୍ଣଙ୍କୁ ଗୋପୀମାନଙ୍କ ସହିତ ନୃତ୍ୟ କରୁଥିବାର ଦେଖିଛି । ଗତକାଲି ରାତିରେ ମୁଁ ଦେଖିଲି।" (ହସି) ଏହା ହେଉଛି ସହଜ୍ୟା | ଏହା ପରିପକ୍ୱ ଭକ୍ତ ନୁହେଁ | ଏହାକୁ କୁହାଯାଏ ... ସେମାନଙ୍କୁ ସହଜ୍ୟା କୁହାଯାଏ | ସେମାନେ ସବୁକିଛି ଅତି ତୁଛ ଭାବରେ ନିଅନ୍ତି - କୃଷ୍ଣ ବହୁତ ତୁଛ, ରାଧାରାଣୀ ବହୁତ ତୁଛ - ଯେପରି ସେମାନେ ପ୍ରତ୍ୟେକ ରାତିରେ ଦେଖିପାରିବେ | ନା। ଗୋସ୍ୱାମୀମାନେ ଆମକୁ ସେପରି ଶିକ୍ଷା ଦିଅନ୍ତି ନାହିଁ | ସେମାନେ ଖୋଜୁଛନ୍ତି | ହେ ରାଧେ ବ୍ରଜ-ଦେବିକେ ଚ ଲଳିତେ ହେ ନନ୍ଦ-ସୁନୋ କୁତଃ, ଶ୍ରୀ-ଗୋବର୍ଦ୍ଧନ-ପାଦପ-ତଳେ କାଳିନ୍ଦି-ବନୈ କୁତଃ: "ଆପଣ ଗୋବର୍ଦ୍ଧନ ପାହାଡ ତଳେ ଅଛନ୍ତି କି, କିମ୍ବା ଯମୁନା କୂଳରେ?" କାଳିନ୍ଦି-ବନୈ କୁତଃ | ଘୋଷାନ୍ତାବ ଇତି ସର୍ବତୌ ବ୍ରଜ-ପୁରେ ଖେଦୈର ମହା-ବିହ୍ଵାଳୌ | ସେମାନଙ୍କର କାମ ଥିଲା ଏପର କାନ୍ଦିବା "ଆପଣ କେଉଁଠାରେ ଅଛନ୍ତି? ଆପଣ କେଉଁଠାରେ ଅଛନ୍ତି, ରାଧାରାଣୀ? ଆପଣ କେଉଁଠାରେ ଅଛନ୍ତି, ଲଲିତା, ବିଶାଖା, ରାଧାରାଣୀଙ୍କ ର ସହଯୋଗୀମାନେ? ଆପଣ କେଉଁଠାରେ ଅଛନ୍ତି, କୃଷ୍ଣ? ଆପଣ ଗୋବର୍ଦ୍ଧନ ପାହାଡ ନିକଟରେ କିମ୍ବା ଯମୁନା କୂଳରେ ଅଛନ୍ତି କି? " ଘୋଷାନ୍ତାବ ଇତି ସର୍ବତୌ ବ୍ରଜ-ପୁରେ | ତେଣୁ ବୃନ୍ଦାବନର ସମଗ୍ର ପଥରେ ସେମାନେ କାନ୍ଦୁଥିଲେ ଏବଂ ସେମାନଙ୍କୁ ଖୋଜୁଥିଲେ, ଖେଦୈର ମହା-ବିହ୍ଵାଳୌ, ପାଗଳ ପରି | ଖେଦୈର ମହା-ବିହ୍ଵାଳୌ | ବନ୍ଦେ ରୂପ-ସନାତନୌ ରଘୁ-ୟଗୌ ଶ୍ରୀ ଜୀବ-ଗୋପାଳକୌ |