OR/Prabhupada 0396 - ରାଜା କୂଳଶେଖରଙ୍କର ପ୍ରାର୍ଥନାର ଭାବାର୍ଥ: Difference between revisions

(No difference)

Revision as of 15:56, 15 January 2018



Purport to Prayers of King Kulasekhara, CD 14

ଏହି ଉକ୍ତି, ପ୍ରାର୍ଥନା, ଏକ ପୁସ୍ତକରୁ ନିଆଯାଇଛି ଯାହାର ନାଁ ମୁକୁନ୍ଦ ମାଳ ସ୍ତୋତ୍ର । ଏହି ପ୍ରାର୍ଥନା ଜଣେ ରାଜାଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଥିଲା ତାଙ୍କ ନାମ କୂଳଶେଖର ଥିଲା । ସେ ଜଣେ ମହାନ ରାଜା ଥିଲେ ତା ସହିତ ଏକ ଭକ୍ତ ମଧ୍ୟ ଥିଲେ । ବୈଦିକ ସାହିତ୍ୟର ଇତିହାସରେ ଏମିତିଆ ବହୁ ଉଦାହରଣ ଅଛି ଯେ ରାଜାମାନେ ମଧ୍ୟ ମହାନ ଭକ୍ତ ଥିଲେ, ଏବଂ ସେମାନଙ୍କୁ ରାଜଋଷି କୁହାଯାଉଥିଲା । ରାଜଋଷି ଅର୍ଥାତ, ଯଦିଓ ସେମାନେ ରାଜ ସିଂହାସନରେ ବସୁଛନ୍ତି, ସେମାନେ ସମସ୍ତେ ସାଧୁ ବ୍ୟକ୍ତି । ତେଣୁ ଏହି କୂଳଶେଖର, ରାଜା କୂଳଶେଖର, କୃଷ୍ଣଙ୍କୁ ପ୍ରାର୍ଥନା କରୁଥିଲେ ଯେ "ମୋର ପ୍ରିୟ କୃଷ୍ଣ, ମୋ ମନର ହଂସ ଏବେ ଫସିଯାଇପାରେ ଆପଣଙ୍କର ଚରଣ କମଳର ବୃନ୍ତ ସହିତ । କାରଣ ମୃତ୍ୟୁ କ୍ଷଣରେ, ଶାରୀରିକ କାର୍ଯ୍ୟର ତିନି ତତ୍ତ୍ଵ, ଅର୍ଥାତ୍, ଯାହାକି କଫ, ଏବଂ ପିତ୍ତ, ଏବଂ ବାୟୁ, ସେଗୁଡିକ ସମ୍ମିଳିତ ହୋଇଯିବ, ଏବଂ ଶ୍ଵାସ ଅବରୋଦ୍ଧ ହୋଇଯିବ, ତେବେ ମୁଁ ଆପଣଙ୍କର ମଧୁର ପବିତ୍ର ନାମ ମୃତ୍ୟୁ ସମୟରେ ନେବା ପାଇଁ ସକ୍ଷମ ହୋଇପାରିବି ନାହିଁ ।" ଏହି ତୁଳନା ଏପରି ଭାବରେ ଦିଆଯାଇଛି, ସେହି ଶ୍ଵେତ ହଂସ, ଯେତେବେଳେ ଏହା ଏକ ପଦ୍ମ ଫୁଲ ପାଏ, ଏହା ତା ପାଖକୁ ଯାଇ ପାଣିରେ ବୁଡି ଖେଳିବାକୁ ଲାଗେ ଏବଂ ନିଜେ ପଦ୍ମଫୁଲ ନାଡରେ ଫସିଯାଏ । ତେଣୁ ରାଜା କୂଳଶେଖର ଚାହୁଁଥିଲେ ଯେ ଶରୀର ଏବଂ ମନର ସୁସ୍ଥ ଅବସ୍ଥାରେ, ସେ ଯଥାଶୀଘ୍ର ଭଗବାନଙ୍କର ଚରଣ କମଳର ବୃନ୍ତରେ ଫଶିଯିବେ, ଏବଂ ତୁରନ୍ତ ଦେହ ତ୍ୟାଗ କରିବା । ଉଦ୍ଦେଶ୍ୟ ଏହା ଯେ ଜଣେ କୃଷ୍ଣ ଚେତନାକୁ ଗ୍ରହଣ କରିବା ଉଚିତ୍, ଯେତେବେଳେ ତାର ମନ ଏବଂ ଶରୀର ସୁସ୍ଥ ଅବସ୍ଥାରେ ଥିବ । ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଅପେକ୍ଷା କର ନାହିଁ । କେବଳ କୃଷ୍ଣ ଚେତନା ଅଭ୍ୟାସ କରି ଚାଲ ଯେତେବେଳେ ତୁମର ମନ ଏବଂ ଶରୀର ସୁସ୍ଥ ଅବସ୍ଥାରେ ଥିବ, ଏବଂ ତେବେ ମୃତ୍ୟୁ ସମୟରେ ତୁମେ କୃଷ୍ଣଙ୍କର ନାମ ଏବଂ ତାଙ୍କର ଲୀଳାଗୁଡିକୁ ସ୍ମରଣ କରିବା ପାଇଁ ସକ୍ଷମ ହୋଇପାରିବ ଏବଂ ତୂରନ୍ତ ଆଧ୍ୟାତ୍ମିକ ସାମ୍ରାଜ୍ୟକୁ ସ୍ଥାନାନ୍ତରିତ ହୋଇପାରିବ ।