OR/Prabhupada 0316 - ନକଲ କରିବାକୁ ଚେଷ୍ଟା କର ନାହିଁ, ତାହା ଅତି ବିପଦପୂର୍ଣ୍ଣ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0316 - in all Languages Category:OR-Quotes - 1977 Category:OR-Quotes - Lec...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 7: Line 7:
[[Category:OR-Quotes - in India, Mayapur]]
[[Category:OR-Quotes - in India, Mayapur]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0315 - ଆମେମାନେ ଏତେ ଜିଦି, ଆମେମାନେ ବାରମ୍ଵାର କୃଷ୍ଣଙ୍କୁ ଭୁଲି ଯିବାକୁ ଚେଷ୍ଟା କରୁଛୁ|0315|OR/Prabhupada 0317 - ଆମେ କୃଷ୍ଣଙ୍କୁ ଆତ୍ମସମର୍ପଣ କରୁ ନାହୁଁ । ଏହା ହେଉଛି ରୋଗ|0317}}
{{1080 videos navigation - All Languages|Oriya|OR/Prabhupada 0315 - ଆମେମାନେ ଏତେ ଜିଦି, ଆମେମାନେ ବାରମ୍ଵାର କୃଷ୍ଣଙ୍କୁ ଭୁଲି ଯିବାକୁ ଚେଷ୍ଟା କରୁଛୁ|0315|OR/Prabhupada 0317 - ଆମେ କୃଷ୍ଣଙ୍କୁ ଆତ୍ମସମର୍ପଣ କରୁ ନାହୁଁ । ଏହା ହେଉଛି ରୋଗ|0317}}
<!-- END NAVIGATION BAR -->
<!-- END NAVIGATION BAR -->
Line 18: Line 18:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|d1glK_p9GdY|ନକଲ କରିବାକୁ ଚେଷ୍ଟା କର ନାହିଁ, ତାହା ଅତି ବିପଦପୂର୍ଣ୍ଣ<br />- Prabhupāda 0316 }}
{{youtube_right|eRaMGM5hAwQ|ନକଲ କରିବାକୁ ଚେଷ୍ଟା କର ନାହିଁ, ତାହା ଅତି ବିପଦପୂର୍ଣ୍ଣ<br />- Prabhupāda 0316 }}
<!-- END VIDEO LINK -->
<!-- END VIDEO LINK -->



