OR/Prabhupada 1010 - ତୁମେ କାଠ, ପଥର ଦେଖିପାରିବ । ତୁମେ ଦେଖି ପାରିବ ନାହିଁ ଆତ୍ମା କ'ଣ: Difference between revisions

(No difference)

Revision as of 02:01, 21 January 2018



750713 - Conversation B - Philadelphia

ଏନି ଜାକ୍ଦନ: ମୋର କେବଳ ଗୋଟିଏ ମାତ୍ର ପଶ୍ନ ଅଛି, ଏବଂ ତାହା ମଧ୍ୟ ଏକ ବାହାର ବ୍ୟକ୍ତି ଦୃଷ୍ଟି କୋଣରୁ । ମୋତେ ଲାଗୁଛି ଯେ କୃଷ୍ଣ ଚେତନାର ଦୃଷ୍ଟକୋଣକୁ ସ୍ଵୀକାର କରିବା ଜଣଙ୍କ ପାଇଁ ଅତି କଷ୍ଟକର, ଯିଏ ବାହର ବାତାବରଣରେ ବଢିଛି (କୃଷ୍ଣ ଚେତନାର ବାହାରେ) ସେହି ଦୃଷ୍ଟିକୋଣରୁ, ବିଗ୍ରହ ଗୁଡିକ, ଏବଂ ତାଙ୍କର ଧାରଣା ଯେପରି ସେ କୃଷ୍ଣଙ୍କୁ ଉପସ୍ଥାପନା କରନ୍ତି ।

ପ୍ରଭୁପାଦ: ବିଗ୍ରହ?

ଏନି ଜାକ୍ସନ: ଆପଣ ଏହା ବିଷୟରେ କିଛି କହିପାରିବେ କି?

ପ୍ରଭୁପାଦ: ହଁ । ବର୍ତ୍ତମାନ ମୂହୁର୍ତ୍ତରେ, କାରଣ ତୁମେ କୃଷ୍ଣଙ୍କୁ ଦେଖିବା ପର୍ଯ୍ୟନ୍ତ ପ୍ରଶିକ୍ଷିତ ହୋଇନାହଁ, ତେଣୁ କୃଷ୍ଣ ଦୟାକରି ତୁମ ଆଗରେ ଆବିର୍ଭୁତ ହୁଅନ୍ତି ଯେପରି ତୁମେ ଦେଖିପାରିବ । ତୁମେ କାଠ, ପଥର ଦେଖିପାରିବ । ତୁମେ ଦେଖି ପାରିବ ନାହିଁ ଆତ୍ମା କ'ଣ । ଏପରିକି ତୁମେ ନିଜକୁ ମଧ୍ୟ ଦେଖିପାରୁନ । ତୁମେ ଭାବୁଛ, ମୁଁ ଏ ଶରୀର ।" କିନ୍ତୁ ତୁମେ ଏକ ଜୀବାତ୍ମା । ତୁମେ ତୁମ ମାତା ପିତାଙ୍କୁ ପ୍ରତିଦିନ ଦେଖୁଛ, ଏବଂ ଯେତେବେଳେ ପିତା କିମ୍ଵା ମାତା ମୃତ୍ୟୁବରଣ କରନ୍ତି, ତୁମେ କାନ୍ଦ । ତୁମେ କାହିଁକି କାନ୍ଦୁଛ? "ମୋ ପିତା ଚାଲିଯାଇଛନ୍ତି ।" ତୁମ ପିତା କୁଆଡେ ଗଲେ? ସେ ଏଠି ଶୋଇଛନ୍ତି । କାହିଁକି ତୁମେ କହୁଛ ସେ ଚାଲିଯାଇଛନ୍ତି? ସେ ଜିନିଷଟା କ'ଣ ଯାହା ଚାଲିଯାଇଛି? କାହିଁକି ତୁମେ କହୁଛ, "ମୋ ପିତା ଚାଲିଯାଇଛନ୍ତି," ଯଦିଓ ସେ ଖଟରେ ଶୋଇଛନ୍ତି? ତୁମେ ପ୍ରତିଦିନ ତୁମ ପିତାଙ୍କୁ ଦେଖୁଛ । ବର୍ତ୍ତମାନ ତୁମେ କହୁଛ, "ମୋ ପିତା ଚାଲିଯାଇଛନ୍ତି ।" ତ... କିନ୍ତୁ ସେ ଖଟ ଉପରେ ଶୋଇଛନ୍ତି । ତେଣୁ କିଏ ଚାଲିଯାଇଛି? ତୁମର ଉତ୍ତର କ'ଣ?

ଏନି ଜାକ୍ସନ: ଭଗବାନ କେଉଁଠି?

