OR/Prabhupada 0405 - ଅସୁରମାନେ ବୁଝି ପାରନ୍ତି ନାହିଁ ଯେ ଭଗବାନ ହେଉଛନ୍ତି ଏକ ବ୍ୟକ୍ତି । ତାହା ହେଉଛି ଆସୁରିକ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0405 - in all Languages Category:OR-Quotes - 1971 Category:OR-Quotes - Lec...")
(No difference)

Revision as of 16:23, 15 January 2018



Lecture on SB 7.7.30-31 -- Mombassa, September 12, 1971

ଅସୁରମାନେ ବୁଝି ପାରନ୍ତି ନାହିଁ ଯେ ଭଗବାନ ହେଉଛନ୍ତି ଏକ ବ୍ୟକ୍ତି । ତାହା ହେଉଛି ଆସୁରିକ । ସେମାନେ କରି ପାରିବେ ନାହିଁ... କାରଣ ସେମାନେ ବୁଝି ପାରନ୍ତି ନାହିଁ, ଅସୁବିଧା ହେଉଛି ଏକ ଅସୁର ନିଜ ସହିତ ତୁଳନା କରି ଭଗବାନଙ୍କୁ ବୁଝିବାକୁ ଚେଷ୍ଟା କରେ ।

ଡ଼ା. ବେଙ୍ଗ, ତାହା ହେଉଛି ଡ଼ା. ବେଙ୍ଗର କାହାଣୀ । ଡ଼ା. ବେଙ୍ଗ ଆଟଲାଣ୍ଟିକ ମାହାସାଗରକୁ ବୁଝିବାକୁ ଚେଷ୍ଟା କରୁଥିଲା ନିଜର ତିନି ଫୁଟର କୂଅ ସହିତ ତୁଳନା କରି, ବାସ୍ । ଯେତେବେଳେ ତାକୁ କୁହାଗଲା ଯେ ଆଟଲାଣ୍ଟିକ ମହାସାଗର ଅଛି, ସେ କେବଳ ନିଜର ସୀମିତ ସ୍ଥାନ ସହିତ ତୁଳନା କରୁଥିଲା । ଏହା ଚାରି ଫୁଟ ହୋଇ ପାରେ, କିମ୍ଵା ପାଞ୍ଚ ଫୁଟ, ଏହା ଦଶ ଫୁଟ ହୋଇପାରେ, କାରଣ ସେ ତିନି ଫୁଟ ମଧ୍ୟରେ ଥିଲା । ତାର ସାଙ୍ଗ ସୂଚନା ଦେଲା, "ଓ, ମୁଁ ଏକ ଜଳର ଭଣ୍ଡାର ଦେଖିଲି, ବିଶାଳ ଜଳ ।" ତେଣୁ ସେହି ବିଶାଳତା, ସେ କେବଳ ଅନୁମାନ କରୁଥିଲା, "ବିଶାଳତା କେତେ ହୋଇପାରିବ? ମୋର କୂଅ ତିନି ଫୁଟ, ଏହା ଚାରି ଫୁଟ ହୋଇପାରେ, ପାଞ୍ଚ ଫୁଟ," ବର୍ତ୍ତମାନ ସେ ଚାଲିଛି । କିନ୍ତୁ ସେ ଲକ୍ଷ ଏବଂ ଲକ୍ଷ ଫୁଟ ଭାବି ପାରେ ତଥାପି ଏହା ତାଠାରୁ ବଡ଼ । ତାହା ଅନ୍ୟ ଏକ କଥା । ସେଥିପାଇଁ, ନାସ୍ତିକ ବ୍ୟକ୍ତିମାନେ, ଅସୁରମାନେ, ସେମାନେ ନିଜ ହିସାବରେ ଭାବନ୍ତି କୃଷ୍ଣ, ଭଗବାନ ଏପରି ହୋଇ ପାରନ୍ତି, କୃଷ୍ଣ ଏପରି ହୋଇ ପାରନ୍ତି, କୃଷ୍ଣ ସେପରି ହୋଇ ପାରନ୍ତି । ସାଧାରଣତଃ ସେମାନେ ଭାବନ୍ତି ମୁଁ ହେଉଛି କୃଷ୍ଣ । ସେମାନେ କିପରି କହି ପାରନ୍ତି? କୃଷ୍ଣ ମାହାନ ନୁହଁନ୍ତି । ସେମାନେ ବିଶ୍ଵାସ କରନ୍ତି ନାହିଁ ଭଗବାନ ହେଉଛନ୍ତି ମହାନ । ସେମାନେ ଭାବନ୍ତି ଯେ ଭଗବାନ ମୋ ପରି ଭଲ ଅଟନ୍ତି, ତେବେ ମୁଁ ମଧ୍ୟ ଭଗବାନ । ଏହା ହେଉଛି ଆସୁରିକ ।