OR/Prabhupada 0484 - ପ୍ରେମ ହେଉଛି ଭାବର ପରିପକ୍ୱ ଅବସ୍ଥା: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0484 - in all Languages Category:OR-Quotes - 1968 Category:OR-Quotes - Lec...")
 
(Vanibot #0005: NavigationArranger - update old navigation bars (prev/next) to reflect new neighboring items)
 
Line 8: Line 8:
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- DO NOT EDIT OR REMOVE -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|English|Prabhupada 0483 - How You Can Think of Krsna Unless You Develop Love for Krsna?|0483|Prabhupada 0485 - Any Pastimes made by Krsna that is Observed in Ceremonial Form by the Devotees|0485}}
{{1080 videos navigation - All Languages|Oriya|OR/Prabhupada 0483 - ତୁମେ କିପରି କୃଷ୍ଣଙ୍କ ବିଷୟରେ ଭାବିପାରିବ ଯେପର୍ଯ୍ୟନ୍ତ କୃଷ୍ଣଙ୍କ ପ୍ରତି ପ୍ରେମ ବିକଶିତ କରିନାହଁ?|0483|OR/Prabhupada 0485 - କୃଷ୍ଣଙ୍କର ଯେ କୌଣସି ଲୀଳା, ତାହା ଭକ୍ତମାନଙ୍କ ଦ୍ଵାରା ଆଡ଼ମ୍ଵରରେ ପାଳନ କରାଯାଏ|0485}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->

Latest revision as of 08:15, 1 February 2021



Lecture -- Seattle, October 18, 1968

ପ୍ରଭୁପାଦ: କୌଣସି ପ୍ରଶ୍ନ?

ଜୟ-ଗୋପାଳ: ଭାବ ଏବଂ ପ୍ରେମ ମଧ୍ୟରେ ପାର୍ଥକ୍ୟ କ'ଣ?

