OR/Prabhupada 0133 - ମୁଁ ଏକ ଛାତ୍ର ଚାହେଁ ଯିଏ ମୋ ନିର୍ଦ୍ଦେଶ ଅନୁସରଣ କରିବ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0133 - in all Languages Category:OR-Quotes - 1975 Category:OR-Quotes - Arr...")
(No difference)

Revision as of 17:35, 15 November 2017



Arrival Lecture -- San Francisco, July 15, 1975

ତେବେ ବେଳେ ବେଳେ ଲୋକମାନେ ମୋତେ ଅଧିକ ଶ୍ରେୟ ଦିଅନ୍ତି ଯେ ମୁଁ ପୁରା ଦୁନିଆରେ କିଛି ଆଶ୍ଚର୍ଯ୍ୟଜନକ କରିଛି । କିନ୍ତୁ ମୁଁ ଜାଣି ନାହିଁ ଯେ ମୁଁ ହେଉଛି ଅଦ୍ଭୁତ ବ୍ୟକ୍ତି । କିନ୍ତୁ ମୁଁ ଗୋଟିଏ କଥା ଜାଣିଛି, ଯେ ମୁଁ ଯାହା କହୁଛି ତାହା କୃଷ୍ଣ କହିଛନ୍ତି । ବାସ୍ । ମୁଁ କିଛି ଯୋଡ଼ୁ ନାହିଁ, ନା ପରିବର୍ତ୍ତନ କରୁଛି । ସେଥିପାଇଁ ମୁଁ ଭଗବଦ୍ ଗୀତାକୁ ମୌଳିକ ରୂପରେ ଉପସ୍ଥିତ କରୁଛି । ଏହି ଶ୍ରେୟ ମୁଁ ଗ୍ରହଣ କରିବି, ଯେ ମୁଁ କିଛି ନିରର୍ଥକ କଥା ଯୋଡ଼ୁ ନାହିଁ କିମ୍ଵା ପରିବର୍ତ୍ତନ କରୁନାହିଁ । ଏବଂ ମୁଁ ବ୍ୟବହାରିକ ରୂପରେ ଦେଖିପାରୁଛି ଯେ ଏହା ସଫଳ ହେଲା । ମୁଁ ଏତେ ସାରା ଇଉରୋପିୟ ଏବଂ ଆମେରିକୀୟମାନଙ୍କୁ ଲାଞ୍ଚ ଦେଇନାହିଁ । ମୁଁ ଗରିବ ଭାରତୀୟ । ମୁଁ ଅମେରିକାକୁ ଚାଳିଶି ଟଙ୍କା ମୋ ସହିତ ନେଇ ଆସିଥିଲି, ଏବଂ ବର୍ତ୍ତମାନ ମୋ ପାଖରେ ଚାଳିଶି କୋଟି ଅଛି । ତେଣୁ କୌଣସି ଜାଦୁ ନାହିଁ । ତୁମେ ପଛକୁ ଯାଅ । ତୁମେ ଶୋଉଛ । ତେଣୁ ଏହା ହେଉଛି ରହସ୍ୟ, ଯେ ଯଦି ତୁମେ ବିଶ୍ଵାସ୍ଥ ଭାବରେ ଗୁରୁ ହେବାକୁ ଚାହୁଁଛ... ଯଦି ତୁମେ କପଟ କରିବାକୁ ଚାହୁଁଛ, ତେବେ ତାହା ଅନ୍ୟ ଏକ କଥା । ଅନେକ କପଟି ଅଛନ୍ତି । ଲୋକମାନେ ମଧ୍ୟ ଠକି ହେବା ପାଇଁ ଚାହାଁନ୍ତି । ଯଥା ଶୀଘ୍ର ଆମେ କହୁ ଯେ "ଯଦି ତୁମେ ମୋର ଶିଷ୍ୟ ହେବାକୁ ଚାହୁଁଛ,ତୁମକୁ ଚାରୋଟି ଜିନିଷ ତ୍ୟାଗ କରିବାକୁ ପଡ଼ିବ: