OR/Prabhupada 0456 - ଜୀବ ଯାହା ଶରୀରକୁ କ୍ରିୟାଶିଳ କରୁଛି, ତାହା ହେଉଛି ଉଚ୍ଚତର ଶକ୍ତି: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0456 - in all Languages Category:OR-Quotes - 1977 Category:OR-Quotes - Lec...")
 
(Vanibot #0005: NavigationArranger - update old navigation bars (prev/next) to reflect new neighboring items)
 
Line 7: Line 7:
[[Category:OR-Quotes - in India, Mayapur]]
[[Category:OR-Quotes - in India, Mayapur]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0455 - ଯାହା ତୁମ କଳ୍ପନାରୁ ବାହାରେ ସେଥିରେ ତୁମର ତୁଚ୍ଛ ତର୍କ ପ୍ରୟୋଗ କର ନାହିଁ|0455|OR/Prabhupada 0457 - କେବଳ ଅଭାବ ହେଉଛି କୃଷ୍ଣ ଚେତନାର |0457}}
{{1080 videos navigation - All Languages|Oriya|OR/Prabhupada 0455 - ଯାହା ତୁମ କଳ୍ପନାରୁ ବାହାରେ ସେଥିରେ ତୁମର ତୁଚ୍ଛ ତର୍କ ପ୍ରୟୋଗ କର ନାହିଁ|0455|OR/Prabhupada 0457 - କେବଳ ଅଭାବ ହେଉଛି କୃଷ୍ଣ ଚେତନାର|0457}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->

Latest revision as of 07:14, 4 July 2021



Lecture on SB 7.9.6 -- Mayapur, February 26, 1977

ଭଗବଦ୍ ଗୀତାରେ ଏହା କୁହାଯାଇଛି କି,

ଭୂମିରାପୋଽନଳୋ ବାୟୁଃ ଖଂ
ମନୋ ବୁଦ୍ଧିରେବ ଚ...
ଭିନ୍ନା ପ୍ରକୃତିରଷ୍ଟଧା
(BG 7.4)