ପ୍ରଭୁପାଦ: ପ୍ରେମ ହେଉଛି ଭାବର ପରିପକ୍ୱ ଅବସ୍ଥା । ଠିକ୍ ପାଚିଲା ଆମ୍ବ ଏବଂ କଞ୍ଚା ଆମ୍ବ ପରି । କଞ୍ଚା ଆମ୍ବ ପାଚିଲା ଆମ୍ବ ହେବାର କାରଣ । କିନ୍ତୁ ଅପରିପକ୍ୱ ଆମ୍ବ ଅପେକ୍ଷା ପାଚିଲା ଆମ୍ବର ସ୍ୱାଦ ଭଲ । ସେହିଭଳି, ଭଗବାନଙ୍କ ପ୍ରେମ ପାଇବା ପୂର୍ବରୁ, ଆପଣ ବିଭିନ୍ନ ପର୍ଯ୍ୟାୟ ପାଇବେ । ସମାନ ଆମ୍ବ ପରି, ଏହା ବିଭିନ୍ନ ପର୍ଯ୍ୟାୟ ଦେଇ ଗତି କରେ, ତା’ପରେ ଦିନେ ଏହାର ସୁନ୍ଦର ହଳଦିଆ ରଙ୍ଗ ଆସେ, ପୁରା ପାଚିଲା, ଏବଂ ସ୍ୱାଦ ବହୁତ ସୁନ୍ଦର । ସମାନ ଆମ୍ବ । ଆମ୍ବ ପରିବର୍ତ୍ତନ ହୁଏ ନାହିଁ, କିନ୍ତୁ ଏହା ପରିପକ୍ୱ ସ୍ତରକୁ ଆସେ । ତେଣୁ ଏହା ... ଏହି ଉଦାହରଣ ଭାବରେ, ଆମ୍ବ ଆରମ୍ଭରେ ଏକ ଫୁଲ, ତାପରେ ଧୀରେ ଧୀରେ ଛୋଟ ଫଳ । ତା’ପରେ ଧୀରେ ଧୀରେ ଏହା ବଢ଼େ । ତା’ପରେ ଏହା ବହୁତ ଟାଣ, ସବୁଜ ହୋଇଯାଏ, ଏବଂ ତାପରେ, ଧୀରେ ଧୀରେ, ଏହା ଟିକିଏ, ଟିକିଏ ହଳଦିଆ ହୋଇଯାଏ, ଏବଂ ଏହା ସମ୍ପୂର୍ଣ୍ଣ ପାଚିଯାଏ । ଏହା ହେଉଛି ପ୍ରତ୍ୟେକ ଜିନିଷର ପ୍ରକ୍ରିୟା । ଭୌତିକ ଜଗତରେ ମଧ୍ୟ ଛଅଟି ପ୍ରକ୍ରିୟା ଅଛି, ଏବଂ ଶେଷ ପ୍ରକ୍ରିୟା ନଷ୍ଟ ହେବା । ଏହି ଆମ୍ବ ଉଦାହରଣ କିମ୍ବା ଅନ୍ୟ କୌଣସି ଭୌତିକ ଉଦାହରଣ, ଆମେ ଏହାକୁ ଗ୍ରହଣ କରିପାରିବା, ଯେପର୍ଯ୍ୟନ୍ତ ଅଭିବୃଦ୍ଧି ଆବଶ୍ୟକ, ସମ୍ବଦ୍ଧିତ, କିନ୍ତୁ ଭୌତିକ ଉଦାହରଣ ପୂର୍ଣ୍ଣ ନୁହେଁ । ଆମ୍ବ ପରି, ଯେତେବେଳେ ଏହା ପାଚିଯାଏ, କେହି ଖାଏ, ଠିକ୍ ଅଛି । ନଚେତ୍ ଏହା ଅତି ପରିପକ୍ୱ ହେବ, ପଚି ଯିବ, ଏହା ତଳେ ପଡ଼ିବ ଏବଂ ନଷ୍ଟ ହେବ। ତାହା ହେଉଛି ଭୌତିକ ସ୍ଥିତି । କିନ୍ତୁ ଆଧ୍ୟାତ୍ମିକ ସେପରି ନୁହେଁ । ଏହା ସମାପ୍ତ ହୁଏନାହିଁ । ଯଦି ତୁମେ ଥରେ ପ୍ରେମର ପରିପକ୍ୱ ପର୍ଯ୍ୟାୟକୁ ଆସିବ, ତାପରେ ସେହି ସିଦ୍ଧ ପର୍ଯ୍ୟାୟ ଅନନ୍ତକାଳ ପର୍ଯ୍ୟନ୍ତ ଚାଲିବ, ଏବଂ ତୁମର ଜୀବନ ସଫଳ ହେବ । ପ୍ରେମା ପୁମ୍-ଆର୍ଥୋ ମହାନ୍ । ଏହି ଭୌତିକ ଜଗତରେ ଅନେକ ପ୍ରକାରର ସିଦ୍ଧତା ଅଛି । କେହି କେହି ଭାବୁଛନ୍ତି, ଏହା ହେଉଛି ଜୀବନର ସିଦ୍ଧତା । ବସ୍ତୁବାଦୀମାନେ, ସେମାନେ ଚିନ୍ତା କରୁଛନ୍ତି, "ଯଦି ମୁଁ ମୋର ଇନ୍ଦ୍ରିୟଗୁଡିକୁ ଅତି ସୁନ୍ଦର ଭାବରେ ଉପଭୋଗ କରିପାରିବି, ତାହା ହେଉଛି ଜୀବନର ସିଦ୍ଧତା"। ତାହା ହେଉଛି ସେମାନଙ୍କର ଦୃଷ୍ଟିକୋଣ । ଏବଂ ଯେତେବେଳେ ସେମାନେ ହତାଶ ହୁଅନ୍ତି, ସେମାନେ ଭଲ କିଛି ଖୋଜନ୍ତି, କିମ୍ବା ଖୋଜିବାକୁ ଚେଷ୍ଟା କରନ୍ତି । ତେଣୁ ଯଦି ତାଙ୍କୁ ମାର୍ଗଦର୍ଶନ କରାଯାଏ ନାହିଁ, କିଛି ଭଲ ଅର୍ଥ ସମାନ - ଯୌନ ଏବଂ ମଦ୍ୟପାନ, ତାହା ହିଁ । କେବଳ ଦାୟିତ୍ୱହୀନ ହୋଇଯାଏ । ଖାଲି ଏତିକି। କାରଣ ସେଠାରେ କୌଣସି ମାର୍ଗଦର୍ଶନ ନାହିଁ । ସେ ଖୋଜୁଛି, ଭଲ କିଛି ଖୋଜୁଛି, କିନ୍ତୁ ସେଠାରେ କୌଣସି ମାର୍ଗଦର୍ଶନ ନାହିଁ, ସେ ସେହି ସମାନ ଇନ୍ଦ୍ରିୟ କିମ୍ବା ଯୌନ ଏବଂ ମଦ୍ୟପାନକୁ ଆସନ୍ତି - ଭୁଲିଯିବାକୁ । ଜଣେ ବ୍ୟବସାୟୀ, ଯେତେବେଳେ ସେ ବିଫଳ ହୁଅନ୍ତି, ଏତେ ବ୍ୟାକୁଳ । ସେ ପିଇ ତାଙ୍କୁ ଭୁଲିଯିବାକୁ ଚେଷ୍ଟା କରନ୍ତି । କିନ୍ତୁ ଏହା କୃତ୍ରିମ ଉପାୟ । ଏହା ପ୍ରକୃତରେ ପ୍ରତିକାର ନୁହେଁ । ତୁମେ କେତେ ସମୟ ଭୁଲି ପାରିବ? ଶୋଇବା - ତୁମେ କେତେ ସମୟ ଶୋଇ ପାରିବ? ପୁନର୍ବାର ଜାଗ୍ରତ ହୁଅ, ପୁନର୍ବାର ତୁମେ ସମାନ ସ୍ଥିତିରେ ଅଛ । ତାହା ଠିକ ମାର୍ଗ ନୁହେଁ। କିନ୍ତୁ ଯଦି ତୁମେ ଭଗବାନଙ୍କ ପ୍ରେମର ସ୍ଥରକୁ ଆସ, ତାପରେ ସ୍ୱାଭାବିକ ଭାବରେ ତୁମେ ଏହି ସମସ୍ତ ନିର୍ବୋଧତାକୁ ଭୁଲିଯାଅ । ସ୍ୱାଭାବିକ ଭାବରେ । ପରଂ ଦୃଷ୍ଟ୍ୱା ନିବର୍ତତେ (ଭ.ଗୀ. ୨.୫୯) । ଯଦି ଆପଣ ଅଧିକ ସୁଖଦ, ଅଧିକ ଆନନ୍ଦଦାୟକ କିଛି ଖୋଜନ୍ତି, ତୁମେ ନିର୍ବୋଧ ଜିନିଷ ତ୍ୟାଗ କର ଯାହା ଏତେ ସ୍ୱାଦ ନୁହେଁ ।

