OR/Prabhupada 0372 -ଅନାଦି କର୍ମଫଳେର ଭାବାର୍ଥ: Difference between revisions

(No difference)

Revision as of 10:32, 20 October 2019



Anadi Karama Phale and Purport - Los Angeles

ଅନାଦି କର୍ମ ଫଳେ । ଅନାଦି କର୍ମ ଫଳେ ପୋରି ଭବାର୍ଣ୍ଣବ ଜଳେ ତରିବାରେ ନା ଦେଖେ ଉପାୟ । ଏହା ଭକ୍ତିବିନୋଦ ଠାକୁରଙ୍କ ଦ୍ଵାରା ବୋଲାଯାଇଥିବା ଏକ ଗୀତ ଅଟେ, ବଦ୍ଧ ଆତ୍ମାର ଚିତ୍ରଣ କରି । ଏହା ଏଠାରେ କୁହାଯାଇଛି, ଭକ୍ତିବିନୋଦ ଠାକୁର କହୁଛନ୍ତି, ନିଜକୁ ଏକ ସାଧାରଣ ମନୁଷ୍ୟ ରୂପେ ମାନି, ଯେ ମୋର ଅତୀତର କର୍ମି ଗତିବିଧିଗୁଡିକ ଯୋଗୁଁ, ମୁଁ ବର୍ତ୍ତମାନ ଅଜ୍ଞାନତାର ଏହି ମହାସାଗରରେ ପଡି ରହିଛି, ଏବଂ ଏହି ବିଶାଳ ମହାସାଗରରୁ ବାହାରିବା ପାଇଁ କୌଣସି ସାଧନ ପାଉ ନାହିଁ । ଏହା ହେଉଛି ବିଶାକ୍ତ ମାହାସାଗର ପରି, ଏ ବିଶୟେ ହଳାହଳେ, ଦିବା-ନିଶି ହିୟା ଜଳେ । ଯେପରି, ଯଦି ଜଣେ ରାଗ ଖାଦ୍ୟ ଖାଏ, ଏହା ହୃଦୟ ଜଳାଏ, ସେହିପରି, ଯେପରି ଆମେ ଇନ୍ଦ୍ରିୟ ସନ୍ତୁଷ୍ଟି ଦ୍ଵାରା ଖୁସୀ ହେବାପାଇଁ ଚେଷ୍ଟା କରୁ, ବାସ୍ତବରେ, ଏହା ଠିକ୍ ବିପରିତ ହୋଇଯାଉଛି, ଆମର ହୃଦୟ ଜଳିବାର ଏକ କାରଣ । ଏ ବିଷୟେ-ହଳାହଳେ, ଦିବା-ନିଶି ହିୟା ଜ୍ଵଳେ, ସେହି ଜଳିବା ଚବିଶ ଘଣ୍ଟା, ଦିନ ଏବଂ ରାତି ଚାଲିଛି । ମନ କଭୁ ସୁଖ ନାହିଁ ପାୟା, ଏବଂ ମୋର ମନ ଏହି କାରଣରୁ କଦାପି ସନ୍ତୁଷ୍ଟ ନାହିଁ । ଆଶା ପାଶ-ଶତ ଶତ କ୍ଲେଶ ଦେ ଅବିରତ, ମୁଁ ସର୍ବଦା ଯୋଜନା ପ୍ରସ୍ତୁତ କରେ, ଶହେ ଏବଂ ହଜାରେ, କିପରି ମୁଁ ସୁଖୀ ହୋଇପାରିବି, କିନ୍ତୁ ବାସ୍ତବରେ ସେମାନେ ସମସ୍ତେ ମୋତେ ଚବିଶ ଘଣ୍ଟା ଅସୁବିଧା, କଷ୍ଟ ଦିଅନ୍ତି ।