Latest revision as of 22:40, 1 October 2020



Lecture on SB 7.9.5 -- Mayapur, February 25, 1977

ପ୍ରଭୁପାଦ: ତୂରନ୍ତ ଆମେ ପ୍ରଥମ ଶ୍ରେଣୀର ଭକ୍ତ ହୋଇପାରିବା ନାହିଁ । ଆମେ ହରିଦାସ ଠାକୁରଙ୍କୁ ନକଲ କରି ପାରିବା ନାହିଁ । ତାହା ସମ୍ଭବ ନୁହେଁ । କିନ୍ତୁ ଅତି କମରେ । ସଂଖ୍ୟା-ପୂର୍ବକ-ନାମ-ଗାନ-ନଟିବିଃ (ସଦ୍ ଗୋସ୍ଵାମୀ ଅଷ୍ଟକ) । ଆମକୁ ଅଭ୍ୟାସ କରିବାକୁ ହେବ । କିଛି ସଂଖ୍ୟାତ୍ମକ ବଳ ଆମକୁ ବଜାୟ ରଖିବାକୁ ହେବ । ଏବଂ ସେଥିପାଇଁ, ଆମେ ଏହା କରି ଦେଇଛୁ... ଆମର କିଛି ତଥା କଥିତ ଭକ୍ତ, ସେମାନେ ମୋର ସମାଲୋଚନା କରୁଛନ୍ତି ଯେ ମୁଁ କେବଳ ଷୋହଳ ମାଳରେ ସୀମିତ ରଖିଛି । ନା, କାହିଁକି ଷୋହଳ ମାଳ? ତୁମେ ତିନିଶହ ମାଳ କରି ପାରିବ, କିନ୍ତୁ ଅତି କମରେ, ଅତି କମାରେ ଷୋହଳ ମାଳ, କାରଣ ଆମେମାନେ ଅଧିକ ସମୟ ସମର୍ପିତ କରିବା ପାଇଁ ଅଭ୍ୟସ୍ତ ନାହୁଁ । ଆମେ ସର୍ବଦା ବ୍ୟସ୍ତ ରହିବା ଉଚିତ୍ । କିନ୍ତୁ ଏକ ସ୍ଥାନରେ ବସିବା, ଏବଂ ଲଗାତାର ହରେ କୃଷ୍ଣ ମନ୍ତ୍ର ଜପ କରିବା, ତାହା କୌଣସି ବଦ୍ଧଜିବାତ୍ମା ପାଇଁ ସମ୍ଭବ ନୁହେଁ - ଯେ ପର୍ଯ୍ୟନ୍ତ ସେ ମୁକ୍ତ ହୋଇ ନାହିଁ । ତେଣୁ ନକଲ କରିବାକୁ ଚେଷ୍ଟା କର ନାହିଁ । ମୋର ଗୁରୁ ମାହାରାଜ କଠୋର ଭାବରେ ନିଷିଦ୍ଧ କରିଥିଲେ, "ବଡ଼ ବ୍ୟକ୍ତିତ୍ଵ ଯେପରି ହରିଦାସ ଠାକୁର, ରୂପ ଗୋସ୍ଵାମୀଙ୍କୁ ନକଲ କରିବାକୁ ଚେଷ୍ଟା କର ନାହିଁ ।" ସେ କହୁଥିଲେ, ରୂପ ଗୋସ୍ଵାମୀ କେ ମୋଘ ବାଞ୍ଛା । ରୂପ ଗୋସ୍ଵାମୀ, କାରଣ ସେ ଅଣ୍ଟାରେ ଏକ କପଡାର ପ୍ରୟୋଗ କରୁଥିଲେ... ତ୍ୟକତ୍ଵା ତୁର୍ନମ୍ ଅଶେଶ ମଣ୍ଡଳ ପତି ଶ୍ରୋଣିମ୍ ସଦା ତୁଚ୍ଛବତ୍ ଭୁତ୍ଵା ଦିନ ଗଣେଶକୌ କରୁନୟା କୌଣିଣ କଣ୍ଠ... ତେବେ ରୂପ ଗୋସ୍ଵମୀଙ୍କୁ ନକଲ କରି କିମ୍ଵା ତାଙ୍କ ବେଶ ଭୂଷାକୁ ନକଲ କରି କୌଣସି ଲାଭ ନାହିଁ, ଏବଂ ତାପରେ, ଯଥା ଶିଘ୍ର ସୁଯୋଗ ମିଳିଲେ, ବିଡ଼ି ଟାଣ ।(ହସ) ନିରର୍ଥକ କାମ କର ନାହିଁ । ଏହାର କୌଣସି ଲାଭ ନାହିଁ, ନକଲ କରିବା । ଅନୁସରଣ, ଅନୁକରଣ ନୁହେଁ । ଅନୁକରଣ ବିପଦ ପୂର୍ଣ୍ଣ । ଅନୁସରଣ । ସାଧୁ-ମାର୍ଗାନୁଗମନ । ଏହା ହେଉଛି ଭକ୍ତି । ଆମେ ବଡ଼, ବଡ଼ ଭକ୍ତମାନଙ୍କର ପଦାନୁସରଣ କରିବା ଉଚିତ୍, ସାଧୁମାନଙ୍କର । ଆମେ କରିପାରିବା ନାହିଁ...ଆମେ ଚେଷ୍ଟା କରିବା ଉଚିତ୍...ନକଲ କରିବାକୁ ଚେଷ୍ଟା କର ନାହିଁ । ତାହା ଅତି ବିପଦପୂର୍ଣ୍ଣ ।