ତେଣୁ କୃଷ୍ଣ ଚେତନା ଏପରି ଏକ ଜିନିଷ । ଏହା ଆପଣଙ୍କୁ ଏକ ମାନକ ଆଡକୁ ନେଇଯାଉଛି ଯେଉଁଠାରେ ଆପଣ ଏହି ସବୁ ନିର୍ବୋଧତାକୁ ଭୁଲିଯିବେ । ତାହା ହେଉଛି ବାସ୍ତବ ଜୀବନ । ବ୍ରହ୍ମଭୂତଃ ପ୍ରସନ୍ନାତ୍ମା (ଭ.ଗୀ.୧୮.୫୪)। ତୁମେ ସେହି ଅବସ୍ଥାକୁ ଆସିବା ମାତ୍ରେ ତୁମର ଲକ୍ଷଣ ହେବ ଯେ ତୁମେ ପ୍ରଫୁଲ୍ଲ । ତୁମେ ସବୁଠାରେ ଅନୁଭବ କରୁଛ । ସେଠାରେ ଏକ ... ଅନେକ ଉଦାହରଣ ଅଛି । ତେଣୁ ଯେତେବେଳେ ତୁମେ କୃଷ୍ଣଙ୍କ ସଂପର୍କରେ ଏହି ଭୌତିକ ଜଗତକୁ ଗ୍ରହଣ କର, ତୁମେ ଭଗବାନଙ୍କ ସେହି ପ୍ରେମ ସ୍ୱାଦ ପାଇପାରିବ, ଏପରିକି ଏହି ଭୌତିକ ଜଗତରେ । ବାସ୍ତବରେ, ଭୌତିକ ଜଗତର ଅର୍ଥ ହେଉଛି ଭଗବାନ କିମ୍ବା କୃଷ୍ଣଙ୍କୁ ଭୁଲିଯିବା । ତାହା ହେଉଛି ଭୌତିକ ଜଗତ । ଅନ୍ୟଥା, ଯଦି ତୁମେ ସମ୍ପୂର୍ଣ୍ଣ କୃଷ୍ଣ ଚେତନାରେ ଅଛ, ତୁମେ କେବଳ ଆଧ୍ୟାତ୍ମିକ ଜଗତ ପାଇବ, ଏପରିକି ଏହି ଭୌତିକ ଜଗତରେ । ଚେତନା - ଏହା ସବୁ ଚେତନା । ସମାନ ଉଦାହରଣ । ଯେପରି ରାଜା ଏବଂ ଓଡ଼ଶ ସମାନ ସିଂହାସନରେ ବସିଛନ୍ତି, କିନ୍ତୁ ଓଡ଼ଶ ଜାଣେ ଯେ "ମୋର କାମ କେବଳ କିଛି ରକ୍ତ ପାଇବା।" ଖାଲି ଏତିକି। ରାଜା ଜାଣନ୍ତି ଯେ "ମୋତେ ଶାସନ କରିବାକୁ ପଡିବ। ମୁଁ ଏହି ଦେଶର ଶାସକ।" ତେଣୁ ସମାନ ସ୍ଥାନରେ ବସିଛନ୍ତି, କିନ୍ତୁ ଚେତନା ଅଲଗା । ସେହିଭଳି, ଯଦି ତୁମେ ତୁମର ଚେତନାକୁ କୃଷ୍ଣ ଚେତନାରେ ପରିବର୍ତ୍ତନ କର, ତୁମେ ଯେଉଁଠାରେ ଥାଅ, ତୁମେ ବୈକୁଣ୍ଠରେ ଅଛ । ଯେଉଁଠାରେ ବି, ଏଥିରେ କିଛି ଫରକ ପଡ଼େ ନାହିଁ ।