OR/Prabhupada 0042 - ଏହି ଦିକ୍ଷାକୁ ଗମ୍ଭୀରତାର ସହିତ ଗ୍ରହଣ କର: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0042 - in all Languages Category:OR-Quotes - 1976 Category:OR-Quotes - Lec...")
 
(Vanibot #0023: VideoLocalizer - changed YouTube player to show hard-coded subtitles version)
 
Line 7: Line 7:
[[Category:Oriya Language]]
[[Category:Oriya Language]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0041 - ବର୍ତ୍ତମାନ ଜୀବନ ଅଶୁଭତାରେ ପୂର୍ଣ୍ଣ|ପୂର୍ବ ପୃଷ୍ଠା - ବିଡିଓ 0041|OR/Prabhupada 0043 - ଭଗବଦ୍ ଗୀତା ମୂଖ୍ୟ ସିଦ୍ଧାନ୍ତ ଅଟେ|ପର ପୃଷ୍ଠା - ବିଡିଓ 0043}}
{{1080 videos navigation - All Languages|Oriya|OR/Prabhupada 0041 - ବର୍ତ୍ତମାନ ଜୀବନ ଅଶୁଭତାରେ ପୂର୍ଣ୍ଣ|0041|OR/Prabhupada 0043 - ଭଗବଦ୍ ଗୀତା ମୂଖ୍ୟ ସିଦ୍ଧାନ୍ତ ଅଟେ|0043}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
Line 18: Line 18:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|VLvannmmzAI|ଏହି ଦିକ୍ଷାକୁ ଗମ୍ଭୀରତାର ସହିତ ଗ୍ରହଣ କର<br />- Prabhupāda 0042}}
{{youtube_right|qNVFp_kZ68A|ଏହି ଦିକ୍ଷାକୁ ଗମ୍ଭୀରତାର ସହିତ ଗ୍ରହଣ କର<br />- Prabhupāda 0042}}
<!-- END VIDEO LINK -->
<!-- END VIDEO LINK -->



Latest revision as of 15:24, 16 October 2018



Initiation Lecture Excerpt -- Melbourne, April 23, 1976

ଚୈତନ୍ୟ ଚରିତାମୃତରେ, ଶ୍ରୀଲା ରୂପ ଗୋସ୍ଵାମୀଙ୍କୁ ଶିକ୍ଷା ଦେବା ସମୟରେ, ଚୈତନ୍ୟ ମହାପ୍ରଭୁ କହିଲେ,

ଏଇ ରୂପେ ବ୍ରହ୍ମାଣ୍ତ ଭ୍ରମିତେ କେନ ଭାଗ୍ୟବାନ୍ ଜୀବ
ଗୁରୁ କୃଷ୍ଣ କୃପାୟ ପାୟ ଭକ୍ତି ଲତା ବୀଜ
(CC Madhya 19.151