ଜୟତୀର୍ଥ: କିଏ ଚାଲିଯାଇଛି? ଯଦି ତୁମେ ତୁମ ପିତାଙ୍କ ମୃତ ଶରୀର ଦେଖ ତୁମକୁହ ଯେ ମୋ ପିତା ଚାଲିଯାଇଛନ୍ତି, କ'ଣ ଚାଲିଯାଇଛି?

ଏନି ଜାକ୍ସନ: ତାଙ୍କ ପିତା ।

ପ୍ରଭୁପାଦ: ସେହି ପିତା କିଏ?

ଏନି ଜାକ୍ସନ:କେବଳ ଏହି ଭୌତିକ ଶରୀର ହି ଚାଲିଯାଇଛି ।

ପ୍ରଭୁପାଦ: ଭୌତିକ ଶରୀରଟି ଅଛି, ଖଟ ଉପରେ ପଡିଛି ।

ରବୀନ୍ଦ୍ର-ସ୍ଵରୂପ: ତାଙ୍କ ଶରୀର ଅଛି । ଏବଂ ତୁମେ କହୁଛ, "ମୋ ପିତା ଚାଲିଯାଇଛନ୍ତି ।" ତ କ'ଣ ଚାଲିଯାଇଛି?

ଏନି ଜାକ୍ସନ: ଆଛା, ତାଙ୍କ ଆତ୍ମା ଏବେ ମଧ୍ୟ ସେଠି ଅଛି...

ପ୍ରଭୁପାଦ: ତୁମେ ସେହି ଆତ୍ମାକୁ ଦେଖିଛ କି?

ଏନି ଜାକ୍ସନ: ନା ।

ପ୍ରଭୁପାଦ: ସେଥିପାଇଁ ତୁମେ ଆତ୍ମାକୁ ଦେଖିପାରିବ ନାହିଁ, ଏବଂ ଭଗବାନ ହେଉଛନ୍ତି ସର୍ବୋଚ୍ଚ ଆତ୍ମା । ସେଥିପାଇଁ ତୁମ ପ୍ରତି କୃପା କରିବା ପାଇଁ, ସେ ପ୍ରକଟ ହୁଅନ୍ତି କାଠ କିମ୍ଵା ପଥର ଭଳି ଯେପରି ତୁମେ ଦେଖିପାରିବ ।

ଏନି ଜାକ୍ସନ: ଓଃ, ମୁଁ ବୁଝିପାରୁଛି ।

ପ୍ରଭୁପାଦ: ସେ ହେଉଛନ୍ତି ସବୁକିଛି । ସେ ହେଉଛନ୍ତି ଆତ୍ମା ଏବଂ ପଦାର୍ଥ, ସବୁକିଛି । ତୁମେ ତାଙ୍କୁ ଏକ ଆତ୍ମାଙ୍କ ରୂପରେ ଦେଖିପାରିବ ନାହିଁ । ସେଥିପାଇଁ ସେ ଏହି ଭୌତିକ ରୂପରେ ପ୍ରକଟ ହୁଅନ୍ତି ଯେପରି ତୁମେ ଦେଖିପାରିବ । ଏହା ହେଉଛି ବିଗ୍ରହ । ସେ ହେଉଛନ୍ତି ଭଗବାନ, କିନ୍ତୁ ତୁମେ ଏହି ସମୟରେ ତାଙ୍କୁ ତାଙ୍କ ମୂଳ ଆଧ୍ୟାତ୍ମିକ ରୂପରେ ଦେଖିପାରିବ ନାହିଁ । ସେଥିପାଇଁ, ତାଙ୍କ ଅସୀମ ଦୟା କାରଣରୁ, ସେ ତୁମ ସାମନାରେ ପ୍ରକଟ ହୁଅନ୍ତି ଯେମିତି କାଠ ଏବଂ ପଥରରେ ତିଆରି, ଯେପରି ତୁମେ ଦେଖିପାରିବ ।

ଏନି ଜାକ୍ସନ: ବହୁତ ବହୁତ ଧନ୍ୟବାଦ ।

ପ୍ରଭୁପାଦ: ହରେ କୃଷ୍ଣ । ହମ୍ । ତ ତୁମେ ପ୍ରତିଦିନ ଆମର ବୈଠକରେ ଆସୁଛ କି?

ସାଣ୍ଡି ନିକ୍ସନ: ପ୍ରତିଦିନ ନୁହେଁ, କିନ୍ତୁ ମୁଁ ଆସିବି ।

ପ୍ରଭୁପାଦ: ତାହା ଭଲ ।

ସାଣ୍ଡି ନିକ୍ସନ: ହଁ ।