OR/Prabhupada 0581 - ଯଦି ତୁମେ କୃଷ୍ଣଙ୍କର ସେବାରେ ନିୟୋଜିତ ହେବ, ତୁମେ ନୂଆ ପ୍ରୋତ୍ସାହନ ପାଇବ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0581 - in all Languages Category:OR-Quotes - 1973 Category:OR-Quotes - Lec...")
(No difference)

Revision as of 05:35, 20 January 2018



Lecture on BG 2.21-22 -- London, August 26, 1973

ଯଦ ମୈଥୁନାଦି ଗୃହମେଧି ସୁଖମ ହି ତୁଚ୍ଛମ (SB 7.9.45) ତେବେ ଏହି ଭୌତିକବାଦୀ ଜୀବନ ଅର୍ଥାତ୍ ଯୌନ ଜୀବନ । ବହୁତ, ବହୁତ ଘୃଣିତ, ତୁଚ୍ଛମ । ଯଦି କେହି ଏହା ବୁଝିପାରେ, ତେବେ ସେ ମୁକ୍ତ ହୋଇଯାଏ । କିନ୍ତୁ ଯଦି, ଯେତେବେଳେ ଜଣେ ତଥାପି ଆକର୍ଷିତ, ତେବେ ଏହା ବୁଝିବାକୁ ହେବ ଯେ ମୁକ୍ତ ହେବା ପାଇଁ ସମୟ ଅଛି । ଏବଂ ଜଣେ ଯିଏ ବୁଝିପାରିଲା ଏବଂ ଏହାକୁ ତ୍ୟାଗ କରିଲା, ଏପରିକି ଏହି ଶରୀରରେ ସେ ମୁକ୍ତ ହୋଇଯାଏ । ତାକୁ କୁହାଯାଏ ଜୀବନ ମୁକ୍ତଃ ସ ଉଚ୍ୟତେ ।

ଇହା ଯସ୍ୟ ହରେର ଦାସ୍ୟ
କର୍ମଣା ମନସା ଗିରା
ନିଖିଳାସ୍ଵ ଅପି ଅବସ୍ଥାସୁ
ଜୀବନ ମୁକ୍ତଃ ସ ଉଚ୍ୟତେ

ତେବେ କିପରି ଆମେ ଏହି ଇଛାରୁ ମୁକ୍ତ ହୋଇ ପାରିବା? ଇହା ଯସ୍ୟ ହରେର ଦାସ୍ୟ, ଯଦି ତୁମେ କେବଳ କୃଷ୍ଣଙ୍କର ସେବା କରିବାକୁ ଚାହଁ, ତେବେ ତୁମେ ବାହାରି ପାରିବ । ଅନ୍ୟଥା ନୁହେଁ । ତାହା ସମ୍ଭବ ନୁହେଁ । ଭଗବାନଙ୍କର ସେବା କରିବା ବ୍ୟତୀତ ଯଦି ତୁମେ ଆଉ କିଛି ଇଛା କର, ତେବେ ମାୟା ତୁମକୁ ପ୍ରଲୋଭନ ଦେବ, "ଏହାକୁ କାହିଁକି ଉପଭୋଗ କରୁ ନାହଁ?" ସେଥିପାଇଁ ୟମୁନାଚାର୍ଯ୍ୟ କହିଛନ୍ତି,

ଯଦ ଅବଧି ମମ ଚେତଃ କୃଷ୍ଣ ପଦାରବିନ୍ଦେ
ନବ ନବ ରସ ଧାମ୍ନି ଉଦୟତମ ରଂତୁମ ଆସୀତ
ତଦ ଅବଧି ବତ ନାରୀ ସଂଗମେ ସ୍ମର୍ଯମାନେ
ଭବତି ମୁଖ ବିକାରଃ ସୁସ୍ଥୁ ନିସ୍ଥିବନମ୍ ଚ

