OR/Prabhupada 0076 - କୃଷ୍ଣଙ୍କୁ ସବୁଜାଗାରେ ଦେଖ: Difference between revisions
(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0076 - in all Languages Category:OR-Quotes - 1971 Category:OR-Quotes - Lec...") |
(No difference)
|
Revision as of 17:05, 28 October 2017
Ratha-yatra -- San Francisco, June 27, 1971
ଯେତେବେଳେ ଆମ ଆଖି ଭଗବାନଙ୍କ ପ୍ରେମରେ ଅଭିଷିକ୍ତ ହୁଏ, ଆମେ ତାଙ୍କୁ ସବୁଜାଗାରେ ଦେଖିପାରିବା । ତାହା ଶାସ୍ତ୍ରର ଆଦେଶ ଅଟେ । ଆମକୁ ଆମର ଦୃଷ୍ଟିଶକ୍ତିକୁ ବିକସିତ କରିବାକୁ ହେବ ଭଗବାନଙ୍କ ପ୍ରତି ପ୍ରେମ ବିକସିତ କରି । ପ୍ରେମାନ୍ଜନା ଛୁରିତ ଭକ୍ତି ବିଲୋଚନେନ (Bs. 5.38) । ଯେତେବେଳେ ଜଣେ କୃଷ୍ଣ ଚେତନାରେ ଯଥେଷ୍ଟ ଭାବରେ ବିକସିତ ହୋଇଯାଏ, ସେ ଭଗବାନଙ୍କୁ ପ୍ରତି କ୍ଷଣରେ ନିଜ ହୃଦୟ ଭିତରେ ଏବଂ ସବୁଆଡ଼େ ଦେଖିପାରେ, ଯୁଆଡ଼େ ବି ସେ ଯାଏ । ତେଣୁ ଏହି କୃଷ୍ଣ ଚେତନା ଏକ ଚେଷ୍ଟା ଲୋକମାନଙ୍କୁ ସିଖେଇବା ପାଇଁ କି କିପରି ଭଗବାନଙ୍କୁ ଦେଖିପାରିବ, କିପରି କୃଷ୍ଣଙ୍କୁ ଦେଖିପାରିବ । କୃଷ୍ଣଙ୍କୁ ଦେଖିପାରିବା ଯଦି ଆମେ ଅଭ୍ୟାସ କରୁ । ଯେପରି କୃଷ୍ଣ କୁହନ୍ତି, ରସୋ ଅହମ୍ ଅପ୍ସୁ କୌନ୍ତେୟ (BG 7.8) । କୃଷ୍ଣ କୁହନ୍ତି, "ମୁଁ ହେଉଛି ଜଳର ସ୍ଵାଦ ।" ଆମେ ସମସ୍ତେ, ଆମେ ପ୍ରତିଦିନ ପାଣି ପିଉ, କେବଳ ଥରେ ନୁହେଁ, ଦୁଇଥର, ତିନିଥର କିମ୍ଵା ତାଠାରୁ ଅଧିକ । ତେଣୁ ଯେମିତି ଆମେ ପାଣି ପିଉ, ଯଦି ଆମେ ଭାବିବା ପାଣିର ସ୍ଵାଦ କୃଷ୍ଣ ଅଟନ୍ତି, ତୂରନ୍ତ ଅମେ କୃଷ୍ଣ ଚେତନାଶୀଳ ହୋଇଯିବା । କୃଷ୍ଣ ଚେତନାଶୀଳ ହେବା ଏତେ କଷ୍ଟକର ନୁହେଁ । କେବଳ ଆମକୁ ଏହା ଅଭ୍ୟାସ କରିବାକୁ ପଡ଼ିବ ।