ଏହି ଭୌତିକବାଦୀ ବ୍ୟକ୍ତିମାନେ - ବୈଜ୍ଞାନିକ, ପଦାର୍ଥବିତ୍, ଏବଂ ଅନ୍ୟ କଳ୍ପନା କରିବା ବାଲା - ସେମାନେ ଏହି ତତ୍ତ୍ଵଗୁଡିକ ସହିତ କାମ କରୁଛନ୍ତି, ଭୌତିକ - ପୃଥିବୀ, ଜଳ, ଅଗ୍ନି, ବାୟୁ, ଆକାଶ, ମନ ପର୍ଯ୍ୟନ୍ତ, ମନୋବିଜ୍ଞାନ, କିମ୍ଵା, ଟିକିଏ ଉନ୍ନତ, ବୁଦ୍ଧିମାନ, କିନ୍ତୁ ତା ଠାରୁ ଅଧିକ ନୁହେଁ । ସେମାନେ ସେମାନଙ୍କର ବିଶ୍ଵବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ଶିକ୍ଷା ସଂସ୍ଥାମାନଙ୍କରେ କାମ କରୁଛନ୍ତି । ସେମାନଙ୍କର ସମ୍ଵନ୍ଧ ଏହି ତତ୍ତ୍ଵମାନଙ୍କ ସହିତ ଅଛି, ଭୌତିକ । ସେମାନଙ୍କର କୌଣସି ଆଧ୍ୟାତ୍ମିକ ଜ୍ଞାନ ନାହିଁ । କୃଷ୍ଣ କହିଛନ୍ତି... ଆମକୁ ଭଗବଦ୍ ଗୀତାରୁ ସୂଚନା ମିଳେ, ଅପରେୟମ: "ଏହି ଆଠଟି ତତ୍ତ୍ଵ, ସେଗୁଡିକ ତୁଛ ଅଟନ୍ତି ।" ସେଥିପାଇଁ, କାରଣ ସେମାନେ କେବଳ ତାଙ୍କର ନିମ୍ନ ଗୁଣ ସହିତ କାମ କରୁଛନ୍ତି, ସେମାନଙ୍କର ଜ୍ଞାନ ହେଉଛି ନିମ୍ନମାନର । ଏହା ହେଉଛି ତଥ୍ୟ । ଏହା ନୁହେଁ ଯେ ମୁଁ ଆରୋପ କରୁଛି । ନା । ଏହା ହେଉଛି... ସେମାନଙ୍କ ପାଖରେ କୌଣସି ସୂଚନା ନାହିଁ । ବଡ଼, ବଡ଼ ଆଧ୍ୟାପକମାନେ, ସେମାନେ କୁହଁନ୍ତି ଯେ ଏହି ଶରୀର ସମାପ୍ତ... "ଶରୀର ସମାପ୍ତ" ଅର୍ଥାତ୍ ପଞ୍ଚତ୍ଵ-ପ୍ରାପ୍ତ । ସେମାନେ ଜାଣି ନାହାଁନ୍ତି ଯେ ଅନ୍ୟ ଏକ ଶରୀର ଅଛି, ସୂକ୍ଷ୍ମ ଶରୀର - ମନ, ବୁଦ୍ଧି, ଅହଂକାର । ସେମାନେ ଜାଣି ନାହାଁନ୍ତି । ସେମାନେ ଭାବୁଛନ୍ତି ଏହି ପୃଥିବୀ, ଜଳ, ବାୟୁ, ଅଗ୍ନି, ଆକାଶ, ସେତିକି... "ଏହା ସମାପ୍ତ ହୋଇଯାଇଛି । ମୁଁ ଦେଖୁଛି, ତୁମେ ଶରୀରକୁ ପୋଡୁଛ କିମ୍ଵା ପୋତୁଛ, ସମାପ୍ତ, ସବୁକିଛି ସମାପ୍ତ ହୋଇ ଯାଇଛି । ଏବଂ ଅନ୍ୟ ଏକ କଥା କାହିଁ?" ତେବେ ସେମାନଙ୍କର ଜ୍ଞାନ ନାହିଁ । ତେବେ ଏପରିକି ସେମାନଙ୍କର ସୂକ୍ଷ୍ମ ଶରୀରର ମଧ୍ୟ ଜ୍ଞାନ ନାହିଁ, ପୃଥିବୀ, ଜଳ, ଯାହା ଆତ୍ମାକୁ ନେଇଯାଏ, ଏବଂ ସେମାନେ ଆତ୍ମା ବିଷୟରେ କ'ଣ ଜାଣିଛନ୍ତି?

