OR/Prabhupada 0315 - ଆମେମାନେ ଏତେ ଜିଦି, ଆମେମାନେ ବାରମ୍ଵାର କୃଷ୍ଣଙ୍କୁ ଭୁଲି ଯିବାକୁ ଚେଷ୍ଟା କରୁଛୁ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0315 - in all Languages Category:OR-Quotes - 1975 Category:OR-Quotes - Lec...")
(No difference)

Revision as of 09:17, 9 February 2018



City Hall Lecture -- Durban, October 7, 1975

ଭାଈ ଏବଂ ଭଉଣୀମାନେ, ଆପଣମାନେ କୃପା କରି ଏହି ଆନ୍ଦୋଳନରେ ଭାଗ ନେଇଥିବାରୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି । ଏହି ଆନ୍ଦୋଳନ ମୁଁ ଆରମ୍ଭ କରି ନାହିଁ । ବହୁତ, ବହୁତ ବର୍ଷ ପୂର୍ବରୁ କୃଷ୍ଣ ନିଜେ ଏହି ଆନ୍ଦୋଳନ ଆରମ୍ଭ କରିଥିଲେ । ପ୍ରଥମତଃ, ସେ ଭଗବଦ୍ ଗୀତାର ଏହି ତତ୍ତ୍ଵଜ୍ଞାନ ସୂର୍ଯ୍ୟ ଦେବତାଙ୍କୁ କହିଥିଲେ । ଯେପରି ଭଗବଦ୍ ଗୀତାରେ କୁହାଯାଇଛି, ଚତୁର୍ଥ ଅଧ୍ୟାୟରେ,

ଇମଂ ବିବସ୍ଵତେ ଯୋଗଂ
ପ୍ରୋକ୍ତ ବାନହମବ୍ୟୟମ୍
ବିବସ୍ଵାନ୍ ମନବେ ପ୍ରାହ
ମନୁରିକ୍ଷ୍ଵାକବେଽବ୍ରବୀତ୍
(BG 4.1)
ଏବଂ ପରମ୍ପରାପ୍ରାପ୍ତ
ମିମଂ ରଂଜର୍ଷୟୋବିଦୁଃ
(BG 4.2)

ତେଣୁ ଆମେ ଯଦି ମନୁଙ୍କର ବୟସ ଗଣନା କରବା, ତେବେ ଏହା ଚାଳିସି ଲକ୍ଷ ବର୍ଷ ଆସିବ । ତେଣୁ କୃଷ୍ଣ କହିଛନ୍ତି ଚାଳିସି ଲକ୍ଷ ବର୍ଷ ପୂର୍ବେ, ଅତି କମରେ, ସେ ଭଗବଦ୍ ଗୀତାର ଏହି ତତ୍ତ୍ଵଜ୍ଞାନ ସୂର୍ଯ୍ୟ ଦେବତା, ବିବସ୍ଵାନଙ୍କୁ କହିଥିଲେ । ସୂର୍ଯ୍ୟ ଗ୍ରହର ପ୍ରଧାନ ଦେବତାଙ୍କର ନାମ ହେଉଛି ବିବସ୍ଵାନ । ତାଙ୍କର ପୁତ୍ର, ମନୁ, ବିବସ୍ଵତ ମନୁ... ତାଙ୍କର ପୁତ୍ର, ଇକ୍ଷ୍ଵାକୁ, ସୂର୍ଯ୍ୟ ବଂଶ ରାଜକୁଳର ମୂଳ ବ୍ୟକ୍ତି, ଯେଉଁଥିରେ ରାମଚନ୍ଦ୍ର ଅବତରଣ କରିଥିଲେ, ଇକ୍ଷ୍ଵାକୁ... ତେଣୁ ଏହିପରି ଭାବରେ କୃଷ୍ଣ ଚେତନା ଅନ୍ଦୋଳନ ବହୁତ, ବହୁତ ଲମ୍ଵା ସମୟରୁ ଚାଲି ଅାସିଛି । କିନ୍ତୁ କୃଷ୍ଣ କହିଲେ, ଏବଂ ପରମ୍ପରାପ୍ରାପ୍ତମିମଂ ରଂଜର୍ଷୟୋବିଦୁଃ (BG 4.2): "ପୂର୍ବେ ରାଜଋଷିମାନେ, ସେମାନେ ଏହି ନିର୍ଦ୍ଦେଶ ଗୁରୁ ଶିଷ୍ୟ ପରମ୍ପରା ମାଧ୍ୟମରେ ପ୍ରାପ୍ତ କରୁଥିଲେ ।" ତହା ଭଗବଦ୍ ଗୀତା ବୁଝିବାର ମାର୍ଗ ଥିଲା । କିନ୍ତୁ କୃଷ୍ଣ କହିଲେ, ସ କାଳେନେହ ମହତା ଯୋଗୋ ନଷ୍ଟଃ ପରନ୍ତପ । ବର୍ତ୍ତମାନ କୃଷ୍ଣ, ପାଞ୍ଚ ହଜାର ବର୍ଷ ପୂର୍ବେ, ଯେତେବେଳେ କୃଷ୍ଣ ଅର୍ଜୁନଙ୍କ ସହିତ କୁରୁକ୍ଷେତ୍ର ଯୁଦ୍ଧ ଭୁମିରେ କଥା ହେଉଥିଲେ, ସେ ଦ୍ଵନ୍ଦରେ ଥିଲେ ଯୁଦ୍ଧ କରିବେ କି ନାହିଁ, ଏବଂ କେବଳ ତାଙ୍କୁ ଯୁଦ୍ଧରେ ଉତ୍ସାହ କରିବା ପାଇଁ, ସେ ଅର୍ଜୁନଙ୍କୁ ଏହି ଭଗବଦ୍ ଗୀତା ପାଞ୍ଚ ହଜାର ବର୍ଷ ପୂର୍ବେ କହିଥିଲେ । ଏବଂ ସେ କହିଥିଲେ ଯେ, "ପରମ୍ପରା ପ୍ରଣାଳୀ, ଗୁରୁ ଶିଷ୍ୟ ପରମ୍ପରା, ବର୍ତ୍ତମାନ ଭାଙ୍ଗି ଯାଇଛି; ସେଥିପାଇଁ ମୁଁ ତୁମକୁ ପୁଣିଥରେ କହୁଛି, ଯେପରିକି ଲୋକମାନେ ତୁକ ଠାରୁ ଶିଖିବେ ତତ୍ତ୍ଵଜ୍ଞାନ, କୃଷ୍ଣ ଚେତନାର ଭାବାର୍ଥ କ'ଣ ।"

ତେବେ ପାଞ୍ଚ ହଜାର ବର୍ଷ ପୂର୍ବେ ଏହି ତତ୍ତ୍ଵଜ୍ଞାନ କୃଷ୍ଣଙ୍କୁ କୁହାଯାଇ ଥିଲା, ଏବଂ ଆମେମାନେ ଏହି ନିର୍ଦ୍ଦେଶ ପାଇଲୁ । ଦୁର୍ଭାଗ୍ୟବଶତଃ ତାହା ପୁଣି ଥରେ ବିକୃତ କରାଯାଉଛି । କାରଣ ଆମେମାନେ ପରମ୍ପରା ପ୍ରଣାଳୀରେ ପ୍ରାପ୍ତ କରୁନାହୁଁ, ଅାମେମାନେ ଆଦାନ ପ୍ରଦାନ କରୁଛୁ, ଆମେ ଆମ ହିସାବରେ ଆଦାନ ପ୍ରଦାନ କରୁଛୁ, ଏବଂ ସେଥିପାଇଁ ଏହା ପୁଣି ଥରେ ମଧ୍ୟ ଭାଙ୍ଗି ଯାଇଛି । ସେଥିପାଇଁ ପୁଣି, ପାଞ୍ଚଶହ ବର୍ଷ ପୂର୍ବେ, ଶ୍ରୀ ଚୈତନ୍ୟ ମାହାପ୍ରଭୁ ଏହି ଭଗବଦ୍ ଗୀତାର ନିର୍ଦ୍ଦେଶ ଏକ ବକ୍ତ ରୂପରେ ଦେଇଥିଲେ । ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କୁ କୃଷ୍ଣଙ୍କର ଅବତାର ରୂପେ ଧରାଯାଏ । ଯେପରି କୃଷ୍ଣ, ପରମ ପୁରୁଷ ଭଗବାନ, ସେ ଆଦେଶ ଦେବା ଗୁରୁ ରୂପରେ ନିର୍ଦ୍ଦେଶ ଦେଇଥିଲେ, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ (BG 18.66), କିନ୍ତୁ ତଥାପି, ଲୋକମାନେ ଭୁଲ ବୁଝୁଛନ୍ତି । ସେଥିପାଇଁ, ଏହି ଥର, ପାଞ୍ଚଶହ ବର୍ଷ ପୂର୍ବେ, ଭଗବାନ ଚୈତନ୍ୟ ମାହାପ୍ରଭୁ, ସ୍ଵୟଂ କୃଷ୍ଣ, କୃଷ୍ଣଙ୍କର ଭକ୍ତ ରୂପରେ ଅବତରଣ କରିଥିଲେ ।

ଶ୍ରୀ ଚୈତନ୍ୟ ମାହାପ୍ରଭୁ ହେଉଛନ୍ତି କୃଷ୍ଣ । ତାହା ପ୍ରାମାଣିକ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି:

କୃଷ୍ଣ ବର୍ଣ୍ଣମ ତ୍ଵଶକୃଷ୍ଣମ
ସଂଗୋପାଂଗାସ୍ତ୍ର ପାର୍ଶଦମ
ଯଜ୍ଞୈର ସଂକୀର୍ତ୍ତନୈର ପ୍ରାୟୈର
ଯଜାନ୍ତି ହି ସୁମେଦସଃ
(SB 11.5.32)

ତେବେ ଏହି କୃଷ୍ଣ ଚେତନା ଅନ୍ଦୋଳନ ବ୍ୟବହାରିକ ରୂପରେ ଶ୍ରୀ ଚୈତନ୍ୟ ମାହାପ୍ରଭୁଙ୍କର ଆନ୍ଦୋଳନ ଅଟେ । ଏବଂ ଶ୍ରୀ ଚୈତନ୍ୟ ମାହାପ୍ରଭୁ ହେଉଛନ୍ତି ସ୍ଵୟଂ କୃଷ୍ଣ । ତେବେ କୃଷ୍ଣ ବଦ୍ଧଜୀବମାନଙ୍କ ଉପରେ ଅତି ଦୟାଳୁ । ସେ ବାରମ୍ଵାର ସେମାନଙ୍କୁ କୃଷ୍ଣ ଚେତନା ଆନ୍ଦୋଳନର ବାସ୍ତବ ସ୍ତରକୁ ଉନ୍ନତ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଆମେମାନେ ଏତେ ଜିଦି, ଆମେମାନେ ବାରମ୍ଵାର କୃଷ୍ଣଙ୍କୁ ଭୁଲି ଯିବାକୁ ଚେଷ୍ଟା କରୁଛୁ । ଏହା ଚାଲିଛି ।