OR/Prabhupada 0082 - କୃଷ୍ଣ ସର୍ବତ୍ର ଅଛନ୍ତି: Difference between revisions
(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0082 - in all Languages Category:OR-Quotes - 1976 Category:OR-Quotes - Lec...") |
(No difference)
|
Revision as of 17:53, 28 October 2017
Lecture on BG 4.24 -- August 4, 1976, New Mayapur (French farm)
ଭକ୍ତ: ଆମେ କହୁଛୁ ଯେ କୃଷ୍ଣ ସମସ୍ତ ଜୀବମାନଙ୍କର ହୃଦୟରେ ଅଛନ୍ତି ।
ପ୍ରଭୁପାଦ: କୃଷ୍ଣ ସର୍ବତ୍ର ଅଛନ୍ତି ।
ଭକ୍ତ: ଏକ ବ୍ୟକ୍ତି ରୁପରେ କିମ୍ଵା ଏକ ଶକ୍ତି ରୂପରେ?
ପ୍ରଭୁପାଦ: ଶକ୍ତି ରୂପରେ । ବ୍ୟକ୍ତି ରୂପରେ ମଧ୍ୟ । ବ୍ୟକ୍ତିକୁ ଅମେ ଏହି ଆଖିରେ ଦେଖିପାରିବା ନାହିଁ । କିନ୍ତୁ ଶକ୍ତିକୁ ଆମେ ଅନୁଭବ କରିପାରିବା । ଏହାକୁ ଭଲଭାବରେ ବୁଝ । ତେଣୁ ଯେତେବେଳେ ସ୍ଵରୂପସିଦ୍ଧି ହୋଇଯାଉ, ତାପରେ ଏହି ଶ୍ଳୋକ, ଯେ ସବୁକିଛି ବ୍ରହ୍ମ ଅଟେ, ସର୍ବଂ ଖଲ୍ଵିଦଂ ବ୍ରହ୍ମ... ଉନ୍ନତ ଭକ୍ତ, ସେ କୃଷ୍ଣଙ୍କ ଛଡ଼ା ଆଉ କିଛି ଦେଖେ ନାହିଁ ।
ଭକ୍ତ: ଶ୍ରୀଲା ପ୍ରଭୁପାଦ, ଭୌତିକ ଶକ୍ତି ଏବଂ ଆଧ୍ୟାତ୍ମିକ ଶକ୍ତି ମଧ୍ୟରେ ବାସ୍ତବରେ କୌଣସି ଅନ୍ତର ଅଛି କି?
ପ୍ରଭୁପାଦ: ହଁ, ଅନ୍ତର, ଅନେକ ଅନ୍ତର ଅଛି । ଉଦାହରଣ, ବିଦ୍ୟୁତ୍ । ଅନେକ ଜିନିଷ କାମ କରୁଛି, ଶକ୍ତିରେ ଅନ୍ତର ଅଛି । ଏପରିକି ଡ଼ିକଟାଫୋନ ବିଦ୍ୟତ୍ ସାହର୍ଯ୍ୟରେ କାମ କରୁଛି । ସେହି ସମାନ ଶକ୍ତି, ବିଦ୍ୟୁତ୍ । ସେଥିପାଇଁ କୃଷ୍ଣ କୁହନ୍ତି ଅହଂ ସର୍ବସ୍ୟ ପ୍ରଭାବୋ (BG 10.8) । ସେ ସମସ୍ତଙ୍କର ମୂଳ ଅଟନ୍ତି ।
ଭକ୍ତ: ଭଗବଦ୍ ଗୀତାରେ ଏହା ବର୍ଣ୍ଣନା କରାଯାଇଛି ଯେ ଜଣେ ଏହି ଜୀବନ କାଳରେ ଶରୀର ପରିବର୍ତ୍ତନ କରେ, କିନ୍ତୁ ଆମେ ଏହା ଦେଖୁ ଯେ ଜଣେ କଳା ବ୍ୟକ୍ତି ଗୋରା ହୁଏ ନାହିଁ, କିମ୍ଵା କିଛି ସ୍ଥିର ଅଟେ, ଶରୀରରେ କିଛି ସ୍ଥିର ଅଛି ଯାହା କେବେ ପରିବର୍ତ୍ତନ ହୁଏ ନାହିଁ । ତାହା କ'ଣ? ଏହା କିପରି ହୁଏ ଯେ ଶରୀର ବଦଳି ଚାଲେ କିନ୍ତୁ ତଥାପି ଆମେ ଜଣଙ୍କୁ ଯୁବା ଅବସ୍ଥାରୁ ବୃଦ୍ଧା ଅବସ୍ଥା ପର୍ଯ୍ୟନ୍ତ ଚିହ୍ନି ପାରୁ ।
ପ୍ରଭୁପାଦ: ତେଣୁ ତୁମେ ଯେତେବେଳେ ଆଗକୁ ବଢ଼ିବ ତୁମେ ଦେଖିପାରିବ ଯେ କଳା ଏବଂ ଗୋରା ମଧ୍ୟରେ କୌଣସି ଅନ୍ତର ନାହିଁ । ଯେପରି ଫୁଲ ବାହାରକୁ ଆସୁଛି, ଅନେକ ରଙ୍ଗ ଦେଖାଯାଏ । ତେଣୁ ଏହା ସେହି ସ୍ରୋତରୁ ବାହାରୁଛି । ଯେପରି କୌଣସି ଅନ୍ତର ନାହିଁ, କିନ୍ତୁ ସୁନ୍ଦର ଦେଖାଯିବା ପାଇଁ ଅନେକ ରଙ୍ଗ ଦେଖା ଯାଏ । ସୂର୍ଯ୍ୟ କିରଣରେ ସାତଟି ରଙ୍ଗ ଅଛି, ଏଵଂ ସେହି ସାତଟି ରଙ୍ଗ ମଧ୍ୟରୁ, ଅନେକ ରଙ୍ଗ ବହାରୁଛି, ମୂଳ ରଙ୍ଗ ହେଉଛି ଧଳା, ଏବଂ ପରେ ଅନେକ ରଙ୍ଗ ବାହରିଲେ । ତୁମେ ବୁଝିପାରିଲ କି ନାହିଁ?
ଭକ୍ତ: ଶ୍ରୀଲା ପ୍ରଭୁପାଦ, ଯଦି କୃଷ୍ଣ ସବୁକିଛି ବନେଇଛନ୍ତି ଏବଂ ସବୁକିଛି କୃଷ୍ଣଙ୍କ ଇଛାରେ ହୁଏ, ତେବେ ଆମେ ଠିକ୍ ରେ କହିପାରିବା କି କ'ଣ ଭଲ କିମ୍ଵା କ'ଣ ଖରାପ ଅଟେ?
ପ୍ରଭୁପାଦ: ଭଲ କିମ୍ଵା ଖରାପ ନଥାଏ, ଏସବୁ ମାନସିକ କଳ୍ପନା ଅଟେ । କିନ୍ତୁ ଦେଖିବାକୁ ଗଲେ ଭୌତିକ ସଂସାରରେ ସବୁକିଛି ଖରାପ ଅଟେ ।