"ଯଦ ଅବଧି, ଯେବେ ଠାରୁ, ମମ ଚେତଃ, ମୁଁ ମୋର ଜୀବନ ଏବଂ ଆତ୍ମାକୁ ନିଯୁକ୍ତ କରିଛି, ମୋର ଚେତନା, କୃଷ୍ଣଙ୍କର ପାଦପଦ୍ମ ସେବାରେ..." ଏହି ଶ୍ଳୋକ ୟମୁନାଚାର୍ଯ୍ୟଙ୍କ ଦ୍ଵାରା ଦିଆଯାଇଛି । ସେ ଏକ ମହାନ ରାଜା ଥିଲେ, ଏବଂ ରାଜା, ସାଧାରଣତଃ ଅନୈତିକ ଥାନ୍ତି, କିନ୍ତୁ ସେ ପରେ ସାଧୁ ଭକ୍ତ ହୋଇଗଲେ । ତେଣୁ ତାଙ୍କର ବ୍ୟକ୍ତିଗତ ଅନୁଭବ, ସେ କହୁଛନ୍ତି ଯେ "ଯେବେ ଠାରୁ ମୁଁ ମୋ ମନକୁ କୃଷ୍ଣଙ୍କର ପାଦ ପଦ୍ମ ସେବାରେ ଲୀନ କରିଛି, ଯଦ ଅବଧି ମମ ଚେତଃ କୃଷ୍ଣ ପଦାରବିନ୍ଦେ..." ନବ ନବ । ଏବଂ ସେବା, ଆଧ୍ୟାତ୍ମିକ ସେବା ଅର୍ଥାତ୍ ସବୁ କ୍ଷଣ ନୂଆ । ଏହା ସାଧାରଣ ନୁହେଁ । ଯେଉଁମାନେ ଆଧ୍ୟାତ୍ମିକ ଭାବରେ ଅନୁଭବ କରିଛନ୍ତି, ସେମାନେ କୃଷ୍ଣଙ୍କର ସେବା କରିବା ପାଇଁ ଖୋଜନ୍ତି ଅର୍ଥାତ୍ ନୂତନ ଜ୍ଞାନୋଦୟ, ନୂତନ ଜ୍ଞାନୋଦୟ । ନବ ନବ ରସ ଧାମ୍ନି ଉଦୟତମ ରଂତୁମ ଆସିତ । ଏଠାରେ, ଏହି ଭୌତିକ ଜଗତରେ, ତୁମେ ଉପଭୋଗ କରି ପାରିବ, ଏହା ସାଧାରଣ ହୋଇଯାଏ । ପୁନଃ ପନସ୍ ଚର୍ବିତ, ସେଥିପାଇଁ ତୁମେ ନିରାଶ ହୋଇ ଯାଅ । କିନ୍ତୁ ଯଦି ତୁମେ ନିଜକୁ କୃଷ୍ଣଙ୍କର ସେବାରେ ନିୟୋଜିତ କରିବ, ତୁମେ ନୂଆ ଏବଂ ନୂଆ ପ୍ରୋତ୍ସାହନ ପାଇବ । ତାହା ହେଉଛି ଆଧ୍ୟାତ୍ମିକ । ଯଦି ତୁମେ ଏହାକୁ ପୁରୁଣା ପାଇବ, ତେବେ ତୁମେ ଜାଣିବା ଉଚିତ୍ ଯେ ତୁମେ ଏପର୍ଯ୍ୟନ୍ତ ଆଧ୍ୟାତ୍ମିକ ଭାବରେ ସେବା କରୁ ନାହଁ, ତୁମେ ଭୌତିକ ଭାବରେ ସେବା କରୁଛ । ଔପଚାରିକତା, ରୁଢ଼ିବାଦୀ । କିନ୍ତୁ ଯଦି ତୁମେ ନୂଆ ନୂଆ ଶକ୍ତି ଅନୁଭବ କରିବ, ତେବେ ତୁମେ ଜାଣି ପାରିବ ଯେ ତୁମେ ଆଧ୍ୟାତ୍ମିକ ଭାବରେ ସେବା କରୁଛ । ଏହା ହେଉଛି ପରୀକ୍ଷା । ତୁମର ଉତ୍ସାହ ବୃଦ୍ଧି ହେବ, କମିବ ନାହିଁ ।