OR/Prabhupada 0416 - କେବଳ ଜପ କର, ନୃତ୍ୟ କର, ଏବଂ ଭଲ ମିଠା, କଚୋରି ଖାଅ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0416 - in all Languages Category:OR-Quotes - 1968 Category:OR-Quotes - Lec...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 7: Line 7:
[[Category:OR-Quotes - in USA, Seattle]]
[[Category:OR-Quotes - in USA, Seattle]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0415 - ଛଅ ମାସ ମଧ୍ୟରେ ତୁମେ ଭଗବାନ ହୋଇ ଯିବ - ବହୁତ ମୂର୍ଖ ନିଷ୍କର୍ଷ|0415|OR/Prabhupada 0417 - ଏହି ଜନ୍ମରେ ଏବଂ ପରବର୍ତ୍ତୀ ଜନ୍ମରେ ଖୁସୀରେ ରୁହ|0417}}
{{1080 videos navigation - All Languages|Oriya|OR/Prabhupada 0415 - ଛଅ ମାସ ମଧ୍ୟରେ ତୁମେ ଭଗବାନ ହୋଇ ଯିବ - ବହୁତ ମୂର୍ଖ ନିଷ୍କର୍ଷ|0415|OR/Prabhupada 0417 - ଏହି ଜନ୍ମରେ ଏବଂ ପରବର୍ତ୍ତୀ ଜନ୍ମରେ ଖୁସୀରେ ରୁହ|0417}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->

Latest revision as of 22:41, 1 October 2020



Lecture & Initiation -- Seattle, October 20, 1968

ତେବେ ଏହି ଆନ୍ଦୋଳନର ବହୁତ ଆବଶ୍ୟକତା ଅଛି, ଏବଂ ଆମେ ଏହି କୃଷ୍ଣ ଚେତନା ଆନ୍ଦୋଳନ ପ୍ରଚାର କରୁଛୁ, ଏବଂ ଏହା ହେଉଛି ବ୍ୟବହାରିକ, ବହୁତ ସହଜ, ଏବଂ କେବଳ ଏହି ଯୁଗ ପାଇଁ ଉପଯୁକ୍ତ ଅଟେ । ତୁମେ କେତେ ଯୋଗ୍ୟ ଏହା ଫରକ ପକାଏ ନାହିଁ । ଏହା ଧରା ଯାଏ ନାହିଁ । ତୁମର ପୂର୍ବ ଜୀବନ ଯେପରି ବି ହେଉ, ତୁମେ କେବଳ ଏଠାକୁ ଆସ, ତୁମର ଜିଭରେ ହରେ କୃଷ୍ଣ ମନ୍ତ୍ର ଜପ କର - ଭଗବାନ ତୁମକୁ ଏକ ଜିଭ ଦେଇଛନ୍ତି - ଏବଂ କୃଷ୍ଣ ପ୍ରସାଦର ସ୍ଵାଦ ନିଅ, ପ୍ରିତିଭୋଜନ, ଏବଂ ତୁମର ଜୀବନକୁ ସଫଳ ବନାଅ । ବହୁତ ସହଜ ପ୍ରକ୍ରିୟା । ତେବେ ଏହା ହେଉଛି ଆମର କାର୍ଯ୍ୟକ୍ରମ । ତେବେ ଏହି ଆନ୍ଦୋଳନରେ ଯୋଗ ଦେବା ପାଇଁ ସମସ୍ତଙ୍କୁ ଆମନ୍ତ୍ରଣ କର, ଏବଂ ତୁମେ ଲାଭବାନ ହେବ । ଏବଂ ତୁମେ ବ୍ୟବହାରିକ ରୂପରେ ଦେଖିବ । ଏହା ହେଉଛି ପ୍ରତ୍ୟାକ୍ଷାବଗମଂ ଧର୍ମ୍ୟଂ । ଭଗବଦ୍ ଗୀତାରେ ଏହା କୁହାଯାଇଛି ଯେ ଆତ୍ମାନୁଭୂତିର ଏହି ପ୍ରକ୍ରିୟାକୁ ପ୍ରତ୍ୟକ୍ଷ ଭାବରେ ଦେଖା ଯାଇ ପାରିବ । ପ୍ରତ୍ୟକ୍ଷ ଭାବରେ ଦେଖାଯାଇ ପାରିବ । ପ୍ରତ୍ୟାକ୍ଷାବଗମଂ ଧର୍ମ୍ୟଂ । ଠିକ୍ ଯେପରି ଯେତେବେଳେ ତୁମେ ଖାଉଛ, ତୁମେ ବୁଝି ପାରୁଛ ଯେ ତୁମେ ଖାଉଛ, ତୁମେ ବୁଝିପାରୁଛ ଯେ ତୁମର ଭୋକ ସନ୍ତୁଷ୍ଟ ହେଉଛି, ତୁମେ ବୁଝି ପାରୁଛ ଯେ ତୁମକୁ ଶକ୍ତି ମିଳୁଛି । ତେଣୁ ତୁମକୁ ପ୍ରମାଣ ପତ୍ର ନେବାର ଆବଶ୍ୟକତା ନାହିଁ । ତୁମେ ନିଜେ ବୁଝି ପାରିବ ଏହା ଏତେ ଭଲ କଥା । ପ୍ରତ୍ୟାକ୍ଷାବଗମଂ । ପ୍ରତ୍ୟକ୍ଷ ଅର୍ଥାତ୍ ସିଧା ସଳଖ ଭାବରେ, ଆବଗମମ । ତୁମେ ଏହା ପ୍ରତକ୍ଷ୍ୟ ଭାବରେ ବୁଝି ପାରିବ । ଯଦି ତୁମେ ଧ୍ୟାନ କର, ତଥା କଥିତ ଧ୍ୟାନ, ତୁମେ ଜାଣି ନାହଁ ତୁମେ କେତେ ପ୍ରଗତି କରିଛ । ତୁମେ ଦେଖୁଛ । ତୁମେ ଭୁଲି ଯାଇଛ । ତୁମେ ଜାଣି ନାହଁ । କିନ୍ତୁ ଏଠାରେ, ଯଦି ତୁମେ ହରେ କୃଷ୍ଣ ଜପ କରିବ, ତୁମେ ପ୍ରତକ୍ଷ୍ୟ ଭାବରେ ଅନୁଭବ କରିବ, ପ୍ରତକ୍ଷ୍ୟ ଅନୁଭବ ହେବ । ମୋର ଏତେ ସାରା ଛାତ୍ର ଅଛନ୍ତି, ଏତେ ସାରା ପତ୍ର, କିପରି ସେମାନେ ପ୍ରତକ୍ଷ୍ୟ ଭାବରେ ଅନୁଭବ କରୁଛନ୍ତି । ଏହା ବହୁତ ଭଲ । ପ୍ରତ୍ୟାକ୍ଷାବଗମଂ ଧର୍ମ୍ୟଂ ସୁସୁଖଂ କର୍ତୁମବ୍ୟୟମ୍ (BG 9.2) । ଏବଂ କରିବା ପାଇଁ ମଧ୍ୟ ବହୁତ ଭଲ । ଜପ କର ଏବଂ ନୃତ୍ୟ କର ଏବଂ ଭୋଜନ କର । ଆଉ ଅଧିକ ତୁମେ କ'ଣ ଚାହଁ? (ହାସ୍ୟ) କେଭଲ ଜପ କରିବା, ନୃତ୍ୟ କରିବା, ଏବଂ ଖାଇବା ମିଠା, କଚୋରି । ତେଣୁ ସୁ-ସୁଖମ ଏବଂ କର୍ତୁମ ଅବ୍ୟୟମ । ଯତେବେଳେ କରୁଛୁ, ଯେତେବେଳେ ଏହି ପ୍ରକ୍ରିୟା ଅଭ୍ୟାସ କରୁଛୁ, ଏହା ବହୁତ ଆନନ୍ଦଦାୟକ ଏବଂ ଅବ୍ୟୟମ । ଅବ୍ୟୟମ ଅର୍ଥାତ୍ ଯାହା କିଛି ତୁମେ କର, ଏପରିକି ଏହି ଆନ୍ଦୋଳନର ଏକ ପ୍ରତିଶତ ହେଲେ ମଧ୍ୟ, ତାହା ତୁମର ସ୍ଥାୟୀ ସମ୍ପତ୍ତି ଅଟେ । ସ୍ଥାୟୀ ସମ୍ପତ୍ତି । ଯଦି ତୁମେ ଦୁଇ ପ୍ରତିଶତ, ତିନି ପ୍ରତିଶତ, ଚାରି ପ୍ରତିଶତ କର... କିନ୍ତୁ ପରବର୍ତ୍ତୀ ଜନ୍ମ ପାଇଁ ଅପେକ୍ଷା