OR/Prabhupada 0444 - ଗୋପୀମାନେ ବଦ୍ଧଜୀବି ନୁହଁନ୍ତି । ସେମାନେ ମୁକ୍ତ ଆତ୍ମା: Difference between revisions
(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0444 - in all Languages Category:OR-Quotes - 1968 Category:OR-Quotes - Lec...") |
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->") |
||
Line 7: | Line 7: | ||
[[Category:OR-Quotes - in USA, Los Angeles]] | [[Category:OR-Quotes - in USA, Los Angeles]] | ||
<!-- END CATEGORY LIST --> | <!-- END CATEGORY LIST --> | ||
<!-- BEGIN NAVIGATION BAR -- | <!-- BEGIN NAVIGATION BAR -- DO NOT EDIT OR REMOVE --> | ||
{{1080 videos navigation - All Languages|Oriya|OR/Prabhupada | {{1080 videos navigation - All Languages|Oriya|OR/Prabhupada 0443 - ଅବ୍ୟକ୍ତିତ୍ଵର କୌଣସି ପ୍ରଶ୍ନ ନାହିଁ|0443|OR/Prabhupada 0445 - ଏହା ଏକ ପ୍ରଥା ହୋଇଯାଇଛି, ନାରାୟଣଙ୍କୁ ସମସ୍ତଙ୍କ ସହ ସମାନ ଭାବରେ ଦେଖିବା|0445}} | ||
<!-- END NAVIGATION BAR --> | <!-- END NAVIGATION BAR --> | ||
<!-- BEGIN ORIGINAL VANIQUOTES PAGE LINK--> | <!-- BEGIN ORIGINAL VANIQUOTES PAGE LINK--> | ||
Line 18: | Line 18: | ||
<!-- BEGIN VIDEO LINK --> | <!-- BEGIN VIDEO LINK --> | ||
{{youtube_right| | {{youtube_right|DiGYADkJXmM|ଗୋପୀମାନେ ବଦ୍ଧଜୀବି ନୁହଁନ୍ତି । ସେମାନେ ମୁକ୍ତ ଆତ୍ମା<br />- Prabhupāda 0444}} | ||
<!-- END VIDEO LINK --> | <!-- END VIDEO LINK --> | ||
Latest revision as of 22:50, 1 October 2020
Lecture on BG 2.8-12 -- Los Angeles, November 27, 1968
ପ୍ରଭୁପାଦ: ହମ୍?
ଭକ୍ତ: ମୁଁ ଆପଣଙ୍କ ଲେଖାରେ କେଉଁଠାରେ ପଢ଼ିଥିଲି ଯେ ରାଧା ଏବଂ କୃଷ୍ଣଙ୍କର ଗୋପନୀୟ ସମ୍ଵନ୍ଧକୁ ବୁଝିବା ପାଇଁ, ଜଣକୁ ଗୋପୀମାନଙ୍କର ସେବା କରିବାକୁ ହେବ ଯେଉଁମାନେ ଗୋପୀମାନଙ୍କର ସେବକ, ଏବଂ ମୁଁ ଭାବୁଥିଲି ଯେ ଆପଣ ଗୋପୀଙ୍କର ଏକ ସେବକ । ଏହା ଠିକ୍ କି? କିମ୍ଵା...କିପରି ମୁଁ ଗୋପୀମାନଙ୍କର ସେବକର ସେବା କରି ପାରିବି?
ପ୍ରଭୁପାଦ: ଗୋପୀମାନେ, ସେମାନେ ବଦ୍ଧଜୀବି ନୁହଁନ୍ତି । ସେମାନେ ମୁକ୍ତ ଆତ୍ମା । ତେଣୁ ସର୍ବ ପ୍ରଥମେ ତୁମକୁ ଏହି ବଦ୍ଧ ଜୀବନରୁ ବାହାରକୁ ବାହରିବାକୁ ହେବ । ତାପରେ ଗୋପୀମାନଙ୍କର ସେବା କରିବାର ପ୍ରଶ୍ନ ଆସିବ । ବର୍ତ୍ତମାନ ମୂହୁର୍ତ୍ତରେ, ଗୋପୀମାନଙ୍କର ସେବା କରିବା ପାଇଁ, ଅତି ଉତ୍ସାହିତ ହୁଅ ନାହିଁ । କେବଳ ତୁମର ବଦ୍ଧ ଜୀବନରୁ ବାହାରିବା ପାଇଁ ଚେଷ୍ଟା କର । ତାପରେ ସମୟ ଆସିବ ଯେତେବେଳେ ତୁମେ ଗୋପୀମାନଙ୍କର ସେବା କରିବା ପାଇଁ ସକ୍ଷମ ହୋଇ ପାରିବ । ଏହି ବଦ୍ଧ ଅବସ୍ଥାରେ ଆମେ କାହାର ସେବା କରି ପାରିବା ନାହିଁ । କୃଷ୍ଣ ଏହା କରୁଛନ୍ତି । କିନ୍ତୁ କୃଷ୍ଣ ଆମକୁ ସୁଯୋଗ ଦେଉଛନ୍ତି ଏହି ଅର୍ଚ-ମାର୍ଗରେ ସେବାକୁ ସ୍ଵୀକାର କରିବାର । ଯେପରି ଆମେ କୃଷ୍ଣଙ୍କର ବିଗ୍ରହ ରଖିଛୁ, ବିଧି ଅନୁସାରେ, ସିଦ୍ଧାନ୍ତ ଅନୁସାରେ ପ୍ରସାଦ ଅର୍ପଣ କରୁ । ତେବେ ଆମକୁ ଏହିପରି ଭାବରେ ଉନ୍ନତି କରିବାକୁ ହେବ, ଏହି ଜପ କରିବା, ଶ୍ରବଣ କରିବା, ଏବଂ ମନ୍ଦିରରେ ପୂଜା କରିବା, ଆରତୀ, ପ୍ରସାଦ ଅର୍ପଣ କରିବା । ଏହି ପରି ଭାବରେ, ଯେପରି ଆମେ ଉନ୍ନତି କରୁ, ତେବେ ସ୍ଵୟଂ କୃଷ୍ଣ ତୁମକୁ ପ୍ରକାଶିତ କରିବେ, ଏବଂ ତୁମେ ତୁମର ସ୍ଥିତି ବୁଝି ପାରିବ, କିପରି ତୁମକୁ... ଗୋପୀ ଅର୍ଥାତ୍ ଯେଉଁମାନେ ସର୍ବଦା, ଭଗବାନଙ୍କର ସେବାରେ ନିରନ୍ତର ଭାବରେ ନିଯୁକ୍ତ । ତେବେ ସେହି ଶାଶ୍ଵତ ସମ୍ପର୍କ ପ୍ରକାଶିତ ହେବ । ତେବେ ଆମକୁ ସେଥିପାଇଁ ଅପେକ୍ଷା କରିବାକୁ ହେବ । ତୂରନ୍ତ ଆମେ ଗୋପୀମାନଙ୍କର ସେବା କରିବାର ନକଲ କରି ପାରିବା ନାହିଁ । ତାହା ଏକ ଭଲ ବିଚାର, ଯେ ତୁମେ ଗୋପୀମାନଙ୍କର ସେବା କରିବ, କିନ୍ତୁ ଏହା ପାଇଁ ସମୟ ଲାଗିବ । ତୂରନ୍ତ ନୁହେଁ । ତୂରନ୍ତ ଆମକୁ ନିୟମ ଏବଂ ନିୟନ୍ତ୍ରକକୁ ଅନୁସରଣ କରିବାକୁ ହେବ ଏବଂ ନିୟମିତ କାମ ।