OR/Prabhupada 0169 - କୃଷ୍ଣଙ୍କୁ ଦେଖିବାରେ କଷ୍ଟ କେଉଁଠାରେ ରହିଲା?: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0169 - in all Languages Category:OR-Quotes - 1976 Category:OR-Quotes - Lec...")
(No difference)

Revision as of 11:17, 4 December 2017



Lecture on BG 4.24 -- August 4, 1976, New Mayapur (French farm)

ଯୋଗେଶ୍ଵର: ସେ କହୁଛନ୍ତି ବର୍ତ୍ତମାନ, କାରଣ ଆମେ ଏପର୍ଯ୍ୟନ୍ତ ଉନ୍ନତ ହୋଇନାହୁଁ କୃଷ୍ଣଙ୍କୁ ପ୍ରତ୍ୟକ୍ଷ ଭାବରେ ପରମ ପୁରୁଷ ରୂପରେ ଦେଖିବା ପାଇଁ, ଆମେ କିପରି ତାଙ୍କ ଉପରେ ଧ୍ୟାନ କରିବୁ?

ପ୍ରଭୁପାଦ: ତୁମେ ମନ୍ଦିରରେ କୃଷ୍ଣଙ୍କୁ ଦେଖୁନାହଁ କି?(ହସ) ଆମେ କିଛି ଅଜ୍ଞାତ ପୂଜା କରୁଛୁ କି? ତୁମକୁ କୃଷ୍ଣଙ୍କୁ ଦେଖିବାକୁ ହେବ ଯେପରି କୃଷ୍ଣ କୁହନ୍ତି । ବର୍ତ୍ତମାନ ସ୍ଥିତିରେ...ଯେପରି କୃଷ୍ଣ କୁହନ୍ତି ରସୋଽହମପସୁ କୌନ୍ତେୟ (BG 7.8) । କୃଷ୍ଣ କୁହନ୍ତି "ମୁଁ ହେଉଛି ଜଳର ସ୍ଵାଦ ।" ତୁମେ ଜଳର ସ୍ଵାଦରେ କୃଷ୍ଣଙ୍କୁ ଦେଖିପାରିବ । ତାହା ତୁମକୁ ଉନ୍ନତ କରିବ । ବିଭିନ୍ନ ସ୍ଥିତି ଅନୁସାରେ...କୃଷ୍ଣ କୁହନ୍ତି "ମୁଁ ହେଉଛି ଜଳର ସ୍ଵାଦ ।" ତେଣୁ ତୁମେ ଯେତେବେଳେ ପାଣି ପିଉଛ, ତୁମେ କୃଷ୍ଣଙ୍କୁ କାହିଁକି ଦେଖୁନାହିଁ । "ଓ, ଏହି ସ୍ଵାଦ ହେଉଛି କୃଷ୍ଣ ।" ରସୋଽହମପସୁ କୌନ୍ତେୟ ପ୍ରଭାସ୍ମି ଶଶିସୂର୍ଯ୍ୟୟୋଃ (BG 7.8) । ଯେତେବେଳେ ତୁମେ ସୂର୍ଯ୍ୟ କିରଣ ଦେଖ, ଚନ୍ଦ୍ରାଲୋକ । କୃଷ୍ଣ କୁହନ୍ତି "ମୁଁ ହେଉଛି ସୂର୍ଯ୍ୟ କିରଣ, ମୁଁ ହେଉଛି ଚନ୍ଦ୍ରାଲୋକ ।" ତେଣୁ ଯଥାଶୀଘ୍ର ତୁମେ ସକାଳେ ସୂର୍ଯ୍ୟକିରଣ ଦେଖ, ତୁମେ କୃଷ୍ଣଙ୍କୁ ଦେଖୁଛ । ଯଥାଶୀଘ୍ର ତୁମେ ରାତିରେ ଚନ୍ଦ୍ରାଲୋକ ଦେଖୁଛ, ତୁମେ କୃଷ୍ଣଙ୍କୁ ଦେଖୁଛ । ପ୍ରଣବଃ ସର୍ବବେଦେଷୁ । କୌଣସି ବୈଦିକ ମନ୍ତ୍ର ଜପ କରାଯାଏ: ଓଁ ତଦ୍ ବିଷ୍ଣୁ ପର, ଏହି ଓଁକାର ହେଉଛି କୃଷ୍ଣ । "ପୌରୁଷଂ ବିଷ୍ଣୁ ।" ଏବଂ କାହା ଦ୍ଵାରା କରାଯାଇଥିବା କୌଣସି ଅସାଧାରଣ କାର୍ଯ୍ୟ, ତାହା ହେଉଛି କୃଷ୍ଣ । ତେବେ ତୁମକୁ ଏହିପରି ଭାବରେ କୃଷ୍ଣଙ୍କୁ ଦେଖିବାକୁ ହେବ । ତେବେ, ଧିରେ ଧିରେ, ଦେଖିବ; କୃଷ୍ଣ ନିଜକୁ ପ୍ରକଟ କରିବେ, ତୁମେ ଦେଖିବ । କିନ୍ତୁ କୃଷ୍ଣଙ୍କୁ ଜଳର ସ୍ଵାଦରେ ଅନୁଭବ କରିବା ଏବଂ ବ୍ୟକ୍ତିଗତ ଭାବରେ କୃଷ୍ଣଙ୍କୁ ଦେଖିବା ଏଥିରେ କୌଣସି ଅନ୍ତର ନାହିଁ । ତେଣୁ, ତୁମର ବର୍ତ୍ତମାନ ସ୍ଥିତି ଅନୁସାରେ, ତୁମେ ସେଥିରେ କୃଷ୍ଣଙ୍କୁ ଦେଖ । ତେବେ ଧିରେ ଧିରେ ତୁମେ କୃଷ୍ଣଙ୍କୁ ଦେଖିପାରିବ । ଯଦି ତୁମେ ତୂରନ୍ତ କୃଷ୍ଣଙ୍କର ରାସ ଲୀଳା ଦେଖିବାକୁ ଚାହୁଁଛ ତାହା ସମ୍ଭବ ନୁହେଁ । ତୁମକୁ ଦେଖିବାକୁ ହେବ...ଯଦି ଉଷ୍ମତା ଅଛି, ତୁମେ ଜାଣିବା ଉଚିତ୍ ଯେ ଅଗ୍ନି ମଧ୍ୟ ଅଛି । ଯଦି ଧୂଆଁ ଅଛି, ତୁମକୁ ଜାଣିବାକୁ ହେବ ଯେ ଅଗ୍ନି ମଧ୍ୟ ଅଛି, ଏପରିକି ତୁମେ ପ୍ରତ୍ୟକ୍ଷ ଭାବରେ ଅଗ୍ନିକୁ ଦେଖି ନ ପାରିଲେ ମଧ୍ୟ । କିନ୍ତୁ ଆମେ ବୁଝିପାରିବା, କାରଣ ବରଫ, ନା, ଧୂଆଁ, ନିଶ୍ଚିତ ଅଗ୍ନି ଥିବ । ତେଣୁ, ଏହିପରି ଭାବରେ, ପ୍ରାରମ୍ଭରେ, ତୁମକୁ କୃଷ୍ଣଙ୍କୁ ଅନୁଭବ କରିବାକୁ ହେବ । ତାହା ସପ୍ତମ ଅଧ୍ୟାୟରେ କୁହାଯାଇଛି । ଖୋଜ । ରସୋଽହମପସୁ କୌନ୍ତେୟ ପ୍ରଭାସ୍ମି ଶଶିସୂର୍ଯ୍ୟୟୋଃ ପ୍ରଣବଃ ସର୍ବବେଦେଷୁ (BG 7.8) ।

ଜୟତୀର୍ଥ: ସାତ ଆଠ: ହେ କୁନ୍ତୀପୁତ୍ର, ଅର୍ଜୁନ, ମୁଁ ହେଉଛି ଜଳର ସ୍ଵାଦ, ସୂର୍ଯ୍ୟ ଏବଂ ଚନ୍ଦ୍ରର ଆଲୋକ, ବୈଦିକ ମନ୍ତ୍ରରେ ଓଁ ପଦାଶଂ, ମୁଁ ହେଉଛି ଆକଶରେ ଧ୍ଵନି ଏବଂ ମାନବର କ୍ଷମତା ।