ପ୍ରବୃତ୍ତି-ଉର୍ମିର ତାହେ ଖେଳା, ଏହା ଠିକ୍ ମାହାସାଗରର ତରଙ୍ଗ ପରି, ସର୍ବଦା ଜଣେ ଅନ୍ୟଜଣ ସହିତ ଧକ୍କା ହୁଅନ୍ତି, ତାହା ହେଉଛି ମୋର ସ୍ଥିତି । କର୍ମ-କ୍ରୋଧ-ଆଦି ଚୟ, ବାଟପାରେ ଦେୟ ଭୟ, ଏହା ବ୍ୟତୀତ, ଏତେ ସାରା ଚୋର ଏବଂ ଡାକୁ ଅଛନ୍ତି । ବିଶେଷକରି ସେମାନେ ସଂଖ୍ୟାରେ ଛଅଜଣ, କାମନା, କ୍ରୋଧ, ଇର୍ଷା, ଭ୍ରମ, ଏବଂ ବହୁତ ସାରା ରାସ୍ତା ଅଛି, ସେମାନେ ସର୍ବଦା ଉପସ୍ଥିତ, ଏବଂ ମୁଁ ସେମାନଙ୍କୁ ଭୟ କରେ । ଅବସାନ ହୋୟଲୋ ଆସି ବେଳା, ଏହିପାରି ଭାବରେ, ମୋର ଜୀବନ ଉନ୍ନତ ହେଉଛି, କିମ୍ଵା ମୁଁ ଅନ୍ତକୁ ଆସିଛି । ଜ୍ଞାନ-କର୍ମ ଠଗ ଦୁଇ, ମୋରେ ପ୍ରତାରିୟା ଲେୟ, ଯଦିଓ ଏହା ହେଉଛି ମୋର ସ୍ଥିତି, ତଥାପି, ଦୁଇ ପ୍ରକାରର ଗତିବିଧି, ମାନସିକ କଳ୍ପନା ଏବଂ କର୍ମି ଗତିବିଧିଗୁଡିକ, ସେମାନେ ମୋତେ ଠକନ୍ତି । ଜ୍ଞାନ-କର୍ମ ଠଗ, ଠଗ ଅର୍ଥାତ୍ ଠକ । ଜ୍ଞାନ-କର୍ମ ଠଗ ଦୁଇ, ମୋରେ ପ୍ରତାରିୟା ଲେୟ, ସେମାନେ ମୋତେ ପଥଭ୍ରଷ୍ଟ କରୁଛନ୍ତି, ଏବଂ ଅବଶେଷେ ଫଳେ ସିନ୍ଧୁ ଜଳେ, ମୋର ପଥ ଭ୍ରଷ୍ଟ କରିବା ପରେ, ସେମାନେ ମୋତେ ସମୁଦ୍ର କୂଳକୁ ଆଣୁଛନ୍ତି, ଏବଂ ମୋତେ ସମୁଦ୍ର ଭିତରକୁ ଫିଙ୍ଗି ଦେଉଛନ୍ତି । ଏ ହେନୋ ସମୟେ ବନ୍ଧୁ, ତୁମି କୃଷ୍ଣ କୃପା-ସିନ୍ଧୁ, ଯେ କୌଣସି ପରିସ୍ଥିତିରେ, ହେ କୃଷ୍ଣ, ତୁମେ ହେଉଛ ଏକମାତ୍ର ବନ୍ଧୁ, ତୁମି କୃଷ୍ଣ କୃପ‍‍ା ସିନ୍ଧୁ । କୃପା କୋରି ତୋଳୋ ମୋର ବଳେ, ବର୍ତ୍ତମାନ ଏହି ଅଜ୍ଞାନତାର ମାହାସାଗରରୁ ବାହାରିବା ପାଇଁ ମୋର ବଳ ନାହିଁ, ତେଣୁ ମୁଁ ଅନୁରୋଧ କରୁଛି, ମୁଁ ଆପଣଙ୍କର ପାଦ ପଦ୍ମରେ ପ୍ରାର୍ଥନା କରୁଛି, ଯେ ଆପଣଙ୍କର ଶକ୍ତି ଦ୍ଵାରା, ଆପଣ ଦୟା କରି ମୋତେ ଉଦ୍ଧାର କରନ୍ତୁ । ପତିତ-କିଂକରେ ଧରୀ ପାଦପଦ୍ମ ଧୂଳି କୋରୀ, ପରିଶେଷରେ, ମୁଁ ହେଉଛି ଆପଣଙ୍କର ଶାଶ୍ଵତ ସେବକ ।

ତେଣୁ, ଯେ କୌଣସି ଭାବରେ, ମୁଁ ଏହି ମାହାସାଗରରେ ପଡି ଯାଇଛି, ଦୟାକରି ଆପଣ ମୋତେ ଉଦ୍ଧାର କରନ୍ତୁ, ଏବଂ ଆପଣଙ୍କର ପାଦପଦ୍ମର ଏକ ଧୂଳି ରୂପେ ମୋତେ ସ୍ଵୀକାର କରନ୍ତୁ । ଦେହୋ ଭକ୍ତିବିନୋଦ ଆଶ୍ରୟା, ଭକ୍ତିବିନୋଦ ଠାକୁର ବିନତୀ କରନ୍ତି, ଯେ "ଦୟାକରି ଆପଣଙ୍କର ପାଦପଦ୍ମରେ ମୋତେ ଆଶ୍ରୟ ଦିଅନ୍ତୁ ।" ଆମି ତବ ନିତ୍ୟ ଦାସ, ବାସ୍ତବରେ ମୁଁ ହେଉଛି ଆପଣଙ୍କର ଶାଶ୍ଵତ ସେବକ । ଭୂଲିୟା ମାୟାର ପାଶ, କୌଣସି କାରଣରୁ ମୁଁ ଆପଣଙ୍କୁ ଭୂଲି ଯାଇଛି, ଏବଂ ବର୍ତ୍ତମାନ ମୁଁ ମାୟା ଜାଲରେ ପଡି ଯାଇଛି । ବଦ୍ଧ ହୋୟେ ଆଛି ଦୋୟାମୋୟ, ମେରେ ପ୍ରିୟ ପ୍ରଭୁ, ମୁଁ ଏହିପରି ଭାବରେ ଫଶି ଯାଇଛି । ଦୟାକରି ମୋତେ ଉଦ୍ଧାର କରନ୍ତୁ ।