OR/Prabhupada 1024 - ଯଦି ତୁମେ ଏହି ଦୁଇଟି ନୀତି ଅନୁସରଣ କର, କୃଷ୍ଣ ତୁମର ହାତମୁଠାରେ ରହିବେ: Difference between revisions
(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Oriya Pages - 207 Live Videos Category:Prabhupada 1024 - in all Languages Category:OR...") |
(Vanibot #0005: NavigationArranger - update old navigation bars (prev/next) to reflect new neighboring items) |
||
Line 9: | Line 9: | ||
<!-- END CATEGORY LIST --> | <!-- END CATEGORY LIST --> | ||
<!-- BEGIN NAVIGATION BAR -- DO NOT EDIT OR REMOVE --> | <!-- BEGIN NAVIGATION BAR -- DO NOT EDIT OR REMOVE --> | ||
{{1080 videos navigation - All Languages| | {{1080 videos navigation - All Languages|Oriya|OR/Prabhupada 1023 - ଯଦି ଭଗବାନ ସର୍ବଶକ୍ତିମାନ, କାହିଁକି ତୁମେ ତାଙ୍କ ଶକ୍ତିକୁ ହ୍ରାସ କରୁଛ, ସେ ଆସି ପାରିବେ ନାହିଁ?|1023|OR/Prabhupada 1025 - କୃଷ୍ଣ କେବଳ ଅପେକ୍ଷା କରୁଛନ୍ତି, 'କେତେବେଳେ ଏହି ମୂର୍ଖ ମୋ ଆଡକୁ ମୁହଁ ବୁଲାଇବ'|1025}} | ||
<!-- END NAVIGATION BAR --> | <!-- END NAVIGATION BAR --> | ||
<!-- BEGIN ORIGINAL VANIQUOTES PAGE LINK--> | <!-- BEGIN ORIGINAL VANIQUOTES PAGE LINK--> |
Latest revision as of 07:15, 28 May 2021
730408 - Lecture SB 01.14.44 - New York
ଯଦି ତୁମେ ଏହି ଦୁଇଟି ନୀତି ଅନୁସରଣ କର, କୃଷ୍ଣ ତୁମର ମୁଠାରେ ରହିବେ ।
ପ୍ରଭୁପାଦ: ତେଣୁ କମ୍ ବୁଦ୍ଧିମାନ ଶ୍ରେଣୀ ଲୋକମାନଙ୍କ ପାଇଁ ବେଳେବେଳେ ପ୍ରତାରଣା ଆବଶ୍ୟକ ହୁଏ । କିନ୍ତୁ ଆମେ ପ୍ରତାରଣା କରୁନାହୁଁ। ଆମେ ବହୁତ ସରଳ । ଆମେ କାହିଁକି ପ୍ରତାରଣା କରିବୁ? କୃଷ୍ଣ କୁହନ୍ତି,
- ମନ୍ମନା ଭବ ମଦ୍ଭକ୍ତୋ
- ମଦ୍ୟାଜୀ ମାଂ ନମସ୍କୁରୁ
- (ଭ.ଗୀ. ୧୮.୬୫)