ପ୍ରଭୁପାଦ: ତେଣୁ ଏହିପରି ଭାବରେ କୃଷ୍ଣଙ୍କୁ ଦେଖ । କଷ୍ଟ କେଉଁଠାରେ ରହିଲା? କିଏ ଏହି ପ୍ରଶ୍ନ ପଚାରିଲା? କୃଷ୍ଣଙ୍କୁ ଦେଖିବାରେ କଷ୍ଟ କେଉଁଠାରେ ରହିଲା? କୌଣସି କଷ୍ଟ ଅଛି କି? କୃଷ୍ଣଙ୍କୁ ଦେଖିବାରେ । ମନ୍ମନା ଭବ ମଦ୍ ଭକ୍ତୋ, କୃଷ୍ଣ କୁହନ୍ତି: 'ସର୍ବଦା ମୋତେ ସ୍ମରଣ କର ।' ତେଣୁ, ଯଥାଶୀଘ୍ର ତୁମେ ପାଣି ପିଇବ, ତୂରନ୍ତ ସ୍ଵାଦ କର ଏବଂ କୁହ 'ଓ, କୃଷ୍ଣ ଏଠାରେ ଅଛନ୍ତି; ମନ୍ମନା ଭବ ମଦ୍ ଭକ୍ତୋ । କଷ୍ଟ କେଉଁଠାରେ ରହିଲା? କୌଣସି କଷ୍ଟ ନାହିଁ । ସବୁକିଛି ଅଛି । ଅହ? କଷ୍ଟ କେଉଁଠାରେ ରହିଲା?

ଅଭିନନ୍ଦନ: ଆମେ ମନେ ରଖିବାକୁ ଚେଷ୍ଟା କରିବୁ କି କୃଷ୍ଣ ହେଉଛନ୍ତି ଭଗବାନ?

ପ୍ରଭୁପାଦ: ତୁମେ ତାଙ୍କ ବିଷୟରେ କ'ଣ ଭାବୁଛ?(ସମସ୍ତେ ହସିଲେ) (ବଂଗାଳୀ) ସେଠାରେ ଜଣେ ପୁରା ରାମାୟଣ ପଢ଼ିଲା ଏବଂ ପଢ଼ି ସାରିଲା ପରେ, ସେ ପଚାରିଲା ସିତା ଦେବୀ, ସେ କାହାର ପିତା?(ହସ) ସିତା ଦେବୀ କାହାର ପିତା?(ଜୋରରେ ହସିଲେ) ତୁମର ପ୍ରଶ୍ନ ସେହିପରି ।(ଅଧିକ ହସି ହସି)

ଅଭିନନ୍ଦନ: କାରଣ ଗତ ବର୍ଷ ମାୟାପୁରରେ, ଶ୍ରୀଲା ପ୍ରଭୁପାଦ, ଆପଣ କହିଥିଲେ ଯେ ଆମେ ଭୁଲିବା କଥା ନୁହେଁ ଯେ କୃଷ୍ଣ ହେଉଛନ୍ତି ଭଗବାନ । ଆପଣ ଏହା ବହୁତ ଥର କହିଛନ୍ତି ।

ପ୍ରଭୁପାଦ: ହଁ, ତେବେ ତୁମେ କାହିଁକି ଭୁଲିଯାଉଛ?(ଭକ୍ତମାନେ ହସୁଛନ୍ତି) ଏହା କ'ଣ?

ଭକ୍ତ: ଯଦି ଜଣେ ଭକ୍ତ ଭକ୍ତିସେବା ମାର୍ଗରୁ ପତିତ ହୁଏ, (ଚରଣାମ୍ଭୁଜ ଜୟନ୍ତକୃତକୁ କହୁଛନ୍ତି: ତୁମେ ଏହି ସବୁ କଥାଗୁଡ଼ିକର ଅନୁବାଦ କରିବା ଉଚିତ୍ ।)

ଭକ୍ତ: ଭଗବତରେ ବର୍ଣ୍ଣିତ ନର୍କକୁ ତାକୁ ଯିବାକୁ ପଡ଼େ କି?

ପ୍ରଭୁପାଦ: ଜଣେ ଭକ୍ତ କଦାପି ପତିତ ହୁଏ ନାହିଁ ।(ଅଧିକ ହସ)

ଭକ୍ତ: ଜୟ! ଜୟ ଶ୍ରୀଲା ପ୍ରଭୁପାଦ!