କର ନାହିଁ । ଶତ ପ୍ରତିଶତ ସମାପ୍ତ କର । ଏହା କରିବା ଅତି ସହଜ ନୁହେଁ; ସେଥିପାଇଁ ସମାପ୍ତ କର । ଅପେକ୍ଷା କର ନାହିଁ, ଯେ "ମୋତେ ଏହି ଜନ୍ମରେ ଆତ୍ମାନୁଭୂତିର ଏକ ନିର୍ଦ୍ଧିଷ୍ଟ ପ୍ରତିଶତ କରିବାକୁ ଦିଅ, ଏବଂ ପରବର୍ତ୍ତୀ ଜନ୍ମରେ ମୁଁ କରିବି ।" ଏବଂ ଆତ୍ମାନୁଭୂତିର ପରୀକ୍ଷା କ'ଣ, ପୁରା ପ୍ରତିଶତ ସମାପ୍ତ କରିବା? ପରୀକ୍ଷା ହେଉଛି ତୁମେ ଭଗବାନ, କୃଷ୍ଣଙ୍କୁ ପ୍ରେମ କରିବା କେତେ ଶିଖିଲ । ବାସ୍ । ତୁମକୁ ତୁମର ପ୍ରେମ ମିଳିଛି, ତୁମେ ଜଣକୁ ପ୍ରେମ କର, କିନ୍ତୁ ଯଦି ତୁମେ ତୁମର ପ୍ରେମ ଭାଗ କରିଦେବ, ଯେ "ମୁଁ ଏହି ଦେଶ, ମୋର ସମାଜ, ମୋର ପ୍ରେମିକା ଏବଂ ଏହା ଏବା ତାହା, କିମ୍ଵା ପ୍ରେମିକକୁ ଭଲ ପାଇବି, ଏବଂ ମୁଁ କୃଷ୍ଣଙ୍କୁ ମଧ୍ୟ ଭଲ ପାଇବାକୁ ଚେଷ୍ଟା କରିବି..."ନା । ତାହା ମଧ୍ୟ ଭଲ, କିନ୍ତୁ ତୁମେ ଯଦି ପ୍ରଧାନତା ଦିଅ, ସମସ୍ତ ପ୍ରଧାନତା, କେବଳ କୃଷ୍ଣଙ୍କୁ ପ୍ରେମ କରିବାକୁ, ତୁମେ ସ୍ଵଚାଳିତ ଭାବରେ ଅନ୍ୟ ଜିନିଷକୁ ପ୍ରେମ କରିବ, ଏବଂ ତୁମର ଜୀବନ ସଫଳ ହେବ । ଅନ୍ୟ ପ୍ରେମର ବ୍ୟାପାର ବନ୍ଦ ହେବ ନାହିଁ । ଠିକ୍ ଯେପରି ଏକ କୃଷ୍ଣ ଚେତନା ବ୍ୟକ୍ତି, ସେ କେବଳ ତାର ପରିବାର ଏବଂ ସମାଜକୁ ଭଲ ପାଏ ନାହିଁ, ସେ ପଶୁମାନଙ୍କୁ ମଧ୍ୟ ଭଲ ପାଏ, ସେ ପିମ୍ପଡିକୁ ବି ଭଲ ପାଏ, ତାର ପ୍ରେମ ଏତେ ବିସ୍ତାରିତ ଅଛି । ଏହା ବହୁତ ଭଲ ଜିନିଷ, ତୁମେ କେତେ ଭଲ ପାଇ ପାରିବ? ଯାହାକିଛି, ଯଥା ଶୀଘ୍ର କିଛି ଭୁଲ ବୁଜାମଣା ହୁଏ, ପ୍ରେମ ଭାଙ୍ଗି ଯାଏ । କିନ୍ତୁ କୃଷ୍ଣଙ୍କର ପ୍ରେମ ଏତେ ମଜବୁତ ଯେ ତୁମେ କଦାପି ଭାଙ୍ଗି ପାରିବ ନାହିଁ, ଏବଂ ତୁମର ପ୍ରେମ ସର୍ବଭୌମିକ ବିସ୍ତାର ହେବ । ଏହା ବହୁତ ଭଲ ଜିନିଷ । ଏବଂ ପ୍ରେମ ତୁମ ପାଖରେ ଅଛି । କିନ୍ତୁ ତୁମେ କେବଳ ଏତେ ସାରା ଜିନିଷରେ ତୁମର ପ୍ରେମକୁ ଭୁଲ ଜାଗାରେ ଲଗେଇଛ । ତୁମେ କେବଳ ଏହାକୁ କୃଷ୍ଣଙ୍କ ଅଡକୁ ନିଅ, ଏବଂ ଯେତେବେଳେ ତୁମେ କୃଷ୍ଣଙ୍କୁ ପୁରା ଭଲ ପାଇବ, ତୁମେ ଦେଖିବ ଯେ ତୁମେ ତୁମ ଦେଶକୁ, ତୁମର ସମାଜକୁ, ତୁମର ବନ୍ଧୁକୁ ପୂର୍ବରୁ ଅଧିକ ଭଲ ପାଉଛ । ଏହା ବହୁତ ଭଲ ଜିନିଷ ।