OR/Prabhupada 0361 - ସେମାନେ ହେଉଛନ୍ତି ମୋର ଗୁରୁ । ମୁଁ ସେମାନଙ୍କର ଗୁରୁ ନୁହେଁ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0361 - in all Languages Category:OR-Quotes - 1971 Category:OR-Quotes - Lec...")
(No difference)

Revision as of 10:57, 18 January 2018



Lecture on BG 7.3 -- Bombay, March 29, 1971

ଯଦି ଆମେ ଏହି ଭକ୍ତି ଯୋଗକୁ ଗ୍ରହଣ କରିବା, ତେବେ ଏହି ଜପ କରିବା, କୃଷ୍ଣଙ୍କର ଏହି ପବିତ୍ର ନାମର କମ୍ପନ, ଅତି ସରଳ ଉପାୟ, ଯଦି ଆମେ ଏହାକୁ ଗ୍ରହଣ କରିବା... ଯେପରି ଅମେ ଏହି ବାଳକମାନଙ୍କୁ ଏହି ଜପ ପ୍ରକ୍ରିୟା ପ୍ରଦାନ କରିଛୁ, ଏବଂ ସେମାନେ ଅତି ବିନମ୍ରତାର ସହିତ ଏହାକୁ ଗ୍ରହଣ କରିଛନ୍ତି । ଏବଂ ଯଦି ସେମାନେ ନିୟମିତ କାମ କରନ୍ତି, ଧିରେ ଧିରେ ସେମାନେ ବୁଝି ପାରିବେ କୃଷ୍ଣ କ'ଣ । ଯେପରି ତୁମେ ଦେଖୁଛ ଉନ୍ନତ ଛାତ୍ର ଯେଉଁମାନେ ପରମାନନ୍ଦରେ ନୃତ୍ୟ କରୁଛନ୍ତି, ତୁମେ ବୁଝିପାରିବ ସେମାନେ କୃଷ୍ଣଙ୍କୁ କେତେ ବୁଝି ପାରିଛନ୍ତି । ଏକ ସରଳ ଉପାୟ । ଏବଂ କାହାକୁ ରୋକି ପାରିବ ନାହିଁ କିମ୍ଵା ବନ୍ଦ କରିପାରିବ ନାହିଁ: "ତୁମେ ହିନ୍ଦୁ ନୁହେଁ । ତୁମେ ହରେ କୃଷ୍ଣ ଜପ କରି ପାରିବ ନାହିଁ ।" ନା । ଏଇ କୃଷ୍ଣ ତତ୍ତ୍ଵ ବେତ୍ତା ସେଇ ଗୁରୁ ହୋୟ (CC Madhya 8.128) ଏହା ଫରକ ପକାଏ ନାହିଁ କି ସେ ହିନ୍ଦୁ କିମ୍ଵା ମୁସଲମାନ କିମ୍ଵା ଖ୍ରୀଷ୍ଟିୟାନ କିମ୍ଵା ଏହା କିମ୍ଵା ତାହା । ଜଣଙ୍କୁ କୃଷ୍ଣଙ୍କର ବିଜ୍ଞାନ ଶିଖିବାକୁ ହେବ, ଭଗବଦ୍ ଗୀତା, ମୌଳିକ ରୂପରେ । ତେବେ ସେ ଆଧ୍ୟାତ୍ମିକ ଗୁରୁ ହୋଇ ପାରିବ ।