ଜୀବମାନେ, ସେମାନେ ଏକ ରୂପରୁ ଅନ୍ୟ ଏକ ରୂପରେ ପୁନଃ ଜନ୍ମଗ୍ରହଣ କରନ୍ତି ଏବଂ ଏକ ଗ୍ରହରୁ ଅନ୍ୟ ଏକ ଗ୍ରହକୁ ଘୁରି ବୁଲନ୍ତି, ବେଳେ ବେଳେ ନୀଚ ଶ୍ରେଣୀ ଜୀବନରେ, ବେଳେ ବେଳେ ଉଚ୍ଚ ଶ୍ରେଣୀ ଜୀବନରେ । ଏହା ଚାଲିଛି । ଏହାକୁ ସଂସାର-ଚକ୍ର-ବର୍ତ୍ତମାନୀ କୁହାଯାଏ । ଗତ ରାତିରେ ଆମେମାନେ ବର୍ଣ୍ଣନା କରୁଥିଲୁ, ମୃତ୍ୟୁ-ସଂସାର-ବର୍ତ୍ତମାନୀ । ଏହି ଶଦ୍ଦର ବ୍ୟବହାର କରାଯାଇଛି, ମୃତ୍ୟୁ-ସଂସାର-ବର୍ତ୍ତମାନୀ । ମୃତ୍ୟୁବରଣ କରିବା ଜୀବନର ଅତ୍ୟନ୍ତ କଷ୍ଟକର ମାର୍ଗ । ସମସ୍ତେ ମୃତ୍ୟୁବରଣ କରିବା ପାଇଁ ଭୟ କରନ୍ତି କାରଣ ମୃତ୍ୟୁ ପରେ କ'ଣ ହେବ ତାହା କେହି ଜାଣି ନାହାଁନ୍ତି । ଯେଉଁମାନେ ମୂର୍ଖ, ସେମାନେ ପଶୁ ଅଟନ୍ତି । ଯେପରିକି ପଶୁମାନଙ୍କର ବଦ୍ଧ କରାଯାଉଛି, ଅନ୍ୟ ଏକ ପଶୁ ଭାବୁଛି ଯେ "ମୁଁ ସୁରକ୍ଷିତ ଅଛି ।" ତେଣୁ କୌଣସି ବୁଦ୍ଧିମାନ ବ୍ୟକ୍ତି ମୃତ୍ୟୁବରଣ କରି ଅନ୍ୟ ଏକ ଶରୀର ଗ୍ରହଣ କରିବା ପସନ୍ଦ କରେ ନାହିଁ । ଏବଂ ଆମେ ଜାଣି ନାହୁଁ ଆମକୁ କିପରି ଶରୀର ମିଳିବ । ତେଣୁ ଏହି ଦିକ୍ଷା ଗୁରୁ ଏବଂ କୃଷ୍ଣଙ୍କ କୃପାରୁ ମିଳେ, ଏହାକୁ ନରମ ଭାବରେ ନିଅ ନାହିଁ । ଏହାକୁ ଗମ୍ଭୀରତାର ସହିତ ଗ୍ରହଣ କର । ଏହା ଏକ ମହାନ ସୁଯୋଗ । ବୀଜ ଅର୍ଥାତ୍ ଭକ୍ତିର ବୀଜ । ତେଣୁ ଯାହା କିଛି ତୁମେ ଭଗବାନଙ୍କ ସମ୍ମୁଖରେ ପ୍ରତିଜ୍ଞା କରିଛ, ତୁମ ଗୁରୁଙ୍କ ସାମ୍ମୁଖରେ, ଅଗ୍ନି ସମ୍ମୁଖରେ, ବୈଷ୍ଣବମାନଙ୍କ ସମ୍ମୁଖରେ, କଦାପି ସେହି ପ୍ରତିଜ୍ଞାର ବିପଥଗାମୀ ହୁଅ ନାହିଁ । ତେବେ ତୁମେ ତୁମ ଆଧ୍ୟାତ୍ମିକ ଜୀବନରେ ସ୍ଥିର ରହିପାରିବ: ନା ଅବୈଧ ଯୌନକ୍ରିୟା, ନା ମାଂସ ଆହାର, ନା ଜୁଆଖେଳିବା, ନା ନିଶା କରିବା- ଏହି ଚାରୋଟି ନା- ଏବଂ ହରେ କୃଷ୍ଣ ମନ୍ତ୍ର ଜପ କରିବା-ଏକମାତ୍ର ହଁ ଅଟେ । ଚାରୋଟି ନା ଏବଂ ଗୋଟିଏ ହଁ । ତାହା ତୁମ ଜୀବନଙ୍କୁ ସଫଳ କରିବ । ଏହା ଅତ୍ୟନ୍ତ ସହଜ । ଏହା କଷ୍ଟକର ନୁହେଁ । କିନ୍ତୁ ମାୟା ଭାରୀ ବଳବାନ, ବେଳେ ବେଳେ ଆମକୁ ପଥଭ୍ରଷ୍ଟ କରିଦିଏ । ତେଣୁ ଯେତେବେଳେ ଅମକୁ ପଥଭ୍ରଷ୍ଟ କରିବାକୁ ମାୟା ପ୍ରୟାସ କରେ, ସେହିସମୟରେ କେବଳ କୃଷ୍ଣଙ୍କୁ ପ୍ରାର୍ଥନା କରିବା ଉଚିତ୍ । "ଦୟାକରି ମୋତେ ରକ୍ଷାକର । ମୁଁ ଶରଣାଗତ ହେଉଛି, ସଂପୂର୍ଣ୍ଣ ରୂପେ ଶରଣାଗତ, ଏବଂ ଦୟାକରି ମୋତେ ସୁରକ୍ଷା ପ୍ରଦାନ କର," ଏବଂ କୃଷ୍ଣ ତୁମକୁ ସୁରକ୍ଷା ପ୍ରଦାନ କରିବେ । କିନ୍ତୁ ଏହି ସୁଯୋଗ ହାତଛଡ଼ା କରନାହିଁ । ତାହା ମୋର ଅନୁରୋଧ । ମୋର ସମସ୍ତ ଶୁଭକାମନା ଏବଂ ଆଶୀର୍ବାଦ ତୁମ ସହିତ ଅଛି । ତେଣୁ ଅମକୁ ଏହି ଭକ୍ତିର ସୁଯୋଗ ନେବା ଉଚିତ୍, ଭକ୍ତି-ଲତା-ବୀଜ । ମାଲି ହାନା ସେଇ ବୀଜ କରେ ଅରୋପଣ । ତେଣୁ ତୁମକୁ ଯେତେବେଳେ ଭଲ ବୀଜ ମିଳେ, ତୁମକୁ ତାହା ଭୁମିରେ ରୋପଣ କରିବାକୁ ହେବ । ଉଦାହରଣ ସ୍ଵରୂପ, ଯେପରି ଯଦି ତୁମକୁ ପ୍ରଥମଶ୍ରେଣୀର ଗୋଲାପ ଫୁଲର ଭାରୀ ଭଲ ବୀଜ ମିଳେ, ତେବେ ତୁମେ ଏହାକୁ ଭୁମିରେ ରୋପଣ କରିବ ଏବଂ ବାସ୍ ଅଳ୍ପ, ଅଳ୍ପ ପାଣି ଦେବ । ଏହା ବଢ଼ିବ । ତେଣୁ ଏହି ବୀଜ ପାଣି ଦ୍ଵାରା ବଢ଼ିବ । ସେହି ପାଣି ଦେବା କ'ଣ? ଶ୍ରବଣଂ କୀର୍ତ୍ତନ ଜଳେ କରୟେ ସେଚେନ (CC Madhya 19.152) । ବୀଜକୁ ପାଣି ଦେବା, ଭକ୍ତି ଲତା, ହେଉଛି ଶ୍ରବଣ କୀର୍ତ୍ତନ, ଶୁଣିବା ଏବଂ ଜପ କରିବା । ତେଣୁ ତୁମେ ସନ୍ୟାସି ଏବଂ ବୈଷ୍ଣବମାନଙ୍କ ଠାରୁ ଏହି ସମ୍ବନ୍ଧରେ ଅଧିକରୁ ଅଧିକ ଶୁଣ । କିନ୍ତୁ ଏହି ସୁଯୋଗ ହାତଛଡ଼ା କରନାହିଁ । ତାହା ମୋର ଅନୁରୋଧ । ବହୁତ ବହୁତ ଧନ୍ୟବାଦ ।

ଭକ୍ତ: ଜୟ ଶ୍ରୀଲା ପ୍ରଭୁପାଦ!