କୌଣସି ଅବୈଧ ଯୌନ ନାହିଁ, କୌଣସି ନିଶା ନାହିଁ ଚା ପଇବା ଏବଂ ଧୁମ୍ରପାନ ପର୍ଯ୍ୟନ୍ତ, କୌଣସି ମାଂସ ଭକ୍ଷଣ ନାହିଁ ଏବଂ କୌଣସି ଜୁଆ ଖେଳିବା ନାହିଁ," ଏବଂ ସେମାନେ ମୋତେ ସମାଲୋଚନା କରନ୍ତି, "ସ୍ଵାମୀଜୀ ଭାରୀ ରୁଢ଼ିବାଦୀ ।" ଏବଂ ଯଦି ମୁଁ କହିବି ଯେ "ତୁମେ ନିରର୍ଥକ କାମ କରିପାରିବ, ଯାହା ତୁମର ଇଛା । ତୁମେ କେବଳ ଏହି ମନ୍ତ୍ର ନିଅ ଏବଂ ମୋତେ ୧୨୫ ଡଲାର ଦିଅ," ସେମାନେ ପସନ୍ଦ କରିବେ । କାରଣ ଆମେରିକାରେ, ୧୨୫ ଡଲାର କିଛି ନୁହେଁ । ଯେ କୌଣସି ବ୍ୟକ୍ତି ତୂରନ୍ତ ଏହି ମୂଲ୍ୟ ଦେଇପାରିବେ । ତେବେ ମୁଁ କୋଟିଏ ଡଲାର ଏକତ୍ରିତ କରିପାରିଥାନ୍ତି ଯଦି ମୁଁ ସେହିପରି କପଟ କରିଥାନ୍ତି । କିନ୍ତୁ ମୁଁ ତାହା ଚାହେଁ ନାହିଁ । ମୁଁ ଏକ ଛାତ୍ର ଚାହେଁ ଯିଏ ମୋ ନିର୍ଦ୍ଦେଶ ଅନୁସରଣ କରିବ । ମୋତେ ଲକ୍ଷେ ଲକ୍ଷେ ଟଙ୍କା ଦରକାର ନାହିଁ । ଏକସ୍ ଚଂନ୍ଦ୍ରସ୍ ତମୋ ହନ୍ତି ନ ଚ ତାର-ସହସ୍ରଃ । ଯଦି ଆକାଶରେ ଗୋଟିଏ ଚନ୍ଦ୍ର ଅଛି, ତାହା ଅଲୋକ ପାଇଁ ଯଥେଷ୍ଟ । ଲକ୍ଷେ ଲକ୍ଷେ ତାରାମାନଙ୍କର ଆବଶ୍ୟକତା ନାହିଁ । ତେଣୁ ମୋର ସ୍ଥିତି ହେଉଛି ଯେ ମୁଁ ଅତି କମରେ ଜଣେ ଶିଷ୍ୟକୁ ଶୁଦ୍ଧ ଭକ୍ତ ହେଉଥିବାର ଦେଖିବାକୁ ଚାହୁଁଛି । ଅବଶ୍ୟ, ଅନେକ ଦାୟିତ୍ଵବାନ ଏବଂ ଶୁଦ୍ଧ ଭକ୍ତ ମୋ ପାଖରେ ଅଛନ୍ତି । ତାହା ମୋର ସୋଭାଗ୍ୟ । କିନ୍ତୁ ମୁଁ ସନ୍ତୁଷ୍ଟ ହୋଇଥାନ୍ତି ଯଦି କେବଳ ଜଣକୁ ମଧ୍ୟ ପାଇଥାନ୍ତି । ଲକ୍ଷେ ଲକ୍ଷେ ତଥା କଥିତ ତାରାମାନଙ୍କର କୌଣସି ଆବଶ୍ୟକତା ନାହିଁ । ତେଣୁ ପ୍ରକ୍ରିୟା ଅଛି, ଏବଂ ଏହା ଭାରୀ ସରଳ । ଏବଂ ଯଦି ଆମେ ଭଗବଦ୍ ଗୀତାର ସମସ୍ତ ନିର୍ଦ୍ଦେଶ ବୁଝିପାରିବା ଏବଂ ତାପରେ ଶ୍ରୀମଦ୍ ଭାଗବତମ୍ ଅଧ୍ୟୟନ କରିବା... କିମ୍ଵା ତୁମେ ଅଧ୍ୟୟନ ନ କରିଲେ ମଧ୍ୟ, ଚୈତନ୍ୟ ମହାପ୍ରଭୁ ଅତି ସରଳ ପଦ୍ଧତି ଦେଇଛନ୍ତି । ତାହା ମଧ୍ୟ ଶାସ୍ତ୍ରମାନଙ୍କରେ ସୁପାରିସ୍ କରାଯାଇଛି:

ହରେର୍ ନାମ ହରେର୍ ନାମେବ କେବଳମ୍
କଳୌ ନାସ୍ତି ଏବ ନାସ୍ତି ଏବ ନାସ୍ତି ଏବ ଗତିର୍ ଅନ୍ୟଥା
(CC Adi 17.21)

ଯଦି ଆମେ ବୈଦିକ ସାହିତ୍ୟ ଅଧ୍ୟୟନ କରିବାକୁ ଚାହୁଁ, ତାହା ଭାରୀ ଭଲ । ତାହା ହେଉଛି ଦୃଢ଼ ଆଧାର । ତେଣୁ ଆମ ପାଖରେ ପୂର୍ବରୁ ପଚାଶ ପୁସ୍ତକ ଅଛି । ତୁମେ ଅଧ୍ୟୟନ କର । ତତ୍ଵଜ୍ଞାନରେ, ଧର୍ମରେ, ସମାଜିକ ଶାସ୍ତ୍ରରେ ମହାନ ବିଦ୍ଵାନ ହୁଅ । ସବୁକିଛି ଶ୍ରୀମଦ୍ ଭାଗବତମ୍ ରେ ଅଛି, ରାଜନୀତି ମଧ୍ୟ । ଏବଂ ତୁମେ ସଂପୂର୍ଣ୍ଣ ଜ୍ଞାନ ସହିତ ପୂର୍ଣ୍ଣ ବ୍ୟକ୍ତି ହୋଇଯିବ । ଏବଂ ଯଦି ତୁମେ ଭାବିବ ତୁମ ପାଖରେ ସମୟ ନାହିଁ, ତୁମେ ଏତେ ଭଲ ବିଦ୍ଵାନ ନୁହଁ, ତୁମେ ଏହି ସମସ୍ତ ପୁସ୍ତକ ପଢ଼ି ପାରିବ ନାହିଁ, ତେବେ ତୁମେ ହରେ କୃଷ୍ଣ ମନ୍ତ୍ର ଜପ କର । ଯେ କୌଣସି ଉପାୟରେ ତୁମେ ନିପୁଣ ହୋଇଯିବ, ଉଦ୍ଭୟ କିମ୍ଵା ଅତି କମରେ ଏକ । ଯଦି ତୁମେ ପୁସ୍ତକ ପଢ଼ି ନ ପାର, ହରେ କୃଷ୍ଣ ଜପ କର । ତୁମେ ନିପୁଣ ହୋଇଯିବ । ଏବଂ ଯଦି ତୁମେ ପୁସ୍ତକ ପଢ଼ିବ ଏବଂ ହରେ କୃଷ୍ଣ ଜପ କରିବ, ତାହା ଭାରୀ ଭଲ । କିନ୍ତୁ କୌଣସି କ୍ଷତି ନାହିଁ । ଯଦି ତୁମେ ହରେ କୃଷ୍ଣ ମହା ମନ୍ତ୍ର ଜପ କର କିନ୍ତୁ ପୁସ୍ତକ ପଢ଼ ନାହିଁ, ସେଥିରେ କୌଣସି କ୍ଷତି ନାହଁ । କୌଣସି କ୍ଷତି ନାହିଁ । ସେହି ଜପ ଯଥେଷ୍ଟ । କିନ୍ତୁ ତୁମେ ଜଦି ପଢ଼ିବ, ତେବେ ତୁମେ ବିରୋଧି ଦଳମାନଙ୍କ ଠାରୁ ନିଜକୁ ରକ୍ଷା କରିବାରେ ସକ୍ଷମ ହୋଇଯିବ । ତାହା ତୁମର ପ୍ରଚାର କାମରେ ସାହାର୍ଯ୍ୟ କରିବ । କାରଣ ପ୍ରଚାର କାମରେ ତୁମକୁ ଅନେକ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ, ତୁମକୁ ଅନେକ ସାରା ବିରୋଧି ତତ୍ଵର ସାମ୍ନା କରିବାକୁ ହେବ । ତେଣୁ ତୁମେ ଯଦି ପୁସ୍ତକ ପଢ଼ି ତୁମ ସ୍ଥିତିରେ ଦୃଢ଼ ହୋଇ ରହିବ, ବୈଦିକ ସାହିତ୍ୟ, ତେବେ ତୁମେ କୃଷ୍ଣଙ୍କର ଅତ୍ୟନ୍ତ ପ୍ରିୟ ହୋଇଯିବ । କୃଷ୍ଣ କୁହଁନ୍ତି,

ନା ଚ ତସ୍ମାନ୍ମନୁଷ୍ୟେଷୁ
କଶ୍ଚିନ୍ମେ ପ୍ରିୟକୃତ୍ତମଃ
(BG 18.69)
ଯ ଇଦଂ ପରମଂ ଗୁହ୍ୟଂ
ମଦ୍ ଭକ୍ତେ ଷ୍ଵଭିଧାସ୍ୟତି
(BG 18.68)

ଯେ କେହି ଏହି ଗୋପନୀୟ ଜ୍ଞାନ ପ୍ରଚାର କରେ, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ (BG 18.66), ଯଦି ସେ ଚତୁରତାର ସହ ଦୁନିଆକୁ ଏହି ସନ୍ଦେଶ ପ୍ରଚାର କରିବା ପାଇଁ ସକ୍ଷମ ହୋଇଯାଏ, ତେବେ ସେ ତୂରନ୍ତ ପରମ ଭଗବାନଙ୍କ ଦ୍ଵାରା ବହୁତ ବହୁତ ମାନ୍ୟତା ପ୍ରାପ୍ତ କରେ ।