ଆମର କିଛି ଭକ୍ତମାନେ, ସେମାନେ ଛାଡ଼ି ଦେଲେ, ଯେ "ଏଠାରେ କୌଣସି ଭଜନ ନାହିଁ," (ହସ) ଏବଂ ମୋତେ ଆଶୀର୍ବାଦ ଦେବା ପାଇଁ କହୁଥିଲେ ଅନ୍ୟ ଏକ ଗୁରୁ ଖୋଜିବା ପାଇଁ । ସେବେ ସେମାନେ ମୋର ଆଶୀର୍ବାଦ ଚାହୁଁଥିଲେ ଅନ୍ୟ ଏକ ଗୁରୁ ଖୋଜିବା ପାଇଁ । ତେବେ ଏହି ଦୁର୍ଜନାତା ଭଲ ନୁହେଁ । ତେଣୁ ସବୁଠାରୁ ଭଲ କଥା ହେଉଛି ଯେ ମହାଜନୋ ଯେନ ଗତଃ ସ ପଂଥଃ (CC Madhya 17.186) । ଏଠାରେ ମହାଜନ ଅଛନ୍ତି । ପ୍ରହଲ୍ଲାଦ ମାହାରାଜା ମାହାଜନମାନଙ୍କ ମଧ୍ୟରୁ ଜଣେ । ବାରଜଣ ମାହାଜନଙ୍କ ମଧ୍ୟରୁ, ପ୍ରହଲ୍ଲାଦ ମାହାରାଜା ହେଉଛନ୍ତି ଜଣେ ମାହାଜନ । ସ୍ଵୟମ୍ଭୁର୍ ନାରଦଃ ଶମ୍ଭୁଃ କପିଳୋ ମନୁଃ ପ୍ରହଲ୍ଲାଦ (SB 6.3.20-21) । ପ୍ରହଲ୍ଲଦ ମାହାରାଜାଙ୍କର ନାମ ସେଥିରେ ଅଛି । ଜନକୋ ଭୀଷ୍ମୋ ବଳିର୍ ବୈୟାସକିର୍ ବୟମ୍ (SB 6.3.20-21)। ତେଣୁ ପ୍ରହଲ୍ଲାଦ ମାହାରାଜା ହେଉଛନ୍ତି ମାହାଜନ । ତେବେ ଅନୁସରଣ କର, ପ୍ରହଲ୍ଲାଦ ମାହାରାଜାଙ୍କୁ ଅନୁସରଣ କରିବାକୁ ଚେଷ୍ଟା କର । ଅନୁସରଣ । ସାଧୁ-ମାର୍ଗାନୁଗମନମ । ତେବେ ପ୍ରହଲ୍ଲାଦ ମାହାରାଜା କ'ଣ କରିଲେ? ସେ ତାଙ୍କ ପିତାଙ୍କ ଦ୍ଵାରା ଏତେ ସାରା ଅସୁବିଧାରେ ପକାଯାଇ ଥିଲେ, ଏବଂ ସେ କ'ଣ କରିଲେ? ସେ କେବଳ କୃଷ୍ଣଙ୍କ ବିଷୟରେ ଭାବୁଥିଲେ, "ମୁଁ କ'ଣ କଲରିପାରିବି? ମୋର ପିତା ବିରୁଦ୍ଧରେ ଅଛନ୍ତି ।" ତାହା ହେଉଛି ମନ୍ମନା ଭବ ମଦ୍ ଭକ୍ତଃ । ଏବଂ ପରିଶେଷରେ, ଯେତେବେଳେ ପିତା ମରିଗଲେ, ସେ ଦଣ୍ଡବତ ପ୍ରଣାମ କରୁଥିଲେ । ତେବେ ଏହି ଚାରୋଟି ଜିନିଷ, ଏବଂ ଆନ୍ତରିକତାର ସହ, ଏକ ବିଶୁଦ୍ଧ ଭକ୍ତ ପରି ପଦାନୁସରଣ କରିବା । ସର୍ବୋପାଧି ବିନିର୍ମୁକ୍ତମ୍ (CC Madhya 19.170) । ପ୍ରହଲ୍ଲାଦ ମାହାରାଜା କଦାପି ଭାବି ନ ଥିଲେ ଯେ "ମୁଁ ହେଉଛି ହିରଣ୍ୟକଶ୍ୟପୁର ପୁତ୍ର ।" କଦାପି ଭାବି ନ ଥିଲେ । ସେ ସର୍ବଦା ଭାବୁଥିଲେ, "ମୁଁ ହେଉଛି ନାରଦଙ୍କର ଦାସ ।" ତାହା ସେ କହୁଥିଲେ । ଯେତେବେଳେ ସେ ତାଙ୍କୁ ଅଶୀର୍ବାଦ ଦେବାକୁ ଚାହୁଁ ଥିଲେ, ତେବେ ସେ ନୃସିଂହ ଦେବଙ୍କୁ ପଚାରିଲେ, "ଦୟାକରି ମୋତେ ଆପଣଙ୍କର ସେବକ ନାରଦଙ୍କର ସେବାରେ ନିଯୁକ୍ତ କରନ୍ତୁ, ଯାହାଙ୍କ ଠାରୁ ମୁଁ ଏହି ନିର୍ଦ୍ଦେଶ ପାଇଛି ।" ସେ କଦାପି କହି ନ ଥିଲେ, "ମୋତେ ମୋର ପିତାଙ୍କର ସେବା କରିବାକୁ ଦିଅନ୍ତୁ ।" ନା । କାରଣ ସେ ନିର୍ଦ୍ଦେଶ ପାଇଥିଲେ, ସେ ସର୍ବଦା... ଚକ୍ଷୁଦାନ ଦିଲୋ ଜନ୍ମେ ଜନ୍ମେ ପିତା ସେଇ । ସେ ହେଉଛନ୍ତି ପିତା । ଅନ୍ୟ କେହି ପିତା ନୁହଁନ୍ତି । ଚକ୍ଷୁଦାନ ଦିଲୋ ଯେଇ ଜନ୍ମେ ଜନ୍ମେ ପିତା ସେଇ । ପରବର୍ତ୍ତୀ ପଂକ୍ତି କ'ଣ?

ଭକ୍ତ: ଦିବ୍ୟ ଜ୍ଞାନ ହୃଦୟେ ପ୍ରକାଶିତ ।

ପ୍ରଭୁପାଦ: ଅହ, ଦିବ୍ୟ ଜ୍ଞାନ ହୃଦୟେ ପ୍ରକାଶିତ । ତେବେ ସେ ହେଉଛନ୍ତି ପିତା । ତେବେ ଆମେ ସର୍ବଦା ଧ୍ୟାନ ରଖିବା ଉଚିତ୍ । ଗର୍ବୀ ହୁଅ ନାହିଁ ଏବଂ ଏହି କୃଷ୍ଣ ଚେତନା ଆନ୍ଦୋଳନକୁ ମନଇଛା ଛାଡ଼ ନାହିଁ ।

ବହୁତ ବହୁତ ଧନ୍ୟବାଦ ।