ଏହି ବାଳକମାନେ, ଏହି ବାଳକ ଏବଂ ବାଳିକାମାନଙ୍କର ବର୍ତ୍ତମାନ ବିବାହ ହୋଇଛି, ମୁଁ ସେମାନଙ୍କୁ ଅଷ୍ଟ୍ରେଲିଅା ପଠଉଛି । ବାଳକ ଅଷ୍ଟ୍ରେଲିଆରୁ ଆସିଛି, ବାଳିକା ସ୍ଵିଡେନରୁ ଆସିଛି । ବର୍ତ୍ତମାନ ସେମାନେ ଏକଜୁଟ ହୋଇଯାଇଛନ୍ତି । ବର୍ତ୍ତମାନ ସେମାନେ ଆମର ସ୍ଥାପନା ସ୍ଵିଡେନରେ ସମ୍ଭାଳିବାକୁ ଯାଉଛନ୍ତି । ବର୍ତ୍ତମାନ ମୁଁ ସେମାନଙ୍କୁ ଦୁଇ କିମ୍ଵା ତିନି ଦିନ ମଧ୍ୟରେ ପଠେଇବି । ସେମାନେ ମନ୍ଦିରର ଯତ୍ନ ନେବେ ଏବଂ ସେମାନେ ପ୍ରଚାର ମଧ୍ୟ କରିବେ । ଏହି କୃଷ୍ଣ ଚେତନା ସେମାନଙ୍କର ସାହାର୍ଯ୍ୟ ଦ୍ଵାରା ବିସ୍ତାରିତ ହେଉଛି । ମୁଁ ଏକୁଟିଆ ଅଛି, କିନ୍ତୁ ସେମାନେ ମୋତେ ସାହାର୍ଯ୍ୟ କରୁଛନ୍ତି । ସେମାନେ ହେଉଛନ୍ତି ମୋର ଗୁରୁ । ମୁଁ ସେମାନଙ୍କର ଗୁରୁ ନୁହେଁ ।(କରତାଳି) କାରଣ ସେମାନେ ମୋତେ ମୋ ଗୁରୁ ମାହାରାଜଙ୍କର ଆଦେଶ ନିଷ୍ପାଦନ କରିବା ପାଇଁ ସାହାର୍ଯ୍ୟ କରୁଛନ୍ତି । ତେଣୁ ଏହା ଅତି ଭଲ ସଂଯୋଗ ଯେ କେହି ଅଷ୍ଟ୍ରେଲିଆ ଯାଉଛନ୍ତି, କେହି ଫିଜି ଦ୍ଵୀପକୁ ଯାଉଛନ୍ତି, କେହି ହଙ୍ଗ୍ କଙ୍ଗ୍ ଯାଉଛନ୍ତି, କେହି ଚେକୋସ୍ଲୋଭାକିଆ ଯାଉଛନ୍ତି । ଏବଂ ଆମେ ରଷୀୟା ଯିବା ପାଇଁ ମଧ୍ୟ କଥା ହେଉଛୁ । ଚିନ୍ ଯିବାର ସମ୍ଭାବନା ମଧ୍ୟ ଅଛି । ଆମେ ପ୍ରୟାସ କରୁଛୁ । ଆମେ ପୂର୍ବରୁ ଦୁଇ ବାଳକଙ୍କୁ ପାକିସ୍ଥାନ ପଠେଇଛୁ - ଜଣକୁ ଢ଼ାକା ଏବଂ ଜଣଙ୍କୁ କରାଚି ।(କରତାଳି)

ତେଣୁ ଏହି ବାଳକମାନେ, ଏହି ଆମେରିକୀୟ ବାଳକମାନେ, ମୋତେ ସାହାର୍ଯ୍ୟ କରୁଛନ୍ତି । ମୁଁ ଭାରୀ ଦୁଃଖୀତ ଯେ କୌଣସି ଭାରତୀୟ ଏଥିପାଇଁ ଆଗକୁ ଆସୁ ନାହାଁନ୍ତି । ଅବଶ୍ୟ, କିଛି ଅଛନ୍ତି, କିନ୍ତୁ ଅତି କମ । ସେମାନେ ଆଗକୁ ଆସିବା ଉଚିତ୍, ଭାରତର ଯୁବ ପୀଢ଼ି, ସେମାନେ ଏହି ଆନ୍ଦୋଳନରେ ଯୋଗ ଦେବା କଥା, ଏବଂ କୃଷ୍ଣ ଚେତନା ସମଗ୍ର ଦୁନିଆରେ ପ୍ରସାର କରିବା ଉଚିତ୍ । ତାହା ହେଉଛି ଭାରତୀୟମାନଙ୍କର କାମ । ଚୈତନ୍ୟ ମହାପ୍ରଭୁ କୁହଁନ୍ତି,

ଭାରତ ଭୂମିତେ ହୋଲ ମନୁଷ୍ୟ ଜନ୍ମ ଯାର ଜନ୍ମ ସାର୍ଥକ କରି କର ପର ଉପକାର (CC Adi 9.41)

ଏହି ପର ଉପକାର କାମ, ସମଗ୍ର ଦୁନିଆରେ କୃଷ୍ଣ ଚେତନା ପ୍ରସାର କରିବାର ଲୋକକଲ୍ୟାଣ କାର୍ଯ୍ୟକଳାପ, ବର୍ତ୍ତମାନ ସମୟରେ ହେଉଛି ଅତି ମହତ୍ଵପୂର୍ଣ୍ଣ କାମ । ଏହା ସମସ୍ତଙ୍କୁ ରାଜନିତୀକ, ସାମାଜିକ, ସଂସ୍କୃତିକ, ଧାର୍ମିକ,ସବୁ ପ୍ରକାରରେ ଏକଜୁଟ କରିବ । କୃଷ୍ଣ । କୃଷ୍ଣ ହେଉଛନ୍ତି କେନ୍ଦ୍ର । ତାହା ହେଉଛି ତଥ୍ୟ । ଏହା ଉନ୍ନତି କରୁଛି । ଏବଂ ଯଦି ଆମେ ଅଧିକରୁ ଅଧିକ ପ୍ରୟାସ କରିବୁ, ଏହା ଅଧିକରୁ ଅଧିକ ଉନ୍ନତି କରିବ ।