ତେବେ କୃଷ୍ଣ ଭଗବଦ୍ ଗୀତାରେ ସୂଚନା ଦେଉଛନ୍ତି, ଅପରେୟମ: "ଏହି ତତ୍ତ୍ଵଗୁଡିକ, ଏପରିକି ମନ ପର୍ଯ୍ୟନ୍ତ, ବୁଦ୍ଧି, ଅହଂକାର," ଭିନ୍ନ, "ସେମାନେ ମୋର ଅଲଗା ଶକ୍ତି, ଅଲଗା ଶକ୍ତି ଅଟନ୍ତି । ଏବଂ, "ଅପରେୟମ" ଏହା ତୁଛ ଅଟେ । ଏବଂ ଅନ୍ୟ ଏକ, ବରିଷ୍ଠ ପ୍ରକୃତି ।" ଅପରେୟମ ଇତସ ତ୍ଵ ବିଦ୍ଧି ମେ ପରା । ପରା ଅର୍ଥାତ୍ "ଉଚ୍ଚତର" । ବର୍ତ୍ତମାନ, ସେମାନେ ପଚାରି ପାରନ୍ତି, "ତାହା କ'ଣ? ଆମେ କେବଳ ଏହି ତତ୍ତ୍ଵଗୁଡିକୁ ଜାଣିଛୁ । ସେହି ଅନ୍ୟ ଏକ, ଉଚ୍ଚତର ଶକ୍ତି?" ଜୀବଭୂତାଂ ମହାବାହୋ, ସ୍ପଷ୍ଟଭାବରେ କୁହାଯାଇଛି: "ସେହି ଜୀବନ୍ତ..." ଏବଂ ସେମାନେ ଭାବୁଛନ୍ତି ଯେ ଏହି ଆଠୋଟି ଭୌତିକ ତତ୍ତ୍ଵ କିମ୍ଵା ପାଞ୍ଚୋଟି ତତ୍ତ୍ଵ ବ୍ୟତିତ ଅନ୍ୟ କୌଣସି ଉଚ୍ଚତର ଶକ୍ତି ନାହିଁ । ସେଥିପାଇଁ ସେମାନେ ଅଜ୍ଞାନତାରେ ଅଛନ୍ତି । ପ୍ରଥମ ଥର ପାଇଁ ସେମାନଙ୍କୁ କିଛି ଜ୍ଞାନ ମିଳୁଛି, ଭଗବଦ୍ ଗୀତା ମୌଳିକ ରୂପରେ, ଏବଂ ସେଥିରୁ ସେମାନେ ଜାଣି ପାରୁଛନ୍ତି ଯେ ଅନ୍ୟ ଏକ, ଉଚ୍ଚତର ଶକ୍ତି ଅଛି, ଯାହା ହେଉଛି ଜୀବ-ଭୂତଃ । ଜୀବ ଯାହା ଶରୀରକୁ କ୍ରିୟାଶିଳ କରୁଛି, ତାହା ହେଉଛି ଉଚ୍ଚତର ଶକ୍ତି । ତେବେ ସେମାନଙ୍କ ପାଖରେ କୌଣସି ସୂଚନା ନାହିଁ, କି ସେମାନେ ସେହି ଉଚ୍ଚତର ଶକ୍ତିକୁ ବୁଝିବାକୁ ମଧ୍ୟ ଚେଷ୍ଟା କରୁ ନାହାଁନ୍ତି ସେମାନଙ୍କର ବିଶ୍ଵବିଦ୍ୟାଳୟ କିମ୍ଵା ସଂସ୍ଥାମାନଙ୍କରେ । ତେଣୁ ସେମାନେ ହେଉଛନ୍ତି ମୂଢ଼, ମୂଢ଼ମାନେ । ସେମାନେ ସେମାନଙ୍କର ତଥା କଥିତ ଜ୍ଞାନ ପାଇଁ ବହୁତ ଗର୍ବୀ ହୋଇ ପାରନ୍ତି, କିନ୍ତୁ ବୈଦିକ ଜ୍ଞାନ ଅନୁସାରେ ସେମାନେ ହେଉଛନ୍ତି ମୂଢ଼ା । ଏବଂ ଯଦି ଜଣେ ଉଚ୍ଚତର ଶକ୍ତି, ପ୍ରକୃତିକୁ ବୁଝିପାରିବ ନାହିଁ, ତେବେ ଜଣେ କିପରି ଭଗବାନଙ୍କୁ ବୁଝିପାରିବ? ତାହା ସମ୍ଭବ ନୁହେଁ । ତାପରେ ପୁନଃ, ଭଗବାନ ଏବଂ ପ୍ରକୃତି ମଧ୍ୟରେ ସମ୍ପର୍କ, ତାହା ହେଉଛି ଭକ୍ତି । ଏହା ବହୁତ କଷ୍ଟକର । ମନୁଷ୍ୟାଣାଂ ସହସ୍ରେଷୁ କଶ୍ଚିଦ୍ ଯତତି ସିଦ୍ଧୟେ (BG 7.3) । ସେହି ସିଦ୍ଧୟେ ଅର୍ଥାତ୍ ଉଚ୍ଚତର ଶକ୍ତିକୁ ବୁଝିବା । ତାହା ହେଉଛି ସିଦ୍ଧି । ଏବଂ ତାପରେ ଜଣେ କୃଷ୍ଣଙ୍କୁ ବୁଝି ପାରିବ ।