ଯେପରି ଏହା ଏକ ଉଦାହରଣ ଅଟେ କି ଆମେ କିପରି କୃଷ୍ଣ ଚେତନାଶୀଳ ହୋଇପାରିବା । ଯେତେବେଳେ ତୁମେ ପାଣି ପିଅ, ଯେମିତି ହିଁ ତୁମେ ସନ୍ତୁଷ୍ଟ ହୁଅ, ତୁମର ଶୋଷ ଉପଶମ ହୁଏ, ତୂରନ୍ତ ତୁମେ ଭାବ କି ଏହି ଶୋଷ ଉପଶମ କରିବା ଶକ୍ତି କୃଷ୍ଣ ଅଟନ୍ତି । ପ୍ରଭାସ୍ମି ଶଶିସୂର୍ଯ୍ୟୟୋଃ । କୃଷ୍ଣ କୁହନ୍ତି, "ମୁଁ ହେଉଛି ସୂର୍ଯ୍ୟାଲୋକ । ମୁଁ ହେଉଛି ଚନ୍ଦ୍ରାଲୋକ ।" ତେଣୁ ଦିନ ବେଳେ ଆମେ ସମସ୍ତେ ସୂର୍ଯ୍ୟାଲୋକ ଦେଖୁ । ଯେମିତି ହିଁ ତୁମେ ସୂର୍ଯ୍ୟାଲୋକ ଦେଖ, ତୂରନ୍ତ କୃଷ୍ଣଙ୍କୁ ମନେ ପକାଅ, "ହରେ କୃଷ୍ଣ ।" ଯେମିତି ହିଁ ରାତିରେ ତୁମେ ଚନ୍ଦ୍ରାଲୋକ ଦେଖ, ତୂରନ୍ତ କୃଷ୍ଣଙ୍କୁ ମନେ ପକାଅ, "ହରେ କୃଷ୍ଣ ।" ଏହିପରି ଭାବରେ, ଯଦି ତୁମେ ଅଭ୍ୟାସ କରିବ, ଅନେକ ଉଦାହରଣ ଅଛି, ଭଗବଦ୍ ଗୀତାର ସପ୍ତମ ଅଧ୍ୟାୟରେ ଅନେକ ଉଦାହରଣ ଦିଆଯାଇଛି, ଯଦି ତୁମେ ସେଗୁଡ଼ିକୁ ଧ୍ୟାନପୂର୍ବକ ପଢ଼ିବ, କିପରି କୃଷ୍ଣ ଚେତନା ଅଭ୍ୟାସ କରିବା ଉଚିତ୍ । ତେବେ ସେହି ସମୟରେ, ଯେତେବେଳେ ତୁମେ କୃଷ୍ଣ ପ୍ରେମରେ ପରିପକ୍ଵ ହୋଇଯିବ, ତୁମେ କୃଷ୍ଣଙ୍କୁ ସବୁଜାଗାରେ ଦେଖିବ । କୃଷ୍ଣଙ୍କୁ ଦେଖିବା ପାଇଁ ତୁମକୁ କାହାର ସାହାର୍ଯ୍ୟ ନେବାକୁ ପଡ଼ିବ ନାହିଁ, କିନ୍ତୁ କୃଷ୍ଣ ତୁମ ସମ୍ମୁଖରେ ପ୍ରକଟ ହେବେ, ତୁମର ଭକ୍ତି ଦ୍ଵାରା, ତୁମର ପ୍ରେମ ଦ୍ଵାରା । ସେବୋମୁଖେ ହି ଜିହ୍ଵାଦୌ ସ୍ଵୟଂ ଏବ ସ୍ଫୁରତି ଅଦଃ (Brs. 1.2.234) । କୃଷ୍ଣ, ଯେତେବେଳେ ଜଣେ ସେବା ଭାବରେ ଥାଏ, ଯେତେବେଳେ ଜଣେ ବୁଝିପାରେ ଯେ "ମୁଁ କୃଷ୍ଣ କିମ୍ଵା ଭଗବାନଙ୍କର ଶାଶ୍ଵତ ସେବକ ଅଟେ," ତେବେ କୃଷ୍ଣ ତୁମକୁ ସାହାର୍ଯ୍ୟ କରିବେ କି କିପରି ତାଙ୍କୁ ଦେଖି ହେବ । ତାହା ଭଗବଦ୍ ଗୀତାରେ ବର୍ଣ୍ଣନା କରାଯାଇଛି,
- ତେଷାଂ ସତତଯୁକ୍ତାନାଂ
- ଭଜତାଂ ପ୍ରୀତିପୂର୍ବକମ୍
- ଦଦାମି ବୁଦ୍ଧିଯୋଗଂ ତଂ
- ଯେନ ମାମପଯାନ୍ତି ତେ
- (BG 10.10) ।