ତେଣୁ ଆମେ କହୁ, "ଦୟାକରି ଏଠାକୁ ଆସ । ଏଠାରେ କୃଷ୍ଣ, ଏବଂ ତୁମେ କେବଳ ତାଙ୍କ ବିଷୟରେ ଭାବ" । ଅସୁବିଧା କେଉଁଠାରେ? ଏଠାରେ ରାଧା-କୃଷ୍ଣ ଅଛନ୍ତି, ଏବଂ ଯଦି ଆପଣ ପ୍ରତିଦିନ ଦେଖନ୍ତି, ସ୍ୱାଭାବିକ ଭାବରେ ଆପଣଙ୍କ ମନରେ ରାଧା ଏବଂ କୃଷ୍ଣ ବିଷୟରେ ପ୍ରଭାବ ରହିବ । ତେଣୁ ଯେକୌଣସି ସ୍ଥାନରେ, ଯେକୌଣସି ଠାରେ, ଆପଣ ରାଧା-କୃଷ୍ଣଙ୍କ ବିଷୟରେ ଚିନ୍ତା କରିପାରିବେ । ଅସୁବିଧା କେଉଁଠାରେ ଅଛି? ମନ-ମନା । ତୁମେ ହରେ କୃଷ୍ଣ ଜପ କର । ତୁମେ "କୃଷ୍ଣ" ଜପ କରିବା ମାତ୍ରେ ତୁରନ୍ତ ତୁମେ ମନ୍ଦିରରେ ଥିବା କୃଷ୍ଣଙ୍କର ରୂପ ମନେ ପକାଇବ, ନାମ-ରୂପ । ତାପରେ ତୁମେ କୃଷ୍ଣଙ୍କ ବିଷୟରେ ଶୁଣୁଛ; ତୁମେ ତାଙ୍କର ଗୁଣ, ତାଙ୍କର କାର୍ଯ୍ୟକଳାପ, ନାମ, ଗୁଣ, ରୂପ, ଲୀଳା, ପରିକର, ବଶିଷ୍ଠ ବିଷୟରେ ମନେ ପକାଇବ । ଏହି ଉପାୟରେ, ଏହା... ଆପଣ ଅଭ୍ୟାସ କରିପାରିବେ । ଅସୁବିଧା କେଉଁଠାରେ ଅଛି? ଏହା ଅଭ୍ୟାସର ଆରମ୍ଭ । ପ୍ରକୃତରେ କୃଷ୍ଣ ଅଛନ୍ତି, କିନ୍ତୁ କୃଷ୍ଣଙ୍କୁ ଦେଖିବା ପାଇଁ ମୋର ଆଖି ନ ଥିବାରୁ ମୁଁ ଭାବୁଛି, "ଏଠାରେ ... କୃଷ୍ଣ କେଉଁଠାରେ? ଏହା ଏକ ପଥର, ଏକ ପ୍ରତିମୂର୍ତ୍ତି।" କିନ୍ତୁ ସେ ଜାଣନ୍ତି ନାହିଁ ଯେ ପଥର ମଧ୍ୟ କୃଷ୍ଣ ଅଟନ୍ତି । ପଥର ମଧ୍ୟ କୃଷ୍ଣ । ଜଳ ମଧ୍ୟ କୃଷ୍ଣ । ପୃଥିବୀ ମଧ୍ୟ କୃଷ୍ଣ । ବାୟୁ ମଧ୍ୟ କୃଷ୍ଣ । କୃଷ୍ଣଙ୍କ ବିନା, ଅନ୍ୟ କୌଣସି ଅସ୍ତିତ୍ୱ ନାହିଁ । ତାହା ଭକ୍ତ ଦେଖିପାରିବେ । ତେଣୁ, ଯେତେବେଳେ ସେ ପଥର ବି ଦେଖନ୍ତି, ସେ କୃଷ୍ଣଙ୍କୁ ଦେଖନ୍ତି । ଏଠାରେ ନାସ୍ତିକ କହିବେ ଯେ ତୁମେ ପଥର ଉପାସନା କରୁଛ। କିନ୍ତୁ ସେମାନେ ପଥର ଉପାସନା କରନ୍ତି ନାହିଁ; ସେମାନେ କୃଷ୍ଣଙ୍କୁ ପୂଜା କରୁଛନ୍ତି, କାରଣ ସେମାନେ ଜାଣନ୍ତି ଯେ କୃଷ୍ଣ ବ୍ୟତୀତ ଅନ୍ୟ କିଛି ନାହିଁ । ପ୍ରେମାଞ୍ଜନ-ଚୂରିତ-ଭକ୍ତି-ବିଲୋଚନେନ (ବ୍ର.ସଂ. ୫.୩୮) । ସେହି ପର୍ଯ୍ୟାୟରେ ଆମକୁ ପହଞ୍ଚିବାକୁ ପଡିବ । ତୁମେ କିପରି କହିପାରିବେ ପଥର କୃଷ୍ଣ ନୁହେଁ? କୃଷ୍ଣ କୁହନ୍ତି… ତୁମକୁ କୃଷ୍ଣଙ୍କୁ ବୁଝିବାକୁ ପଡିବ କୃଷ୍ଣ ଯେପରି କହିଛନ୍ତି ।
ତେଣୁ କୃଷ୍ଣ ଭଗବଦ୍-ଗୀତାରେ କହିଛନ୍ତି,
- ଭୂମିରାପୋଽନଲୋ ବାୟୁଃ
- ଖଂ ମନୋ ବୁଦ୍ଧିରେବ ଚ
- ଅହଙ୍କାର ଇତୀୟଂ ମେ
- ଭିନ୍ନା ପ୍ରକୃତିରଷ୍ଟଧା
- (ଭ.ଗୀ. ୭.୪)
ସେମାନେ ମୋର ବୋଲି ସେ କହିଛନ୍ତି। ଯେପରି ମୁଁ କହୁଛି । ମୁଁ କହୁଛି, ଏହା ରେକର୍ଡ ହେଉଛି, ଏବଂ ଆମେ ରିପ୍ଲେ କରିବୁ । ସମାନ ଧ୍ୱନି ଆସିବ । ଏବଂ ଯଦି ତୁମେ ଜାଣ ଯେ "ଏଠାରେ ଆମର ଆଧ୍ୟାତ୍ମିକ ଗୁରୁ ...." କିନ୍ତୁ ମୁଁ ସେଠାରେ ନାହିଁ । ଶବ୍ଦ ବର୍ତ୍ତମାନ ମୋ ଠାରୁ ଭିନ୍ନ । ଭିନ୍ନା । ଭିନ୍ନାର ଅର୍ଥ ହେଉଛି "ଅଲଗା" । କିନ୍ତୁ, ରେକର୍ଡ ବାଜିବା ମାତ୍ରେ ସମସ୍ତେ ଜାଣିବେ, "ଏଠାରେ ଭକ୍ତସିଦ୍…, ଭକ୍ତଦେବନ୍ତ ସ୍ୱାମୀ" । ଯଦି ଆପଣ ଜାଣନ୍ତି । ତେଣୁ ଏଥିପାଇଁ ଶିକ୍ଷା ଆବଶ୍ୟକ । ସେହି କୃଷ୍ଣ... (ବ୍ରେକ୍)
ତେଣୁ, ୟେ ୟଥା ମାଂ ପ୍ରପଦ୍ୟନ୍ତେ (ଭ.ଗୀ. ୪.୧୧) ... ତେଣୁ ତୁମେ ନିଜକୁ ଯେତେ ଅଧିକ କୃଷ୍ଣଙ୍କର ସେବାରେ ଜଡିତ କର, ତୁମେ ସେତେ ଅଧିକ କୃଷ୍ଣଙ୍କୁ ଅନୁଭବ କରିପାରିବ ।
- ସେବୋନମୁଖେ ହି ଜିଭାଦୌ
- ସ୍ଵୟଂ ଏବ ସ୍ଫୁରତି ଅଦଃ
- (ଚ.ଚ. ମଧ୍ୟ ୧୭.୧୩୬)
ତେଣୁ ଆମର ପ୍ରକ୍ରିୟା ବହୁତ ସରଳ । କେବଳ ଜିଭକୁ ନିୟୋଜିତ କର । ଅନ୍ୟ ସମସ୍ତ ଇନ୍ଦ୍ରିୟଗୁଡିକୁ ଛାଡିଦିଅ । ଜିଭ ବହୁତ ଶକ୍ତିଶାଳୀ । ଏବଂ ଜିଭ ଆମର ତିକ୍ତ ଶତ୍ରୁ, ଏବଂ ଜିଭ ତୁମର ଅତି ଅନ୍ତରଙ୍ଗ ବନ୍ଧୁ ହୋଇପାରେ । ଏହି ଜିଭ । ତେଣୁ ଶାସ୍ତ୍ର କୁହନ୍ତି ଯେ ସେବୋନମୁଖେ ହି ଜିଭାଦୌ: ପ୍ରଭୁଙ୍କ ସେବାରେ କେବଳ ତୁମର ଜିଭକୁ ନିୟୋଜିତ କର, ଏବଂ ସେ ପ୍ରକାଶିତ ହେବେ । ବହୁତ୍ ଭଲ। ଏବେ କ’ଣ, ଜିଭ ସହିତ ଆମେ କ’ଣ କରିବା? ଆମେ କଥାହେଉ: କୃଷ୍ଣଙ୍କ ବିଷୟରେ କଥାବାର୍ତ୍ତା କର । ଆମେ ଗୀତଗାଉ: କୃଷ୍ନଙ୍କୁ ଜପ । ଆମେ ଖାଉ: ସ୍ୱାଦ, କୃଷ୍ଣଙ୍କ ପ୍ରସାଦ ଖାଅ । ଆପଣ କୃଷ୍ଣଙ୍କୁ ବୁଝିବେ । ଯେକୌଣସି ମୂର୍ଖ ବ୍ୟକ୍ତି, ଯେକୌଣସି ଅଶିକ୍ଷିତ, କିମ୍ବା ଜୀବନର ଯେକୌଣସି ସ୍ଥରରେ, ଆପଣ କୃଷ୍ଣଙ୍କର ସେବା ପାଇଁ ଜିଭ ବ୍ୟବହାର କରିପାରିବେ । କୌଣସି ଜିନିଷ ଖାଆନ୍ତୁ ନାହିଁ ଯାହା କୃଷ୍ଣ ଖାଇ ନାହାନ୍ତି - ଆପଣଙ୍କର ଜିଭ ଆପଣଙ୍କର ଅତି ଅନ୍ତରଙ୍ଗ ବନ୍ଧୁ ହୋଇଯାଏ । ଏବଂ କୃଷ୍ଣଙ୍କ ବ୍ୟତୀତ ଅନ୍ୟ କୌଣସି କଥା କୁହ ନାହିଁ । ଯଦି ତୁମେ ଏହି ଦୁଇଟି ନୀତି ଅନୁସରଣ କର, କୃଷ୍ଣ ତୁମର ମୁଠାରେ ରହିବେ । ଆପଣଙ୍କୁ ଅନେକ ଧନ୍ୟବାଦ।
ଭକ୍ତ: ଜୟ, ହରିବୋଲ ।