ତେବେ ଏହା ବହୁତ କଷ୍ଟକର, ବିଶେଷ କରି ଏହି ଯୁଗରେ । ମନ୍ଦ ସୁମନ୍ଦ-ମତୟୋ (SB 1.1.10) । ସେମାନେ ହେଉଛନ୍ତି...ମନ୍ଦ ଅର୍ଥାତ୍ ସେମାନେ ଇଛୁକ ନୁହଁନ୍ତି, କିମ୍ଵା କମ ରୁଚି ରଖନ୍ତି, ସେମାନେ ବହୁତ ଧୀର । ସେମାନେ ଜାଣି ପାରନ୍ତି ନାହିଁ ଯେ ଏହା ପ୍ରଧାନ ଜ୍ଞାନ ଅଟେ । ଏବଂ ସର୍ବ ପ୍ରଥମେ ତୁମେ ଏହା ଜାଣିବା ଉଚିତ୍, ଅଥାତୋ ବ୍ରହ୍ମ ଜିଜ୍ଞାସା, ତାହା ଉଚ୍ଚତର ଜ୍ଞାନ । ତାହା ଆବଶ୍ୟକ । କିନ୍ତୁ ସମସ୍ତେ ଉପେକ୍ଷା କରୁଛନ୍ତି । କୌଣସି ଜିଜ୍ଞାସା ନାହିଁ ଏପରିକି ତାହା କ'ଣ ଯାହା ଏହି ଶରୀରକୁ କ୍ରିୟଶିଳ କରୁଛି । କୌଣସି ଅନୁସନ୍ଧାନ ନାହିଁ । ସେମାନେ ଭାବୁ୍ଛନ୍ତି ସ୍ଵୟଂଚାଳିତ ଭାବରେ, ଏହି ତତ୍ତ୍ଵମାନଙ୍କର ସଂଯୋଗରେ... ସେମାନେ ଏପର୍ଯ୍ୟନ୍ତ ଏହି କଥାରେ ଅଟଳ ଅଛନ୍ତି, ଏବଂ ଯେତେବେଳେ ତୁମେ ଆହ୍ଵାନ ଦେବ, ତୁମେ ଏହି ରାସାୟନିକ ପଦାର୍ଥ ନିଅ ଏବଂ ଜୀବନ ଶକ୍ତି ପ୍ରସ୍ତୁତ କର," ସେମାନେ କୁହଁନ୍ତି, "ତାହା ମୁଁ କରି ପାରିବି ନାହିଁ ।" ଏବଂ ଏହା କ'ଣ? ଯଦି ତୁମେ କରି ପାରିବ ନାହିଁ, ତେବେ ତୁମେ କାହିଁକି ବକବାସ କରୁଛ, ଯେ "ପଦାର୍ଥ ଏବଂ ରାସାୟନର ସଂଯୋଗ ଜୀବନ ଦିଏ?" ତୁମେ ରାସାୟନଗୁଡିକୁ ନିଅ... ଆମର ଡ଼. ସ୍ଵରୂପ ଦାମୋଦର କାଲିଫୋର୍ନିଆ ବିଶ୍ଵବିଦ୍ୟାଳୟରେ, ଏକ ବଡ ଅଧ୍ୟାପକ ରାସାୟନିକ ବିକାସ ଉପରେ ଭାଷଣ ଦେବା ପାଇଁ ଆସିଥିଲେ, ଏବଂ ସେ ତୁରନ୍ତ ଆହ୍ଵାନ ଦେଲେ, ଯେ "ଯଦି ମୁଁ ତୁମକୁ ରାସାୟନ ଦେବି, ତୁମେ ଜୀବନ ଉତ୍ପନ କରି ପାରିବ କି?" ସେ କହିଲେ, " ତାହା ମୁଁ କରି ପାରିବି ନାହିଁ ।" (ଅଳ୍ପ ହସି) ତେବେ ଏହା ସେମାନଙ୍କର ସ୍ଥିତି ଅଟେ । ସେମାନେ ଏହା ପ୍ରମାଣ କରି ପାରିବେ ନାହିଁ । ସେମାନେ ଏହା ପ୍ରମାଣ କରି ପାରିବେ ନାହିଁ ।